ଆଉ ଏକ ଯୁଦ୍ଧକୁ ସମ୍ଭାଳି ହେବନାହିଁ

ଜାତିସଂଘ,୪ା୧(ପି.ଟି.): ଆମେରିକାର ଏୟାର ଷ୍ଟ୍ରାଇକ୍‌ରେ ଇରାନର ଶୀର୍ଷ ସାମରିକ କମାଣ୍ଡର କାସିମ ସୋଲେମାନୀ ନିହତ ହେବା ପରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ନେଇ ଜାତିସଂଘ ସମେତ ବିଶ୍ୱ ସମୁଦାୟ ଚିନ୍ତାବ୍ୟକ୍ତ କରିଛନ୍ତି। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ କହିଛନ୍ତି, ଉପସାଗରରେ ଆଉ ଏକ ଯୁଦ୍ଧକୁ ବିଶ୍ୱ ସମ୍ଭାଳି ପାରିବ ନାହିଁ। ଉତ୍ତେଜନା ହ୍ରାସ ପାଇଁ ନେତାମାନେ ସଂଯମ ରହିବାର ବେଳ ଆସିଛି। ସେହିପରି ଚାଇନା, ରୁଷିଆ ଓ ଫ୍ରାନ୍ସ ଭଳି ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ଏହାକୁ ନେଇ ଚିନ୍ତିତ ଥିବା କହିଛନ୍ତି। ଆମେରିକାର ଏହି କାର୍ଯ୍ୟାନୁଷ୍ଠାନ ପରେ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ହ୍ରାସ କରିବା ଲାଗି ବ୍ରିଟେନ ଓ ଜର୍ମାନୀ ପରାମର୍ଶ ଦେଇଛନ୍ତି। ସିରିଆ ରାଷ୍ଟ୍ରପତି ବଶର ଅଲ-ଅସାଦ ଜେନେରାଲ ସୋଲେମାନୀଙ୍କ ଭୂମିକାକୁ ପ୍ରଶଂସା କରିଛନ୍ତି। ସିରିଆରେ ୯ ବର୍ଷ ଧରି ଚାଲିଥିବା ଗୃହଯୁଦ୍ଧ ବେଳେ ସୋଲେମାନୀ ତାଙ୍କ ଶାସନର ସୁରକ୍ଷା ପାଇଁ ସହାୟକ ହୋଇଥିଲେ। ତାଙ୍କ ଅବଦାନକୁ ଭୁଲି ହେବନାହିଁ ବୋଲି ଅସାଦ କହିଛନ୍ତି। ପାକିସ୍ତାନ ମଧ୍ୟ ସଂଯମ ରହିବାକୁ ଦୁଇପକ୍ଷଙ୍କୁ ପରାମର୍ଶ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଲଙ୍କା ସଙ୍କଟ: ଆକ୍ସନ ମୁଡରେ ସେନା

କଲମ୍ବୋ,୨୨ ।୭: ଶ୍ରୀଲଙ୍କା କିଛି ମାସ ହେବ ଘୋର ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଛି । ଏହାକୁ ନେଇ ପ୍ରଦର୍ଶନକାରୀଙ୍କ ବିରୋଧ ବି...

ବ୍ରେକ୍‌ଫାଷ୍ଟ କରୁ ନ ଥିବା ପିଲା କମ୍‌ ମାର୍କ ରଖନ୍ତି

ଲଣ୍ଡନ:ପିତାମାତାମାନେ ଏବେଠାରୁ ସାବଧାନ ହୋଇଯାନ୍ତୁ। ବ୍ରେକଫାଷ୍ଟ କରୁ ନ ଥିବା ପିଲା କମ୍‌ ମାର୍କ ରଖନ୍ତି ବୋଲି ଏକ ସର୍ବେକ୍ଷଣରୁ ଜଣାପଡ଼ିଛି। ପିଲାମାନେ ଖାଲିପେଟରେ ରହି...

ଏକାଥରକେ ହୋଟେଲର ୧୮୦ ରୁମ୍‌ ବୁକ୍‌ କରିନେଲେ ଦମ୍ପତି, କାରଣ ଜାଣିଲେ…

ପୋଲାଣ୍ଡ,୨୩ା୩: ଲୋକେ ହୋଟେଲକୁ ଯାଇ ରାତ୍ରିଯାପନ ପାଇଁ ଗୋଟିଏ କି ଦୁଇଟି ରୁମ୍‌ ବୁକ୍‌ କରିଥାନ୍ତି। କିନ୍ତୁ ପୋଲାଣ୍ଡରେ ରହୁଥିବା ଏକ ଦମ୍ପତି ହୋଟେଲର ୧୮୦ଟି...

ଦେହସାରା ବ୍ୟାଣ୍ଡେଜ୍‌ ବାନ୍ଧି ବିବାହ କଲେ ଯୁବକ

ଜାକର୍ତ୍ତା,୮।୪: ବିବାହରେ ବର କନ୍ୟା ବିଳାସପୂର୍ଣ୍ଣ ଦାମିକା ପୋଷାକ ପିନ୍ଧିଥାନ୍ତି। ଦେହସାରା ବ୍ୟାଣ୍ଡେଜ୍‌ ବାନ୍ଧି ବିବାହ କରିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ...

ଫେସବୁକ, ଇନଷ୍ଟାଗ୍ରାମ, ହ୍ୱାଟସଆପ ଡାଉନ

ୱାଶିଂଟନ,୧୮ ।୫: ଫେସବୁକ, ଇନଷ୍ଟାଗ୍ରାମ, ହ୍ୱାଟସଆପ ଡାଉନ ଥିବା କୁହାଯାଉଥିବା ବେଳେ ଅଧିକାଂଶ ୟୁଜର୍ସଙ୍କ ପାଇଁ ଏହା ସମସ୍ୟା ହୋଇଯାଇଛି । ଡାଉନଡିଟେକ୍ଟରର ରିପୋର୍ଟ ଅନୁଯାୟୀ,...

ଏଠାରେ ହୁଏ ହୀରା ବର୍ଷା !

ଓ୍ବାଶିଂଟନ,୭।୧୧: ଆକାଶରୁ ହୀରା ବର୍ଷା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଏହା ସତ୍ୟ। ଆମ ସୌରମଣ୍ଡଳର ନେପ୍‌ଚୁନ୍‌ ଗ୍ରହରେ ଏଭଳି ଘଟଣା ଘଟିଥାଏ।...

ଉଗ୍ରବାଦ ଦମନରେ ମ୍ୟାନ୍‌ମାରର ସହଯୋଗ ଗୁରୁତ୍ୱପୂର୍ଣ୍ଣ: ପ୍ରଧାନମନ୍ତ୍ରୀ

ବ୍ୟାଙ୍କକ୍‌,୫ା୧୧: ଆସିଆନ ସମ୍ମିଳନୀରେ ଯୋଗଦେବା ଲାଗି ଥାଇଲାଣ୍ଡ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମ୍ୟାନ୍‌ମାର ଷ୍ଟେଟ୍‌ କାଉନସିଲର ଅଙ୍ଗ୍‌ ସାନ୍‌ ସୁ କୀ ବିଭିନ୍ନ...

୧୭୫ ଯାତ୍ରୀଙ୍କୁ ନେଇ ଯାଉଥିଲା ବିମାନ, ମାରିଲା ବିଜୁଳି; ଆଉ ତା’ ପରେ…

ମସ୍କୋ,୩୦ା୯: ରୁଷିଆର ଏକ ବିମାନ ୧୭୫ ଯାତ୍ରୀଙ୍କୁ ନେଇ ଉଡ଼ାଣ ଆରମ୍ଭ କରିଥିଲା। ଏହି ସମୟରେ ଆକାଶରେ ବିଜୁଳି ମାରିଥିଲା। ଫଳରେ ବିମାନ ପୂରା ହଲି...

Advertisement
Archives

Model This Week