ଆଜିର ଅର୍ଥନୀତି/ ଫିକା ସୁନା ବଜାର

ସୁନାର ମାତ୍ରାଧିକ ମୂଲ୍ୟବୃଦ୍ଧି ଆସନ୍ତା ଦୀପାବଳି ଅବସରରେ ଲୋକଙ୍କ ସୁନାକିଣା ମାନସିକତା ଉପରେ ଖୁବ୍‌ ପ୍ରତିକୂଳ ପ୍ରଭାବ ପକାଇବ। ଗହଣା ଦୋକାନୀମାନେ ବିକ୍ରିବଟାର ସମ୍ଭାବ୍ୟ ମାନ୍ଦା ପରିସ୍ଥିତି ପାଇଁ ଚିନ୍ତାରେ ଅଛନ୍ତି। ବର୍ତ୍ତମାନ ବଜାରରେ ସୁନାର ମୂଲ୍ୟ ୧୦ ଗ୍ରାମ୍‌ ପିଛା ୩୮,୦୦୦ ଟଙ୍କା ସହ ତିନି ପ୍ରତିଶତ ଜିଏସ୍‌ଟି ରହିଛି। ଗତବର୍ଷ ଦୀପାବଳି ତୁଳନାରେ ବର୍ତ୍ତମାନ ମାନକ ସୁନାର ମୂଲ୍ୟ ୨୦ ପ୍ରତିଶତ ଅଧିକ ରହିଛି। ଗତ ଜୁଲାଇ ଓ ଅଗଷ୍ଟ ମାସରେ ସୁନାର ଦାମ୍‌ ଗ୍ରାମ୍‌ ପିଛା ଟିକସ ପୂର୍ବରୁ ୪୦୦୦ ଟଙ୍କା ଟପିଥିଲା। ସେହି ତୁଳନାରେ ବର୍ତ୍ତମାନ ମୂଲ୍ୟ ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ଏତେ ମୂଲ୍ୟ ଦେଇ ଲୋକେ ସୁନା କିଣିବାର ସମ୍ଭାବନା ବହୁତ କମ୍‌। ଦଶହରା ଉତ୍ସବରେ ସୁନା କିଣିବା ଲାଗି ଲୋକଙ୍କ ନିରୁତ୍ସାହ ଭାବକୁ ଦେଖି ଏହା ସ୍ପଷ୍ଟ ହୋଇଯାଇଛି। ପ୍ରାୟ ଏକ ଦଶନ୍ଧି ଧରି ଆର୍ଥିକ ମାନ୍ଦାବସ୍ଥା ଜାରି ରହିଥିବା ବେଳେ କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ସେହି ସମସ୍ୟାକୁ ବଢ଼ାଇବା ସହ ଲୋକଙ୍କ ଭିତରେ କିଣିବାର ଭୋକ ମାରି ଦେଇଛି। ୧୦ ବର୍ଷରୁ କମ୍‌ ସମୟ ଭିତରେ ଉକ୍ତ ମୂଲ୍ୟବାନ୍‌ ହଳଦିଆ ଧାତୁର ମୂଲ୍ୟ ୧୦୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି। ଆଶା କରାଯାଉଥିଲା ମଧ୍ୟବିତ୍ତ ଓ ବେତନଭୋଗୀ କର୍ମଚାରୀଙ୍କ ଚାହିଦା ବୃଦ୍ଧି ଲାଗି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଦୀପାବଳି ପୂର୍ବରୁ ବ୍ୟକ୍ତିଗତ ଆୟକର ହ୍ରାସ କରିବ। ମାତ୍ର ସରକାର ଅନ୍ତତଃ ଦୀପାବଳି ପୂର୍ବରୁ ଟିକସଦାତାଙ୍କୁ ଅନୁଗୃହୀତ କରିବାର କୌଣସି ସମ୍ଭାବନା ଦେଖିବାକୁ ମିଳୁନାହିଁ। କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନରମାନଙ୍କ ପାଇଁ କେନ୍ଦ୍ର ସରକାର ପାଞ୍ଚ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧିକୁ ସ୍ବାଗତ କରାଯାଇଛି। କିନ୍ତୁ ଏକ ମାନ୍ଦାବସ୍ଥାଜନିତ ପରିସ୍ଥିତିରେ ଚାହିଦା ବୃଦ୍ଧି ପାଇଁ ଏତିକି ଯଥେଷ୍ଟ ନୁହେଁ। ମାରୁତି ପରି ଗାଡ଼ି ନିର୍ମାତାମାନେ ଗାଡ଼ିଗୁଡ଼ିକର ଶୋରୁମ୍‌ ମୂଲ୍ୟ ଉପରେ ବ୍ୟାପକ ରିହାତି ଘୋଷଣା କରିଥିଲେ ମଧ୍ୟ ବିକ୍ରି ଆଶାନୁରୂପ ବୃଦ୍ଧି ନ ପାଇବା ଘଟଣାରୁ ସ୍ପଷ୍ଟ ଯେ ଲୋକମାନେ ଏବେ କିଛି ନୂଆ ଜିନିଷ କିଣାକିଣି କରିବାକୁ ଚାହୁଁ ନାହାନ୍ତି। ବିକ୍ରିବଟାରେ ମାନ୍ଦାବସ୍ଥାରୁ ଜଣାପଡ଼ୁଛି ଯେ ସାଧାରଣ ଲୋକମାନେ ପଣ୍ୟଦ୍ରବ୍ୟ କିଣାକିଣି ପ୍ରତି ଉଦାସୀନ ରହୁଛନ୍ତି। ବିଭିନ୍ନ ବୈଦ୍ୟୁତିକ ଗୃହୋପକରଣ ନିର୍ମାତା, ପାଇକାରୀ ବିକ୍ରେତା ଓ ଖୁଚୁରା ବିକ୍ରେତାମାନେ ସମାନ ଧାରା ପ୍ରଦର୍ଶନ କରୁଛନ୍ତି।
ପୁଞ୍ଜିନିବେଶ ଦୃଷ୍ଟିରୁ ସୁନା ଏକ ନିରାପଦ ବିକଳ୍ପ ହୋଇଥିବା ବେଳେ ଏହାର ବ୍ୟାପକ ଧାର୍ମିକ ଓ ସାଂସ୍କୃତିକ ମୂଲ୍ୟ ମଧ୍ୟ ରହିଛି। ଏହି କାରଣରୁ ସାରା ବିଶ୍ୱରେ ଭାରତ ହେଉଛି ସୁନାର ଦ୍ୱିତୀୟ ବୃହତ୍ତମ ଉପଭୋକ୍ତା। ଲୋକମାନେ ସେମାନଙ୍କ ଆର୍ଥିକ ଓ ସାମାଜିକ ଅବସ୍ଥା ନିର୍ବିଶେଷରେ ବିବାହାଦି ଉତ୍ସବ ପାଇଁ ସୁନା କିଣିଥାନ୍ତି। ବିନା ସୁନା ଦିଆନିଆରେ ଭାରତରେ କୌଣସି ବିବାହ ଉତ୍ସବ ଅନୁଷ୍ଠିତ ହୁଏ ନାହିଁ। ଧନତେରସ, ଦୀପାବଳି ଓ ଦଶହରା ପରି ଉତ୍ସବରେ ସୁନା କିଣିବାକୁ ଲୋକେ ଶୁଭ ବୋଲି ବିଚାର କରିଥାନ୍ତି। ତେବେ ବର୍ତ୍ତମାନ ସୁନାର ମୂଲ୍ୟ ହ୍ରାସ ପାଇବାର କୌଣସି ସମ୍ଭାବନା ନ ଥିବାରୁ ଆସନ୍ତା ଦୀପାବଳିରେ ସୁନାବିକ୍ରି ଆଶାତୀତ ଭାବେ ହ୍ରାସ ପାଇବା ଅବଶ୍ୟମ୍ଭାବୀ। ଏଥର ସୁନାବିକ୍ରି ଅନ୍ତତଃ ୫୦ ପ୍ରତିଶତ ହ୍ରାସ ପାଇବ ବୋଲି ଅନୁମାନ କରାଯାଉଛି। ସେପ୍ଟେମ୍ବର ମାସରେ ସୁନା ଆମଦାନି ତିନିବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚିଥିଲା। ଗତମାସରେ ପ୍ରାୟ ୨୬ ଟନ୍‌ ସୁନା ଆମ ଦେଶକୁ ଆମଦାନି କରାଯାଇଥିଲା, ଯାହା ଗତବର୍ଷ ସେପ୍ଟେମ୍ବର ମାସ ତୁଳନାରେ ପ୍ରାୟ ୮୦ ପ୍ରତିଶତ କମ୍‌। ଚଳିତ ଅକ୍ଟୋବର ମାସରେ ବି ସୁନା ଆମଦାନିରେ ବିଶେଷ କିଛି ଉନ୍ନତି ଘଟି ନାହିଁ। ଚାହିଦା ହ୍ରାସର ଆଉ ଗୋଟିଏ କାରଣ ହେଉଛି ଏ ବର୍ଷ ଖୁଚୁରା ବିକ୍ରେତାମାନେ ସେମାନଙ୍କ ରିହାତି ମଧ୍ୟ ହ୍ରାସ କରିଛନ୍ତି। ରିହାତି ହ୍ରାସର ସମ୍ଭାବ୍ୟ କାରଣ ହେଉଛି ସୀମିତ ଯୋଗାଣ ଏବଂ ମେଶିନତିଆରି ଗହଣା ଓ ସୁନାମୋହର ରପ୍ତାନି ପାଇଁ ଆଡ୍‌ଭାନ୍ସ ଅଥରାଇଜେଶନ ଯୋଜନାରେ ଶୁଳ୍କମୁକ୍ତ ସୁନା ଆମଦାନି ବ୍ୟବସ୍ଥାର ପ୍ରତ୍ୟାହାର। ଏଥି ସହ ଯୋଗାଣ ହ୍ରାସ ପାଇବାରୁ ଗତ ପ୍ରାୟ ସପ୍ତାହେ ଭିତରେ ଆମଦାନୀ ସୁନା ମୂଲ୍ୟରେ ଦିଆଯାଉଥିବା ରିହାତି ହ୍ରାସ ପାଇଛି। ସେ ଯାହା ହେଉ ରିହାତି ହ୍ରାସକୁ ଦେଖି ଅର୍ଥନୀତିରେ ସୁଧାର ଆସିଲା ବୋଲି ଭାବିବା ଉଚିତ ନୁହେଁ। ବରଂ ଏହା ଏକ ସଂରଚନାତ୍ମକ ସମନ୍ବୟ (ଷ୍ଟ୍ରକ୍ଚରାଲ ଆଡ୍‌ଜଷ୍ଟମେଣ୍ଟ)। ମୋଟ ଉପରେ ସୁନାର ମାତ୍ରାଧିକ ମୂଲ୍ୟବୃଦ୍ଧି ଚଳିତବର୍ଷର ଦୀପାବଳିରେ ସୁନା ବଜାରକୁ ଫିକା ପକାଇଦେବ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri