ଆଖୁ କିଆରିରେ ଅନନ୍ୟା

ମୁମ୍ବାଇ: ବଲିଉଡ୍‌ ଷ୍ଟାରକିଡ୍‌ ଅନନ୍ୟା ପାଣ୍ଡେ ଏବେ ଖୁବ୍‌ ଚର୍ଚ୍ଚାରେ। ନିକଟରେ ତାଙ୍କର ଏକ ଫଟୋ ସାସିଆଲ ମିଡିଆରେ ଭାଇରାଲ ହୋଇଛି। ଯାହାକୁ ନେଇ ୟୁଜର୍ସ ଟ୍ରୋଲ୍‌ ମଧ୍ୟ କରିଛନ୍ତି। ଘଟଣା ହେଉଛି ଅନନ୍ୟା ଏକ ଆଖୁ କିଆରିରେ ଠିଆ ହୋଇଥିବାର ଫଟୋ ସୋସିଆଲ ମିଡିଆରେ ଶେୟାର କରିବା ପରେ ଏହା ଭାଇରାଲ ହୋଇଥିଲା। ଆଉ ଏହାକୁ ଦେଖିବା ପରେ ୟୁଜର୍ସ ଏକ ପୁରୁଣା କାହାଣୀକୁ ପୁଣିଥରେ ମନେପକାଇ ଦେଇଥିଲେ। କିଛିଦିନ ତଳେ ରାଜୀବ ମସନ୍ଦଙ୍କ ଶୋ’ରେ ଅନନ୍ୟା ଗଲିବୟ ଷ୍ଟାର ସିଦ୍ଧାନ୍ତ ଚତୁର୍ବେଦିଙ୍କ ସହ ପହଞ୍ଚିଥିଲେ। ସେଠାରେ ଅନନ୍ୟା ଯେତେବେଳେ ତାଙ୍କ ସଂଘର୍ଷର କାହାଣୀ କହିଥିଲେ ସେତେବେଳେ ସିଦ୍ଧାନ୍ତ ଗୋଟିଏ ଲାଇନରେ ତାଙ୍କ କଥାକୁ ବନ୍ଦ କରି ଦେଇଥିଲେ। ସିଦ୍ଧାନ୍ତ କହିଥିଲେ ‘ଯେଉଁଠି ଆମ ସ୍ବପ୍ନ ପୂରଣ ହେଉଛି ସେଠି ଏମାନଙ୍କ ସଂଘର୍ଷ ଆରମ୍ଭ ହେଉଛି’। ସିଦ୍ଧାନ୍ତଙ୍କ ଏହି କଥା ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥିଲା ଆଉ ଦର୍ଶକେ ଅନନ୍ୟାଙ୍କୁ ଖୁବ୍‌ ଟ୍ରୋଲ୍‌ କରିଥିଲେ। ଏହାତ ପୁରୁଣା କଥା ହେଲେ ଏବେ ଏହା ପୁଣିଥରେ ନୂଆ ହୋଇଯାଇଛି। ଅନନ୍ୟା ଆଖୁ କିଆରିରେ ଠିଆ ହୋଇଥିବାର ଫଟୋ ଶେୟାର କରିବା ପରେ ସୋସିଆଲ ମିଡିଆ ୟୁଜର୍ସ ଏହାକୁ ଲାଇକ୍‌ କରିବା ସହ କମେଣ୍ଟ ବକ୍ସରେ ଏମିତି ଲେଖିଛନ୍ତି ଯାହା ପୁରୁଣା କାହାଣୀକୁ ମନେ ପକାଇ ଦେଇଛି। ଜଣେ ଲେଖିଛନ୍ତି ଅନନ୍ୟା ଘାସ ସହ ବହୁତ ସଂଘର୍ଷ କରିଛନ୍ତି। ଆଉ ଜଣେ ଲେଖିଛନ୍ତି, କ୍ଷେତରେ କ’ଣ କରୁଛ? ଏମିତିତ ଦିଦିଙ୍କୁ ନିଜେ ଯାଇ କ୍ଷେତ ସମ୍ଭାଳିବାକୁ ପଡୁଛି ବୋଲି ଜଣେ ୟୁଜର ଲେଖିବା ସହ ଅନ୍ୟଜଣେ ହସିବା ଇମୋଜି ସହ ଲେଖିଛନ୍ତି, ଷ୍ଟ୍ରଗଲିଂ ଅନ୍‌ ନେକ୍ସଟ ଲେବଲ।


Enter your email to get our daily news in your inbox.

All Right Reserved By Dharitri.Com

ନିକ୍‌ଙ୍କ ବଲିଉଡ୍‌ ପ୍ରେମ

ଷ୍ଟାର୍‌ ଯିଏ ବଲିଉଡ୍‌ ଫିଲ୍ମ, ଗୀତ ଆଉ ଆକ୍ଟ୍ରେସଙ୍କ ପ୍ରେମରେ ପଡ଼ିଛନ୍ତି ଆଉ ବିବାହ ମଧ୍ୟ କରିଛନ୍ତି। ଆମେ କହୁଛୁ ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା...

ବରଯାତ୍ରୀରେ ବୁଢ଼ୀ ମାଉସୀଙ୍କଠୁ ମାଡ଼ ଖାଇଥିଲି

ଓଡ଼ିଆ ଟେଲିଭିଜନ ଦୁନିଆରେ ସୁଜିତ ପାଇକରାୟ ନାୟକ କମ୍‌, ଖଳନାୟକ ଭୂମିକାରେ ବେଶି ଦେଖିବାକୁ ମିଳନ୍ତି। ଭୁବନେଶ୍ୱରରେ ଜନ୍ମିତ ଏହି ଅଭିନେତା ନିଜର ବଳିଷ୍ଠ ଅଭିନୟ...

କୁକୁର ଫଜ୍‌ର ବେଲ୍ଟରେ ସୁଶାନ୍ତ ସିଂ ରାଜପୁତଙ୍କୁ କରାଯାଇଛି ହତ୍ୟା!

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଇତିମଧ୍ୟରେ ଏହି ମାମଲା ଇଡି ଓ ସିବିଆଇ ହାତକୁ...

ବଲିଉଡରେ ଡ୍ରଗ୍ସ ଲିଙ୍କ ମାମଲା: ଶ୍ରଦ୍ଧା କପୁର, ସାରା ଅଲି ଖାନଙ୍କୁ ଡାକିପାରେ ଏନ୍‌ସିବି!

ମୁମ୍ବାଇ,୨୧।୯-ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣାରେ ଡ୍ରଗ୍ସ ଲିଙ୍କକୁ ନେଇ ତଦନ୍ତ ଜାରି ରଖିଛି। ତେବେ ଏନ୍‌ସିବି ଖୁବଶିଘ୍ର...

ସୋସିଆଲ ମିଡିଆରେ ଚର୍ଚ୍ଚା ପାଲଟିଛି ପତ୍ରଲେଖାଙ୍କ ମଙ୍ଗଳସୂତ୍ର

ମୁମ୍ବାଇ: ଏବେ ବଲିଉଡ୍ ସେଲିବ୍ରିଟିଙ୍କ ବିବାହକୁ ନେଇ ଯେତିକି ଚର୍ଚ୍ଚା ଚାଲିଛି ସେତିକି ଚର୍ଚ୍ଚା ବି ତାଙ୍କ ବିବାହ ପରର କିଛି ଘଟଣାକୁ ନେଇ କରାଯାଉଛି...

‘ଜେମ୍ସ ବଣ୍ଡ’ ଫିଲ୍ମରେ କାମ କରିବାକୁ ଚାହୁଛନ୍ତି ମଲାଇକା

ବଲିଉଡ୍‌ ଅଭିନେତ୍ରୀ ତଥା ଆଇଟମ୍‌ ଗର୍ଲ ମଲାଇକା ଅରୋରାଙ୍କର ବର୍ତ୍ତମାନ ଅଭିନୟରେ କୌଣସି ଆଗ୍ରହ ନାହିଁ। ତେବେ ଯଦି ଜେମ୍ସ ବଣ୍ଡ ଫିଲ୍ମରେ କାମ କରିବାର...

ବିଧାୟକଙ୍କୁ ଅଜ୍ଞାନୀ, ମୁର୍ଖ କହିଲେ ସୋନମ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସୋନମ କପୁର ଫିଲ୍ମ ବ୍ୟତୀତ ସାମାଜିକ-ରାଜନୈତିକ ପ୍ରସଙ୍ଗରେ ନିଜର ମତ ଦେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ଅନେକ ପ୍ରସଙ୍ଗରେ ନିଜର...

ଗୁପ୍ତଚର ଭୂମିକାରେ କଙ୍ଗନା

ନୂଆଦିଲ୍ଲୀ: ଅଭିନେତ୍ରୀ କଙ୍ଗ୍‌ନା ରଣାଓ୍ବତ୍‌ ଅପକମିଂ ଆକ୍ସନ ଥ୍ରିଲର ‘ଧାକଡ଼’ରେ ଜଣେ ଗୁପ୍ତଚର ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି। ଏ ସମ୍ପର୍କରେ କଙ୍ଗ୍‌ନା କହନ୍ତି, ‘ଏହା...

Advertisement
Archives

Model This Week