ଆଉ କେତେ ଦିନ

ଓଡ଼ିଆ ସିନେମାର ଇତିହାସ ବେଶ୍‌ ରୁଦ୍ଧିମନ୍ତ। ୧୯୩୬ରେ ମୁକ୍ତିଲାଭ କରିଥିଲା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ସୀତା ବିବାହ’। ବର୍ତ୍ତମାନ ଗୁଣାତ୍ମକ ଦୃଷ୍ଟିକୋଣରୁ ଆଲୋଚନା କଲେ ଆମ ଓଡ଼ିଆ ସିନେମାର ଭବିଷ୍ୟତ ଉପରେ ସ୍ବତଃ ପ୍ରଶ୍ନବାଚୀ ଲାଗିଯାଉଛି। କାରଣ ଗତ କିଛି ବର୍ଷ ହେବ ପ୍ରତିବର୍ଷ ୩୦ରୁ ଅଧିକ ସିନେମା ରିଲିଜ ହେଉଛି। ସେଗୁଡିକ ମଧ୍ୟରୁ ଅଧିକାଂଶ କୌଣସି ଦୃଷ୍ଟିକୋଣରୁ ଦର୍ଶକଙ୍କୁ ପ୍ରଭାବିତ କରିପାରୁନାହିଁ। ମନକୁ ଛୁଇଁଲା ଭଳି ନିଚ୍ଛକ ଓଡ଼ିଆ ଚିତ୍ରଟିଏ ଦେଖିବା ବିରଳ ହୋଇଗଲାଣି। ଆବଶ୍ୟକ ଜ୍ଞାନ ନ ଥାଇ ପ୍ରଯୋଜକ, ନିର୍ଦ୍ଦେଶକ ସାଜି ବାହାବା ନେବାକୁ ଅନେକେ ଆଗେଇ ଆସୁଛନ୍ତି। ଓଡ଼ିଆ ସିନେମା ନିର୍ମାଣ କରି ନିଜକୁ ଜଣେ ପ୍ରଯୋଜକ କିମ୍ବା ନିର୍ଦ୍ଦେଶକ କହି ପ୍ରଶଂସିତ ହେବାକୁ କାହାକୁ କିଏ ମନା କରୁନାହିଁ। ହେଲେ ଓଡ଼ିଆ ସିନେମାର ଦିନକୁ ଦିନ ଯେପରି ଅଧୋଗତି ହେଉଛି ତାହା ଚିନ୍ତାର କାରଣ ସାଜିଛି।
ନୂଆ ଓଡ଼ିଆ ସିନେମା ନିର୍ମାଣ ହେଉ । କାରଣ ଓଡ଼ିଆ ସିନେମା ସହ ସଂଶ୍ଳିଷ୍ଟ ଅନେକ ବ୍ୟକ୍ତିବିଶେଷଙ୍କ ପେଟପାଟଣା ଏହା ଉପରେ ନିର୍ଭର କରୁଛି। ସିନେମାଟିଏ ରିଲିଜ ହୋଇ ଯଦି ଦି’ ପଇସା ଲାଭ କଲା ତେବେ ତାହା ସଂପୃକ୍ତ ପ୍ରଯୋଜକଙ୍କୁ ଆଉ ଏକ ସିନେମା ନିର୍ମାଣ କରିବାକୁ ଉତ୍ସାହିତ କରିଥାଏ। ହେଲେ ହାତଗଣତି ଦିନ କେଇଟାରେ ଯେନତେନ ପ୍ରକାରେ ଶୁଟିଂ ଶେଷ କରିଦିଆଯାଉଛି। ତେଣୁ ଗୋଟିଏ ସିକୁଏନ୍ସକୁ ଯେତିକି ଗୁରୁତ୍ୱ ଦିଆଯିବା କଥା ତାହା ଦିଆଯାଉନାହିଁ। ଆଉ ଏପରି ସିନେମାଟିଏ ଦେଖିଲା ବେଳେ ସେପରି ତ୍ରୁଟି ଜଳଜଳ ହୋଇ ଦେଖାଯାଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବଜେଟ। ଆମର ଛୋଟ ଇଣ୍ଡଷ୍ଟ୍ରି, ଏଠି ରିଟର୍ନ ମିଳୁନି। ଓଡ଼ିଆ ଫିଲ୍ମଟିଏ ନିର୍ମାଣ କରିବା କାଠିକର ପାଠ। ତେଣୁ ବଜେଟକୁ ନେଇ କମ୍ପରମାଇଜ କରିବାକୁ ପଡୁଛି-ଏମିତିକା ସଫେଇ ଦେଇ କେତେକ ପ୍ରଯୋଜକ ନିଜ ମୁଣ୍ଡରୁ ଦୋଷ ଖସାଇ ଦେଉଛନ୍ତି। ଭଲ କାହାଣୀଟିଏ ଚୟନ କରିବା ଅପେକ୍ଷା ତେଲୁଗୁ-ତାମିଲ କିମ୍ବା କୌଣସି ପ୍ରାନ୍ତୀୟ ଭାଷାରେ ନିର୍ମିତ ସିନେମା ଦେଖି ତାକୁ କପି କରିଦେଲେ କାମ ଶେଷ। ମୂଳ ସିନେମା ସହ ଆମ ଓଡ଼ିଆ ସିନେମାକୁ ମିଳାଇଲା ବେଳକୁ ଆକାଶ ପାତାଳ ଫରକ ଦେଖିବାକୁ ମିଳୁଛି। ସମୟ ଥିଲା, ଭଲ କାହାଣୀଟିଏ ନେଇ ପ୍ରଯୋଜକ ଓଡିଆ ଫିଲ୍ମ ପ୍ରସ୍ତୁତ କରୁଥିଲେ। ଆଉ ସେଗୁଡିକୁ ଏଭଳି ନିର୍ମାଣ କରାଯାଉଥିଲା ଯାହାକୁ ଥରେ ନୁହେଁ, ଅନେକ ଥର ଦେଖିବାକୁ ଇଚ୍ଛା ହେଉଥିଲା। ହେଲେ ଏବେ ଓଡ଼ିଆ ସିନେମାଟିଏ ଦେଖିବାକୁ ଅଧିକାଂଶ ଦର୍ଶକ ମନ ବଳାଉ ନ ଥିବା ଦେଖିବାକୁ ମିଳୁଛି। କେତେକ ସିନେମା ରିଲିଜ ହେବାର ଦିନେ-ଦୁଇ ଦିନ ପରେ ପ୍ରେକ୍ଷାଳୟରୁ ଓହ୍ଲାଇ ଯାଉଛି।
ଏଭଳି ସିନେମାଟିଏ ନିର୍ମାଣ ହେବା ଦରକାର, ଯାହା ସବୁ ଦୃଷ୍ଟିକୋଣରୁ ଦର୍ଶକଙ୍କୁ ଆକର୍ଷିତ କରୁଥିବ। ଯଦି ନିଜର ମନୋରଞ୍ଜନ ପାଇଁ ଓଡ଼ିଆ ଚିତ୍ର ପ୍ରସ୍ତୁତ କରିବାକୁ କେହି ମନ ବଳାନ୍ତି କିମ୍ବା ଆଗେଇ ଆସନ୍ତି ତେବେ ସେମାନେ ଆରମ୍ଭରୁ ସାବଧାନ ନ ରହିଲେ କଥାଟି ବହୁ ଆଡ଼ମ୍ବରରେ ଲଘୁକ୍ରିୟା ପରି ହେବ। ଓଡ଼ିଆ ସିନେମା ସଂଖ୍ୟା ବଢୁ। ତା’ସହ ଏଭଳି ସିନେମା ନିର୍ମାଣ ହେଉ, ଯାହା ଆମ ଇଣ୍ଡଷ୍ଟ୍ରିର ଭବିଷ୍ୟତକୁ ଅନ୍ଧକାରକୁ ଠେଲିଦେବା ପରିବର୍ତ୍ତେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ସାଜୁ। ଓଡ଼ିଆ ସିନେମା ନିର୍ମାଣ ପ୍ରତି ଯଦି ଆବଶ୍ୟକ ମୁତାବକ ଦୃଷ୍ଟି ଦିଆ ନ ଯାଏ ତେବେ କଥାଟି ନିଶ୍ଚୟ ‘ଗୋଦରା କୋଡେ ଯେତେ ମାଡେ ସେତେ’ ସଦୃଶ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଆଲିଆଙ୍କ ମହଙ୍ଗା ନେକଲେସ

ମୁମ୍ବାଇ: ନିକଟରେ ଲଣ୍ଡନରେ ଆୟୋଜିତ ହୋପ ଗାଲା କାର୍ଯ୍ୟକ୍ରମରେ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଯୋଗ ଦେଇଥିଲେ। ଆଲିଆ ନିଜେ ଏହି କାର୍ଯ୍ୟକ୍ରମ ହୋଷ୍ଟ କରିଥିଲେ।...

ବିବାହ ପୂର୍ବରୁୁ ଦୀପିକାଙ୍କ ସହ ଥିଲା ଧୋନିଙ୍କର ସମ୍ପର୍କ?

ନୂଆଦିଲ୍ଲୀ,୨୯।୩: ମହେନ୍ଦ୍ର ସିଂ ଧୋନି ଆଇପିଏଲ ୨୦୨୪ ରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳାଳି ଭାବରେ ଖେଳୁଛନ୍ତି। ୧୭ ତମ ସିଜିନ ଆରମ୍ଭ ହେବାର...

ସର୍ବ ସମ୍ମୁଖରେ ବିଜୟ ଦେବାକୋଣ୍ଡାଙ୍କୁ ‘ଡାର୍ଲିଂ’ ବୋଲି ଡାକିଲେ ରଶ୍ମିକା

ଚେନ୍ନାଇ:ଅଭିନେତ୍ରୀ ରଶ୍ମିକା ମନ୍ଦାନା ଏବଂ ଅଭିନେତା ବିଜୟ ଦେବରକୋଣ୍ଡା ସେମାନଙ୍କ ଲଭ ଲାଇଫକୁ ନେଇ ଚର୍ଚ୍ଚାରେ ରହି ଆସୁଛନ୍ତି। ଯଦିଓ ଉଭୟ ନିଜ ରିଲେସନଶିପକୁ ନିଶ୍ଚିତ...

ରିଲିଜ ହେଲା ଫିଲ୍ମ ‘କ୍ରୁ’: ଦମ୍‌ ଦେଖାଇଲେ ଏହି ୩ ଅଭିନେତ୍ରୀ

ମୁମ୍ବାଇ: କିଛି ବର୍ଷ ହେଲା ବଲିଉଡ୍‌ ଅଭିନେତ୍ରୀମାନେ ଫିଲ୍ମରେ ଚମତ୍କାର ପ୍ରଦର୍ଶନ କରିଆସୁଛନ୍ତି। ଏବେ ଫିଲ୍ମଗୁଡ଼ିକରେ ଆକ୍ସନ କେବଳ ହିରୋଙ୍କ କାନ୍ଧରେ ନୁହେଁ ବରଂ ଏହାର...

୧୪ ବର୍ଷର ବନବାସ ଶେଷ କରି କାହିଁକି ରାଜନୀତିକୁ ଫେରିଲେ ଛୋଟେ ମିଆଁ

ମୁମ୍ବାଇ,୨୮।୩: ବଲିଉଡ଼ ଅଭିନେତା ତଥା ପୂର୍ବତନ ଏମପି ଗୋବିନ୍ଦା ଗୁରୁବାର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ଶିବସେନାରେ ଯୋଗ ଦେଇଛନ୍ତି। ମୁମ୍ବାଇ ଉତ୍ତର ପଶ୍ଚିମରେ ଶିବସେନାର...

ସିଦ୍ଧାର୍ଥଙ୍କୁ ବିବାହ ଲାଗି ହଁ କହିଲେ ଅଦିତି, ସରିଲା ନିର୍ବନ୍ଧ

ବମ୍ବେ: ବିବାହ ହୋଇନି, ସରିଛି ନିର୍ବନ୍ଧ। ଲୁଚାଛପାରେ ବଲିଉଡ୍‌ ଅଭିନେତ୍ରୀ ଅଦିତି ରାଓ ହୈଦରୀ ଏବଂ ସିଦ୍ଧାର୍ଥ କର୍ନାଟକର ଏକ ମନ୍ଦିରରେ ବିବାହ କରିନେଇଛନ୍ତି ବୋଲି...

ମନର ଯନ୍ତ୍ରଣା ବଖାଣିଲେ କରିନା

ଆଜିକାଲି କରୀନା କପୁର ଫିଲ୍ମ ‘କ୍ରୁ’କୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ତାଙ୍କ ସହ ତବୁ ଏବଂ କ୍ରିତି ସାନନ ମଧ୍ୟ ମୁଖ୍ୟ...

ମାତ୍ର ଦେଢ ବର୍ଷ ବୟସରେ ୨୫୦ କୋଟି ଟଙ୍କାର ମାଲିକାଣୀ ହେବେ ଏହି ଷ୍ଟାରକିଡ୍‌

ବଲିଉଡର ପାଓ୍ବାରଫୁଲ୍‌ କପଲ୍‌ ରଣବୀର କପୁର ଏବଂ ଆଲିଆ ଭଟ୍ଟ ମୁମ୍ବାଇର ବାନ୍ଦ୍ରାଠାରେ ନୂଆ ଘର ପ୍ରସ୍ତୁତ କରୁଛନ୍ତି। ଏହି ଦମ୍ପତି ଶୀଘ୍ର ନିଜ ନୂଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri