ଦୁଇ ଚକିଆ ଗାଡ଼ି କଟକଣା କୋହଳ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ ଅଫିସ୍‌,୧୦ା୪: କରୋନା ଭୂତାଣୁର ମୁକାବିଲା ପାଇଁ ସାରା ରାଜ୍ୟରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଗାଡ଼ି ଚଳାଚଳ ଉପରେ ଅନେକ ପ୍ରକାର କଟକଣା ରହିଛି। ଫଳରେ ପରିବା ଏବଂ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ କିଣିବା ପାଇଁ ଲୋକମାନେ ହଇରାଣ ହେଉଛନ୍ତି। ଦୁଇ ଚକିଆ ଗାଡ଼ି ଚଳାଚଳ ଉପରେ ସଂପୂର୍ଣ୍ଣ କଟକଣା ନ ଲଗାଇ, ଏଥିରେ କୋହଳ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ କୁମାରୀ ସଞ୍ଜୁ ପଣ୍ଡା ଏବଂ ଜଷ୍ଟିସ୍‌ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହ ସୁପ୍ରମ୍‌କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ରାଜ୍ୟରେ କରୋନା ଭୂତାଣୁ ପରୀକ୍ଷାକୁ ସଂପୂର୍ଣ୍ଣ ମାଗଣା କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏକ ବିଜ୍ଞପ୍ତି ଜାରି କରି ରାଜ୍ୟ ସରକାର ତୁରନ୍ତ ଏଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶରେ କୁହାଯାଇଛି ।
ନିର୍ଦ୍ଦେଶରେ ଉଲ୍ଲେଖ ରହିଛି ଯେ, ଲକ୍‌ଡାଉନ୍‌ ଅବଧି ମଧ୍ୟରେ ପୋଲିସ ପକ୍ଷରୁ ରାଜ୍ୟର ଅନେକ ସ୍ଥାନରେ ବହୁ ସଂଖ୍ୟାରେ ଗାଡ଼ି ଜବତ କରୁଥିବା ନଜରକୁ ଆସିଛି। ରାଜ୍ୟରେ ଚାଲିବା ଦୂରତା ମଧ୍ୟରେ ପନିପରିବା, ଔଷଧ ଏବଂ ଅନ୍ୟାନ୍ୟ ବ୍ୟବହାର ଯୋଗ୍ୟ ସାମଗ୍ରୀର ଉପଲବ୍ଧତା ନାହିଁ। ବିଶେଷକରି ବରିଷ୍ଠ ନାଗରିକ, ମହିଳା ଏବଂ ଭିନ୍ନକ୍ଷମାନେ ଚାଲିଚାଲି ଯାଇ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାରେ ସମସ୍ୟାର ସମ୍ମୁଖିନ ହେଉଛନ୍ତି। ଅନେକ ସମୟରେ ଦୂର ଜାଗାକୁ ଯିବାକୁ ପଡ଼ୁଛି। ଲୋକଙ୍କ ପାଖରେ ଏସବୁ ସାମଗ୍ରୀ ଯୋଗାଇଦେବା ପାଇଁ ଠୋସ୍‌ ବ୍ୟବସ୍ଥା କରିବା ପୂର୍ବରୁ ଦୁଇ ଚକିଆ ଯାନ ବ୍ୟବହାର ଉପରେ ସଂପୂର୍ଣ୍ଣ କଟକଣା ଜାରି କରାଯାଇପାରିବ ନାହିଁ। କଟକଣାକୁ କିଛି ମାତ୍ରାରେ କୋହଳ କରାଯାଉ। ହେଲେ ଯେଉଁମାନେ ଦୁଇ ଚକିଆ ଯାନ ବ୍ୟବହାର କରିବେ, ସେମାନେ ସନ୍ତୋଷଜନକ କାରଣ ଦର୍ଶାଇବା ଆବଶ୍ୟକ। ଲକ୍‌ଡାଉନ୍‌ ପାଇଁ ସାଧାରଣ ଜନଜୀବନ ଗଭୀର ଭାବେ ପ୍ରଭାବିତ ହେଉଛି। ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ନେଇ କୌଣସି ବ୍ୟବସ୍ଥା କରିବା ପରିବର୍ତ୍ତେ ଦୁଇ ଚକିଆ ଯାନ କଟକଣା, ଲୋକଙ୍କ ଅସୁବିଧାକୁ
ଆହୁରି ବଢ଼ାଇଦେବ। ମାନବିକତା ଦୃଷ୍ଟିରୁ ରାଜ୍ୟ ସରକାର ଏବଂ ପୋଲିସ ମହାନିର୍ଦ୍ଦେଶକ ଏହି ସମସ୍ୟାକୁ ହୃଦୟଙ୍ଗମ କରିବା ସହ ଉଚିତ ପଦକ୍ଷେପ ନେବେ ବୋଲି ଆଶା କରାଯାଉଛି। ଏଥି ସହ ଏହା ମଧ୍ୟ ଆଶା କରାଯାଉଛି ଯେ, ଲୋକଙ୍କ ପାଖରେ ସମସ୍ତ ପ୍ରକାର ସାମଗ୍ରୀ ଯୋଗାଇବା ଦିଗରେ ସରକାର ଏମିତି ପଦକ୍ଷେପ ନେବେ, ଯାହା ଫଳରେ ଲୋକମାନଙ୍କୁ ଦୁଇ ଚକିଆ ଯାନ ବ୍ୟବହାର କରିବାକୁ ପଡ଼ିବ ନାହିଁ । ଯେଉଁ ଗାଡ଼ିଗୁଡ଼ିକ ପୋଲିସ ଦ୍ୱାରା ଜବତ ହୋଇଛି, ଗାଡ଼ି ମାଲିକଙ୍କ ଠାରୁ ଲିଖିତ ଆକାରରେ ଅଣ୍ଡରଟେକିଂ ଲେଖାଇ ଛାଡ଼ି ଦିଆଯାଉଛି । ଜବତ ଗାଡ଼ିଗୁଡ଼ିକୁ ମାଲିକମାନେ ଭବିଷ୍ୟତରେ ବ୍ୟବହାର କରିବେ ନାହିଁ ବୋଲି ଅଣ୍ଡରଟେକିଂରେ ଲେଖିବାକୁ ହେବ । ସରକାର ନିର୍ଦ୍ଦିଷ୍ଟ ଗାଇଡ୍‌ଲାଇନ୍‌ ଜାରି କରିବା ପୂର୍ବରୁ, ବିନା ଜରିମାନାରେ ତିନି ଥର ଏବଂ ଅଣ୍ଡରଟେକିଂ ଲେଖିବା ସତ୍ତ୍ୱେ ମାତ୍ର ଗୋଟିଏ ଥର ହିଁ ଜବତ ଗାଡ଼ିକୁ ଛଡ଼ାଯାଇ ପାରିବ । ଆଇନ୍‌ଜୀବୀ ବିଜୟ କୁମାର ରାଗଡ଼ାଙ୍କ ପକ୍ଷରୁ ଏହି ଜନସ୍ବାର୍ଥ ମାମଲା ରୁଜୁ କରାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?