ଆଉ କେତେ ଦିନ

ଓଡ଼ିଆ ସିନେମାର ଇତିହାସ ବେଶ୍‌ ରୁଦ୍ଧିମନ୍ତ। ୧୯୩୬ରେ ମୁକ୍ତିଲାଭ କରିଥିଲା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ସୀତା ବିବାହ’। ବର୍ତ୍ତମାନ ଗୁଣାତ୍ମକ ଦୃଷ୍ଟିକୋଣରୁ ଆଲୋଚନା କଲେ ଆମ ଓଡ଼ିଆ ସିନେମାର ଭବିଷ୍ୟତ ଉପରେ ସ୍ବତଃ ପ୍ରଶ୍ନବାଚୀ ଲାଗିଯାଉଛି। କାରଣ ଗତ କିଛି ବର୍ଷ ହେବ ପ୍ରତିବର୍ଷ ୩୦ରୁ ଅଧିକ ସିନେମା ରିଲିଜ ହେଉଛି। ସେଗୁଡିକ ମଧ୍ୟରୁ ଅଧିକାଂଶ କୌଣସି ଦୃଷ୍ଟିକୋଣରୁ ଦର୍ଶକଙ୍କୁ ପ୍ରଭାବିତ କରିପାରୁନାହିଁ। ମନକୁ ଛୁଇଁଲା ଭଳି ନିଚ୍ଛକ ଓଡ଼ିଆ ଚିତ୍ରଟିଏ ଦେଖିବା ବିରଳ ହୋଇଗଲାଣି। ଆବଶ୍ୟକ ଜ୍ଞାନ ନ ଥାଇ ପ୍ରଯୋଜକ, ନିର୍ଦ୍ଦେଶକ ସାଜି ବାହାବା ନେବାକୁ ଅନେକେ ଆଗେଇ ଆସୁଛନ୍ତି। ଓଡ଼ିଆ ସିନେମା ନିର୍ମାଣ କରି ନିଜକୁ ଜଣେ ପ୍ରଯୋଜକ କିମ୍ବା ନିର୍ଦ୍ଦେଶକ କହି ପ୍ରଶଂସିତ ହେବାକୁ କାହାକୁ କିଏ ମନା କରୁନାହିଁ। ହେଲେ ଓଡ଼ିଆ ସିନେମାର ଦିନକୁ ଦିନ ଯେପରି ଅଧୋଗତି ହେଉଛି ତାହା ଚିନ୍ତାର କାରଣ ସାଜିଛି।
ନୂଆ ଓଡ଼ିଆ ସିନେମା ନିର୍ମାଣ ହେଉ । କାରଣ ଓଡ଼ିଆ ସିନେମା ସହ ସଂଶ୍ଳିଷ୍ଟ ଅନେକ ବ୍ୟକ୍ତିବିଶେଷଙ୍କ ପେଟପାଟଣା ଏହା ଉପରେ ନିର୍ଭର କରୁଛି। ସିନେମାଟିଏ ରିଲିଜ ହୋଇ ଯଦି ଦି’ ପଇସା ଲାଭ କଲା ତେବେ ତାହା ସଂପୃକ୍ତ ପ୍ରଯୋଜକଙ୍କୁ ଆଉ ଏକ ସିନେମା ନିର୍ମାଣ କରିବାକୁ ଉତ୍ସାହିତ କରିଥାଏ। ହେଲେ ହାତଗଣତି ଦିନ କେଇଟାରେ ଯେନତେନ ପ୍ରକାରେ ଶୁଟିଂ ଶେଷ କରିଦିଆଯାଉଛି। ତେଣୁ ଗୋଟିଏ ସିକୁଏନ୍ସକୁ ଯେତିକି ଗୁରୁତ୍ୱ ଦିଆଯିବା କଥା ତାହା ଦିଆଯାଉନାହିଁ। ଆଉ ଏପରି ସିନେମାଟିଏ ଦେଖିଲା ବେଳେ ସେପରି ତ୍ରୁଟି ଜଳଜଳ ହୋଇ ଦେଖାଯାଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବଜେଟ। ଆମର ଛୋଟ ଇଣ୍ଡଷ୍ଟ୍ରି, ଏଠି ରିଟର୍ନ ମିଳୁନି। ଓଡ଼ିଆ ଫିଲ୍ମଟିଏ ନିର୍ମାଣ କରିବା କାଠିକର ପାଠ। ତେଣୁ ବଜେଟକୁ ନେଇ କମ୍ପରମାଇଜ କରିବାକୁ ପଡୁଛି-ଏମିତିକା ସଫେଇ ଦେଇ କେତେକ ପ୍ରଯୋଜକ ନିଜ ମୁଣ୍ଡରୁ ଦୋଷ ଖସାଇ ଦେଉଛନ୍ତି। ଭଲ କାହାଣୀଟିଏ ଚୟନ କରିବା ଅପେକ୍ଷା ତେଲୁଗୁ-ତାମିଲ କିମ୍ବା କୌଣସି ପ୍ରାନ୍ତୀୟ ଭାଷାରେ ନିର୍ମିତ ସିନେମା ଦେଖି ତାକୁ କପି କରିଦେଲେ କାମ ଶେଷ। ମୂଳ ସିନେମା ସହ ଆମ ଓଡ଼ିଆ ସିନେମାକୁ ମିଳାଇଲା ବେଳକୁ ଆକାଶ ପାତାଳ ଫରକ ଦେଖିବାକୁ ମିଳୁଛି। ସମୟ ଥିଲା, ଭଲ କାହାଣୀଟିଏ ନେଇ ପ୍ରଯୋଜକ ଓଡିଆ ଫିଲ୍ମ ପ୍ରସ୍ତୁତ କରୁଥିଲେ। ଆଉ ସେଗୁଡିକୁ ଏଭଳି ନିର୍ମାଣ କରାଯାଉଥିଲା ଯାହାକୁ ଥରେ ନୁହେଁ, ଅନେକ ଥର ଦେଖିବାକୁ ଇଚ୍ଛା ହେଉଥିଲା। ହେଲେ ଏବେ ଓଡ଼ିଆ ସିନେମାଟିଏ ଦେଖିବାକୁ ଅଧିକାଂଶ ଦର୍ଶକ ମନ ବଳାଉ ନ ଥିବା ଦେଖିବାକୁ ମିଳୁଛି। କେତେକ ସିନେମା ରିଲିଜ ହେବାର ଦିନେ-ଦୁଇ ଦିନ ପରେ ପ୍ରେକ୍ଷାଳୟରୁ ଓହ୍ଲାଇ ଯାଉଛି।
ଏଭଳି ସିନେମାଟିଏ ନିର୍ମାଣ ହେବା ଦରକାର, ଯାହା ସବୁ ଦୃଷ୍ଟିକୋଣରୁ ଦର୍ଶକଙ୍କୁ ଆକର୍ଷିତ କରୁଥିବ। ଯଦି ନିଜର ମନୋରଞ୍ଜନ ପାଇଁ ଓଡ଼ିଆ ଚିତ୍ର ପ୍ରସ୍ତୁତ କରିବାକୁ କେହି ମନ ବଳାନ୍ତି କିମ୍ବା ଆଗେଇ ଆସନ୍ତି ତେବେ ସେମାନେ ଆରମ୍ଭରୁ ସାବଧାନ ନ ରହିଲେ କଥାଟି ବହୁ ଆଡ଼ମ୍ବରରେ ଲଘୁକ୍ରିୟା ପରି ହେବ। ଓଡ଼ିଆ ସିନେମା ସଂଖ୍ୟା ବଢୁ। ତା’ସହ ଏଭଳି ସିନେମା ନିର୍ମାଣ ହେଉ, ଯାହା ଆମ ଇଣ୍ଡଷ୍ଟ୍ରିର ଭବିଷ୍ୟତକୁ ଅନ୍ଧକାରକୁ ଠେଲିଦେବା ପରିବର୍ତ୍ତେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ସାଜୁ। ଓଡ଼ିଆ ସିନେମା ନିର୍ମାଣ ପ୍ରତି ଯଦି ଆବଶ୍ୟକ ମୁତାବକ ଦୃଷ୍ଟି ଦିଆ ନ ଯାଏ ତେବେ କଥାଟି ନିଶ୍ଚୟ ‘ଗୋଦରା କୋଡେ ଯେତେ ମାଡେ ସେତେ’ ସଦୃଶ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଅଜୟଙ୍କୁ ଶ୍ରେଷ୍ଠ ଅଭିନେତା, ବିଶାଲଙ୍କୁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ପୁରସ୍କାର

ମୁମ୍ବାଇ: ରାଷ୍ଟ୍ରପତି ଭବନରେ ଶୁକ୍ରବାର ଚଳିତବର୍ଷର ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। ବଲିଉଡ୍‌ ଫିଲ୍ମ ‘ତାନହା ଜୀ: ଦ ଅନ୍‌ସଙ୍ଗ...

ଅଭିନେତ୍ରୀ କାମିନୀ କୌଶଲ

ବିଂଶ ଶତାବ୍ଦୀର ଚାଳିଶରୁ ଷାଠିଏ ଦଶକ ମଧ୍ୟରେ ଅତ୍ୟନ୍ତ ସକ୍ରିୟ ଭାବେ ହିନ୍ଦୀ ଚିତ୍ର ଜଗତରେ ଅଭିନୟ ଜାରି ରଖିଥିବା ତଥା ଗୋଟିଏ ପରେ ଗୋଟିଏ...

ଜର୍ସି ଫ୍ଲପ୍‌ ହେବା ଦେଇଥିଲା ଦୁଃଖ

ବମ୍ବେ: ଫିଲ୍ମ ‘କବିର ସିଂ’ର ସଫଳତା ପରେ ଆଉ ଏକ ସୁପରହିଟ୍‌ ଦକ୍ଷିିଣ ଭାରତୀୟ ଫିଲ୍ମ ‘ଜର୍ସି’ରେ ଅଭିନୟ କରିବାକୁ ବାଛିଥିଲେ ଅଭିନେତା ଶାହିଦ କପୁର।...

ବିବାହ ବନ୍ଧନରେ ବାନ୍ଧିହେଲେ ଓଡ଼ିଆ ବଲିଉଡ୍‌ ଆକ୍ଟ୍ରେସ

ନୂଆଦିଲ୍ଲୀ, ୧୯।୧୨- ଇମ୍ରାନ ହାସିମଙ୍କ ଫିଲ୍ମ ‘ମର୍ଡର ୨’ ଯୋଗୁ ବଲିଉଡ୍‌ରେ ପରିଚୟ ପାଇଥିବା ଓଡ଼ିଆ ଆକ୍ଟ୍ରେସ ସୁଲଗ୍ନା ପାଣିଗ୍ରାହି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।...

ମହିଳା ଦିବସରେ ପୁଅର ପ୍ରଥମ ଝଲକ ଦେଖାଇଲେ କରୀନା କପୁର

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ ଗତ ଫେବୃଆରୀ ୨୧ରେ ଦ୍ୱିତୀୟ ଥର ପାଇଁ ପୁତ୍ର ସନ୍ତାନର ଜନନୀ ହୋଇଛନ୍ତି। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ...

ଝିଅର ପ୍ରଥମ ଝଲକ ଶେୟାର କଲେ ଆଦିତ୍ୟ

ବଲିଉଡ ଆକ୍ଟର ତଥା ସିଙ୍ଗର ଆଦିତ୍ୟ ନାରାୟଣ-ଶ୍ୱେତା ଅଗ୍ରୱାଲ ଗତ କିଛି ଦିନ ପୂର୍ବରୁ ମା’ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଫେବୃୟାରୀ ୨୪ରେ ତାଙ୍କର...

ହାସ୍ୟ ନାୟିକାରୁ ଯାତ୍ରା ଜଗତର ମୁଖ୍ୟ ନାୟିକା ଟିକିନା

ଜୀବନ ଯଦି ଗୋଟେ ଗତି ହୁଏ ତା’ହେଲେ କେହି ଜାଣେନା ସେ ଗତିର ଗତିପଥ କୁଆଡ଼େ? ଜୀବନ ତା’ ନିଜ ଇଚ୍ଛାରେ ଚାଲେ। ନିଜ ଇଚ୍ଛାରେ...

ବିବାହ ବନ୍ଧନରେ ବାନ୍ଧି ହେଲେ ‘ଦ ଫେମ ଗେମ’ର ଅଭିନେତା

ଗତ କିଛି ମାସ ବଲିଉଡ ଠାରୁ ଆରମ୍ଭ କରି ଟେଲି ଜଗତରେ ମଧ୍ୟରେ ଅନେକ ସେଲିବ୍ରିଟି ବିବାହ କରୁଛନ୍ତି। ତେବେ ଟେଲି ଜଗତର ଆଉ ଏକ...

Advertisement
Archives

Model This Week