ଆଖୁ ରସରେ ସ୍ନାନ କଲେ ଲଡୁବାବା

ନୟାଗଡ଼ ଅଫିସ,୧୩।୧୧-ନୟାଗଡ଼ ଜିଲା ଶରଣକୁଳ ଲଡୁବାବାଙ୍କ ପୀଠରେ ପାଞ୍ଚଦିନ ଧରି ଚାଲୁ ରହିଥିବା ପଞ୍ଚୁକ ଯାତ୍ରା ମଙ୍ଗଳବାର ଶେଷ ହୋଇଛି। ପବିତ୍ର ରାସପୂର୍ଣ୍ଣିମାରେ ଲଡ଼ୁବାବା କୈଳାସ ପର୍ବତ ଉପତ୍ାଟନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ। ସେହିଭଳି ନିଆରା ପରମ୍ପରାକୁ ଭିତ୍ତିକରି ପ୍ରଭୁଙ୍କୁ ଆଖୁରସରେ ସ୍ନାନ କରାଯାଇଥିଲା।
ଯେ ଲଡ଼ୁବାବା ହେଉଛନ୍ତି ହରିହର ସମ୍ବଳିତ ଛତ୍ରାକାରା ଫୁଟି ଲିଙ୍ଗ, ଯାହାଙ୍କର ଅର୍ଦ୍ଧାଙ୍ଗ ଶିବ ଓ ଅର୍ଦ୍ଧାଙ୍ଗ ବିଷ୍ଣୁ। ଏଠାରେ କେଉଁ ଆଦିମ କାଳରୁ ବିଷ୍ଣୁ ଓ ଶିବଙ୍କର ସମସ୍ତ ଯାନିଯାତ୍ରା ଓ ନୀତିକାନ୍ତି ପାଳନ କରାଯାଉଛି। ମଙ୍ଗଳବାର ଭୋର ୩ଟା ସମୟରେ ଠାକୁରଙ୍କ ନୀତିକାନ୍ତି ସମାପ୍ତ ପରେ ଠାକୁରଙ୍କୁ କ୍ଷୀର ଅଭିଷେକ କରାଯିବା ପରିବର୍ତ୍ତେ ଆଖୁରସରେ ଅଭିଷେକ କରାଯାଇଥିଲା । ପରେ ଫୁଲ ଚନ୍ଦନ ଓ ବେଲପତ୍ର ଚଢ଼ାଯାଇ ଠାକୁରଙ୍କୁ କୈଳାସ ପର୍ବତ ବେଶରେ ଭୂଷିତ କରାଯାଇଥିଲା। ମନ୍ଦିର ଚୂଳରେ ପ୍ରଶାସନ ପକ୍ଷରୁ ବାନା ବନ୍ଧନ କରାଯାଇଥିଲା।
କିମ୍ବଦନ୍ତୀ ଅନୁଯାୟୀ, ମହାପରାକ୍ରମୀ ରାବଣ ନିଜକୁ ଦିଗ୍‌ବିଜୟୀ ଓ ଅମର କରିବା ପାଇଁ ମହାପ୍ରଭୁ ଶିବଙ୍କୁ ଆରାଧନା କରିବା ସହିତ ତପସ୍ୟା କରିଥିଲା। ତପ ବଳରେ ପ୍ରଭୁଙ୍କୁ ସନ୍ତୁଷ୍ଟ କରି ନ ପାରିବାରୁ କ୍ରୋଧବଶତଃ କୈଳାସ ପର୍ବତକୁ ଉପତ୍ାଟନ କରିବା ପାଇଁ ତା’ର ପରାକ୍ରମ ଦେଖାଇଥିଲା। ମହାପ୍ରଭୁ ଶିବ ରାବଣର ଗର୍ବ ଖଣ୍ଡନ କରି ଏକ ନୂଆ ରୂପରେ ଆବର୍ଭୂତ ହୋଇଥିଲେ। ଏହି କିମ୍ବଦନ୍ତୀକୁ ବଜାୟ ରଖି ଲଡ଼ୁବାବାଙ୍କ ପୀଠରେ ପ୍ରତିବର୍ଷ ରାସପୂର୍ଣ୍ଣିମାରେ କୈଳାସ ପର୍ବତ ଉପତ୍ାଟନ ବେଶରେ ସଜ୍ଜିତ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି। ସନ୍ଧ୍ୟାରେ ଠାକୁରକୁ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପ୍ରଶାସନ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ସନ୍ଧ୍ୟାରେ ପାର୍ଶ୍ୱ ଦେବତା ରୂପେ ପୂଜା ପାଉଥିବା ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ମା’ ସୁଭଦ୍ରାଙ୍କ କାଞ୍ଚତ୍ ଅଭିଯାନ ବେଶ ଅନୁଷ୍ଠିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଟ୍ରମ୍ପଙ୍କ କଥା ଶୁଣିଲେନି ନେତାନ୍ୟାହୁ! ଆମେରିକା-ଇରାନ ଚୁକ୍ତିକୁ ଫୁ’ କରି ଲେବାନନ୍ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ

ଓ୍ବାଶିଂଟନ,୧୫।୬: ଇରାନ-ଆମେରିକା ଚୁକ୍ତିନାମା ସମ୍ପର୍କରେ ଉତ୍ସବ ପାଳନ କରୁଥିବା ବେଳେ ଇସ୍ରାଏଲ ଦକ୍ଷିଣ ଲେବାନନରେ ଡ୍ରୋନ ଆକ୍ରମଣ କରିଛି । ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନରେ…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri