ଆଉ ଦାଦନ ଖଟିବାକୁ ନ ଯିବାକୁ ପରାମର୍ଶ

କୋକସରା,୪।୬(ଡି.ଏନ.ଏ)-କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ସରପଞ୍ଚ କହ୍ନେଇ ଚରଣ ଦାସଙ୍କ ଉଦ୍ୟମରେ ଲଡୁଗାଁ ହାଇସ୍କୁଲ କ୍ୱାରାଣ୍ଟାଇନ ସେଣ୍ଟରରେ ରହୁଥିବା ପ୍ରବାସୀମାନେ ଏବେ ଶୃଙ୍ଖଳିତ ଜୀବନ ଯାପନ କରୁଛନ୍ତି ା ସେମାନେ ପ୍ରତିଦିନ ସକାଳୁ ହାଇସ୍କୁଲ ପରିସରକୁ ଝାଡୁ ଧରି ସଫା କରୁଛନ୍ତି। ସରପଞ୍ଚ ଦାସ ଏହି ପ୍ରବାସୀ ଶ୍ରମିକଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିବା ସହ ସେମାନଙ୍କୁ ଆଉ ଦାଦନ ଖଟି ନ ଯିବାକୁ ପରାମର୍ଶ ଦେଉଛନ୍ତି । ରାଜ୍ୟ ସରକାର ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ହେଉ ଅବା ଅନ୍ୟ ଯୋଜନାରେ ଶ୍ରମିକ ପରିବାରକୁ କାମ ଯୋଗାଇ ଦେବା ପାଇଁ ଯୋଜନା କରିଛନ୍ତି । ଏଣୁ ନିଜ ଭିଟାମାଟି ଛାଡି ଅନ୍ୟ ରାଜ୍ୟକୁ ନ ଯିବା ପାଇଁ ସେ ଶ୍ରମିକମାନଙ୍କୁ ପରାମର୍ଶ ଦେଇଛନ୍ତି ା ଏନେଇ ସରପଞ୍ଚ ଦାସ କହିଛନ୍ତି, ପ୍ରବାସୀ ଶ୍ରମିକଙ୍କ ମନ ପରିବର୍ତ୍ତନ ପାଇଁ ଆମେ ସୁସମ୍ପର୍କ ସ୍ଥାପନ କରିଛୁ ା ଏହା ଏକ ଉପଯୁକ୍ତ ସମୟ, ଏଣୁ ପ୍ରବାସୀ ଶ୍ରମିକମାନେ କେମିତି ଆଗାମୀ ଦିନରେ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ନ ଯିବେ ସେଥିପାଇଁ ଆମେ ଆଲୋଚନା କରିଛୁ ା ସେମାନେ କିପରି ନିଜ ଜିଲା ଓ ପଞ୍ଚୟାତରେ କର୍ମ ସଂସ୍ଥାନ ପାଇବେ ତାହା ଉପରେ ମୁଁ ଗୁରୁତ୍ୱ ଦେଇଆସିଛି ବୋଲି ସେ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଉଧାର ଟଙ୍କା ନ ଦେବାରୁ ଠେଙ୍ଗାରେ ପିଟି ହତ୍ୟା : ଅଭିଯୁକ୍ତ ଅଟକ

କେସିଙ୍ଗା,୧।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅନ୍ତର୍ଗତ ଗାଈଗା ପଞ୍ଚାୟତର କେରୋକୁଡ଼ା ଗ୍ରାମର ଶୁକଦେବ ସା(୩୫)ଙ୍କୁ ସେହି ଗ୍ରାମର ବିଭୂତି ବୁଦ୍ଧିଆ (୩୦) ଠେଙ୍ଗାରେ ପିଟି...

ଭତ୍ତା ଟଙ୍କା ହଡ଼ପ ଅଭିଯୋଗ

କୋକସରା,୧୩।୪(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖା ସହ ଅନୁବନ୍ଧିତ ବ୍ଲକର ଡାଲଗୁମାଠାରେ ଥିବା ସିଏସପି ଶାଖାରେ ବୃଦ୍ଧା ସତିଦେଈ ଚନ୍ଦନ (୮୦) ହିତାଧିକାରୀଙ୍କ...

ପୁଣି କଳାହାଣ୍ଡି ଦାଦନ ଶ୍ରମିକଙ୍କ ମୃତ୍ୟୁ

କୋକସରା,୨୬।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାର ଦାଦନ ଦୁଃଖ ସରିବାର ନାଁ ଧରୁନାହିଁ। ଗତ ୩ ମାସ ମଧ୍ୟରେ କୋକସରା ବ୍ଲକର ୩ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା...

ଉଜାଡ଼ି ଦେଲେ ୨ ଏକର କଦଳୀ ଫସଲ

ପଲମ,୧୩।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ନର୍ଲା ବ୍ଲକ ଅଧୀନ ଭୀମକେଲା ପଞ୍ଚାୟତ ଫଲସାପଡା(ବୁର୍ଡିପଡ଼ା) ନିକଟସ୍ଥ ସାନ୍ଦୁଲ ନଦୀ କୂଳରେ ବଣୁଆ ହାତୀ ପସି ଉପଦ୍ରବ କରିଥିବା ଅଭିଯୋଗ...

ଆଖିରେ ପଟି ବାନ୍ଧି ସବୁ କାମ କରୁଛନ୍ତି ୮ ବର୍ଷର ନାବାଳକ

କୋକସରା,୬।୩(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ପୋଡାଗୁଡା ଗାଁର ବିସ୍ମୟ ବାଳକ ରିତେଶ କୁମାର ସାହୁ (୮)। ସାଧାରଣତଃ ଆମ ଆଖିରେ ପଟି ବାନ୍ଧିଲେ ଆମକୁ...

ନକଲି ସ୍କୁଲ ଲିଭିଂ ସାର୍ଟିଫିକେଟ ଦେଇ ଅଙ୍ଗନଓ୍ବାଡି ଚାକିରି

ଭବାନୀପାଟଣା,୧୦।୪(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ଦେପୁର ସେକ୍ଟର ଅଧୀନ ଉପକାଭଟ୍ଟାର ଅଙ୍ଗନଓ୍ବାଡ଼ି କର୍ମୀ ଝୁନୁପମା ଶତପଥୀ ନକଲି ସ୍କୁଲ ଲିଭିଂ ସାର୍ଟିଫିକେଟ ଦେଇ ଚାକିରି...

ଧରିତ୍ରୀ ପ୍ରଭାବ: ରାସ୍ତା ମରାମତି କଲା ଆର୍‌ଡି ବିଭାଗ

କେସିଙ୍ଗା,୨୨ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଦେଓଗାଁ ଗ୍ରାମ ପଞ୍ଚାୟତ ଅଧିନସ୍ଥ ମାଟିଆ ଗ୍ରାମର ମୁଖ୍ୟ ରାସ୍ତାରେ ଆଣ୍ଠୁଏ ବର୍ଷା ପାଣି ଜମି ରହୁଥିବାରୁ...

ବେଦାନ୍ତ ଲାଞ୍ଜିଗଡ଼ ପକ୍ଷରୁ ୩୫ ଶିକ୍ଷକଙ୍କୁ ଦ୍ରୋଣାଚାର୍ଯ୍ୟ ସମ୍ମାନରେ ସମ୍ମାନିତ

ଭବାନୀପାଟଣା,୧୩।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବେଦାନ୍ତ ଆଲୁମିନିୟମ୍‌ ପକ୍ଷରୁ ଲାଞ୍ଜିଗଡଠାରେ ବ୍ଲକର ୬ ପଞ୍ଚାୟତର ୩୫ ପ୍ରଧାନଶିକ୍ଷକ, ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କୁ ଦ୍ରୋଣାଚାର୍ଯ୍ୟ ସମ୍ମାନରେ...

Advertisement
Archives

Model This Week