ଆଖଣ୍ଡଳମଣିଙ୍କ ପାଇଁ ଆସିଲା ଲଗ୍ନ ଚିଟାଉ

ଆରଡ଼ି, ୧୯।୫ (ଡି.ଏନ.ଏ.) – ଭଦ୍ରକ ଜିଲାର ପ୍ରସିଦ୍ଧ ବାବା ଆଖଣ୍ଡଳମଣିଙ୍କ ପୀଠ ଶନିବାର ଉତ୍ସବମୁଖର ରହିଥିଲା। ଆସନ୍ତା ଜୁନ୍‌ ୭ ତାରିଖରେ ଦେବଦେବ ମହାଦେବଙ୍କ ବିବାହ ସକାଶେ ଲଗ୍ନ ଧରା କାର୍ଯ୍ୟକ୍ରମ ଥିବାରୁ ସେବାୟତ ଓ ଭକ୍ତ ଉତ୍ସାହିତ ଥିଲେ। ପରମ୍ପରା ଅନୁଯାୟୀ ଅପରାହ୍ନରେ ସମ୍ପୂର୍ଣ୍ଣ ଲୌକିକ ରୀତିରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମାତା ପାର୍ବତୀଙ୍କ ପିତା ସାଜିଥିବା ବ୍ରହ୍ମପୁରସ୍ଥିତ ଚନ୍ଦ୍ରଶେଖର ଦାସଙ୍କ ପୁରୋହିତ ଚନ୍ଦ୍ରମଣି ପାଢ଼ୀଙ୍କ ବାସଭବନରେ ଲଗ୍ନ ଚିଟାଉ ଲେଖାଯାଇଥିଲା। ବେଦଜ୍ଞ ପୁରୋହିତଙ୍କ ମଙ୍ଗଳାଷ୍ଟକ ପାଠ ସାଙ୍ଗକୁ ହରିବୋଲ, ହୁଳହୁଳି, ଶଙ୍ଖଧ୍ୱନିରେ କନ୍ୟାପିତାଙ୍କ ଗୃହ ପ୍ରକମ୍ପିତ ହୋଇଉଠିଥିଲା। ବିଧି ଅନୁସାରେ ମଙ୍ଗଳବେଳାରେ ଲଗ୍ନ ଲେଖାଯାଇଥିଲା। ଏହି ଲଗ୍ନକୁ ଏକ ଚାନ୍ଦି ନିର୍ମିତ ରେକାବୀରେ ରଖି ମଙ୍ଗଳ ପ୍ରତୀକ ଲାଲକପଡ଼ା ଦ୍ୱାରା ଆବଦ୍ଧ କରାଯାଇଥିଲା। ପରେ ଅନ୍ୟ ଲଗ୍ନ ସାମଗ୍ରୀ ଯଥା ରତ୍ନହାର, ରତ୍ନମୁଦ୍ରିକା, ରୌପ୍ୟ ଓ କଂସା ଥାଳି, ପଞ୍ଚ ଦେବତାଙ୍କ ପୂଜା ଉପକରଣ, ରୌପ୍ୟ ଖଟୁଲି, ସପ୍ତ ପାଟଯୋଡ଼, ଅନ୍ୟାନ୍ୟ ଲଗ୍ନ ଉପକରଣ କନ୍ୟାପିତା ସମର୍ପଣ ପୂର୍ବକ ଲଗ୍ନ ମଣ୍ଡପରେ ରଖିଥିଲେ। ଏକ ବିରାଟ ଶୋଭାଯାତ୍ରାରେ ଯୋଡ଼ିମହୁରୀ, ଢୋଲର ତାଳେ ତାଳେ କୁଳପୁରୋହିତ, ମଧ୍ୟସ୍ଥି ଦେବର୍ଷି ନାରଦ, ଜ୍ୟୋତିଷଙ୍କ ସମେତ ୭ ଜଣ ସାମନ୍ତ ଲଗ୍ନ ଚିଟାଉ ଓ ଲଗ୍ନ ଉପକରଣ ନେଇ ବର ବାବା ଭୋଳାଶଙ୍କରଙ୍କ ପିତା ସାଜିଥିବା ବାଲେଶ୍ୱରସ୍ଥିତ କାର୍ତ୍ତିକ ବେହେରାଙ୍କ ପୁରୋହିତ ସୁଶାନ୍ତ ପାଢ଼ୀଙ୍କ ବାସଗୃହକୁ ଯାଇଥିଲେ। ଶୋଭାଯାତ୍ରାରେ ରାସ୍ତାଘାଟ କମ୍ପିଥିଲା। ଲଗ୍ନ ନେଇଆସିଥିବା ଅତିଥିମାନଙ୍କୁ ସେଠାରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହାପରେ ବରପିତା ପରମ୍ପରା ଅନୁସାରେ ମଧ୍ୟସ୍ଥି, ଜ୍ୟୋତିଷ, ପୁରୋହିତ, ସାମନ୍ତମାନଙ୍କୁ ଭୂରି ଭୋଜନରେ ଆପ୍ୟାୟିତ କରିଥିଲେ। ଏହି ଲଗ୍ନ ମହୋତ୍ସବ ଦେଖିବା ପାଇଁ ପୀଠରେ ଭିଡ଼ ପରିଲକ୍ଷିତ ହୋଇଥିଲା। ଆରଡ଼ିର ସମସ୍ତ ସେବାୟତଙ୍କ ଗୃହଦ୍ୱାରରେ ପୂର୍ଣ୍ଣକଳସ ଶୋଭା ପାଇଥିଲା। ଆଖଣ୍ଡଳମଣିଙ୍କ ଏହି ପବିତ୍ର ଲଗ୍ନ ମହୋତ୍ସବ ନିଜ ନିଜର କନ୍ୟାପୁତ୍ରଙ୍କର ସମାପିତ ହେଉଥିବା ଭଳି ସେବାୟତ ପରିବାର ମନେ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଅଗ୍ନି-୧’ର ପ୍ରଶିକ୍ଷଣ ଉତ୍‌କ୍ଷେପଣ ସଫଳ: ୧ ହଜାର କି.ଗ୍ରା. ପର୍ଯ୍ୟନ୍ତ ବହନ କରିବ ଯୁଦ୍ଧାସ୍ତ୍ର

ବାଲେଶ୍ୱର,୭ା୧୨(ମାନସ ବିଶ୍ୱାଳ): ଭଦ୍ରକ ଜିଲା ଧାମରାସ୍ଥିତ ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଗୁରୁବାର ସ୍ବଳ୍ପ ଦୂରଗାମୀ ବାଲିଷ୍ଟିକ କ୍ଷେପଣାସ୍ତ୍ର ‘ଅଗ୍ନି-୧’ର ପ୍ରଶିକ୍ଷଣ ଉତ୍‌କ୍ଷେପଣ ସଫଳ ହୋଇଛି।...

ଭାଙ୍ଗିଲା କୁମ୍ଭକ୍ଷେତ୍ରର ହାଣ୍ଡି ଭେଳା:  ପାଣି ଭିତରେ ପର୍ଯ୍ୟଟକ 

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ସିଆଡିମାଳ ପଞ୍ଚାୟତ ବାବନ୍ଧ ଗ୍ରାମରେ ଥିବା କୁମ୍ଭକ୍ଷେତ୍ରରେ ଅଘଟଣ  ଘଟିଛି। ହଠାତ୍‌ ହାଣ୍ଡି ଭେଳା...

ରାତିଅଧରେ ଘରେ ପଶି ଚଳାଇଲେ ୩ ରାଉଣ୍ଡ ଗୁଳି: ମହିଳା ଗୁରୁତର

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଘରେ ପଶି ମହିଳାଙ୍କୁ ଗୁଳି। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଧୀନ ରାଇପାଳ...

୧୫୩୮ ଶିକ୍ଷାନୁଷ୍ଠାନ ପରିସରରୁ ହଟିଲା ଟ୍ରାନ୍ସଫର୍ମର

ବାଲେଶ୍ୱର,୬।୧୨(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ଗୋଲେଇସ୍ଥିତ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏନ୍‌ଓଡିଏଲ୍‌) ବିଦ୍ୟୁତ୍‌ ସେବା ବିତରଣରେ ସୁରକ୍ଷା ତଥା ନିରାପତ୍ତାକୁ ସର୍ବଦା...

ଇଚ୍ଛାଶକ୍ତି ବଢ଼ିବାକୁ ପ୍ରେରଣା ଦେଇଛି

ଖଇରା, ୩।୧୨(ଉତ୍କଳବନ୍ଧୁ ପଣ୍ଡା)ଜନ୍ମରୁ ସେ ଥିଲେ ଦିବ୍ୟାଙ୍ଗ। କେବଳ ବୌଦ୍ଧିକ ଅନଗ୍ରସର ନ ଥିଲେ, ଗୋଡ ୨ଟି ମଧ୍ୟ ଠିକ୍‌ ଭାବେ ପଡୁ ନ ଥିଲା...

ଶୂନ୍ୟବ୍ରହ୍ମଙ୍କୁ ଆରାଧନା କଲେ ୫୦ ହଜାର ଶ୍ରଦ୍ଧାଳୁ

ଖଇରା,୨୮।୧୧(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକର କୁପାରୀସ୍ଥିତ ଐତିହାସିକ ଶୂନ୍ୟମଣ୍ଡପରେ ପଞ୍ଚୁକ ମେଳା ସୋମବାର ଅନୁଷ୍ଠିତ ହୋଇଯାଇଛି। ବାଲେଶ୍ୱର ସମେତ ଆଖପାଖ ଜିଲାରୁ ୫୦ହଜାରରୁ...

ଏଟିଏମ୍‌ କାଟି ଅଖାରେ ପୂରାଇ ନେଇଗଲେ ୨୦ ଲକ୍ଷ

ବାହାନଗା, ୨୭ା୧୧(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ବାହାନଗା ବଜାର ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ବଡଧରଣର ଲୁଟ୍‌ ହୋଇଛି। ବଜାରଠାରୁ ଶହେ ମିଟର...

ପୁରୀ ଯାଉଥିଲେ ରାସ୍ତାରେ ଜାଣିଲେ ନିଆଁ ଲାଗି ଜଳିଗଲା ଝିଅ ବାହାଘର ପାଇଁ ରଖିଥିବା ସୁନାଗହଣା, ନଗଦ ଟଙ୍କା

ଔପଦା, ୨୭।୧୧(ଧରିତ୍ରୀ ପଣ୍ଡା): ବାଲେଶ୍ୱର ଜିଲା ଔପଦା ବ୍ଲକ ଅଘିରାପଦା ପଞ୍ଚାୟତ ଗରୁଡ଼ହତା ଗ୍ରାମର ବସନ୍ତ ରାଉତ ଓ ତାଙ୍କ ସାନ ଭାଇ ଶ୍ରୀକାନ୍ତଙ୍କ ଘରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri