ଆଇସିସି ବିଶ୍ୱକପ୍‌: ଭାରତ- ଓ୍ବେଷ୍ଟଇଣ୍ଡିଜ ମୁକାବିଲା

ମାଞ୍ଚେଷ୍ଟର, ୨୭।୬(ପି.ଟି.)- ଚଳିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ ତା’ର ଷଷ୍ଠ ଲିଗ୍‌ ପର୍ଯ୍ୟାୟ ମ୍ୟାଚ୍‌ରେ ବିପଜ୍ଜନକ ଓ୍ବେଷ୍ଟଇଣ୍ଡିକୁ ଭେଟିବ। ଗୁରୁବାର ସ୍ଥାନୀୟ ଓଲ୍ଡ ଟ୍ରାଫର୍ଡରେ ଖେଳାଯିବାକୁ ଥିବା ମ୍ୟାଚ୍‌ ଓ୍ବେଷ୍ଟଇଣ୍ଡିଜ ଅପେକ୍ଷା ଭାରତ ପାଇଁ ଅଧିକ ଗୁରୁତ୍ୱବହନ କରୁଛି। ବିଜୟୀ ହେଲେ ଭାରତ ସେମି ଫାଇନାଲର ନିକଟତର ହେବ। ଅଭିଜ୍ଞ ଉଇକେଟକିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନୀଙ୍କ ବ୍ୟାଟିଂ ଓ ମିଡଲ ଅର୍ଡରରେ ତାଙ୍କ ସ୍ଥାନ ନେଇ ଟିମ୍‌ ଇଣ୍ଡିଆ ଟିମ୍‌ ମ୍ୟାନେଜମେଣ୍ଟ ବେଶ୍‌ ଚିନ୍ତିତ ଅଛି।
ଭାରତ ଟୁର୍ନାମେଣ୍ଟରେ ଏପର୍ଯ୍ୟନ୍ତ ୫ଟି ମ୍ୟାଚ୍‌ ଖେଳି ୪ଟିରେ ବିଜୟୀ ହୋଇଥିବା ବେଳେ ଗୋଟିଏ ବିନା ଫଳାଫଳରେ ଶେଷ ହୋଇଥିଲା। ଫଳରେ ୯ ପଏଣ୍ଟ ପାଇ ଭାରତ ଏବେ ତାଲିକାର ତୃତୀୟ ସ୍ଥାନରେ ରହିଛି। ଅନ୍ୟପଟେ ଓ୍ବେଷ୍ଟଇଣ୍ଡିଜ୍‌ ୬ଟି ମ୍ୟାଚ୍‌ ଖେଳି ଗୋଟିଏ ବିଜୟ, ୪ଟି ପରାଜୟ ଓ ଗୋଟିଏ ବିନା ଫଳାଫଳ ସହ ୩ ପଏଣ୍ଟ ପାଇ ଅଷ୍ଟମ ସ୍ଥାନରେ ରହିଛି। ସେମିଫାଇନାଲ ଦୌଡ଼ରୁ ବାଦ୍‌ ପଡିସାରିଥିବା ଓ୍ବେଷ୍ଟଇଣ୍ଡିଜ ପାଇଁ ବିଜୟ କିମ୍ବା ପରାଜୟ ସେତେଟା ଗୁରୁତ୍ୱ ବହନ କରୁନାହିଁ। ଫଳରେ ଦଳ ଆଦୌ ଚାପରେ ରହିବ ନାହିଁ। ଅଭିଜ୍ଞ ଉଇକେଟକିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନୀଙ୍କ ବ୍ୟାଟିଂ ଓ ମିଡଲ ଅର୍ଡରରେ ତାଙ୍କ ସ୍ଥାନ ନେଇ ଭାରତୀୟ ଟିମ୍‌ ମ୍ୟାନେଜମେଣ୍ଟ ବେଶ୍‌ ଚିନ୍ତିତ ରହିଛି। ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ଗୁଡିକରେ ଧୋନୀ ସେକେଣ୍ଡ ପାଓ୍ବାର ପ୍ଲେ ଓଭରଗୁଡିକରେ ବାରମ୍ବାର ବିଫଳ ହେଉଥିବାରୁ କୋହଲିଙ୍କ ଚିନ୍ତା ବଢିଯାଇଛି। ଆଫଗାନିସ୍ତାନ ଭଳି ଦୁର୍ବଳ ଦଳ ବିପକ୍ଷରେ ଧୋନୀ ୫୨ଟି ବଲ୍‌ ଖେଳି ମାତ୍ର ୨୮ ରନ ସଂଗ୍ରହ କରିଥିଲେ ଓ ଏଥିପାଇଁ ସବୁ ମହଲରେ ସମାଲୋଚିତ ମଧ୍ୟ ହୋଇଛନ୍ତି। ଏପରିକି କ୍ରିକେଟ ଆଇକନ୍‌ ସଚିନ ତେନ୍ଦୁଲକର ମଧ୍ୟ ଧୋନୀଙ୍କ ଦକ୍ଷତା ନେଇ ପ୍ରଶ୍ନ ଉଠାଇଥିଲେ। ଭାରତର ଆଉ ୪ଟି ଲିଗ୍‌ ପର୍ଯ୍ୟାୟ ମ୍ୟାଚ୍‌ ରହିଛି। ତେଣୁ ଏଭଳି ସ୍ଥିତିରେ ଧୋନୀଙ୍କ ବ୍ୟାଟିଂ କ୍ରମ ପରିବର୍ତ୍ତନ ଉପରେ ଧ୍ୟାନ ଦିଆଯିବ ବୋଲି ଆଶା କରାଯାଉଛି। ଏହା ହୋଇପାରିଲେ କେଦାର ଯାଦବ ଅଧିକ ବଲ୍‌ ଖେଳିବାର ସୁଯୋଗ ହାସଲ କରିପାରିବେ। କେଦାରଙ୍କ ଶଟ୍‌ ଚୟନ ବେଶ୍‌ ଉଚ୍ଚକୋଟୀର ରହିଛି। ହାର୍ଦ୍ଦିକ ପାଣ୍ଡ୍ୟା ଏକ ହିଟର ଭାବେ ଦଳରେ ବ୍ୟବହୃତ ହୋଇଛନ୍ତି। କିନ୍ତୁ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ତାଙ୍କୁ ଅନ୍ୟପଟୁ କେହି ସହଯୋଗ କରି ନ ଥିଲେ। ଫଳରେ ପ୍ରତ୍ୟେକ ବଲ୍‌କୁ ଛକା ମାରିବା ପାଇଁ ତାଙ୍କ ଉପରେ ଅତିରିକ୍ତ ଚାପ ବୃଦ୍ଧି ପାଉଛି। କୋହଲି ଓ କୋଚ୍‌ ରବି ଶାସ୍ତ୍ରୀ ଏବେ ରିଷଭ ପନ୍ତଙ୍କ ଧୂଆଁଧାର ବ୍ୟାଟିଂର ଉପଯୋଗ କରିବାକୁ ଏବେ ସେତେଟା ଇଚ୍ଛୁକ ନୁହଁନ୍ତି। ଅଲରାଉଣ୍ଡର ବିଜୟ ଶଙ୍କରଙ୍କୁ ବାଦ୍‌ ଦିଆଗଲେ ପନ୍ତଙ୍କୁ ଖେଳାବାର ସୁଯୋଗ ମିଳିପାରେ।
ଓ୍ବେଷ୍ଟଇଣ୍ଡିଜ ଦଳରେ ଦ୍ରୁତ ବୋଲରମାନଙ୍କ ଭିଡ଼ ରହିଛି। ସ୍ଲେ୍‌ା ବୋଲରଙ୍କ ବିପକ୍ଷରେ ଧୋନୀ ସେତେଟା ସହଜ ମନେକରୁନାହାନ୍ତି। ଫଳରେ ସେ ଏହି ମ୍ୟାଚ୍‌ରେ ଷ୍ଟ୍ରାଇକ ରୋଟେଟ କରିବାର ସୁଯୋଗ ପାଇବେ। ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଧୋନୀଙ୍କ ଦୁର୍ବଳତା ପଦାରେ ପଡିଥିଲା। ଚେନ୍ନାଇ ସୁପରକିଙ୍ଗ୍ସ ପାଇଁ ଖେଳିବା ବେଳେ ଧୋନୀ କେତେକ ଘରୋଇ ଭାରତୀୟ ବୋଲରଙ୍କୁ ପ୍ରହାର କରି ରନ୍‌ ଚେଜ୍‌ କରିବାରେ ସଫଳ ହୋଇଥାନ୍ତି। କିନ୍ତୁ ବିଶ୍ୱକପ୍‌ରେ କଥା ଅଲଗା ହୋଇଛି। କାଗିସୋ ରାବାଡ଼ା, ଜୋଫ୍ର ଆର୍ଚରଙ୍କ ଭଳି ବୋଲରଙ୍କୁ ପ୍ରହାର କରିବା ସେତେଟା ସହଜ ନୁହଁ। ତେଣୁ ଧୋନୀଙ୍କୁ କେଉଁ ସ୍ଥାନରେ ବ୍ୟାଟିଂ କରିବାର ସୁଯୋଗ ଦେଲେ ଭଲ ହେବ ତାହା ଟିମ୍‌ ମ୍ୟାନେଜମେଣ୍ଟ ଚିନ୍ତା କରିବ। ଷ୍ଟମ୍ପ ପଛରେ ରହି ଧୋନୀ ଅବଶ୍ୟ ଉପଯୋଗୀ ଓ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଉଛନ୍ତି। ଯାହା ଦଳ ପାଇଁ ବେଶ୍‌ କାମରେ ଆସୁଛି।
ଅପରପକ୍ଷରେ ଓ୍ବେଷ୍ଟଇଣ୍ଡିଜ୍‌ ବାକିଥିବା ୩ଟି ଲିଗ ପର୍ଯ୍ୟାୟ ମ୍ୟାଚ୍‌ରେ ବିଜୟୀ ହୋଇ ସ୍ବଦେଶ ଫେରିବାକୁ ଚାହିଁବ। ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନକୁ ୧୦୫ ରନରେ ଅଲଆଉଟ କରିବା ସହ ୭ ଉଇକେଟରେ ବିଜୟୀ ହୋଇ ଓ୍ବେଷ୍ଟଇଣ୍ଡିଜ ପୁରା ଢ଼ଙ୍ଗ୍‌ରେ ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିଥିଲା। ହାମଷ୍ଟ୍ରିଙ୍ଗ ଇଞ୍ଜୁରି କାରଣରୁ ଆନ୍ଦ୍ରେ ରସେଲ ଦଳରୁ ବାଦ୍‌ ପଡିଛନ୍ତି। ଏହ ଦଳ ପାଇଁ ଶକ୍ତ ଧକ୍କା ସଦୃଶ ହୋଇଛି। ତେବେ ଦୁଇ ଯୁବ ଦ୍ରୁତ ବୋଲର ଶେଲଡନ କଟ୍ରେଲ ଓ ଓଶେନ ଥୋମାସଙ୍କୁ ନେଇ ଓ୍ବେଷ୍ଟଇଣ୍ଡିଜ ଦ୍ରୁତ ବୋଲିଂ ବିଭାଗ ବେଶ୍‌ ଶକ୍ତିଶାଳୀ ମନେହେଉଛି। କୋହଲି ଓ ଉପ- ଅଧିନାୟକ ରୋହିତ ଶର୍ମା ବେଶ୍‌ ଭଲ ଫର୍ମରେ ରହିଥିବାରୁ ଏହି ବୋଲରମାନଙ୍କ ଶଟ୍‌ ବଲ୍‌ ମ୍ୟାଚ୍‌କୁ ଆହୁରି ରୋମାଞ୍ଚକ କରିବ। ଧୂଆଁଧାର ଓପନର କ୍ରିସ୍‌ ଗେଲ୍‌ ଫର୍ମକୁ ନ ଫେରନ୍ତୁ ବୋଲି କୋହଲି ନିଶ୍ଚିତ ଭାବେ ପ୍ରାର୍ଥନା କରିବେ। ଗେଲ୍‌ ଓ ଯଶପ୍ରୀତ ବୁମ୍‌ରାଙ୍କ ମଧ୍ୟରେ ପ୍ରାରମ୍ଭିକ ମୁକାବିଲା ବେଶ୍‌ ରୋମଞ୍ଚକ ହେବ। ସେହିପରି ମିଡଲ ଓଭରରେ ଶାଇ ହୋପ ଓ ଶିମରନ ହେଟମେୟର ଦୁଇ ରିଷ୍ଟ ସ୍ପିନର କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲଙ୍କୁ ଚ୍ୟାଲେଞ୍ଜ କରିବେ। ନ୍ୟୁଜିଲାଣ୍ଡ ବିପକ୍ଷରେ କାର୍ଲୋସ ବ୍ରାଥଓ୍ବେଟ ଏକ ଅବିଶ୍ୱସନୀୟ ଇନିଂସ ଖେଳିଥିଲେ ମଧ୍ୟ ଦଳକୁ ଜିତାଇପାରି ନ ଥିଲେ। ତେବେ ସ୍ଲୋ ବୋଲରଙ୍କ ବିପକ୍ଷରେ ବ୍ରାଥଓ୍ବେଟ ଆଦୌ ସହଜ ଅନୁଭବ କରି ନ ଥାନ୍ତି। ଏହି ମ୍ୟାଚ ଭାରତ ପାଇଁ ଜବରଦସ୍ତ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବିଭିନ୍ନ ସମସ୍ୟା ସତ୍ତ୍ୱେ ଭାରତ ଫେଭରାଇଟ୍‌ ବିବେଚିତ ହେଉଛି। ଓଲ୍ଡ ଟ୍ରାଫର୍ଡ ଷ୍ଟାଡିୟମ ପୁଣି ଥରେ ଭାରତୀୟ ଦର୍ଶକଙ୍କ ଉପସ୍ଥିତିରେ ନୀଳ ସମୁଦ୍ରରେ ପରିଣତ ହେବ ଓ ଏହି ମ୍ୟାଚ୍‌ ବେଶ୍‌ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି।
ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଲୋକେଶ ରାହୁଲ, ବିଜୟ ଶଙ୍କର, ହାର୍ଦ୍ଦିକ ପାଣ୍ଡ୍ୟା, ମହେନ୍ଦ୍ର ସିଂ ଧୋନୀ, କେଦାର ଯାଦବ, ୟୁଜବେନ୍ଦ୍ର ଚହଲ, ଯଶପ୍ରୀତ ବୁମ୍‌ରା, ମହମ୍ମଦ ସାମି, ଭୁବନେଶ୍ୱର କୁମାର, ରବୀନ୍ଦ୍ର ଜାଡେଜା, ଦୀନେଶ କାର୍ତ୍ତିକ ଓ ରିଷଭ ପନ୍ତ।
ଓ୍ବେଷ୍ଟଇଣ୍ଡିଜ ଦଳ: ଜାସନ ହୋଲ୍ଡର (ଅଧିନାୟକ), କ୍ରିସ୍‌ ଗେଲ୍‌, ଶାଇ ହୋପ୍‌, ଶିମରନ ହେଟମେୟର, କାର୍ଲୋସ ବ୍ରାଥଓ୍ବେଟ, ଶେଲଡନ କଟ୍ରେଲ, ଓଶେନ ଥୋମାସ, କେମର ରୋଚ୍‌, ଆସଲେ ନର୍ସ, ନିକୋଲାସ ପୁରାନ, ସୁନୀଲ ଅମ୍ବ୍ରିସ୍‌, ଏଭିନ ଲୁଇସ୍‌, ଶାନନ ଗାବ୍ରିଏଲ, ଡାରେନ ବ୍ରାଭୋ ଓ ଫାବିଆନ ଆଲେନ।


Enter your email to get our daily news in your inbox.

All Right Reserved By Dharitri.Com

BCCIର ବଡ଼ ଘୋଷଣା: ଏଣିକି ଏମିତି କଲେ ବୋଲରଙ୍କୁ…ନୂଆ ନିୟମ ଜାରି

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦୨୬-୨୭ ଘରୋଇ କ୍ରିକେଟ ସିଜନ ପୂର୍ବରୁ ଖେଳର ନିୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ନୂତନ ନିୟମଗୁଡ଼ିକର ପ୍ରଭାବ…

ବିପଦରେ ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ଥାନ! ଜିମ୍ବାୱେ ମ୍ୟାଚରେ ବିଫଳ ହେଲେ…

ନୂଆଦିଲ୍ଲୀ,୨୨।୭: ବୈଭବ ସୂର୍ଯ୍ୟବଂଶୀ ୧୫ ବର୍ଷ ବୟସରେ ନିଜର ଝଡ଼ ବ୍ୟାଟିଂ ବଳରେ ଟିମ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଟି-ଟେଣ୍ଟି ଅନ୍ତର୍ଜାତୀୟ (T20I)…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

୬୪୭ ଦିନ ପରେ ଟିମ୍‌ ଇଣ୍ଡିଆକୁ ଫେରିବେ ଏହି ଘାତକ ଖେଳାଳି: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୭: ଇଂଲଣ୍ଡ ବିପକ୍ଷ ନିରାଶାକୁ ପଛରେ ପକାଇ, ଭାରତୀୟ କ୍ରିକେଟ ଦଳ ଏବେ ଜିମ୍ବାୱେ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ପ୍ରସ୍ତୁତ। ଶ୍ରେୟସ…

ଟିମ ଇଣ୍ଡିଆରେ ବଡ଼ ଧରଣର ଅଦଳବଦଳ: ବିଦାୟ ନେଲେ ଏହି କୋଚ୍‌! ଶେଷ ହେଲା ୫ ବର୍ଷର ଯାତ୍ରା

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷରେ ଟିମ ଇଣ୍ଡିଆକୁ ଟି-20 ଏବଂ ଦିନିକିଆ ସିରିଜରେ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଇଂଲଣ୍ଡ ପ୍ରଥମେ ଭାରତକୁ ଟି-20 ସିରିଜରେ ୪-୦ରେ…

ଏହି ୫ କାରଣ: ରୋହିତ ଶର୍ମାଙ୍କୁ ଅବସର ପାଇଁ କେହି କରିପାରିବେ ନାହିଁ ବାଧ୍ୟ! ଜାଣନ୍ତୁ କ’ଣ

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷ ଲଡର୍‌ସ ଦିନିକିଆରେ ୧୩୮ ରନର ଏକ ଚମତ୍କାର ଇନିଂସ ଖେଳିବା ପରେ ରୋହିତ ଶର୍ମାଙ୍କ ଅବସରକୁ ନେଇ ଚାଲିଥିବା ଚର୍ଚ୍ଚା ଏକ ନୂତନ…

‘ସେ ଦେଶ ପାଇଁ ନିଜ ଜୀବନ ଦେବେ’ – ରୋହିତ ଶର୍ମାଙ୍କ ପାଇଁ ମହମ୍ମଦ କୈଫଙ୍କ ଭାବପ୍ରବଣ Video

ନୂଆଦିଲ୍ଲୀ,୨୧।୭: ରୋହିତ ଶର୍ମାଙ୍କ ଭବିଷ୍ୟତ ସମ୍ପର୍କରେ ପ୍ରାୟତଃ ପ୍ରଶ୍ନ ଉଠିଛି। ସମ୍ପ୍ରତି ଗୁଜବ ଜୋର ଧରିଛି ଯେ ରୋହିତ ଲର୍ଡସରେ ତାଙ୍କର ଶେଷ ମ୍ୟାଚ ଖେଳିପାରନ୍ତି। ତଥାପି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri