ଆକ୍ରମଣ ମାମଲା, ଅଭିଯୁକ୍ତଙ୍କୁ ବର୍ଷେ ଜେଲ

ଦିଗପହଣ୍ଡି, ୨ା୧୧ (ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟର ମାଜିଷ୍ଟ୍ରେଟ ବିଷ୍ଣୁ ପ୍ରସାଦ ଦେବତା ଶନିବାର ମାମଲା ନଂ. ଜି. ଆର ନଂ.୮୩/୨୦୧୦ ର ଶୁଣାଣୀ କରି ପାଟପୁର ଥାନା ସିଙ୍ଗପୁର ଗ୍ରାମର ଏକ ଆକ୍ରମଣ ମାମଲାରେ ଅଭିଯୁକ୍ତ ଥିବା ବିଜୟ ନାୟକ ଙ୍କୁ ୧ ବର୍ଷ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିବା ସହ ୧ ହଜାର ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦାୟ ଅଧିକ ୧ ମାସ ଜେଲ ଦଣ୍ଡ ଶୁଣାଇଛନ୍ତି। ୨୦୧୦ ମାର୍ଚ୍ଚ ୧୭ ସକାଳେ ସିଙ୍ଗପୁର ଗ୍ରାମର ପଞ୍ଚାନନ ନାୟକ ଘର ବାରଣ୍ଡାରେ ବସିଥିବାବେଳେ ଅଭିଯୁକ୍ତ ବିଜୟ କାତିରେ ତାଙ୍କୁ ଅତର୍କିତ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଥିଲା। ନଂ.୨୧/୧୦ରେ ମାମଲା ରୁଜୁକରି ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଥିଲେ। ତତ୍କାଳୀନ ତଦନ୍ତକାରୀ ପୋଲିସ ଅଧିକାରୀ ଏଏସଆଇ ଯୋଗେଶ୍ୱର ନାୟକ ଚାର୍ଜସିଟ ପ୍ରଦାନ କରିଥିଲେ। ୮ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଅଭିଯୁକ୍ତଙ୍କ ବିରୋଧରେ ଆବଶ୍ୟକ ପ୍ରମାଣ ମିଳିବାରୁ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ଏ ପି ପି ସତ୍ୟନାରାୟଣ ରଥ ଓ ଦୀପକ କୁମାର ସେଠୀ ମାମଲା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହୁଲ ଫୁଲ ବିକ୍‌ରି ଲାଗି ଗୁଟାଲିକର ଚିନ୍‌ତା

ଭବାନୀପାଟଣା, ୧୮।୩ (ଡି.ଏନ୍‌.ଏ.)- ଏହେଦ୍‌କା ମହୁଲ ଫୁଲ ଗୁଟାବାର ସମିଆ। ଫିଦିନ ପହଁଟିଆରୁ ଜଂଗଲ ଅଂଚଲରେ ଥିବାର ଗଁ।ଗଁଡ଼ାର ଲୋକ୍‌ମାନେ ମହୁଲ ଫୁଲ ଗୁଟେଇ ଯାଉଛନ୍‌।...

ଗଛ ଜଗୁଆଳି ବିଚିତ୍ରଙ୍କୁ ମିଳୁନି ମଜୁରି

ମହାକାଳପଡ଼ା,୧୩ା୫(ଡି.ଏନ.ଏ.): ପରିବେଶ ପ୍ରଦୂଷଣ ଓ ମୃତ୍ତିକା ଅବକ୍ଷୟକୁ ରୋକିବାକୁ ବୃକ୍ଷ ରୋପଣ ମୁଖ୍ୟ ଭୂମିକା ନିର୍ବାହ କରିଥାଏ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଜଙ୍ଗଲ...

ପ୍ରଶାସନକୁ ଘାରିଛି ଗୋଷ୍ଠୀ ସଂକ୍ରମଣ ଭୟ: ୩ ପଞ୍ଚାୟତ ଶଟ୍‌ଡାଉନ୍‌

ନିଶ୍ଚିନ୍ତକୋଇଲି,୧୪ା୬(ସ୍ବ.ପ୍ର.) : କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ୪ ପ୍ରବାସୀ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥାଇ ଗ୍ରାମ, ବଜାରରେ ବହୁ ଲୋକ...

ଭାଇ ହତ୍ୟାକାରୀଙ୍କୁ ଆଜୀବନ ଜେଲ୍‌

ବାରିପଦା ଅଫିସ,୧୩।୧୧: ମୟୂରଭଞ୍ଜ ଜିଲା ବାରିପଦା ଅତିରିକ୍ତ ଜିଲା ଦୌରା ଜଜ୍‌(୧)କୋର୍ଟରେ ଶୁକ୍ରବାର ଏକ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଜଜ୍‌ ଚୌଧୁରୀ ପ୍ରବୀର...

ଭାଜପା ଛାଡି ବିଜେଡିରେ ଯୋଗଦେଲେ ତଳମଲା ସମିତିସଭ୍ୟା:ଜୁନାଗଡ ବ୍ଲକ ରାଜନିତୀ ସରଗରମ

ଜୁନାଗଡ,୧୧।୮(ଡି.ଏନ.ଏ.) କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ତଳମଲା ପଞ୍ଚାୟତ ସମିତିସଭ୍ୟା ଗୀତାଞ୍ଜଳୀ ହଂସ ଶନିବାର ଭାଜପା ଛାଡି ବିଜେଡିରେ ଯୋଗଦେଇଛନ୍ତି। କଳାହାଣ୍ଡି ଜିଲା ଜୁନାଗଡ ସହର...

ପ୍ରତିଭାମୟୀ ଶୁଭ୍ରସ୍ମିତା: ଭଦ୍ରକରୁ ମୁମ୍ବାଇ ପରେ ଏବେ ବିଦେଶୀ ମାଟି ଲକ୍ଷ୍ୟ

ଭିନ୍ନ କିଛି କରିବା ଲକ୍ଷ୍ୟରେ ଯୁବପ୍ରତିଭା ଶୁଭ୍ରସ୍ମିତା। ଓଡ଼ିଆ, ବଙ୍ଗାଳୀ, ତେଲୁଗୁ, ଇଂଲିଶ ଓ ତାମିଲ ଭାଷାରେ ଗୀତ ଗାଇ ପ୍ରତିଭା ପ୍ରଦର୍ଶନ ପରେ ଆଗକୁ...

ବେଡ୍‌ ଛାଡ଼ି ଦୌଡ଼ି ପଳାଇଲେ ରୋଗୀ

ଅନୁଗୋଳ ଅଫିସ, ୧୧।୬- ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଜଣେ ରୋଗୀ ଗୁରୁବାର ହଠାତ୍‌ ବେଡ୍‌ ଛାଡ଼ି ବଜାରକୁ ଦୌଡ଼ି ପଳାଇବା ଚର୍ଚ୍ଚାର ବିଷୟ...

ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ କୋଭିଡ୍‌ ହସ୍ପିଟାଲ

ଅନୁଗୋଳ ଅଫିସ,୧୧।୧ ଅନୁଗୋଳ ଜିଲାରେ କୋଭିଡ୍‌ ସଂକ୍ରମଣ ବଢ଼ୁଛି। ତେଣୁ ଜିଲାରେ ଥିବା କୋଭିଡ୍‌ ହସ୍ପିଟାଲଗୁଡ଼ିକ ସୁରୁଖୁରୁରେ ଚାଲିବା ନିମନ୍ତେ ସୋମବାର ଜିଲାପାଳ ସିଦ୍ଧାର୍ଥ ଶଙ୍କର...

Advertisement
Archives

Model This Week