Posted inଜାତୀୟ

ଆଗାଥାଙ୍କୁ ଅଭିନନ୍ଦନ

ନୂଆଦିଲ୍ଲୀ,୨୨-୧୧:ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ତୁରା ଏମ୍‌ପି ଆଗାଥା ସଙ୍ଗ୍‌ମା ଗୁରୁବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଲୋକ ସଭାର ପୂର୍ବତନ ବାଚସ୍ପତି ସ୍ବର୍ଗତ ପି.ଏ. ସଙ୍ଗ୍‌ମାଙ୍କ ଝିଅ ତଥା ମେଘାଳୟ ମୁଖ୍ୟମନ୍ତ୍ରୀ କନ୍‌ରାଡ୍‌ ସଙ୍ଗ୍‌ମାଙ୍କ ଭଉଣୀ ଆଗାଥା ପାଟ୍ରିକ୍‌ ରୋଙ୍ଗମା ମାରାକଙ୍କୁ ବିବାହ କରିଛନ୍ତି। ପାଟ୍ରିକ୍‌ ଶିଲଂସ୍ଥିତ ନର୍ଥ ଇଷ୍ଟର୍ନ ଇନ୍ଦିରା ଗାନ୍ଧୀ ରିଜିଓନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହେଲ୍‌ଥ ଆଣ୍ଡ ମେଡିକାଲ୍‌ ସାଇନ୍ସେସ୍‌ରେ କାର୍ଯ୍ୟ କରନ୍ତି। ଏହି ପରିପ୍ରେକ୍ଷୀରେ କନରାଡ୍‌ଙ୍କ ଏକ ଟୁଇଟ୍‌କୁ ନେଇ ପ୍ରତିକ୍ରିୟା ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କହିଛନ୍ତି, ଏହି ଶୁଭ ଅବସରରେ ଆଗାଥା ଓ ପାଟ୍ରିକ୍‌ଙ୍କୁ ଶୁଭେଚ୍ଛା। ବନ୍ଧୁ ସ୍ବର୍ଗତ ସଙ୍ଗମା ଜୀବିତ ଥିଲେ ଝିଅର ବାହାଘର ଦେଖି ଖୁସି ହୋଇଥାନ୍ତେ।


Enter your email to get our daily news in your inbox.

All Right Reserved By Dharitri.Com

ପାକ୍‌ ବାନ୍ଧବୀଙ୍କ ଲାଗି ଫସିଲେ

ନୂଆଦିଲ୍ଲୀ,୧୮।୭: ଭାରତ-ପାକିସ୍ତାନ ସୀମାନ୍ତରୁ ଜଣେ ମହାରାଷ୍ଟ୍ରର ଯୁବକଙ୍କୁ ଗିରଫ କରାଯାଇଛି। ପାକିସ୍ତାନର ଜଣେ ବାନ୍ଧବୀଙ୍କୁ ଦେଖାକରିବା ଲାଗି ସେ ଗୁଜରାଟର କଚ୍ଛ ଦେଇ ପାକିସ୍ତାନ ଯାଉଥିବାବେଳେ...

ଭାରତୀୟ ବେଶଭୂଷାରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି

ନୂଆଦିଲ୍ଲୀ,୧୫।୧: ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ତଥା ଆମାଜନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଜେଫ୍‌ ବେଜୋସ ୩ ଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି।...

ବାଚସ୍ପତି ପଦରୁ ଇସ୍ତଫା ଦେଲେ ରମେଶ

ବେଙ୍ଗାଲୁର୍‌,୨୯।୭: କର୍ନାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା ବିଧାନସଭାରେ ଆସ୍ଥା ଭୋଟ୍‌ରେ ବିଜୟ ହେବା ପରେ ବାଚସ୍ପତି କେ. ଆର୍‌. ରମେଶ କୁମାର ନିଜ ପଦରୁ ଇସ୍ତଫା...

ସେପ୍ଟେମ୍ବର ୧ ରୁ ସ୍ବାଭାବିକ ଭାବେ କାର୍ଯ୍ୟ କରିବ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୩୦।୮: ସୁପ୍ରିମ୍‌କୋର୍ଟ ସେପ୍ଟେମ୍ବର ୧ଠାରୁ ସ୍ବାଭାବିକ ଭାବେ କାର୍ଯ୍ୟ କରିବ। ଦୀର୍ଘ ୧୭ମାସ ଧରି ସୁପ୍ରିମ୍‌କୋର୍ଟରେ ପୁଣି ସାଧାରଣ ଭାବେ ଶୁଣାଣି କରାଯିବ। ତେବେ ଭର୍ଚ୍ୟୁଆଲ୍‌...

କରୋନାକୁ ରୋକିବାରେ ସମ୍ପୂର୍ଣ୍ଣ ସମର୍ଥ ନୁହେଁ ବିସିଜି ପ୍ରତିଷେଧକ ଟୀକା: ପ୍ରଭାବ ରୁହେ ମାତ୍ର ୧୫ ବର୍ଷ !

ନୂଆଦିଲ୍ଲୀ,୧୮।୪: ଭାରତରେ କରୋନା ସଂକ୍ରମଣର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଜାରି ରହିଛି। ତେବେ କରୋନା ସଂକ୍ରମଣକୁ ରୋକିବା ନେଇ ନାନା ଉଦ୍ୟମ ଅବ୍ୟାହତ...

ଗାଙ୍ଗୁଲିଙ୍କ ବଡ଼ ଭାଇ ଅସୁସ୍ଥ

କୋଲକାତା,୧୪।୮: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ବଡ଼ ଭାଇ ସ୍ନେହାଶିଷ ଅସୁସ୍ଥ ହୋଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପାକସ୍ଥଳୀରେ...

ଅନିଲ ଧସମାନା ଏନ୍‌ଟିଆର୍‌ଓ ଅଧ୍ୟକ୍ଷ

ନୂଆଦିଲ୍ଲୀ, ୧୯ା୯: ଜାତୀୟ ବୈଷୟିକ ଅନୁସନ୍ଧାନ ସଙ୍ଗଠନ (ଏନ୍‌ଟିଆର୍‌ଓ)ର ନୂତନ ଅଧ୍ୟକ୍ଷ ଭାବେ ରିସର୍ଚ୍ଚ ଆଣ୍ଡ ଆନାଲିସିସ ୱିଙ୍ଗ (ର’) ର ପୂର୍ବତନ ମୁଖ୍ୟ ଅନିଲ...

ବାରାଣସୀରେ ‘ଦେବ ଦୀପାବଳି’ ମନାଇବେ ମୋଦି: ଗଙ୍ଗା ଘାଟରେ ଜଳାଯିବ ୧୧ଲକ୍ଷ ଦୀପ

ବାରାଣସୀ,୩୦।୧୧: ଅଯୋଧ୍ୟାରେ ଦୀପାବଳି ପାଳନ କରାଯିବା ପରେ ଏବେ ଉତ୍ତରପ୍ରଦେଶ ସରକାର ବାରାଣସୀରେ ‘ଦେବ ଦୀପାବଳି’ର ଭବ୍ୟ ଆୟୋଜନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

Advertisement


Archives

Model This Week