ଆଜିର ଅର୍ଥନୀତି/ବଜାରରୁ ସୂଚନା

୨୦୧୯ ନିର୍ବାଚନ ଫଳାଫଳର ବହୁଳାଂଶ ଏବେ ସ୍ପଷ୍ଟ ହୋଇଯାଇଛି, ତଥାପି ଅନେକ କିଛି ଖବରକାଗଜ ମୁଦ୍ରଣ ସୁଦ୍ଧା ବାକି ରହିଯାଇଛି। ଜଣାପଡ଼ିଥିବା ଫଳାଫଳରୁ ଏହା ସ୍ପଷ୍ଟ ଯେ, ନରେନ୍ଦ୍ର ଦାମୋଦରଦାସ ମୋଦି ତାଙ୍କର ଦ୍ୱିତୀୟ ପାଳି ଆରମ୍ଭ କରିବାକୁ ଯାଉଛନ୍ତି। ଭାରତୀୟ ଜନତା ପାର୍ଟି (ଭାଜପା)ର ବିଜୟ ଏ ଦେଶର ଅନେକ ଲୋକଙ୍କୁ ଚକିତ କରିଦେଇ ଥାଇପାରେ, ଯେଉଁମାନେ କହୁଥିଲେ ଯେ ବିମୁଦ୍ରୀକରଣ ଓ ପରେ ପରେ ଦ୍ରବ୍ୟ ଓ ସେବା କର (ଜିଏସ୍‌ଟି) ତରବରିଆ ଭାବେ ଲାଗୁ କରିବା ଏବଂ ଆହୁରି ଅନେକ ଅର୍ଥନୈତିକ ପଦକ୍ଷେପ ଯୋଗୁ ଭାରତର ସାଧାରଣ ଜନତା ତଥା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗପତିମାନେ ବିଶେଷଭାବେ ପ୍ରଭାବିତ ହୋଇଛନ୍ତି। ଭାରତ ପୁଣିଥରେ ମେଣ୍ଟ ସରକାର ଅବସ୍ଥାକୁ ଫେରିପାରେ ବୋଲି ସାଧାରଣରେ ଅନେକେ କୁହାକୁହି ହେଉଥିବା ବେଳେ ଅନେକ ପଣ୍ଡିତ ଦାବି କରୁଥିଲେ ଯେ ଭାଜପାର ବିଜୟ ଆସନ୍ନ। ଅନ୍ୟମାନେ ବହୁଜନ ସମାଜ ପାର୍ଟିର ପ୍ରତିଷ୍ଠାତା କାଂଶୀରାମଙ୍କ ଉକ୍ତିକୁ ଉଲ୍ଲେଖ କରି କହୁଥିଲେ ଯେ, ଅସ୍ପଷ୍ଟ ଜନମତ ହେଉଛି ଗଣତନ୍ତ୍ରର ରକ୍ଷାକବଚ। କେତେକ କୁହାଳିଆ ମୋଦି ସପକ୍ଷବାଦୀ ପରିସ୍ଥିତିକୁ ଦେଖି ଶେଷ ଆଡ଼କୁ ଚୁପ୍‌ ହୋଇଯାଇଥିବା ବେଳେ ଅନେକ ନୂଆ ଭୋଟର ମୋଦିଙ୍କ ପ୍ରତି ସମର୍ଥନରେ ଶତମୁଖ ହୋଇ ଉଠିଥିଲେ।
ତେବେ ନିର୍ବାଚନର ରାଜନୈତିକ ଫଳାଫଳ ଯେତିକି କୌତୂହଳ ସୃଷ୍ଟି କରିନାହିଁ, ତା’ଠୁ ଅଧିକ କୌତୂହଳ ସୃଷ୍ଟି କରିଛି ଏହି ଫଳାଫଳ ଉପରେ ବିତ୍ତ ବଜାରର ପ୍ରତିକ୍ରିୟା। ଲୋକ ସଭା ନିର୍ବାଚନରେ ଭାଜପାର ବିଜୟ ଅବଶ୍ୟମ୍ଭାବୀ ବୋଲି ପ୍ରାରମ୍ଭିକ ଟ୍ରେଣ୍ଡ୍‌ରୁ ଜଣାପଡ଼ିବା ପରେ ଗୁରୁବାର ବିଏସ୍‌ଇ ସେନ୍‌ସେକ୍ସ ୧୦୦୦ ପଏଣ୍ଟରୁ ଅଧିକ ବୃଦ୍ଧି ପାଇ ପ୍ରଥମ ଥର ପାଇଁ ୪୦,୦୦୦ ମାର୍କ ଛୁଇଁଥିବା ବେଳେ ଏନ୍‌ଏସ୍‌ଇ ନିଫ୍‌ଟି ଐତିହାସିକ ୧୨,୦୦୦ ସ୍ତରକୁ ଅତିକ୍ରମ କରିଛି। ବିତ୍ତ ବଜାର କେବେହେଲେ ପିଲାଖେଳ ନୁହେଁ। ଯେଉଁମାନେ ଏହାକୁ ବୁଝିପାରୁଛନ୍ତି, ସେମାନେ ଭାଗ୍ୟବାନ୍‌ କିନ୍ତୁ ଯେଉଁମାନେ ବୁଝିପାରୁ ନାହାନ୍ତି, ସେମାନେ ତାଙ୍କ ଅଜ୍ଞତା ଭିତରେ ରହିଥାନ୍ତି। ତେବେ ଏପରି ସମୟରେ ବିତ୍ତ ବଜାରର ବାଷ୍ପଶୀଳତା ଓ ଏହାର କୌତୂହଳଜନକ ଖେଳ ଦେଖିଲେ ସାଧାରଣ ନାଗରିକ ଭାବେ ଜଣେ ଆଶ୍ଚର୍ଯ୍ୟ ନ ହୋଇ ରହିପାରିବ ନାହିଁ। ଏହା ସହଜରେ ବୋଧଗମ୍ୟ ଯେ, ଏକ ଯୁଦ୍ଧ ଭଳି ପରିସ୍ଥିତି ନିଶ୍ଚିତଭାବେ ବ୍ୟବସାୟ ଓ ପୁଞ୍ଜିଲଗାଣକୁ ପ୍ରଭାବିତ କରେ। ୨୦୧୪ରେ ମୋଦିଙ୍କ ନେତୃତ୍ୱାଧୀନ ସରକାର ଜିତିଲାବେଳେ ସେନ୍‌ସେକ୍ସ ୬୧ ପ୍ରତିଶତ ବୃଦ୍ଧିପାଇବା ସହିତ ଷ୍ଟକ୍‌ ମାର୍କେଟ୍‌ର ସମ୍ପତ୍ତି ୭୫ ଲକ୍ଷ କୋଟି ବୃଦ୍ଧି ପାଇଥିଲା ବୋଲି ଅନେକେ ଦାବି କରୁଥିବା ବେଳେ ସାଧାରଣ ନାଗରିକ ଏତେ ବିଶାଳ ପରିମାଣ ସମ୍ପତ୍ତିର ସାମାନ୍ୟ ଗନ୍ଧ ବି ପାଇ ନ ଥିଲେ। ଇଣ୍ଡିଆ ଇଙ୍କ୍‌ର କ୍ୟାପ୍‌ଟେନମାନେ ମୋଦିଙ୍କ ପୁନରାଗମନକୁ ସ୍ବାଗତ କରିଥିବା ବେଳେ ନୂତନ ଏନ୍‌ଡିଏ-୨ ସରକାର ଅର୍ଥନୈତିକ କ୍ଷେତ୍ରରେ ସାହସିକ ସଂସ୍କାରମାନ ଆଣିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି। ବ୍ୟବସାୟ ଜଗତର ଏହି ହସ୍ତୀମାନେ ଦାବି କରନ୍ତି ଯେ, ଏହି ଫଳାଫଳରୁ ଜଣାପଡ଼ୁଛି ଏନ୍‌ଡିଏ-୧ ସରକାର ପାଞ୍ଚବର୍ଷ ପାଇଁ ଯେଉଁ ରଣନୀତି ପ୍ରସ୍ତୁତ କରିଥିଲେ ତାହା ସଫଳ ହୋଇଛି। ନିଶ୍ଚିତ ଭାବେ ନିର୍ବାଚନ ଫଳକୁ ଦେଖି ସେମାନେ ଏହି ମତ ଦେଉଛନ୍ତି। ତେବେ ବାଲାକୋଟ ବିମାନ ଆକ୍ରମଣ ଘଟଣାକୁ ମଧ୍ୟ ବିଚାରକୁ ନେବା ଉଚିତ। ଏହି ଘଟଣା ପରେ ସାଧାରଣ ଲୋକଙ୍କ ମନରେ ଧାରଣା ସୃଷ୍ଟି ହେଲା ଯେ ମୋଦି ହେଉଛନ୍ତି ଏକମାତ୍ର ଲୋକ ଯିଏ ପାକିସ୍ତାନକୁ ପାନେ ଚଖାଇପାରିବ ଏବଂ ତାଙ୍କ ହାତରେ ଦେଶ ସୁରକ୍ଷିତ ରହିପାରିବ। ଏପରି କି ପ୍ରଧାନମନ୍ତ୍ରୀ ନିଜ ପାଇଁ ଚୌକିଦାର ଶବ୍ଦକୁ ଯେପରି ବ୍ୟବହାର କଲେ ଏବଂ ତାଙ୍କ ପରେ ତାଙ୍କ ଦଳର ବହୁ ଲୋକ ତାହାର ଅନୁସରଣ କଲେ ତାହା ଦଳ ଶକ୍ତିର ସୂଚନା ଦେଲା। ବିଖଣ୍ଡିତ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଏପରି ଶକ୍ତି ପ୍ରଦର୍ଶନ ସମ୍ଭବ ନୁହେଁ।
ଅର୍ଥନୀତି ଏକ ପ୍ରଶସ୍ତ ଭିତ୍ତିଭୂମି ଉପରେ ପ୍ରତିଷ୍ଠିତ ହେବା ଦରକାର, ଯାହା ଟଳମଳ ରାଜନୈତିକ ପରିସ୍ଥିତିରେ ବି ଦୃଢ଼ ରହିପାରିବ। ଭାରତୀୟ ରାଜନୀତିରେ ଅସ୍ଥିରତା ଦେଖାଦେଲେ ଆମ ଅର୍ଥନୀତିର ଜଟିଳ ଉପାଦାନଗୁଡ଼ିକ ଦୋହଲିଯିବାର କାରଣ ବୁଝିବା କଷ୍ଟକର ନୁହେଁ। ଭାରତୀୟ ବିତ୍ତ ବଜାରର ସବୁ ଖେଳାଳି କର୍ପୋରେଟ୍‌ ଓ ତାଙ୍କ ଦିଗ୍‌ଗଜମାନଙ୍କ ଦକ୍ଷତା ଉପରେ ନିର୍ଭରଶୀଳ, ଯେଉଁମାନେ ସଫଳତାର ସହିତ ସରକାରଙ୍କୁ ବ୍ୟବହାର କରି ଟିକସଦାତାଙ୍କ ଅର୍ଥକୁ ନିଜ ସ୍ବାର୍ଥରେ ଲଗାଇଥାନ୍ତି। ଯେହେତୁ ସାଧାରଣ ନାଗରିକ ବିତ୍ତ ବଜାରର ଜଟିଳ ଓ ଚତୁର କାରବାର ବୁଝିବାକୁ ଅକ୍ଷମ, ୨୦୧୯ ମେ ୨୩ ତାରିଖରେ ସେନ୍‌ସେକ୍ସ ଓ ନିଫ୍‌ଟିର ବ୍ୟବହାର (ବୃଦ୍ଧି) ସୂଚାଉଛି ଆଗାମୀ ବର୍ଷଗୁଡ଼ିକରେ ଭାରତ କେଉଁ ଆଡ଼କୁ ମୁହାଁଇବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିଶୋଧର ଖଡ୍ଗ

ନ୍ୟାୟର ନିକିତିରେ ଯେତେବେଳେ ଅପଳାପର ଗରଳ ମିଶିଯାଏ, ସେତେବେଳେ ଆଇନର ଆଶ୍ରୟ ଅବିଚାରର ଆୟୁଧରେ ପରିଣତ ହୁଏ। ବୋହୂ ନିର୍ଯାତନାକୁ ପ୍ରତିହତ କରିବା ନିମନ୍ତେ ପ୍ରଣୀତ ଭାରତୀୟ…

ଅସରପା ଆଉ ଅଟୋକ୍ରାସି

କକ୍‌ରୋଚ୍‌ ଜନତା ପାର୍ଟି ଏକ ଥଟ୍ଟାଳିଆ ନାମକରଣ ବୋଲି ଭାବିଥିବା ପାଠକମାନଙ୍କୁ ଏବଂ ହିନ୍ଦୁତ୍ୱରେ ବୁଡିରହିଥିବା ପାଠକମାନଙ୍କୁ କ୍ଷମା ମାଗି ମୁଁ ଗୀତାର ଜଣାଶୁଣା ଉକ୍ତିକୁ ରୂପାନ୍ତର…

ଚାପରୁ ବର୍ଷା

ଯୁଦ୍ଧ, ଅନ୍ତର୍ଜାତୀୟ ରାଜନୀତି ଓ ଅର୍ଥନୈତିକ ଅସ୍ଥିରତା ପୃଥିବୀକୁ ଯେତିକି ଆକ୍ତାମାକ୍ତା କରୁଛି, ତା’ଠାରୁ ଅଧିକ କ୍ଷତାକ୍ତ କଲାଣି ଜଳବାୟୁ ପରିବର୍ତ୍ତନଜନିତ ଅସ୍ବାଭାବିକତା। ଥଣ୍ଡା ଜଳବାୟୁରେ ବଢ଼ି…

ଏଇ ଭାରତରେ

ଚାକିରିରୁ ଅବସରନେବା ପରେ ବିଶ୍ରାମ ସମୟକୁ ଅନେକେ ସମାଜ ସେବାରେ ଲଗାଇବାର ଉଦାହରଣ ଦେଖିବାକୁ ମିଳେ, ଯାହାଙ୍କ ମଧ୍ୟରୁ ବେଙ୍ଗାଲୁରୁର କ୍ୟାପ୍‌ଟେନ ସନ୍ତୋଷ କୁମାର ଅନ୍ୟତମ। ସେନା…

ଭିଆଇପି ପରମ୍ପରା

ଭିଆଇପି ପରମ୍ପରା ଅତ୍ୟନ୍ତ ଅଶୋଭନୀୟ ଓ ଅରୁଚିକର ପରିସ୍ଥିତି ସୃଷ୍ଟି କରିଥାଏ। ଭିଆଇପିମାନଙ୍କ ପାଇଁ ଆୟୋଜକଙ୍କ କେବଳ ସମୟ ଓ ସମ୍ବଳର ଅପଚୟ ହୁଏ ତାହା ନୁହେଁ,…

ସ୍ବାଭିମାନର ଅନନ୍ୟ ଆଭା

ମାଟିର ସୁକନ୍ୟା ନନ୍ଦିନୀ ଶତପଥୀ। ନାରୀ ଅସ୍ମିତାର ଏକ ତେଜୋଦୀପ୍ତ ସ୍ବର। ତାଙ୍କ ଦେଶପ୍ରେମ, ନିର୍ଭୀକତା, ସାହସିକତା ଓ ବେସାଲିସପଣକୁ ନେଇ ଗଢ଼ିଉଠିଛି ଅନେକ କଥା, କାହାଣୀ…

ଗୋପରେ ବଢୁଛି ବିକଳ୍ପ

ପରିବର୍ତ୍ତନ କେବେହେଲେ ଡେଙ୍ଗୁରାପିଟି ଆସେନାହିଁ। ଜନ ଆନ୍ଦୋଳନ ଆରମ୍ଭ ହେଲେ ସେହି ପରିବର୍ତ୍ତନ ଜୁଆର ଭଳି ମାଡ଼ିଆସେ। ଆଜି ଭାରତବର୍ଷରେ ଏକ ଭିନ୍ନ ଏବଂ ପରିବର୍ତ୍ତିତ ଛବି…

ଏଇ ଭାରତରେ

ଗଙ୍ଗାନଦୀକୁ ସଫା କରିବା ପାଇଁ ୨୦୧୪ରେ କେନ୍ଦ୍ର ସରକାର ନମାମୀ ଗଙ୍ଗେ ଯୋଜନା ଆରମ୍ଭ କରିଥିଲେ ମଧ୍ୟ ବ୍ୟକ୍ତିଗତ ସ୍ତରରେ ଉତ୍ତରପ୍ରଦେଶ ରାମପୁରର ପଟଓ୍ବାଇ ଗାଁର ୨୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri