ଆକର୍ଷିତ କରୁଛି ମେଘମାଳ କାଞ୍ଜିପାଣି ଘାଟି

କେନ୍ଦୁଝର, ୨।୮(ସ୍ବ.ପ୍ର.)- ସମସ୍ତେ ହିଲ୍‌ ଷ୍ଟେଶନରେ ଛୁଟି କାଟିବାକୁ ଭଲ ପାଆନ୍ତି। କିଏ ମସୌରୀ, ଦାର୍ଜିଲିଂ ତ ଆଉ କିଏ କୁଲୁ, ମନାଲି। ଏହି ପାହାଡ଼ିଆ ପର୍ବତଘେରା ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ବେଶ୍‌ ଭଲ ଲାଗେ। ଦୈନନ୍ଦିନ ଜୀବନରୁ କିଛି କ୍ଷଣ ଏହି ପରିବେଶରେ କଟାଇଲେ ସବୁ ଟେନ୍‌ସନ ଦୂର ହୋଇଥାଏ। ତେବେ ଏହିପରି ଆମ ଓଡ଼ିଶାରେ ମଧ୍ୟ ଅନେକ ସ୍ଥାନ ରହିଛି। କିନ୍ତୁ ପ୍ରଚାର ପ୍ରସାର ଅଭାବରୁ ସେସବୁର ବିକାଶ କରାଯାଉନାହିଁ। କେନ୍ଦୁଝର ଜିଲାର ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଥିବା କାଞ୍ଜିପାଣି ଘାଟିର ମନୋରମ ଦୃଶ୍ୟ ପର୍ଯ୍ୟଟକ ତଥା ଯାତାୟାତ କରୁଥିବା ଲୋକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ। ବିଶେଷକରି ବର୍ଷାଦିନେ କୁହୁଡିଆ ପରିବେଶ ସାଙ୍ଗକୁ ସବୁଜ ପାହାଡ଼ ଦେହରେ ଭାସମାନ ବାଦଲର ଅପୂର୍ବ ଦୃଶ୍ୟ ସହିତ ବର୍ଷାକୁ ଉପଭୋଗ କରିବାକୁ କିଛି କ୍ଷଣ ପର୍ଯ୍ୟଟକ ଅଟକି ଯାଇଥାନ୍ତି। ଭାସମାନ ବାଦଲର ସ୍ପର୍ଶକୁ ଅନୁଭବ କରି ପର୍ଯ୍ୟଟକ ଆନନ୍ଦ ନେଇଥାନ୍ତି। ତେବେ ଏହି ଘାଟିରେ ମନୋରମ ଦୃଶ୍ୟ ଉପଭୋଗ କରିବା ଲାଗି ପର୍ଯ୍ୟଟକଙ୍କ ପାଇଁ ବିଶେଷ ବ୍ୟବସ୍ଥା କରାଗଲେ ଅଧିକ ଆକୃଷ୍ଟ ହୋଇପାରନ୍ତେ ବୋଲି ମତପ୍ରକାଶ ପାଉଛି।
ରାସ୍ତା ପ୍ରଶସ୍ତୀକରଣ ପାଇଁ ବହୁ ଜଙ୍ଗଲ ଓ ଝରଣା କ୍ଷତିଗ୍ରସ୍ତ ହୋଇଛି ା ସେହିପରି ପୋଡୁ ଚାଷ, ଜଙ୍ଗଲ ନଷ୍ଟ, ପ୍ରାକୃତିକ ଜଙ୍ଗଲ ନଷ୍ଟ କରି ବନୀକରଣ ଆଦି ଯୋଗୁ ଏହା କ୍ଷତିଗ୍ରସ୍ତ ହୋଇଛି। ଏହି ଘାଟିରେ ପାଖାପାଖି ୧୦ରୁ ଊର୍ଦ୍ଧ୍ୱ ଆଦିବାସୀ ଗ୍ରାମ ରହିଛି। ସେମାନଙ୍କ ଲାଗି କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଉ ନ ଥିବାରୁ ସେମାନେ ଜଙ୍ଗଲ ଉପରେ ନିର୍ଭରଶୀଳ ହେବାରୁ ଜଙ୍ଗଲ ପଦା ହେବାକୁ ବସିଛି। ତଥାପି ବର୍ଷାଦିନେ ସବୁଜ ପରିବେଶ ଏବଂ ମେଘମାଳ ଏହାର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ। ସେହିପରି ଏହା ନିକଟରେ ଥିବା ଝରଣାର ପାଣି ସମସ୍ତଙ୍କୁ ବିମୋହିତ କରିଥାଏ। ଶୀତଋତୁରେ ସବୁଜ ଘାଟିରେ କୁହୁଡିଆ ପରିବେଶ ବେଶ୍‌ ରୋମାଞ୍ଚକର। କାଞ୍ଜିପାଣି ଘାଟିରୁ ଜଗମୋହନପୁର ଏନ୍‌ଏଚ୍‌-୪୯ ରାସ୍ତାରେ ୧୯ କି.ମି. ଦୀର୍ଘ ଏବଂ କାଞ୍ଜିପାଣିରୁ ପଣସନସା ଦେଇ ତେଲକୋଇ ରାସ୍ତାରେ ପାଖାପାଖି ୮ କି.ମି. ଦୀର୍ଘ ଜଙ୍ଗଲ ଓ ପାହାଡ଼ ଦେଇ ଯାଇଥିବା ଅଙ୍କାବଙ୍କା ରାସ୍ତା ଅନେକଙ୍କୁ ଆକୃଷ୍ଟ କରିଥାଏ ା ରାସ୍ତାକାମ ଚାଲିଥିବା ବେଳେ ବିଭିନ୍ନ ସ୍ଥାନରେ ବିଶ୍ରାମଘର ସହିତ ଓ୍ବାଚ୍‌ ଟାଓ୍ବାର ଇତ୍ୟାଦି ନିର୍ମାଣ କରାଗଲେ ଏହା ମସୌରୀ ଓ ଦାର୍ଜିଲିଂ ଭଳି ବେଶ୍‌ ପ୍ରସିଦ୍ଧି ଲାଭ କରିପାରିବ ବୋଲି ମତପ୍ରକାଶ ପାଉଛି। ଏହି ରାସ୍ତାରେ ଥିବା ଝରଣା, ନଦୀ ନାଳଗୁଡ଼ିକର ସୁରକ୍ଷା ସହ ବିକାଶ କରାଗଲେ ଏହା ଅଧିକ ଲୋକଙ୍କୁ ଆକୃଷ୍ଟ କରିପାରିବ। ଏହାର ବିକାଶ ହେଲେ ଏହି ଅଞ୍ଚଳରେ ରହୁଥିବା ଜିଲାର ପୁରାତନ ଜନଜାତି ଜୁଆଙ୍ଗ ଓ ଭୂୟାଁ ଗ୍ରାମଗୁଡିକ ବାସିନ୍ଦା ଉପକୃତ ହୋଇପାରନ୍ତେ ବୋଲି ମତପ୍ରକାଶ ପାଉଛି। ଏହାଦ୍ୱାରା ରାସ୍ତାକଡ଼ରେ ଢାବା, ହୋଟେଲ, ରେଷ୍ଟୁରାଣ୍ଟ ଗଢ଼ିଉଠିବ ା ଏଣୁ ପ୍ରଶାସନ ବିଭିନ୍ନ ବିଭାଗର ସମନ୍ବୟରେ ଆବଶ୍ୟକ ପଦକ୍ଷେପ ନେବା ଆବଶ୍ୟକ ବୋଲି ଡ. ବିମ୍ବାଧର ବେହେରା, ପରିବେଶବିତ୍‌ କହିଛନ୍ତି। ଏଠାରେ ବନ ବିଭାଗ ପକ୍ଷରୁ ପର୍ଯ୍ୟଟକଙ୍କ ରହିବା ପାଇଁ କଟେଜ୍‌ ନିର୍ମାଣ ପାଇଁ ଦୀର୍ଘବର୍ଷ ହେଲା ନିଷ୍ପତ୍ତି ହୋଇଥିଲେ ହେଁ ଅଦ୍ୟାବଧି ତାହ କାର୍ଯ୍ୟକାରୀ ହୋଇନାହିଁ ା ଏହା କାର୍ଯ୍ୟକାରୀ ହେଲେ ବହୁ ପର୍ଯ୍ୟଟକ ରାତ୍ରିଯାପନ କରି ଏହାର ମନୋରମ ଦିନ ଓ ରାତିର ଦୃଶ୍ୟକୁ ଉପଭୋଗ କରିପାରିବେ ବୋଲି ମତପ୍ରକାଶ ପାଉଛି। ସେହିପରି କାଞ୍ଜିପାଣି ଘାଟି ଦେଇ ଯାଇଥିବା କାଞ୍ଜିପାଣି-ତେଲକୋଇ ରାସ୍ତା ଓ କାଞ୍ଜିପାଣି-ଜଗମୋହନପୁର ଜାତୀୟ ରାଜପଥ ୪୯କୁ ସଂଯୋଗ କରି କେବୁଲ କାର ବ୍ୟବସ୍ଥା କରାଗଲେ ଲୋକମାନେ ଆକାଶମାର୍ଗରୁ ପାହାଡ଼ ଓ ଜଙ୍ଗଲର ଦୃଶ୍ୟକୁ ବେଶ୍‌ ଉପଭୋଗ କରିପାରିବେ ବୋଲି ମତ ପ୍ରକାଶ ପାଉଛି ା ଏହାଛଡ଼ା ଗ୍ରାମାଞ୍ଚଳରେ ପାରମ୍ପରିକ ବନବାସୀଙ୍କ ଚାଙ୍ଗୁ ନୃତ୍ୟକୁ ମଧ୍ୟ ପର୍ଯ୍ୟଟକ ଉପଭୋଗ କରିପାରିବେ ବୋଲି ମତପ୍ରକାଶ ପାଉଛି ା
ଫଟୋ-କେଜେଆର କାଞ୍ଜିପାଣିର ଅପୂର୍ବ ଦୃଶ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

‘ଅଳଙ୍କାର’ ବସ୍‌ ଦୁର୍ଘଟଣାଗ୍ରସ୍ତ: ୨୫ ଯାତ୍ରୀ ଆହତ, ଭଦ୍ରକ ମେଡିକାଲରେ ଭର୍ତ୍ତି

ଭଦ୍ରକ ଅଫିସ,୧।୩: ଭଦ୍ରକ ଜିଲା ୧୬ନଂ ଜାତୀୟ ରାଜପଥ ସିମୁଳିଆ ଭଗିଆ ଛକଠାରେ ଶନିବାର ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି। ରାଇରଙ୍ଗପୁରରୁ ଭୁବନେଶ୍ୱରର ଯାଉଥିବା...

କରୋନା ସହାୟତା ବଣ୍ଟନ ସମୟରେ ସରପଞ୍ଚ ପ୍ରତିନିଧିଙ୍କୁ ହତ୍ୟା ଉଦ୍ୟମ: ଅଭିଯୁକ୍ତ ବାପ, ପୁଅଙ୍କୁ କୋର୍ଟ ଚାଲାଣ

ଦିଗପହଣ୍ଡି,୨୩।୪(ଡି.ଏନ୍‌.ଏ.): ଦିଗପହଣ୍ଡି ବ୍ଳକ ବୋମକେଇ ଗାଁରେ ରାସନ କାର୍ଡ ଓ ଲେବର କାର୍ଡ ହିତାଧିକାରୀଙ୍କୁ କରୋନା ଆର୍ଥିକ ସହାୟତା ବଣ୍ଟନ ସମୟରେ ସରପଞ୍ଚ ପ୍ରତିନିଧିଙ୍କୁ ହତ୍ୟା...

ଦୁଇ ଶିଶୁଙ୍କ ଉପରେ ମାଡ଼ିଗଲା ଟ୍ରାକ୍ଟର: ଜଣେ ମୃତ, ଜଣେ ଗୁରୁତର

ବାସୁଦେବପୁର/ପଦ୍ମପୁର,୧୬।୧୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ସୋମବାର କରଞ୍ଜ ଆଡ଼ିିଆ ଗ୍ରାମରେ ଏକ ଟ୍ରାକ୍ଟର ଦୁଇ ଶିଶୁଙ୍କ ଉପରେ ମାଡ଼ିଯିବାରୁ ଜଣେ ଶିଶୁଙ୍କ ମୃତ୍ୟୁ...

ପ୍ରବଳ ବର୍ଷିବ, ୮ ଜିଲାକୁ ରେଡ୍‌ ଆଲର୍ଟ:ରାଜ୍ୟକୁ ସତର୍କ କଲା ଭାରତୀୟ ପାଣିପାଗ ବିଭାଗ

ଭୁବନେଶ୍ୱର,୩୦ା୬(ବ୍ୟୁରୋ)- ଉତ୍ତର ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି। ଏହାର ପ୍ରଭାବରେ ରବିବାରଠାରୁ ରାଜ୍ୟରେ ବର୍ଷା ଆରମ୍ଭ...

ଦଶମ ଶ୍ରେଣୀ ଫାଇନାଲ ପ୍ରାକ୍ଟିସ୍‌ ଟେଷ୍ଟ କାର୍ଯ୍ୟସୂଚୀ ପ୍ରକାଶିତ

କଟକ ଅଫିସ,୩।୪: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ଫାଇନାଲ ପ୍ରାକ୍ଟିସ ଟେଷ୍ଟର କାର୍ଯ୍ୟସୂଚୀ ଗୁରୁବାର ପ୍ରକାଶ ପାଇଛି। ଆସନ୍ତା ୧୫ରେ ପ୍ରଥମ...

ଗାଧୋଇବାକୁ ଯାଇ ଫେରିଲେନି ମହିଳା

ହିଞ୍ଜିଳିକାଟୁ,୨୦।୩(ଡି.ଏନ.ଏ.): ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ସରଧାପୁର ଗ୍ରାମରେ ସୋମବାର ପୋଖରୀରେ ବୁଡ଼ିଯାଇ ସରା ଦାଶ (୪୦)ଙ୍କ ମୃତ୍ୟୁ ଘଟିଛି। ସାରା ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ...

ନ୍ୟାୟ ପାଇଁ ଦିବାରାତ୍ର ଅନଶନରେ ଛାତ୍ରୀଛାତ୍ର

ବାଲେଶ୍ୱର ଅଫିସ,୨୮।୧୧- ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥା ଯୋଗୁ ରାଜ୍ୟର ଫକୀରମୋହନ ବିଶ୍ୱବିଦ୍ୟାଳୟ, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଭଳି ୪ଗୋଟି ବିଶ୍ୱବିଦ୍ୟାଳୟର...

କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ଭଦ୍ରକ ଜିଲା ଗସ୍ତ ଓ କାର୍ଯ୍ୟ ନୀରିକ୍ଷଣ: ବକେୟା ମାମଲା ଫଇସଲା ଉପରେ ଗୁରୁତ୍ୱ

ଭଦ୍ରକ ଅଫିସ, ୨୬ା୧୧- କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଅନିଲ କୁମାର ସାମଲ ମଙ୍ଗଳବାର ଅପରାହ୍ନରେ ଭଦ୍ରକ ଜିଲା ଗସ୍ତ କରିବା ଅବସରରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ବିଭିନ୍ନ...

Advertisement
Archives

Model This Week