ଆଜିର ଅର୍ଥନୀତି/ ଲୁଚାଛପା କାହିଁକି

ରାଜ୍ୟରେ କୋଭିଡ୍‌-୧୯ ପଜିଟିଭ୍‌ କେସ୍‌ ଭୟାନକ ଭାବେ ବୃଦ୍ଧିପାଉଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ରାଜକୋଷ ଖୋଲି ଦେଇଛନ୍ତି। ଆକି ପର୍ଯ୍ୟନ୍ତ ସରକାର ଅନ୍ୟ ରାଜ୍ୟ ତୁଳନାରେ ଆମ କାର୍ଯ୍ୟ ମୋଟାମୋଟି ସନ୍ତୋଷଜନକ ବୋଲି କହୁଛନ୍ତି। ସରକାର ନିଜେ କୋଭିଡ୍‌ ସଫଳତାର କିଛି ସ୍ତମ୍ଭ ହାସଲ କରିଛନ୍ତି ବୋଲି ପ୍ରକାଶ କରୁଛନ୍ତି। ହେଲେ ଏଥିରେ କିଛି ଅସୁବିଧା ଥିବା ପରି ମନେହୁଏ। ଉଦାହରଣ, ଏହି ମହାମାରୀର ମୁକାବିଲା ପାଇଁ ଦେଶରେ ସବୁଠୁ ଭଲ ସ୍ବାସ୍ଥ୍ୟ ଭିତ୍ତିଭୂମି ଗଢିଛନ୍ତି ବୋଲି ସରକାର କହୁଛନ୍ତି। ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ରାଜ୍ୟରେ ଏକାବେଳକେ ସଂଖ୍ୟାଧିକ ହସ୍ପିଟାଲ ଓ ବେଡ୍‌ ସୃଷ୍ଟି କରିବାର ପଦ୍ଧତି ଯେଉଁଭଳି ଭାବେ କରାଗଲା ତାହା ଠିକ୍‌ ଲାଗୁନି। ଅନ୍ୟପକ୍ଷରେ ସରକାର ଯେଭଳି ପ୍ରୋଗ୍ରାମ ଲାଗୁ କରି ତାହାକୁ କାର୍ଯ୍ୟକାରୀ କଲେ ସେଥିରେ ଟ୍ରାନ୍ସପରେନ୍ସି ନାହିଁ ବୋଲି ସମାଲୋଚନାର ସ୍ବର ଉଠିଛି। ସଞ୍ଚାଳନ କରାଯାଇଥିବା ଅଧିକାଂଶ କୋଭିଡ୍‌-୧୯ ହସ୍ପିଟାଲରେ ପୁରୁଣା ଜାଗାରେ ନୂଆ କରି ସୁବିଧା ଉପଲବ୍ଧ କରାଯିବାର ବ୍ୟବସ୍ଥା କରାଯାଇଛି । ଏବେ କମ୍‌ ନୂତନ ଭିତ୍ତିଭୂମି ସୃଷ୍ଟି କରାଯାଇଛି। ସଂକ୍ରମଣର ପ୍ରାରମ୍ଭିକ ପର୍ଯ୍ୟାୟରେ କୋଭିଡ୍‌-୧୯ ଭିତ୍ତିଭୂମିର ବିକାଶକୁ ଦୃଷ୍ଟିରେ ରଖି ସରକାର ବେସରକାରୀ ହସ୍ପିଟାଲମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ସେମାନଙ୍କ ସହ ଚୁକ୍ତି କରି ଶହ ଶହ କୋଟି ଟଙ୍କାର ପାଣ୍ଠି ଯୋଗାଇ ଦେଇଛନ୍ତି। ସେମାନେ କେଉଁ କେଉଁ ସୁବିଧା ଯୋଗାଇଦେବେ ଓ ସେଥିପାଇଁ କି ସର୍ତ୍ତ ରଖାଯାଇଥିଲା ତାହା କେହି ଜାଣିନାହାନ୍ତି। ଏହାର ମାଲିକ ବି କିଏ ହେବ ତାହା ମଧ୍ୟ ସ୍ପଷ୍ଟ ନୁହେଁ। ମହାମାରୀର ଭୟ ଦୂର ହୋଇଗଲା ପରେ ତାହାକୁ କିଭଳି ବ୍ୟବହାର କରାଯିବ ଓ ଲୋକମାନେ ଚିକିତ୍ସା ପାଇଁ କେତେ ଦେୟ ଦେବେ? ସରକାରୀ ସୁବିଧା ଉପଲବ୍ଧ ହେଉଥିବା ଏସ୍‌ସିବି ଓ କ୍ୟାପିଟାଲ ହସ୍ପିଟାଲ ଭଳି ତାହା ସବୁ ଗଣାଯିବ କି ? ଏଭଳି ଅନେକ ପ୍ରଶ୍ନର ଉତ୍ତର ଲୋଡା।
ସରକାରୀ ତଥ୍ୟରୁ ଜଣାପଡିଛି ଯେ, ଏହି ସବୁ କୋଭିଡ୍‌-୧୯ ହସ୍ପିଟାଲକୁ କିମ୍‌ସ, ସମ୍‌, ଅଶ୍ୱିନୀ ହସ୍ପିଟାଲ ଆଦି ପରିଚାଳନା କରିବେ। କେବଳ ଏତିକି ନୁହେଁ କୋଭିଡ୍‌ ହସ୍ପିଟାଲ ପାଇଁ ଟାଙ୍ଗୀ ଓ ଅନ୍ୟ କେତେକ ସ୍ଥାନରେ ଘରୋଇ ଜାଗା ଭଡାରେ ନେଇଛନ୍ତି। କିନ୍ତୁ ଏହି ହସ୍ପିଟାଲଗୁଡିକୁ ଚଲାଇବା ପାଇଁ ଘରୋଇ ସଂସ୍ଥା ସହ କରାଯାଇଥିବା ଚୁକ୍ତିରେ ସମୟ ଓ ସର୍ତ୍ତ କ’ଣ ରଖାଯାଇଛି ତାହା ସମ୍ପର୍କରେ କେହି ବି ଜାଣିନାହାନ୍ତି। ଏହା କ’ଣ ସରକାରୀ ପାଣ୍ଠିର ସର୍ବୋତ୍କୃଷ୍ଟ ଉପଯୋଗ କି? ଟିକସଦାତାଙ୍କ ବିପୁଳ ଟଙ୍କାକୁ ଏ ସବୁ ବେସରକାରୀ ହସ୍ପିଟାଲ ବ୍ୟତୀତ ସାର୍ବଜନୀନ ସ୍ବାସ୍ଥ୍ୟସେବା ଉପଲବ୍ଧ ହେଉଥିବା ଏସ୍‌ସିବି ତଥା ଅନ୍ୟ ସରକାରୀ ହସ୍ପିଟାଲରେ ଉପଯୋଗ କରାଯାଇଥିଲେ ଭଲ ହୋଇ ନ ଥାନ୍ତା କି ? ସରକାର ଯେଭଁ ଭଳି ଭାବେ ବହୁ ହସ୍ପିଟାଲରେ ତରବରିଆ ଭାବେ ଶୀଘ୍ର କୋଭିଡ୍‌ ବେଡ୍‌ର ଆୟୋଜନ କଲେ,ସରକାରୀ ପାଣ୍ଠି ଯେଉଁଭଳି ଭାବେ ଓ ଯେତିକି ଶୀଘ୍ର ବିନିଯୋଗ କରାଯାଇଛି ତାହା ସନ୍ଦେହ ସୃଷ୍ଟି କରଛି। ଏହାବାଦ୍‌ ସରକାର ଏବେ ରାଜ୍ୟ ବାହାରେ ଅଟକି ରହିଥିବା ୫ ଲକ୍ଷ ଲୋକଙ୍କୁ ଆଣିବାକୁ ବ୍ୟବସ୍ଥା କରି ବହୁତ ବଡ ବୋଝ ନିଜ ଉପରକୁ ଆଣିଛନ୍ତି। ଏମାନଙ୍କୁ ରାଜ୍ୟର ବିଭିନ୍ନ ସ୍ଥାନରେ ୭ ହଜାରରୁ ଊର୍ଦ୍ଧ୍ୱ କେନ୍ଦ୍ରରେ କ୍ୱାରାଣ୍ଟାଇନରେ ରଖିତ୍ବାର ବ୍ୟବସ୍ଥା କରିବା ଉପରେ ମଧ୍ୟ ପ୍ରଶ୍ନ ଉଠିଛି। ଏହାକୁ କ’ଣ ପାଇଁ ଏତେ ଶୀଘ୍ର କରାଯାଉଛି? ରାଜ୍ୟ ବାହାରେ ବି ଏମାନଙ୍କ ପାଇଁ ୧୪ ଦିନିଆ କ୍ୱାରାଣ୍ଟାଇନରେ ରହିବାର ସୁବିଧା କରାଯିବାପରେ ସେମାନଙ୍କୁ ଅଣାଯାଇ ପାରିଥାନ୍ତା। ଏହା ରାଜ୍ୟର ୪,୫ କୋଟି ଲୋକଙ୍କୁ ବିପଦକୁ ଠେଲି ଦେଇଛି। ପଞ୍ଚାୟତ ସ୍ତରରେ ସରପଞ୍ଚମାନଙ୍କୁ ଜିଲାପାଳଙ୍କ କ୍ଷମତା ପ୍ରଦାନ କରାଯାଇଛି। ବ୍ୟକ୍ତଗତ ପାଇଁ ତଥା ସାମୂହିକ କ୍ଷେତ୍ରରେ ଖର୍ଚ୍ଚ କରିବା ଲାଗି ପାଣ୍ଠି ନିଶ୍ଚିତ କରାଯାଇଛି। ମୁଣ୍ଡ ପିଛି କେତେ ଖର୍ଚ୍ଚ କରାଯିବା ତାର ଗାଇଡ ଲାଇନ ବି କରାଯାଇଛି। ସରପଞ୍ଚଙ୍କ ହାତକୁ ଯାଉଥିବା ଏହି ପାଣ୍ଠିର ବିନିଯୋଗ ଉପରେ କିଏ ତଦାରଖ କରିବେ। ସେମାନଙ୍କ ଅଞ୍ଚଳକୁ ଅଧିକ ଲୋକଙ୍କ ସୁଅ ଛୁଟିବା ଯୋଗୁ ସରପଞ୍ଚମାନଙ୍କ ହାତପାଣ୍ଠି ବୃଦ୍ଧିପାଇବା ଦ୍ୱାରା ସେମାନେ ଅଧିକ ଆଗ୍ରହ ପ୍ରକାଶ କରୁଥିବା ଜଣାପଡୁଛି। ଏହାର କାରଣ ହେଉଛି, ସେମାନେ ଭଲ ଭାବେ ଜାଣନ୍ତି ଯେ ,ସେମାନଙ୍କ ସାର୍ଟିଫିକେଟ ସେମାନେ ହିଁ ଦେବେ। ସେମାନେ ବିଲ କରି ତାହାକୁ ଅନୁମୋଦନ କରିପାରିବେ। ରାଜ୍ୟ ଶିଳ୍ପ ସଚିବ କହିଛନ୍ତି ଯେ, ମାହାମାରୀ ଭଳି ସ୍ଥିତି ଉପୁଜିଲେ ତାହାକୁ ନିୟନ୍ତ୍ରଣ କରିବା ପାଇଁ ସରକାରୀ ପାଣ୍ଠିର ବିନିଯୋଗ କରିବାରେ କୌଣସି ସୀମା ରହେନି। ଏହା ଭଲ ଚିନ୍ତାଧାରା। କରୋନା ଭାଇରସ୍‌ ଭଳି ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ ପାଣ୍ଠି ବିନିଯୋଗ କରିବାରେ କୌଣସି ଦ୍ୱିଧା ରହିବା ଉଚିତ ନୁହେଁ। ତେବେ ସରକାର ଯେଭଳି ଲୁଚାଛପା, ତରବରିଆ ଭାବେ କାର୍ଯ୍ୟ କଲେ ତାହା ସନ୍ଦେହଜନକ। ଲୁଚାଛପାର କ’ଣ ଆବଶ୍ୟକ ଅଛି?


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri