ଆଇସିସି ବିଶ୍ୱକପ୍‌: ସେମିଫାଇନାଲରେ ଇଂଲଣ୍ଡ

ଚେଷ୍ଟର- ଲି- ଷ୍ଟିଟ୍‌, ୪।୭(ପି.ଟି)- ଚଳିତ ଆଇସିସି ବିଶ୍ୱକପ୍‌ରେ ଆୟୋଜକ ଇଂଲଣ୍ଡ ତୃତୀୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି। ପୂର୍ବରୁ ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆ ଓ ଭାରତ ସେମିରେ ପ୍ରବେଶ କରିସାରିଛନ୍ତି। ବୁଧବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଇଂଲଣ୍ଡ ବୃହତ୍‌ ୧୧୯ ରନରେ ନ୍ୟୁଜିଲାଣ୍ଡକୁ ହରାଇ ୧୯୯୨ ପରେ ପ୍ରଥମଥର ପାଇଁ ସେମିକୁ ଉଠିଛି। ତେବେ ପରାସ୍ତ ହୋଇଥିଲେ ମଧ୍ୟ ନ୍ୟୁଜିଲାଣ୍ଡ ପାଇଁ ଏବେ ମଧ୍ୟ ସେମିଫାଇନାଲର ଆଶା ଉଜ୍ଜୀବିତ ରହିଛି। ଶୁକ୍ରବାର ଖେଳାଯିବାକୁ ଥିବା ପାକିସ୍ତାନ- ବାଂଲାଦେଶ ମ୍ୟାଚର ଫଳାଫଳ ଉପରେ ସବୁକିଛି ନିର୍ଭର କରୁଛି। ଏହାର ଉପରେ ଚତୁର୍ଥ ସେମିଫାଇନାଲିଷ୍ଟ କିଏ ହେବ ତାହା ସ୍ପଷ୍ଟ ହେବ। ୧୯୮୩ ପରେ ଇଂଲଣ୍ଡ ବିଶ୍ୱକପ୍‌ରେ କେବେବି ନ୍ୟୁଜିଲାଣ୍ଡକୁ ପରାସ୍ତ କରିପାରି ନ ଥିବା ବେଳେ ଏଥର କିନ୍ତୁ ସଫଳ ହୋଇଛି। ସ୍ଥାନୀୟ ରିଭରସାଇଡ ଗ୍ରାଉଣ୍ଡରେ ଟସ୍‌ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ଓପନର ଜନ୍ନି ବେୟାରଷ୍ଟୋଙ୍କ ଶତକ ସହାୟତାରେ ନିର୍ଦ୍ଧାରିତ ୫୦ ଓଭରରେ ୮ ଉଇକେଟ ହରାଇ ୩୦୫ ରନ ସଂଗ୍ରହ କରିଛି। ଜବାବରେ ନ୍ୟୁଜିଲାଣ୍ଡ ୪୫ ଓଭରରେ ୧୮୬ ରନ କରି ଅଲଆଉଟ୍‌ ହେବା ସହ ଆତ୍ମସମର୍ପଣ କରିଥିଲା। ଶତକ ହାସଲ କରିଥିବା ବେୟାରଷ୍ଟୋ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।
୩୦୬ ରନ ଚ୍ୟାଲେଞ୍ଜିଂ ଟାର୍ଗେଟର ପିଛା କରି ନ୍ୟୁଜିଲାଣ୍ଡ ୧୪ ରନରେ ଦୁଇ ଓପନର ମାର୍ଟିନ ଗୁପ୍ଟିଲ ଓ ହେନେରୀ ନିକୋଲ୍ସଙ୍କୁ ହରାଇ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ହେନେରୀ ଖାତା ଖୋଲିବା ପୂର୍ବରୁ କ୍ରିସ୍‌ ଓ୍ବକ୍ସଙ୍କ ଦ୍ୱାରା ଏଲ୍‌ବଡବ୍ଲ୍ୟୁ ହୋଇଥିଲେ। ସେହିପରି ୮ ରନ କରିଥିବାବେଳେ ଗୁପ୍ଟିଲ ଜୋଫ୍ରା ଆର୍ଚରଙ୍କ ବଲ୍‌ରେ ଜୋସ ବଟଲରଙ୍କୁ କ୍ୟାଚଦେଇ ପ୍ୟାଭିଲିୟନ ଫେରିଥିଲେ। ଇନ୍‌ଫର୍ମ ଅଧିନାୟକ କେନ୍‌ ଓ୍ବିଲିୟମସନ ୨୭ ରନ କରିଥିବା ବେଳେ ମାର୍କ ଉଡ୍‌ଙ୍କ ଦ୍ୱାରା ଦୁର୍ଭାଗ୍ୟଜନକ ଭାବେ ରନ୍‌ ଆଉଟ୍‌ ହୋଇଥିଲେ। ଏହାପରେ ଅଭିଜ୍ଞ ରସ୍‌ ଟେଲର ମଧ୍ୟ ଅନୁରୂପ ଭାବେ ପ୍ୟାଭିଲିୟନ ଫେରିଥିଲେ। ୨୮ ରନ କରିଥିବାବେଳେ ଆଦିଲ ରସିଦଙ୍କ ଥ୍ରୋରେ ସେ ଉଇକେଟକିପର ଜୋସ ବଟଲରଙ୍କ ଦ୍ୱାରା ରନ୍‌ ଆଉଟ ହୋଇଥିଲେ। ଦୁଇ ତାରକା ବ୍ୟାଟ୍ସମ୍ୟାନ ରନ୍‌ ଆଉଟ ହେବା ପରେ ନ୍ୟୁଜିଲାଣ୍ଡ ଇନିଂସ ଦୋହଲିଯାଇଥିଲା। ଏହାପରେ ଜିମ୍ମି ନିଶାମ ୧୯ ଓ କଲିନ ଡି ଗ୍ରାଣ୍ଡହୋମ ୩ ରନ କରି ଯଥାକ୍ରମେ ଉଡ୍‌ ଓ ଷ୍ଟୋକ୍ସଙ୍କ ଦ୍ୱାରା ଆଉଟ ହୋଇଥିଲେ। ନିଶାମ ବୋଲ୍ଡ ହୋଇଥିବା ବେଳେ ଗ୍ରାଣ୍ଡହୋମ ରୁଟଙ୍କୁ କ୍ୟାଚ୍‌ ଦେଇଥିଲେ। ଉଇକେଟକିପର ଟମ୍‌ ଲଥାମ ଲଢ଼ୁଆ ପ୍ରଦର୍ଶନ କରି ୬୫ ବଲର ସମ୍ମୁଖୀନ ହୋଇ ୫ ଚୌକା ସହ୫୭ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ସେ ଲିୟମ ପ୍ଲଙ୍କେଟଙ୍କ ବଲରେ ଉଇକେଟ ପଛରେ ବଟଲରଙ୍କୁ କ୍ୟାଚ ଦେଇ ଆଉଟ ହୋଇଥିଲେ। ପଞ୍ଚମ ଉଇକେଟରେ ଲଥାମ ଓ ନିଶାମ ୫୪ ରନ ସଂଗ୍ରହ କରିଥିଲେ। ଏହାପରେ ମିଚେଲ ସାଣ୍ଟନର ୧୨ ରନ କରି ଉଡ୍‌ଙ୍କ ଦ୍ୱାର ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ। ୭ ରନ କରିଥିବାବେଳେ ମ୍ୟାଟ୍‌ ହେନେରୀ ବୋଲ୍ଡ ହୋଇ ଉଡ୍‌ଙ୍କ ତୃତୀୟ ଶିକାର ହୋଇଥିଲେ। ଶେଷରେ ଟ୍ରେଣ୍ଟ ବୋଲ୍ଟ ସ୍ପିନର ଆଦିଲ ରସିଦଙ୍କ ବଲ୍‌ରେ ବଟଲରଙ୍କୁ କ୍ୟାଚ୍‌ ଦେଇଥିଲେ। ଟିମ୍‌ ସୌଦି ୭ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଉଡ୍‌ ୩, ଓ୍ବକ୍ସ, ଆର୍ଚର, ପ୍ଲଙ୍କେଟ, ରସିଦ ଓ ଷ୍ଟୋକ୍ସ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଇଂଲଣ୍ଡ ଦୁଇ ଓପନର ଜାସନ ରୟ ଓ ଜନ୍ନି ବେୟାରଷ୍ଟୋଙ୍କ ଦମ୍‌ଦାର ପ୍ରଦର୍ଶନ ବଳରେ ଜବରଦସ୍ତ ଆରମ୍ଭ କରିଥିଲା। ଓପନିଂ ଯୋଡିରେ ଏହି ଦୁଇ ବ୍ୟାଟ୍ସମ୍ୟାନ ୧୯ ଓଭର ପୂର୍ବରୁ ୧୨୩ ରନ ସଂଗ୍ରହ କରିନେଇଥିଲେ। ତେବେ ରୟ ୮ ଚୌକା ସହ ୬୧ ବଲରୁ ୬୦ ରନ କରି ଜିମ୍ମି ନିଶାମଙ୍କ ବଲ୍‌ରେ ମିଚେଲ ସାଣ୍ଟନରଙ୍କୁ କ୍ୟାଚ୍‌ ଦେଇ ପ୍ରଥମେ ଆଉଟ ହୋଇଥିଲେ। ନିର୍ଭରଯୋଗ୍ୟ ଜୋ ରୁଟ୍‌ ୨୫ଟି ବଲ୍‌ ଖେଳି ୨୪ ରନ କରିଥିବା ବେଳେ ଟ୍ରେଣ୍ଟ ବୋଲ୍ଟଙ୍କ ବଲ୍‌ରେ ଉଇକେଟ ପଛରେ ଟମ୍‌ ଲଥାମଙ୍କୁ କ୍ୟାଚ୍‌ ଦେଇଥିଲେ ଓ ସେ ପୁଣିଥରେ ବଡ଼ ସ୍କୋର ହାସଲ କରିବାରେ ବିଫଳ ହୋଇଛନ୍ତି। ଏଥିସହିତ ରୁଟ୍‌ ଚଳିତ ବିଶ୍ୱକପ୍‌ରେ ପଞ୍ଚମ ବ୍ୟାଟ୍ସମ୍ୟାନ ଭାବେ ୫୦୦ରୁ ଊର୍ଦ୍ଧ ରନ ସଂଗ୍ରହ କରିଛନ୍ତି। ପୁଣି ସେ ପ୍ରଥମ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଭାବେ ଏହି ସଫଳତା ପାଇଛନ୍ତି। ଏହାପରେ ଇନ୍‌ଫର୍ମ ଓପନର ବେୟାରଷ୍ଟୋ ୯୯ଟି ବଲର ସମ୍ମୁଖୀନ ହୋଇ ୧୫ ଚୌକା ଓ ୧ ଛକା ସହାୟତାରେ ୧୦୬ ରନର ଶତକୀୟ ପାଳି ଖେଳି ପ୍ୟାଭିଲିୟନ ଫେରିଥିଲେ। ମ୍ୟାଟ୍‌ ହେନେରୀଙ୍କ ବଲ୍‌ରେ ସେ ଲାଇନ ମିସ୍‌ କରି ପ୍ଲେଡ ଅନ୍‌ ହୋଇଥିଲେ। ବଲ୍‌ ବ୍ୟାଟର ଏଜ୍‌ ନେଇ ଷ୍ଟମ୍ପରେ ବାଜିଥିଲା। ବେୟାରଷ୍ଟୋ ପ୍ରଥମ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଭାବେ ବିଶ୍ୱକପ୍‌ରେ କ୍ରମାଗତ ଦୁଇଟି ଶତକ ଅର୍ଜନ କରିବାର ଗୌରବ ଅର୍ଜନ କରିଛନ୍ତି। ଏହାପୂର୍ବରୁ ସେ ଭାରତ ବିପକ୍ଷରେ ୧୧୧ରନର ଶତକୀୟ ଇନିଂସ ଖେଳିଥିଲେ।
ଇଂଲଣ୍ଡ ଏକଦା ଗୋଟିଏ ଉଇକେଟ ହରାଇ ୧୯୪ ରନ କରି ଦୃଢ଼ ସ୍ଥିତିରେ ଥିଲା। ତେବେ ଏହାପରେ ଉଇକେଟ ମନ୍ଥର ହୋଇଥିଲା। ଫଳରେ ପ୍ରତ୍ୟାବର୍ତ୍ତନ କରି ନ୍ୟୁଜିଲାଣ୍ଡ ବୋଲରମାନେ ଗୋଟିଏ ପରେ ଗୋଟିଏ ଉଇକେଟ ହାସଲ କରିଥିଲେ। ଫଳରେ ଇଂଲଣ୍ଡକୁ ୩୦୦ ରନ ପାର କରିବାକୁ ସଂଘର୍ଷ କରିବାକୁ ପଡିଥିଲା। ଉଇକେଟକିପର ବ୍ୟାଟ୍ସମ୍ୟାନ ଜୋସ ବଟଲର ବିଫଳ ହୋଇଥିଲେ। ସେ ୧୧ ରନ କରି ବୋଲ୍ଟଙ୍କ ବଲ୍‌ରେ କେନ ଓ୍ବିଲିୟମସନଙ୍କୁ କ୍ୟାଚ୍‌ ଦେଇଥିଲେ। ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ମନ୍ଥର ବ୍ୟାଟିଂ କରି ୨୭ଟି ବଲର ସମ୍ମୁଖୀନ ହୋଇ ମାତ୍ର ୧୧ ରନ କରି ସ୍ପିନର ସାଣ୍ଟନରଙ୍କ ବଲ୍‌ରେ ହେନେରୀଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ସେହିପରି କ୍ରିସ୍‌ ଓ୍ବକ୍ସ ୪ ରନ କରିଥିବା ବେଳେ ନିଶାମଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ଅଧିନାୟକ ଇଅନ ମୋର୍ଗାନ ୪୦ ବଲରୁ ୫ ଚୌକା ସହ ୪୨ ରନକରି କ୍ରିଜ୍‌ରେ ଜମି ଆସୁଥିବା ବେଳେ ହେନେରୀଙ୍କ ବଲ୍‌ରେ ସାଣ୍ଟନରଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ଶେଷରେ ଆଦିଲ ରସିଦ ୧୬ ରନ କରି ଅଭିଜ୍ଞ ଦ୍ରୁତ ବୋଲର ଟିମ୍‌ ସୌଦିଙ୍କ ଦ୍ୱାରା କ୍ଲିନ ବୋଲ୍ଡ ହୋଇଥିଲେ। ଲିଅମ ପ୍ଲଙ୍କେଟ ୧୫ ଓ ଜୋଫ୍ରା ଆର୍ଚର ୧ ରନକରି ଅପରାଜିତ ରହିଥିଲେ। ବୋଲିଂରେ ନ୍ୟୁଜିଲାଣ୍ଡ ତରଫରୁ ବୋଲ୍ଟ, ହେନେରୀ, ନିଶାମ ୨ଟି ଲେଖାଏ, ସାଉଦି ଓ ସାଣ୍ଟନର ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ। ହାମଷ୍ଟ୍ରିଙ୍ଗ ଇଞ୍ଜୁରି କାରଣରୁ ଦ୍ରୁତ ବୋଲର ଲୋକି ଫର୍ଗୁସନ ଦଳରୁ ବାଦ୍‌ ପଡିଛନ୍ତି। ତାଙ୍କ ସ୍ଥାନରେ ସାଉଦିଙ୍କୁ ଖେଳିବାକୁ ସୁଯୋଗ ମିଳିଛି। ଟୁର୍ନାମେଣ୍ଟରେ ସେ ୯ ଓଭରରେ ୭୦ ରନ ଦେଇ ଗୋଟିଏ ଉଇକେଟ ଅକ୍ତିଆର କରି ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଥିଲେ।
ସଂକ୍ଷିପ୍ତ ସ୍କୋର:
ଇଂଲଣ୍ଡ ୫୦ ଓଭରରେ ୩୦୫/୮
(ବେୟାରଷ୍ଟୋ- ୧୦୬, ରୟ- ୬୦, ମୋର୍ଗାନ- ୪୨, ରୁଟ୍‌- ୨୪, ବୋଲ୍ଟ- ୨/୫୬, ହେନେରୀ- ୨/ ୫୪, ନିଶାମ- ୨/୪୧)
ନ୍ୟୁଜିଲାଣ୍ଡ ୪୫ ଓଭରରେ ୧୮୬ ଅଲଆଉଟ୍‌
(ଲଥାମ- ୫୭, ଟେଲର- ୨୮, ଓ୍ବିଲିୟମସନ- ୨୭, ଉଡ୍‌- ୩/୩୪)।


Enter your email to get our daily news in your inbox.

All Right Reserved By Dharitri.Com

ହୀରାକୁଦ ଜଳଭଣ୍ଡାର ପୁଣି ପୂର୍ଣ୍ଣଗର୍ଭା: ଦ୍ବିତୀୟ ଥର ୬୩୦ ଫୁଟ ଛୁଇଁଲା ଜଳସ୍ତର

​ସମ୍ବଲପୁର,୨।୧୦(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ବର୍ତ୍ତମାନ ମାତ୍ର ଗୋଟିଏ ସ୍ଲୁଇସ ଗେଟ୍ ଖୋଲା ରହିଛି । ଫଳରେ ଶୁକ୍ରବାର ସକାଳେ ହୀରାକୁଦ ଜଳଭଣ୍ଡାରର ପୁଣିଥରେ ପୂର୍ଣ୍ଣଗର୍ଭା ହୋଇଛି…

୭୫ ବର୍ଷ ପରେ ଘଟିଲା ଏମିତି: ଏସିଆନ ଗେମ୍ସରେ ଚମତ୍କାର କଲା ଭାରତୀୟ ମହିଳା ଟିମ୍‌

ନୂଆଦିଲ୍ଲୀ,୨।୧୦: ୨୦୨୬ ଏସିଆନ ଗେମ୍ସରେ ଭାରତ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି। ତୀରନ୍ଦାଜୀର ମହିଳା ରିକର୍ଭ ଟିମ ଫାଇନାଲରେ ଶକ୍ତିଶାଳୀ ଦକ୍ଷିଣ କୋରିଆକୁ ୫-୩ରେ…

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ପୁଟିନ୍, ନିରପେକ୍ଷ ରହିବା….

ମସ୍କୋ,୨।୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି । ମୋଦିଙ୍କୁ ବିଶ୍ୱର ସେହି ନେତାମାନଙ୍କ ମଧ୍ୟରେ ପୁଟିନ୍‌ ସାମିଲ କରିଛନ୍ତି,…

ବିନା ଛାତ୍ରରେ ଚାଲିଛି ବିଦ୍ୟାଳୟ: ସ୍କୁଲ ଜଗି ରହିଛନ୍ତି ଭାରପ୍ରାପ୍ତ ହେଡ୍‌ ପଣ୍ଡିତ

ବଲାଙ୍ଗୀର,୨ା୧୦(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ସହର ମୁଖ୍ୟରାସ୍ତା ପାର୍ଶ୍ୱରେ ଥିବା ବିଦ୍ୟାଭୂଷଣ ସଂସ୍କୃତ ପ୍ରଥମା-ମଧ୍ୟମା ବିଦ୍ୟାଳୟରେ ୬ଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଏକଦା ଏହି ବିଦ୍ୟାଳୟରେ ୧୦୦ରୁ…

ମୋହନ ସରକାରଙ୍କ ବଡ଼ ଘୋଷଣା: ୫.୧୨ଲକ୍ଷ ନୂଆ ହିତାଧିକାରୀଙ୍କୁ ମିଳିବ ଭତ୍ତା

ଭୁବନେଶ୍ୱର,୨।୧୦ (ରବିନାରାୟଣ ଜେନା):ଦୀର୍ଘଦିନ ଧରି ସରକାରଙ୍କୁ ଭତ୍ତା ଗଣ୍ଡିଏ ପାଇବା ପାଇଁ ଚାହିଁ ରହିଥିବା ବୃଦ୍ଧା/ବୃଦ୍ଧ ଓ ଅନ୍ୟାନ୍ୟ ବର୍ଗଙ୍କ ଅପେକ୍ଷାର ଅନ୍ତ ଘଟିଛି। ମୁଖ୍ୟମନ୍ତ୍ରୀ ମୋହନ…

ଆଜି ଇଣ୍ଡିଆ ମେଣ୍ଟର ‘ଗଣତନ୍ତ୍ର ବଞ୍ଚାଓ’ ପଦଯାତ୍ରା, ଫର୍ମ-୬ ପରିବର୍ତ୍ତନକୁ ନେଇ ରାହୁଲ କହିଲେ…

ନୂଆଦିଲ୍ଲୀ,୨।୧୦(ପି.ଟି.): ନୂତନ ଭୋଟର ପଞ୍ଜୀକରଣ ପାଇଁ ଭାରତର ନିର୍ବାଚନ ଆୟୋଗ (ଇସିଆଇ) ଦ୍ୱାରା ବ୍ୟବହୃତ ଅନ୍‌ଲାଇନ୍‌ ‘ଫର୍ମ-୬’ରେ ବେଆଇନ ଭାବେ ପରିବର୍ତ୍ତନ ପାଇଁ ଟାଟା କନ୍ସଲଟାନ୍ସି ସର୍ଭିସେସ୍‌…

ଗିଲ୍‌ଙ୍କ ଅଧିନାୟକତ୍ୱକୁ ନେଇ ଗମ୍ଭୀରଙ୍କ ବଡ଼ ବୟାନ, ବୋଲରଙ୍କ…

ନୂଆଦିଲ୍ଲୀ,୨।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ୪୦୬ ରନ୍‌ର ବଡ଼ ଲକ୍ଷ୍ୟକୁ ହାସଲ କରି ଭାରତ ଚମତ୍କାର ବିଜୟ ହାସଲ କରିଛି। ଏହି ମ୍ୟାଚ୍‌ରେ ଶୁବମନ ଗିଲ୍‌ଙ୍କ…

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି, ଆଜିଠୁ ଆନ୍ଦୋଳନକୁ ଓହ୍ଲାଇବ CJP

ମୁମ୍ବାଇ, ୨।୧୦(ପି.ଟି.): ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ସାମ୍ନାକୁ ଆସିବା ପରେ ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାରଙ୍କ ତୁରନ୍ତ ଇସ୍ତଫା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?