Posted inଖେଳ

ଆଇସିସି ବିଶ୍ୱକପ୍‌: ଇଂଲଣ୍ଡର ସହଜ ବିଜୟ

କାର୍ଡିଫ, ୯ା୬- ସ୍ଥାନୀୟ ସୋଫିଆ ଗାର୍ଡେନଠାରେ ଚଳିତ ଆଇସିସି ବିଶ୍ୱକପ୍‌ ଟୁର୍ନାମେଣ୍ଟର ଏକ ମ୍ୟାଚରେ ଜାସନ ରୟଙ୍କ ଆକର୍ଷଣୀୟ ୧୫୩ ରନ ଏବଂ ଜୋସ୍‌ ବଟଲରଙ୍କ ଷ୍ଟ୍ରୋକ୍‌ଭରା ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ୧୦୬ ରନରେ ବାଂଲାଦେଶକୁ ପରାସ୍ତ କରିଛି। ଶନିବାର ଖେଳାଯାଇଥିବା ଏହି ମ୍ୟାଚରେ ୩୮୭ ରନର କଷ୍ଟସାଧ୍ୟ ବିଜୟ ଲକ୍ଷ୍ୟକୁ ପିଛାକରି ବାଂଲାଦେଶ ଅଲରାଉଣ୍ଡର ଶକିବ ଅଲ ହସନ(୧୨୧)ଙ୍କ ଶତକ ସହାୟତାରେ ୪୮.୫ ଓଭରରେ ୨୮୦ରନ କରି ଅଲଆଉଟ ହୋଇଯାଇଥିଲା। ଦଳ ପକ୍ଷରୁ ଅନ୍ୟମାନଙ୍କ ମଧ୍ୟରେ ଉଇକେଟକିପର ମୁସ୍‌ଫିକର ରହିମ ୪୪ ରନ କରିଥିଲେ। ଇଂଲଣ୍ଡ ପକ୍ଷରୁ ବେନ୍‌ ଷ୍ଟୋକ୍ସ ଏବଂ ଜୋଫ୍ରା ଆର୍ଚର ୩ଟି ଲେଖାଏଁ ଏବଂ ମାର୍କ ଉଡ୍‌ ୨ଟି ଉଇକେଟ ନେଇଥିଲେ। ଇଂଲଣ୍ଡ ଟୁର୍ନାମେଣ୍ଟରେ ଏପର୍ଯ୍ୟନ୍ତ ଖେଳିଥିବା ୩ଟି ମ୍ୟାଚ ମଧ୍ୟରୁ ଏହା ଦ୍ୱିତୀୟ ବିଜୟ ହୋଇଥିବାବେଳେ ସମାନ ସଂଖ୍ୟକ ମ୍ୟାଚ ଖେଳିଥିବା ବାଂଲାଦେଶର ଏହା ଦ୍ୱିତୀୟ ପରାଜୟ।
ହାରି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ୬ ଉଇକେଟ ବିନିମୟରେ ୩୮୬ ରନ ସଂଗ୍ରହ କରିଥିଲା। ରୟ ତାଙ୍କ ୧୨୧ ବଲ୍‌ର ଇନିଂସରେ ୧୪ ଚୌକା ଏବଂ ୫ଟି ଛକା ଲଗାଇଥିଲେ। ସେ ଓପନର ଜନି ବେୟାରଷ୍ଟୋ (୫୧) ଏବଂ ପ୍ରଥମ ଡାଉନ୍‌ରେ ଜୋ ରୁଟ୍‌ (୨୧)ଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ଭାଗୀଦାରି କରିଥିଲେ, ଯାହାକି ଦଳର ବ୍ୟାଟିଂ ମୂଳଦୁଆ ପକାଇବାରେ ସହାୟକ ହୋଇଥିଲା। ପରେ ବଟଲର ୪୪ ବଲ୍‌ରୁ ୬୪ ରନ କରିଥିଲେ। ଏଥିରେ ୪ ଛକା ଏବଂ ୨ ଚୌକା ସାମିଲ ରହିଥିଲା। ସେ ଅଧିନାୟକ ଇଅନ ମୋର୍ଗାନ (୩୫)ଙ୍କ ସହିତ ପାର୍ଟନରଶିପ୍‌ରେ ୯୫ରନ ଯୋଗ କରିଥିଲେ। ଫଳରେ ଇଂଲଣ୍ଡ ଟୁର୍ନାମେଣ୍ଟରେ ପ୍ରଥମ ଦଳ ହିସାବରେ ୩୫୦ରୁ ଅଧିକ ରନ ସଂଗ୍ରହ କରିପାରିଥିଲା। ବାଂଲାଦେଶ ପକ୍ଷରୁ ମହମ୍ମଦ ସଇଫୁଦ୍ଦିନ (୨/୭୮) ଏବଂ ମେହିଦି ହସନ (୨/୬୭) ଦୁଇଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର
ଇଂଲଣ୍ଡ: ୫୦ ଓଭରରେ ୩୮୬/୬ (ଜାସନ ରୟ-୧୫୩, ଜୋସ୍‌ ବଟଲର-୬୪, ଜନି ବେୟାରଷ୍ଟୋ-୫୧, ମେହିଦି ହସନ-୨/୬୭, ମହମ୍ମଦ ସଇଫୁଦ୍ଦିନ-୨/୭୮)।
ବାଂଲାଦେଶ: ୪୮.୫ ଓଭରରେ ୨୮୦/ଅଲଆଉଟ (ଶକିବ ଅଲ୍‌ ହସନ-୧୨୧, ମୁସ୍‌ଫିକର ରହିମ-୪୪, ମହମୁଦୁଲ୍ଲା-୨୮, ବେନ୍‌ ଷ୍ଟୋକ୍ସ-୩/୨୩, ଜୋଫ୍ରା ଆର୍ଚର-୩/୩୦, ମାର୍କ ଉଡ୍‌-୨/୫୨)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦିବ୍ୟାଙ୍ଗ ଦୁଃସାହସିକ କ୍ରୀଡ଼ା ଶିବିରରେ ଓଡ଼ିଶାରୁ ୧୧

ଭୁବନେଶ୍ୱର,୨୬ା୧୨(ସ୍ପୋଟର୍‌ସ ବ୍ୟୁରୋ): ପଶ୍ଚିମବଙ୍ଗ ରାଜ୍ୟ କ।ଲିମ ପୋଙ୍ଗ ଜିଲାର ଦୁର୍ଗମ ଜଙ୍ଗଲ ଓ ପାହାଡ଼ଭରା ଦାରସିଂ ଅଞ୍ଚଳରେ ଡିସେମ୍ବର ୧୮ରୁ ୨୩ ଯାଏ ଅନୁଷ୍ଠିତ ହୋଇଛି...

କୋପା ଆମେରିକା ଫୁଟ୍‌ବଲ: ପେରୁ- କଲମ୍ବିଆ ସମ୍ମାନ ଲଢ଼େଇ

ବ୍ରାସିଲିଆ,୧୦।୭: କୋପା ଆମେରିକା ଟୁର୍ନାମେଣ୍ଟର ଫାଇନାଲ ମୁକାବିଲାରେ ବ୍ରାଜିଲ ଓ ଆର୍ଜେଣ୍ଟିନା ପରସ୍ପରକୁ ଭେଟିବା ନିଶ୍ଚିତ ହୋଇଛି। ଶନିବାର ରାତିରେ ଟାଇଟଲ ପାଇଁ ଦୁଇ ଫୁଟ୍‌ବଲ...

ଆରାଧ୍ୟା ଚାମ୍ପିୟନ, ଶ୍ୱେତା ରନରଅପ୍‌

ଭୁବନେଶ୍ୱର, ୧୭।୧୨ (କ୍ରୀଡ଼ା ପ୍ରତିନିଧି): ଅନୁଗୋଳସ୍ଥିତ ଇନ୍‌ଡୋର ହଲ୍‌ରେ ଚାଲିଥିବା ୨୮ତମ ଆନ୍ତଃଜିଲା ଏବଂ ଓଡ଼ିଶା ରାଜ୍ୟ ଟେବୁଲ ଟେନିସ ଚାମ୍ପିୟନଶିପ୍‌ର ୧୧ ବର୍ଷରୁ କମ୍‌...

ଅଲୋଡ଼ା ରେକର୍ଡ :ଚନ୍ଦ୍ରଶେଖରଙ୍କ ସମକକ୍ଷ ହେଲେ ଶାମି

କିଙ୍ଗଷ୍ଟନ, ୨।୯- ଏଠାରେ ଚାଲିଥିବା ଘରୋଇ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଅନ୍ତିମ ତଥା ୨ୟ ଟେଷ୍ଟ ମ୍ୟାଚ୍‌ ଅବସରରେ ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ମହମ୍ମଦ...

ଭାରତର ପରାଜୟ ପରେ ତାଳି ମାରୁଥିଲେ କାର୍ତ୍ତିକ, ରୋହିତ ଦେଲେ ପାନେ: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୭।୧୦: ଆସନ୍ତା ଟି-୨୦ ବିଶ୍ୱକପ ପାଇଁ ଉଇକେଟ କିପର ବ୍ୟାଟ୍ସମ୍ୟାନ ଦୀନେଶ କାର୍ତ୍ତିକ ଭାରତୀୟ ଦଳର ଅଂଶ ହୋଇଛନ୍ତି। ଏହି ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟ ପାଇଁ ରୋହିତ...

ଆଇସିସି ବିଶ୍ୱକପ୍‌: ଶ୍ରୀଲଙ୍କାର ପ୍ରଥମ ବିଜୟ

କାର୍ଡିଫ୍‌,୫।୬(ଏଏଫ୍‌ପି)- ଚଳିତ ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ ଦ୍ୱାଦଶ ସଂସ୍କରଣର ବର୍ଷା ବାଧାପ୍ରାପ୍ତ ସପ୍ତମ ମ୍ୟାଚ୍‌ରେ ଶ୍ରୀଲଙ୍କା ଡକ୍‌ଓ୍ବର୍ଥ/ ଲୁଇସ୍‌ ନିୟମରେ ୩୪ ରନରେ...

ଆଇପିଏଲ୍‌ ମେଗା ନିଲାମ ବେଳେ ଅଘଟଣ: ହଠାତ ଚେତା ହରାଇଲେ ନିଲାମଧାରୀ

ବେଙ୍ଗାଲୁରୁ,୧୨।୨: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)-୨୦୨୨ର ମେଗା ନିଲାମ ଶନିବାର ଚାଲିଥିବା ବେଳେ ଏକ ଅଘଟଣ ଘଟିଛି। ଅକ୍ସନ ବେଳେ ୬୩ ବର୍ଷୀୟ ବ୍ରିଟିଶ ନିଲାମଧାରୀ ହଗ୍‌...

ପୂଜାରା, ଜାଡେଜାଙ୍କୁ ନାଡ଼ା ନୋଟିସ୍‌

ନୂଆଦିଲ୍ଲୀ, ୧୩ା୬ (ପି.ଟି.)-ଚେତେଶ୍ୱର ପୂଜାରା, ରବୀନ୍ଦ୍ର ଜାଡ଼େଜା ଓ କେ.ଏଲ୍‌. ରାହୁଲଙ୍କ ସମେତ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ପରିସରଭୁକ୍ତ ୫ଜଣ ଭାରତୀୟ କ୍ରିକେଟରଙ୍କୁ ନ୍ୟାଶନାଲ ଆଣ୍ଟି ଡୋପିଂ...

Advertisement
Archives

Model This Week