Posted inଖେଳ

ଆଇସିସି ମହିଳା ଟି୨୦ ବିଶ୍ୱକପ୍‌: ସେମିରେ ଦକ୍ଷିଣ ଆଫ୍ରିକା

ସିଡ୍‌ନୀ,୧ା୩(ପି.ଟି.)- ଲୌରା ଓ୍ବଲଭାର୍ଡଙ୍କ ଅପରାଜିତ ଅର୍ଦ୍ଧଶତକୀୟ ଇନିଂସ ସହାୟତାରେ ଦକ୍ଷିଣ ଆଫ୍ରିକା ୧୭ ରନ୍‌ରେ ପାକିସ୍ତାନକୁ ହରାଇ ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ ସେମିଫାଇନାଲରେ ପ୍ରବେଶ କରିଛି। ରବିବାର ଖେଳାଯାଇଥିବା ଗ୍ରୁପ୍‌ ବି’ର ମ୍ୟାଚ୍‌ରେ ଲୌରା (୫୩*)ଙ୍କ ଯୋଗୁ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ହରାଇ ୧୩୬ ରନ୍‌ କରିଥିଲା। ମାରିଜାନ୍ନେ କାପ ୩୧ ରନ୍‌ କରିଥିଲେ। ଇନିଂସର ଅନ୍ତିମ ୮ ବଲରେ ଲୌରା ୪ ଚୌକା ମାରିଥିଲେ, ଯାହାକି ଶେଷକୁ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା। ପାକିସ୍ତାନ ପକ୍ଷରୁ ବୋଲିଂରେ ଡାଇନା ବେଗ ୨ ଉଇକେଟ ନେଇଥିଲେ। ଜବାବରେ ପାକସ୍ତାନ ଦଳ ଶେଷ ପର୍ଯ୍ୟନ୍ତ ଖେଳି ୫ ଉଇକେଟ କ୍ଷତିରେ ୧୧୯ ରନ୍‌ କରିଥିଲେ। ଦଳ ଲାଗି ଜାଭେରିଆ ଖାଁ ୩୧, ଆଲିୟା ରିଆଜ ୩୯ ଓ ଇରାମ ଜାଭେଦ ୧୭ ରନ୍‌ କରିଥିଲେ। ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ୩ ମ୍ୟାଚ୍‌ରୁ ୩ ବିଜୟ ସହ ୬ ପଏଣ୍ଟ ହାସଲ କରି ଗ୍ରୁପ୍‌ର ଦ୍ୱିତୀୟ ସ୍ଥାନରେ ରହିଛି। ଗ୍ରୁପ୍‌ର ଅନ୍ୟ ଏକ ମ୍ୟାଚ୍‌ରେ ଇଂଲଣ୍ଡ ୪୬ ରନ୍‌ରେ ଓ୍ବେଷ୍ଟଇଣ୍ଡିଜକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଇଂଲଣ୍ଡ ୪ ମ୍ୟାଚ୍‌ରୁ ୩ୟ ବିଜୟ ସହ ଗ୍ରୁପ୍‌ର ଶୀର୍ଷରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦିନିକିଆ ସିରିଜ ଜିତିଲା ପାକିସ୍ତାନ

ସେଞ୍ଚୁରିଆନ,୮।୪: ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ଭ୍ରମଣକାରୀ ପାକିସ୍ତାନ ୨୮ ରନରେ ବିଜୟୀ ହୋଇଛି। ସ୍ଥାନୀୟ ସୁପର ସ୍ପୋର୍ଟ ଗ୍ରାଉଣ୍ଡରେ...

ସତ ହୋଇଥିଲା ଧୋନୀଙ୍କ ଭବିଷ୍ୟବାଣୀ

ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କର ଖେଳକୁ ଭଲ ଭାବେ ପଢିବା ଏବଂ ଖେଳାଳିଙ୍କୁ ସେମାନଙ୍କର ଶକ୍ତି ଏବଂ ଦୁର୍ବଳତା ଅନୁସାରେ ବ୍ୟବହାର କରିବାର...

ମାତ୍ର ୪୦ ଦିନରେ ଭାରତକୁ ମିଳିଲା ୫ ବଡ଼ ସୁପରଷ୍ଟାର୍‌

ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା କ୍ରିକେଟ ସିରିଜରେ ଭାରତ ପକ୍ଷରୁ ଡେବ୍ୟୁ କରିଥିବା ଖେଳାଳି ଏବେ ରେକର୍ଡ ଭାଙ୍ଗିବାରେ ବ୍ୟସ୍ତ ଅଛନ୍ତି। ଏହି ପ୍ରଦର୍ଶନ ସୂଚାଇ ଦେଉଛି...

କେକେଆର ବୋଲରଙ୍କ ଉପରେ ଭାରି ପଡ଼ିଲେ ସିଏସ୍‌କେ ଓପନର

ମୁମ୍ବାଇ,୨୧।୪: କୋଲକାତା ନାଇଟ୍‌ ରାଇଜଡର୍ସ (କେକେଆର)ର ବୋଲରଙ୍କ ଉପରେ ଭାରି ପଡ଼ିଲେ ସିଏସ୍‌କେର ବ୍ୟାଟ୍ସମ୍ୟାନ। ପ୍ରଥମେ ଚେନ୍ନାଇ ସୁପର କିଙ୍ଗ୍ସର ଓପନର ଛକା ଓ ଚୌକାର...

ହାମିଲଟନ ଜିତିଲେ ସ୍ପାନିଶ୍‌ ଗ୍ରାଁ ପ୍ରି

ମୋଣ୍ଟମେଲୋ (ସ୍ପେନ),୧୦।୫: ବ୍ରିଟେନର ମର୍ସିଡିଜ୍‌ ଡ୍ରାଇଭର ଲୁଇସ ହାମିଲଟନ ସ୍ପାନିଶ୍‌ ଗ୍ରାଁ ପ୍ରି ଫର୍ମୁଲାଓ୍ବାନ ମୋଟରରେସିଂ ଟାଇଟଲ ଜିତିଛନ୍ତି। ରବିବାର ଅନୁଷ୍ଠିତ ତୀବ୍ର ସଂଘର୍ଷପୂର୍ଣ୍ଣ ରେସ୍‌ରେ...

ଜାତୀୟ ସିନିୟର ଭଲିବଲ୍‌ ଚାମ୍ପିୟନଶିପ୍‌: କେରଳ-ରେଲଓ୍ବେ ମହିଳା ଫାଇନାଲ

ଭୁବନେଶ୍ୱର,୧୧।୩ (କ୍ରୀଡ଼ା ପ୍ରତିନିଧି)- କିଟ୍‌ର ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ୬୯ତମ ଜାତୀୟ ସିନିୟର ଭଲିବଲ୍‌ ଚାମ୍ପିୟନଶିପ୍‌ର ମହିଳା ବିଭାଗ ଫାଇନାଲରେ କେରଳ ଓ...

କ୍ୟାପଟେନ କୁଲଙ୍କ ଟୁଇଟର ଆକାଉଣ୍ଟରୁ ହଟିଲା ବ୍ଲୁ ଟିକ୍‌

ନୂଆଦିଲ୍ଲୀ,୬।୮: ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ନିଜ କାର୍ଯ୍ୟକଳାପ, ଫ୍ୟାଶନ ଓ ହେୟାର ଷ୍ଟାଇଲକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ହେଲେ...

କ୍ରିକେଟ୍‌କୁ ଫେରିବା ପାଇଁ ମ୍ୟାକ୍ସଓ୍ବେଲ୍‌ଙ୍କ ପ୍ରସ୍ତୁତି

ମେଲବୋର୍ନ, ୬।୧୨ (ପି.ଟି.)- ଅଷ୍ଟ୍ରେଲିଆ କ୍ରିକେଟ୍‌ ପାଇଁ ଖୁସି ଖବର। ବିସ୍ଫୋରକ ବ୍ୟାଟ୍ସମ୍ୟାନ ଗ୍ଲେନ ମ୍ୟାକ୍ସଓ୍ବେଲ କ୍ରିକେଟ୍‌କୁ ପ୍ରତ୍ୟାବର୍ତ୍ତନ ଲାଗି ଅଭ୍ୟାସ ଆରମ୍ଭ କରିଦେଇଛନ୍ତି। ମାନସିକ...

Advertisement
Ten Cric Info


Archives

Model This Week