ଆଖିରେ ରାଉଣ୍ଡର ବାଜି ଛାତ୍ର ଗୁରୁତର ହେବା ପ୍ରତିବାଦ: ଶିକ୍ଷକଙ୍କ ଅବହେଳାକୁ ନେଇ ସ୍କୁଲରେ ତାଲା ପକାଇଲେ ଅଭିଭାବକ

ତୁମୁଡ଼ିବନ୍ଧ,୧୯।୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ ମୁଣ୍ଡିଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ଛାତ୍ରଙ୍କ ଆଖିରେ ରାଉଣ୍ଡର ବାଜି ଗୁରୁତର ହେବା ଘଟଣା ପ୍ରତିବାଦରେ ଗୁରୁବାର ମୁଣ୍ଡିଗଡ଼ ଅଭିଭାବକମାନେ ଗୁରୁବାର ବିଦ୍ୟାଳୟକୁ ଦୁଇଘଣ୍ଟା ଯାଏ ତାଲା ପକାଇ ରଖିଥିଲେ। ଖବର ପାଇ ତୁମୁଡ଼ିବନ୍ଧ ବିଡିଓ ଜୟଦେବ ଦାସ, ବିଇଓ ଉଦ୍ଧବ ଚରଣ ନାୟକ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିବା ଜଣାପଡ଼ିଛି।

ଗତ ବୁଧବାର ପୂର୍ବାହ୍ନ ୧୧ଟା ସମୟରେ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ର ଓମ୍‌ ପ୍ରକାଶ ପରିଚ୍ଛା ରାଉଣ୍ଡରରେ ଖେଳୁଥିବା ବେଳେ ହଠାତ ବାଜିଯିବା ହେତୁ ଗୁରୁତର ହୋଇଥିଲେ। ଏପରିକି ପଢ଼ାଉଥିବା ଶିକ୍ଷୟିତ୍ରୀ ଏହାକୁ ହାଲୁକା ଭାବେ ନେଇ କାହାକୁ ଘଟଣା ସମ୍ପର୍କରେ ଜଣାଇ ନ ଥିଲେ। ମଧ୍ୟାହ୍ନ ଭୋଜନ ବିରତି ସମୟରେ ଛାତ୍ରଜଣଙ୍କ ଘରକୁ ଯାଇଥିଲେ। ଘଟଣା ଜଣାପଡ଼ିବା ତୁରନ୍ତ ପ୍ରଧାନ ଶିକ୍ଷକ ଛାତ୍ରଙ୍କୁ ପ୍ରଥମେ ତୁମୁଡ଼ିବନ୍ଧ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣି ଚିକିତ୍ସା କରାଇଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲିଗୁଡ଼ା ନିଆଯାଇଥିଲା। ସେଠାରୁ ବ୍ରହ୍ମପୁରକୁ ତାଙ୍କୁ ସ୍ଥାନାନ୍ତର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୮୨ ଅଙ୍ଗନଓ୍ବାଡ଼ି କେନ୍ଦ୍ରର ନାହିଁ ନିଜସ୍ବ ଗୃହ

ନାଉଗାଁ,୫ା୧୧(ସ୍ବ.ପ୍ର.): ନାଉଗାଁ ବ୍ଲକରେ ମୋଟ୍‌ ୧୧୯ ଅଙ୍ଗନଓ୍ବାଡି କେନ୍ଦ୍ର ରହିଛି। ସେଥିମଧ୍ୟରୁ ୩୭ କେନ୍ଦ୍ରର ନିଜସ୍ବ ଗୃହ ଥିବାବେଳେ ୮୨କେନ୍ଦ୍ରର ନିଜସ୍ବ ଗୃହ ନାହିଁ। ଫଳରେ...

ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ପୁଣି ଉଚ୍ଛେଦ ଆରମ୍ଭ: ୩ ଘରୋଇ ପ୍ଲଟ ଉଚ୍ଛେଦ ଲାଗି ଯୋଜନା

ପୁରୀ ଅଫିସ,୨୧ା୮: ଶ୍ରୀମନ୍ଦିର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ପାଇଁ ମେଘନା’ ପାଚେରୀ କଡ଼ରୁ ୭୫ ମିଟର ପରିଧି ମଧ୍ୟରେ ଥିବା ଜାଗା ଖାଲି କରାଯିବ ।...

‘ପ୍ରତ୍ୟେକ ବ୍ୟକ୍ତି ଚାରାରୋପଣ କରିବା ଦରକାର’

ବାରିପଦା ଅଫିସ, ୧୫ା୨- ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ (ଜଳବାୟୁ ପରିବର୍ତ୍ତନ ସେଲ) ପକ୍ଷରୁ ଜଳବାୟୁ ପରିବତ୍ତର୍ର୍ନ ସମ୍ପର୍କିତ ଆଞ୍ଚଳିକସ୍ତରୀୟ ଦୁଇ ଦିନିଆ...

କୋଇଲା ଚୋରା ଚାଲାଣ ବେଳେ ୨ଟ୍ରକ ଜବତ

ବାସୁଦେବପୁର, ୨୨ା୧୨(ଡି.ଏନ୍‌.ଏ.)- ଭଦ୍ରକ ଜିଲା ବାସୁଦେବପୁର-ଧାମରା ରାସ୍ତାର ପାରାଛକ ନିକଟରୁ ବାସୁଦେବପୁର ପୋଲିସ ଶନିବାର ରାତ୍ରିକାଳୀନ ପାଟ୍ରୋଲିଂ ବେଳେ ଚୋରା କୋଇଲା ଭର୍ତ୍ତି ୨ଟି ଟ୍ରକକୁ...

ଶଯ୍ୟାଶାୟୀଙ୍କୁ ଘରେ ଟିକା

କଟକ ଅଫିସ,୧୧ା୧୦: ବାର୍ଦ୍ଧକ୍ୟ ଜନିତ ହେଉ କିମ୍ବା କୌଣସି ରୋଗରେ ଶଯ୍ୟାଶାୟୀ ଥିଲେ, ସେମାନେ ଘରେ ଟିକା ନେଇପାରିବେ। ଏ ନେଇ ସୋମବାର କଟକ ମହାନଗର...

୧୬ରୁ ପୁରୁଷୋତ୍ତମପୁର ସହର ଶଟ୍‌ଡାଉନ: ଆଇନ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ପୁରୁଷୋତ୍ତମପୁର, ୧୫।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିରେ କରୋନା ପଜିଟିଭଙ୍କ ସଂଖ୍ୟା ବଢିବାରେ ଲାଗିଛି। କେତେକ ଅମାନିଆ ଦୋକାନ ବଜାରରେ ସାମାଜିକ ଦୂରତ୍ୱ ରକ୍ଷା କରୁ...

୧୪୭ କେରଳ ଫେରନ୍ତାଙ୍କୁ ସ୍ବାଗତ କଲା ପ୍ରଶାସନ

ରାଜନଗର,୩ା୫(ଡି.ଏନ୍‌.ଏ.): କେରଳରେ ଫସିଥିବା ୧୪୭ ପ୍ରବାସୀ ଓଡ଼ିଆ ୪ଟି ବସ୍‌ରେ ଆସି ରବିବାର ଅପରାହ୍ନରେ ରାଜନଗରରେ ପହଞ୍ଚିଛନ୍ତି। ସେମାନେ ରାଜନଗର ବ୍ଲକ ମହିଷାସୁର ଯଜ୍ଞ ପଡ଼ିଆରେ ପହଞ୍ଚିବା...

ଜଳଯୋଗାଣ ପ୍ରକଳ୍ପ ନିର୍ମାଣସ୍ଥଳକୁ ନେଇ ଉତ୍ତେଜନା

ରାଇରଙ୍ଗପୁର,୨ା୨(ଡି.ଏନ୍‌.ଏ.): ରାଇରଙ୍ଗପୁର କଲେଜ ଛାତ୍ରୀନିବାସ ପଛପଟ ପାଚେରୀ ଏବଂ ଖେଳପଡ଼ିଆ ପାର୍ଶ୍ୱରେ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ ନିର୍ମାଣସ୍ଥଳକୁ ନେଇ ବିବାଦ ଦେଖାଦେଇଛି। ରାଇରଙ୍ଗପୁର ବ୍ଲକ ଅଧୀନ...

Advertisement
Archives

Model This Week