Posted inଖେଳ

ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ୫ ଦିନିଆ କ୍ରିକେଟ ରୋମାଞ୍ଚକ ହେବ: କୋହଲି

ମୁମ୍ବାଇ,୩୦।୭(ପି.ଟି.)-
ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବଲ୍ୟୁଟିସି) ଅଗଷ୍ଟ ୧ରୁ ଆରମ୍ଭ ହେବାକୁ ଯାଉଛି। ଏହା ୫ ଦିନିଆ କ୍ରିକେଟରେ ରୋମାଞ୍ଚ ଭରିବ ବୋଲି ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ସୋମବାର ପ୍ରକାଶ କରିଛନ୍ତି। ଡବଲ୍ୟୁଟିସିର ପ୍ରଥମ ସଂସ୍କରଣରେ ଅଷ୍ଟ୍ରେଲିଆ, ବାଂଲାଦେଶ, ଇଂଲଣ୍ଡ, ଭାରତ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ଓ ଓ୍ବେଷ୍ଟଇଣ୍ଡିଜ ଆଦି ୯ଟି ଦେଶ ଅଂଶଗ୍ରହଣ କରୁଛନ୍ତି। ଆଗାମୀ ୨ ବର୍ଷରେ ୨୭ଟି ସିରିଜରେ ମୋଟ ୭୧ଟି ଟେଷ୍ଟ ମ୍ୟାଚ ଖେଳାଯିବ। ଶେଷରେ ଶ୍ରେଷ୍ଠ ଦୁଇ ଦଳ ମଧ୍ୟରେ ୨୦୨୧ ଜୁନ୍‌ରେ ଇଂଲଣ୍ଡରେ ଫାଇନାଲ ଅନୁଷ୍ଠିତ ହେବ।
”ଆମେ ଅତ୍ୟନ୍ତ ଆଗ୍ରହର ସହ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌କୁ ଅପେକ୍ଷା କରିଥିଲୁ। ଏହା କ୍ରିକେଟର ବଡ଼ ଫର୍ମାଟ ବିଶିଷ୍ଟ ଗେମ୍‌କୁ ଅଧିକ ସଂଘର୍ଷପୂର୍ଣ୍ଣ କରିବ। ଟେଷ୍ଟ କ୍ରିକେଟ ସର୍ବଦା ଚ୍ୟାଲେଞ୍ଜପୂର୍ଣ୍ଣ ହୋଇଥାଏ। ଏଥିରେ ଭଲ ପ୍ରଦର୍ଶନ କଲେ ଆତ୍ମସନ୍ତୋଷ ମିଳିଥାଏ। କ୍ରିକେଟର ଏହି ଫର୍ମାଟରେ ଭାରତ ନିକଟ ଅତୀତରେ ଭଲ ପ୍ରଦର୍ଶନ କରି ଆସିଛି। ତେଣୁ ଚାମ୍ପିୟନଶିପ୍‌ରେ ଭାରତ ପାଇଁ ନିଶ୍ଚିତ ସୁଯୋଗ ରହିବ“ ବୋଲି କୋହଲି କହିଛନ୍ତି। ଏଥିରେ ପ୍ରତି ଦଳ ଘରୋଇ ପରିବେଶରେ ଏବଂ ବାହାରେ ୩ଟି ଲେଖାଏ ସିରିଜ ଖେଳିବେ। ପ୍ରତି ଗେମ୍‌ରେ ପ୍ରଦର୍ଶନ ଭିତ୍ତିରେ ଦଳଗୁଡ଼ିକୁ ପଏଣ୍ଟ ମିଳିବ। ପ୍ରତି ସିରିଜ ପାଇଁ ୧୨୦ ପଏଣ୍ଟ ଲେଖାଏ ରହିବ। ସିରିଜରେ ମ୍ୟାଚ ସଂଖ୍ୟାକୁ ଦୃଷ୍ଟିରେ ରଖାଯାଇ ପଏଣ୍ଟ ଭାଗ ହେବ। ଉଦାହରଣ ସ୍ବରୂପ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ପ୍ରତି ମ୍ୟାଚ ପାଇଁ ୬୦ ପଏଣ୍ଟ ରହିବ। ୩ ମ୍ୟାଚ କ୍ଷେତ୍ରରେ ଏହା ୪୦ ପଏଣ୍ଟ ବିଶିଷ୍ଟ ହେବ। ମ୍ୟାଚ ଟାଇ ରହିଲେ ପଏଣ୍ଟର ୫୦ ପ୍ରତିଶତ ଉପଲବ୍ଧ ହେବ। ଅର୍ଥାତ୍‌ ଏହି ମ୍ୟାଚ ପାଇଁ ୪୦ ପଏଣ୍ଟ ଥିଲେ ଅଧା ଅର୍ଥାତ୍‌ ୨୦ ପଏଣ୍ଟ ଉଭୟ ଦଳ ମଧ୍ୟରେ ବଣ୍ଟା ହେବ। ଡ୍ର ରହିବା କ୍ଷେତ୍ରରେ ଦଳ ଗୁଡ଼ିକୁ ପ୍ରଦର୍ଶନ ଭିତ୍ତିରେ ୩:୧ ଅନୁପାତରେ ପଏଣ୍ଟ ମିଳିବ।
କ୍ରିକେଟରେ ଟେଷ୍ଟ ଫର୍ମାଟ ହେଉଛି ସର୍ବଶ୍ରେଷ୍ଠ। କ୍ରିକେଟରେ ଏହା ଅତ୍ୟନ୍ତ ଜରୁରୀ ଏବଂ ଅଧିକାଂଶ କ୍ରିକେଟର ଏଥିରେ ଶ୍ରେଷ୍ଠତ୍ୱ ପ୍ରତିପାଦନ ପାଇଁ ଚେଷ୍ଟା କରିଥାନ୍ତି। ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଏହି କ୍ରୀଡ଼ା ପାଇଁ ଏକ ଚମତ୍କାର ପଦକ୍ଷେପ। ଏହାଦ୍ୱାରା ମ୍ୟାଚ ଗୁଡ଼ିକ ସଂଘର୍ଷପୂର୍ଣ୍ଣ ହେବ ଏବଂ ପ୍ରତି ଟେଷ୍ଟ ସିରିଜର ଗୁରୁତ୍ୱ ବଢ଼ିବ। ଏବେ ଟେଷ୍ଟ ମ୍ୟାଚକୁ ଅଧିକରୁ ଅଧିକ ଦର୍ଶକ ଦେଖିବାକୁ ପସନ୍ଦ କରିବେ“ ବୋଲି ଇଂଲଣ୍ଡର ଅଗ୍ରଣୀ ଉଇକେଟ ହାସଲକାରୀ ବୋଲର ଜେମ୍ସ ଆଣ୍ଡରସନ କହିଛନ୍ତି। ପୂର୍ବଭଳି ସିରିଜ ଗୁଡ଼ିକ ଆଇସିସି ସଦସ୍ୟଭୁକ୍ତ ବୋର୍ଡ ଆୟୋଜନ କରିବେ ଏବଂ ଏହା ଦ୍ୱିପାକ୍ଷିକ ସିରିଜ ସଦୃଶ ହେବ। ମାତ୍ର ଏଥିରେ ପ୍ରତିଦ୍ୱନ୍ଦ୍ୱିତା ଅଧିକ ହେବ ଏବଂ ଶେଷରେ ଗୋଟିଏ ଦଳ ହିଁ ଚାମ୍ପିୟନ ହେବ।
”ପ୍ରତି ଗେମ୍‌ କେତେ ଗୁରୁତ୍ୱପୂର୍ଣ୍ଣ ତାହା ଗତ ଆଇସିସି ବିଶ୍ୱକପରେ ପ୍ରମାଣିତ ହୋଇଥିଲା। ଶେଷରେ ବିଶ୍ୱର ଶ୍ରେଷ୍ଠ ଦଳ ଗୁଡ଼ିକ ଆଗକୁ ବଢ଼ିବାରେ ସକ୍ଷମ ହୋଇଥିଲେ। ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ସେପରି ପ୍ରାସଙ୍ଗିକତା ରହିବ। ଆଗାମୀ ୨ ବର୍ଷ ପାଇଁ ଏହା ଦ୍ୱିପାକ୍ଷିକ ସିରିଜକୁ ଅଧିକ ରୋମାଞ୍ଚକ କରିବ। ଏକଦିବସୀୟ ଓ ଟି୨୦ ଫର୍ମାଟରେ ପୁରୁଷ ଓ ମହିଳା ବିଶ୍ୱକପର ଗୁରୁତ୍ୱପରି ୫ ଦିନିଆ କ୍ରିକେଟକୁ ଏହା ଶ୍ରେଷ୍ଠ ଇଭେଣ୍ଟରେ ପରିଣତ କରିବ“ ବୋଲି ଆଇସିସି ଜେନେରାଲ ମ୍ୟାନେଜର(କ୍ରିକେଟ ଅପରେଶନ) ଜେଫ୍‌ ଆଲାର୍ଡିସ ପ୍ରକାଶ କରିଛନ୍ତି। ପ୍ରତି ସିରିଜର ମ୍ୟାଚ ସଂଖ୍ୟା ଅତିକମ୍‌ରେ ୨ ଏବଂ ଅତି ବେଶିରେ ୫ ରହିବ। ପ୍ରଥମ ପର୍ଯ୍ୟାୟରେ ଡବଲ୍ୟୁଟିସି ମ୍ୟାଚ ଗୁଡ଼ିକ ୫ ଦିନ ବିଶିଷ୍ଟ ରହିବ। ପ୍ରତିପକ୍ଷ ଦଳ ସହ ବୁଝାମଣା ଭିତ୍ତିରେ ଏଥିରେ ଦିବାରାତ୍ର ମ୍ୟାଚ ସାମିଲ କରାଯାଇପାରେ।
”ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଏକ ବଢ଼ିଆ ପଦକ୍ଷେପ। ଆମେ ଟେଷ୍ଟ କ୍ରିକେଟ ଖେଳିବାକୁ ଭଲ ପାଉ। ଏହା ଅଷ୍ଟ୍ରେଲିଆରେ ଲୋକପ୍ରିୟ ରହି ଆସିଛି । ଆମେ ଭାଗ୍ୟବାନ ଯେ, ଘରୋଇ ପରିବେଶରେ ଆମେ ଖେଳାଳି, ମିଡିଆ ଓ ଦର୍ଶକଙ୍କଠାରୁ ଭରପୂର ସମର୍ଥନ ପାଇ ଆସୁଛୁ। ବ୍ୟାଗୀ ଗ୍ରୀନ ଜର୍ସି ପିନ୍ଧିବାପାଇଁ ଅଷ୍ଟ୍ରେଲିଆ କ୍ରିକେଟରମାନେ ଭାଗ୍ୟବାନ ମଣିଥାନ୍ତି। ଯଦି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଦ୍ୱାରା ଅନ୍ୟ ସବୁ ଦଳ ଟେଷ୍ଟକୁ ଅଗ୍ରାଧିକାର ଦେବେ ତେବେ ତାହା ଏହି ଗେମ୍‌ ପାଇଁ ବହୁତ ବଡ଼ ଖବର ହେବ“ ବୋଲି ଅଷ୍ଟ୍ରେଲିଆ ଦଳର ଅଧିନାୟକ ଟିମ୍‌ ପେନ୍‌ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri