Posted inଖେଳ

ଆଇ-ଲିଗ୍‌:ଇଷ୍ଟବେଙ୍ଗଲର ପ୍ରଥମ ବିଜୟ

ଇମ୍ଫାଲ, ୧୧ା୧୨ (ପି.ଟି.)-ଚଳିତ ଆଇ-ଲିଗ୍‌ ସିଜନରେ ଇଷ୍ଟ ବେଙ୍ଗଲ ଏାହର ପ୍ରଥମ ବିଜୟ ହାସଲ କରିଛି। ସ୍ଥାନୀୟ ଖୁମାନ ଲାମ୍ପାକ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ନେରୋକା ବିପକ୍ଷ ମ୍ୟାଚରେ ଦଳ ୪-୧ ଗୋଲରେ ବିଜୟ ହାସଲ କରି ଘରୋଇ ଦର୍ଶକଙ୍କୁ ହତାଶ କରିଛି। ଇଷ୍ଟବେଙ୍ଗଲ ତରଫରୁ ଜେମି କୋଲାଡୋ (୨୧ ଓ ୫୨ତମ ମିନିଟ୍‌) ପେନାଲ୍ଟି ସ୍ପଟ୍‌ରୁ ଦୁଟି ଗୋଲ ସ୍କୋର କରିଥିଲେ। ଦଳ ପକ୍ଷରୁ ଅନ୍ୟ ଦୁଇଟି ଗୋଲ୍‌ ଜୁଆନ୍‌ ମେରା (୩୩ତମ) ଏବଂ ମାର୍କସ ଏସ୍ପାଡା (୬୫ତମ) ଗୋଲ ସ୍କୋର କରିଥିଲେ। ନେରୋକା ତରଫରୁ ବୋଉ ବାକାରା ଡିଆରା ୩୧ତମ ମିନିଟ୍‌ରେ ଏକମାତ୍ର ସନ୍ତ୍ୱନାମୂଳକ ଗୋଲ ସ୍କୋର କରିଥିଲେ। ମଙ୍ଗଳବାର ଏହି ବିଜୟ ଦ୍ୱାରା ଇଷ୍ଟବେଙ୍ଗଲ ୩ଟି ମ୍ୟାଚରୁ ୫ ପଏଣ୍ଟ ସହ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ଅନ୍ୟପକ୍ଷରେ ନେରୋକା ୩ ପଏଣ୍ଟ ସହ ପୂର୍ବଭଳି ୭ମ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱକପ୍‌ ପୂର୍ବରୁ ଜିମରେ ଝାଳ ବୁହାଇଲେ ହାର୍ଦ୍ଧିକ

ମୁମ୍ବାଇ, ୨୦।୫: ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଧିକ ପାଣ୍ଡ୍ୟା ଆଇପିଏଲରେ ସଫଳ ହେବା ପରେ ଏବେ ବିଶ୍ୱକପ୍‌ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି। ଏଥିପାଇଁ...

ଡବ୍ଲୁଟିସି ଚାମ୍ପିଅନ୍‌ ହେବା ପରେ ବିରାଟ କୋହଲିଙ୍କ କାନ୍ଧରେ କାହିଁକି ମୁଣ୍ଡ ରଖିଥିଲେ ଓ୍ବିଲିୟମସନ୍‌: ଏବେ କଲେ ଖୁଲାସା

ଅକଲାଣ୍ଡ,୨।୭: ଭାରତ ବିପକ୍ଷରେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଜିତିବା ପରେ ନ୍ୟୁଜିଲାଣ୍ଡ ଖେଳାଳିଙ୍କ ଅନେକ ଫଟୋ ଭାଇରାଲ ହେବାରେ ଲାଗିଛି। ବିଜୟ ଉତ୍ସବ...

ଡୋପିଂ: ୨ ଭାରୋତ୍ତୋଳକ ଲଣ୍ଡନ ଅଲିମ୍ପିକ୍ସ ପଦକ ହରାଇଲେ

ଲାଉସେନ,୨୬।୧୧(ଏପି): ଡୋପିଂ କାରଣରୁ ରୋମାନିଆର ଦୁଇଜଣ ଭାରୋତ୍ତୋଳକ ୨୦୧୨ ଲଣ୍ଡନ ଅଲିମ୍ପିକ୍ସ ପଦକ ହରାଇଛନ୍ତି। ଷ୍ଟେରଏଡ୍‌ ସେବନ କାରଣରୁ ଡୋପ୍‌ ଟେଷ୍ଟରେ ଏମାନେ ପଜିଟିଭ ବୋଲି...

ରାଞ୍ଚିକୁ ହରାଇ ରାଉରକେଲା ଚାମ୍ପିୟନ

ବ୍ରଜରାଜନଗର,୧୯।୧: ସ୍ଥାନୀୟ ଆମ୍ବିସନ କ୍ଲବ ପକ୍ଷରୁ ଚାଲିଥିବା ରାଜ୍ୟସ୍ତରୀୟ ନକ୍‌ଆଉଟ୍‌ କ୍ରିକେଟ ପ୍ରତିଯୋଗିତାର ଅନ୍ତିମ ମ୍ୟାଚ ମଙ୍ଗଳବାର ଜିମଖାନା ରାଉରକେଲା ଏବଂ ରକଅନ୍‌ ରାଞ୍ଚି ମଧ୍ୟରେ...

ବାରବାଟୀ ମ୍ୟାଚ୍‌ ବନ୍ଦ ଲାଗି ହାଇକୋର୍ଟରେ ଦାୟର ହେଲା ମାମଲା

କଟକ ଅଫିସ,୧।୬: ଆସନ୍ତା ଜୁନ ୧୨ରେ ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ବନ୍ଦ ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା...

ବାଂଲାଦେଶ ଚୟନ କମିଟି ସଦସ୍ୟ ଲାଗି ଅବ୍‌ଦୁର ରଜାକଙ୍କୁ ପ୍ରସ୍ତାବ

ଢାକା,୨୩।୩- ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ପୂର୍ବତନ ବାମହାତୀ ସ୍ପିନର ଅବ୍‌ଦୁର ରଜାକଙ୍କୁ ଜାତୀୟ ଦଳର ଚୟନ କମିଟିର ତୃତୀୟ ସଦସ୍ୟ ପାଇଁ ପ୍ରସ୍ତାବ ଦେଇଛନ୍ତି।...

ସଙ୍ଗକାରାଙ୍କୁ ଏମ୍‌ସିସି ଦଳର ନେତୃତ୍ୱ

ଲଣ୍ଡନ, ୧୮।୧୨ (ପି.ଟି.): କ୍ରିକେଟ୍‌ ନିୟମର ପ୍ରଣେତା ମେରିଲବୋନ କ୍ରିକେଟ୍‌ କ୍ଲବ (ଏମ୍‌ସିସି) ଆସନ୍ତା ଫେବ୍ରୁୟାରୀରେ ପାକିସ୍ତାନ ଗସ୍ତରେ ଯାଇ ସେଠାରେ କେତୋଟି ମ୍ୟାଚ୍‌ ଖେଳିବାର...

ସୁଚିନ୍ତିତ ଭାବେ କାଶିଲେ ରେଡ୍‌କାର୍ଡ

ଜୁରିଚ୍‌, ୫।୮(ଏପି)- ଜଣେ ଫୁଟବଲ ଖେଳାଳି ଯଦି ସୁଚିନ୍ତିତଭାବେ ଅନ୍ୟ ଜଣେ ଖେଳାଳିର ନିକଟତର ହେବାପରେ କାଶିବେ ତେବେ ମ୍ୟାଚ ଅଫିସିଆଲ ତାଙ୍କୁ ରେଡ୍‌ କାର୍ଡ...

Advertisement
Archives

Model This Week