ଆଜିଠୁ ଚନ୍ଦନଯାତ୍ରା: କଟକଣା ପାଇଁ ନରେନ୍ଦ୍ର ସରୋବରକୁ ବିଜେ କରିବେନି ମହାପ୍ରଭୁ, ଶ୍ରୀମନ୍ଦିର ଭିତରେ ସମ୍ପନ୍ନ ହେବ ବିଧି

ପୁରୀ ଅଫିସ,୨୬।୪: ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥାଏ ଚନ୍ଦନ ଯାତ୍ରା। ତେଣୁ ରବିବାରଠାରୁ ୨୧ ଦିନିଆ ବାହାର ଚନ୍ଦନ ଯାତ୍ରାରେ ଜଳକ୍ରୀଡ଼ା କରିବେ ମହାପ୍ରଭୁ। କିନ୍ତୁ କରୋନା କଟକଣା ପାଇଁ ଏ ବର୍ଷ ନରେନ୍ଦ୍ର ସରୋବରକୁ ବିଜେ କରିବେନି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଏବଂ ପଞ୍ଚ ମହାଦେବ। ଶ୍ରୀମନ୍ଦିର ଭିତରେ ହିଁ ସମ୍ପନ୍ନ ହେବ ଚନ୍ଦନ ଯାତ୍ରାର ବିଧି। ସେହିପରି ଅକ୍ଷୟ ତୃତୀୟା ନୀତି ବି ମେଘନାଦ ପାଚେରି ପରିସରରେ କରାଯିବ। ଚାହାଣି ମଣ୍ଡପ ଏବଂ ସ୍ନାନବେଦି ମଧ୍ୟଭାଗରେ ରଥ ନିର୍ମାଣ ଅନୁକୂଳ ହେବ। ଶନିବାର ଜିଲାପାଳ ବଲୱନ୍ତ ସିଂଙ୍କ ଅଧ୍ୟକ୍ଷତାରେ ସମ୍ପୃକ୍ତ ସେବାୟତଙ୍କ ସହ ହୋଇଥିବା ବୈଠକରେ ମେଘନାଦ ପାଚେରି ଭିତରେ କେଉଁଠି କିଭଳି ଠାକୁରଙ୍କ ନୀତିକାନ୍ତି ସୁରୁଖୁରରେ ସମ୍ପନ୍ନ ହେବ ତାହା ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ରଥ ଅନୁକୂଳ ଏବଂ ବାହାର ଚନ୍ଦନ ଯାତ୍ରା ମନ୍ଦିର ଭିତରେ ହେବାର କୌଣସି ପ୍ରମାଣ ନ ଥିବାବେଳେ ଏ ବର୍ଷ କରୋନା ପାଇଁ ଶ୍ରୀମନ୍ଦିର ଇତିହାସରେ ଏକ ବିରଳ ଘଟଣା ଘଟିବାକୁ ଯାଉଛି।

ପ୍ରତିବର୍ଷ ଅକ୍ଷୟ ତୃତୀୟାରେ ମହାପ୍ରଭୁଙ୍କ ରଥ ନିର୍ମାଣ ଅନୁକୂଳ ହୋଇଥାଏ। ଏହି ପବିତ୍ର ତିଥିରୁ ଠାକୁରଙ୍କ ଚନ୍ଦନ ଯାତ୍ରା ମଧ୍ୟ ଆରମ୍ଭ ହୁଏ। ଚଳିତବର୍ଷ ମହାମାରୀ କରୋନା ପାଇଁ ମେ ୩ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ ଥିବାରୁ କିପରି ଠାକୁରଙ୍କ ନୀତିକାନ୍ତି ସମ୍ପନ୍ନ କରାଯିବ ସେ ନେଇ ଶୁକ୍ରବାର ଜଗଦଗୁରୁ ଶଙ୍କରାଚାର୍ଯ୍ୟ ମାର୍ଗଦଶନ କରିଥିଲେ। ଲକ୍‌ଡାଉନ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସମସ୍ତ ବିଧି ମନ୍ଦିର ପରିସରରେ କରିବାକୁ ପରାମର୍ଶ ଦେଇଥିଲେ। ସେହି ଅନୁଯାୟୀ ଜିଲାପାଳ ଅକ୍ଷୟ ତୃତୀୟା ଏବଂ ଚନ୍ଦନ ଯାତ୍ରା ନୀତି ସହ ସମ୍ପୃକ୍ତ ସେବକଙ୍କୁ ଡାକି ମନ୍ଦିର ପରିସର କେଉଁ ସ୍ଥାନରେ କିପରି କରାଯାଇପାରିବ ସେନେଇ ଆଲୋଚନା କରିଥିଲେ। ପ୍ରଥମେ ପଞ୍ଚମହାଦେବ ସେବାୟତଙ୍କ ସହ ଆଲୋଚନା ହୋଇଥିଲା। ପରେ ପୂଜାପଣ୍ଡା ସେବାୟତ, ପରିଚାଳନା କମିଟି ସଦସ୍ୟ ଏବଂ ଅନ୍ୟ ସେବାୟତଙ୍କ ସହ ଆଲୋଚନା କରାଯାଇଥିଲା। ଏଭଳି ପ୍ରତିକୂଳ ପରିସ୍ଥିତିରେ ଜନସମାଜର ସ୍ବାର୍ଥ ଏବଂ ମହାପ୍ରଭୁଙ୍କ ବିଧି ପରମ୍ପରା ଯେପରି ରକ୍ଷା ହୋଇପାରିବ ସେଥିରେ ସହଯୋଗ କରିବେ ବୋଲି ସମସ୍ତେ ସହମତି ପ୍ରକାଶ କରିଥିଲେ।

ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ବେଢ଼ା ପରିସର ଜଳକ୍ରୀଡ଼ା ମଣ୍ଡପ ନିକଟରେ ଚନ୍ଦନ ଯାତ୍ରା ନୀତି କରାଯିବ। ପୂର୍ବରୁ ଏଠାରେ ଗୋଟିଏ କୁଣ୍ଡ ରହିଛି। ଏହି କୁଣ୍ଡରେ ଭିତର ଚନ୍ଦନ ଯାତ୍ରାରେ ଶ୍ରୀଦେବୀ ଏବଂ ମଦନମୋହନ ଜଳକ୍ରୀଡ଼ା କରିଥାନ୍ତି। ତେଣୁ ଏଥର ବାହାର ଚନ୍ଦନ ଯାତ୍ରା ପାଇଁ ରାମ କୃଷ୍ଣ ଏବଂ ପଞ୍ଚ ମହାଦେବ (ଯମେଶ୍ୱର, ଲୋକନାଥ, ମାର୍କଣ୍ଡେଶ୍ୱର, କପାଳମୋଚନ ଓ ନୀଳକଣ୍ଠେଶ୍ୱର)ଙ୍କ ପାଇଁ ୨ଟି କୁଣ୍ଡ ତିଆରି ହେବ। ଏହି କୁଣ୍ଡ ପିତ୍ତଳ କିମ୍ବା ଗ୍ରାନାଇଟ୍‌ରେ ତିଆରି କରାଯାଇ ପ୍ରତିଷ୍ଠା କରାଯିବ। ସାଙ୍କେତିକ ଜଳକ୍ରୀଡ଼ା କରିବେ ସମସ୍ତ ଠାକୁର। ସେହିପରି ପ୍ରତିବର୍ଷ ନରେନ୍ଦ୍ର ପୁଷ୍କରିଣୀ ଚନ୍ଦନ ଚକଡ଼ାରେ ଭୋଗ ପାଇଁ ମାଣ୍ଡୁଅ ପ୍ରସ୍ତୁତ ହୋଇଥାଏ। ମାତ୍ର ଏଥର ମହାଲକ୍ଷ୍ମୀଙ୍କ ରୋଷରେ ମାଣ୍ଡୁଅ ପ୍ରସ୍ତୁତ କରାଯାଇ ଠାକୁରଙ୍କ ପାଖରେ ଭୋଗ ଲାଗି ହେବ। ଏହାଛଡ଼ା ରାତିଚାପ ସହ ଯେଉଁ ନୀତି ନରେନ୍ଦ୍ର ପୁଷ୍କରିଣୀରେ କରାଯାଏ ସମସ୍ତ ନୀତି ମନ୍ଦିର ଭିତରେ କରାଯିବ। ବିଗତ ବର୍ଷଗୁଡ଼ିକରେ ବାହାର ଚନ୍ଦନ ଯାତ୍ରା ୨୧ ଦିନ ପଞ୍ଚମହାଦେବ ନୀତି ସାରି ସ୍ବମନ୍ଦିରକୁ ବିଜେ କରିଥାନ୍ତି। କିନ୍ତୁ ଏଥର ବର୍ଷତମାମ୍‌ ଶ୍ରୀମନ୍ଦିରରେ ଯେଉଁଠାରେ ଥାନ୍ତି ସେହିଠାକୁ ହିଁ ବିଜେ କରିବେ ବୋଲି ଲୋକନାଥ ମନ୍ଦିର ସେବାୟତ ସନ୍ତୋଷ କୁମାର ପଣ୍ଡା କହିଛନ୍ତି।

ସୂଚନାଥାଉ କି, ପ୍ରତିବର୍ଷ ବାହାର ଚନ୍ଦନ ଯାତ୍ରାରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ରାମକୃଷ୍ଣ ପାଲିଙ୍କିରେ ସବା ଆଗରେ, ତାଙ୍କ ପଛକୁ ମଣି ବିମାନରେ ଶ୍ରୀଦେବୀ, ଭୂଦେବୀ ଓ ମଦନମୋହନ ଏବଂ ସବା ପଛରେ ପଞ୍ଚ ମହାଦେବ ବିମାନରେ ବସି ନରେନ୍ଦ୍ର ସରୋବରକୁ ଯାତ୍ରା କରିଥାନ୍ତି। ନରେନ୍ଦ୍ର ପୁଷ୍କରିଣୀରେ ପହଞ୍ଚତ୍ବା ପରେ ଠାକୁରମାନେ ଜଳକ୍ରୀଡ଼ା କରିଥାନ୍ତି। ଜଗତି ଉପରେ ଥିବା କୁଣ୍ଡରେ ସ୍ନାନ ପରେ ମାଣ୍ଡୁଅ ଭୋଗ ହୋଇଥାଏ। ପରେ ବେଶ ହୋଇ ଠାକୁରମାନେ ରାତ୍ର ଚାପରେ ସାମିଲ ହୋଇଥାନ୍ତି। ଚାପ ସରିବା ପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀମନ୍ଦିରକୁ ଏବଂ ପଞ୍ଚ ମହାଦେବ ସ୍ବମନ୍ଦିରକୁ ବିଜେ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାହିତ୍ୟ ଦର୍ପଣ ପକ୍ଷରୁ ମହାବିନାୟକ କବିତା ଉତ୍ସବ

ଚଣ୍ଡିଖୋଲ,୧୯ା୮(ଡି.ଏନ୍‌.ଏ.):  ଚଣ୍ଡିଖୋଲସ୍ଥିତ ବିଜୁ କଲ୍ୟାଣ ମଣ୍ଢପ ପରିସରରେ ସାହିତ୍ୟ ଦର୍ପଣ ପର୍ତିକା ପକ୍ଷରୁ ରବିବାର ରାଜ୍ୟସ୍ତରୀୟ ମହାବିନାୟକ କବିତା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବଡ଼ଚଣା ବିଧାୟକ...

କୋଟିଏ ଟଙ୍କାର କଦଳୀ ଫସଲ ନଷ୍ଟ

ଛେଣ୍ଡିପଦା,୨୧।୩(ସ୍ବ.ପ୍ର.) ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଅଞ୍ଚଳର କଦଳୀ ଚାଷୀଙ୍କ ପାଇଁ କାଳ ହୋଇଛି କାଳବୈଶାଖୀ। ଗତ ଗୁରୁବାର ହୋଇଥିବା କାଳବୈଶାଖୀରେ ବ୍ଲକର ୫୦୦ରୁ ଊର୍ଦ୍ଧ୍ୱ...

ଟ୍ରାକ୍ଟର ଡାଲାରୁ ଖସି ଯୁବକଙ୍କ ପ୍ରାଣଗଲା

ତୁମୁଡିବନ୍ଧ,୨୫।୫(ଡି.ଏନ୍‌.ଏ.)- ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ ଟ୍ରାକ୍ଟର ଡାଲାରୁ ଖସିପଡି ଜଣେ ଯୁବକଙ୍କର ଶନିବାର ମୃତ୍ୟୁ ହୋଇଛି। ସେ ହେଲେ ତୁମୁଡିବନ୍ଧ ପଞ୍ଚାୟତ ଝରିଆପଦା ଗ୍ରାମର ବାଲେଶ୍ୱର...

ସୁବର୍ଣ୍ଣପୁରରେ ସ୍ବାଧୀନତା ଦିବସ

ସୋନପୁର,୧୫।୮(ନିି.ପ୍ର.): ସୁବର୍ଣ୍ଣପୁର ଷ୍ଟାଡିୟମରେ ୭୩ତମ ଜିଲାସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଜିଲାପାଳ ମନୀଷା ବାନାର୍ଜୀ ପତାକା ଉତ୍ତୋଳନ କରିବା ସହିତ ସମ୍ମିଳିତ ପରେଡ୍‌ରେ ଅଭିବାଦନ...

‘ଏ ପର୍ଯ୍ୟନ୍ତ ପିପିଲି ପୀଡ଼ିତାଙ୍କୁ ନ୍ୟାୟ ମିଳିନି’

ଭୁବନେଶ୍ୱର, ୩୦।୧୧(ବ୍ୟୁରୋ): ବହୁ ଚର୍ଚ୍ଚିତ ପିପିଲିର ବେବିନା ଗଣବଳାତ୍କାର ଘଟଣାକୁ ସୋମବାର ୧୦ବର୍ଷ ପୂରିଛି। ହେଲେ ଏପର୍ଯ୍ୟନ୍ତ ଅପରାଧୀମାନେ ଦଣ୍ଡ ପାଇନାହାନ୍ତି କି ତଦନ୍ତ କମିଶନ...

ଚାଷ ଜମିରୁ ବ୍ୟାପିଛି ନିଆଁ

ସମ୍ବଲପୁର,୯ା୩(ବ୍ୟୁରୋ): ସମଗ୍ର ରାଜ୍ୟରେ ଜଙ୍ଗଲ ଅସୁରକ୍ଷିତ। ନିଆଁ ଆଁରେ ପୋଡ଼ି ପାଉଁଶ ହେଉଛି ମୂଲ୍ୟବାନ ବୃକ୍ଷଲତା। ବିପଦରେ ବନ୍ୟପ୍ରାଣୀଙ୍କ ଜୀବନ। ସମ୍ବଲପୁର ବନଖଣ୍ଡ ମଧ୍ୟ ଏଥିରୁ...

ଭୁବନେଶ୍ୱରରୁ ଆଜି ୫୮୦ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୩।୯(ବ୍ୟୁରୋ)-ଭୁବନେଶ୍ୱର ମହାନଗର ନିଗମ(ବିଏମସି)ରୁ ଆଜି ପୁଣି ୫୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ କ୍ୱାରାଣ୍ଟାଇନରୁ ୨୨୧ଜଣ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ...

ବିଧାନସଭାରେ ଶୋକ

ଭୁବନେଶ୍ୱର, ୧୧।୩(ବ୍ୟୁରୋ): ବିଧାନସଭାରେ ପୂର୍ବତନ ସଦସ୍ୟଙ୍କ ବିୟୋଗରେ ଗୃହରେ ବୁଧବାର ଶୋକ କରାଯାଇଛି। ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହର ନେତା...

Advertisement
Archives

Model This Week