ଆଇସିସି ବିଶ୍ୱକପ୍‌: ଆଫଗାନିସ୍ତାନ- ଓ୍ବେଷ୍ଟଇଣ୍ଡିଜ ସମ୍ମାନ ଲଢ଼େଇ

ଲିଡ୍ସ,୪।୭(ପି.ଟି.)- ଚଳିତ ଆଇସିସି ବିଶ୍ୱକପ୍‌ରେ ସେମିଫାଇନାଲ ଦୌଡ଼ରୁ ବାଦ୍‌ ପଡିସାରିଥିବା ଦୁଇ ଦଳ ଓ୍ବେଷ୍ଟଇଣ୍ଡିଜ ଓ ଆଫଗାନିସ୍ତାନ ସେମାନଙ୍କ ଶେଷ ଲିଗ୍‌ ମ୍ୟାଚ୍‌ରେ ଗୁରୁବାର ପରସ୍ପରକୁ ଭେଟିବେ। ଲିଡ୍ସର ହେଡିଂଲେ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଟୁର୍ନାମେଣ୍ଟର ଏହି ୪୨ତମ ମ୍ୟାଚ୍‌ରେ ଆଫଗାନିସ୍ତାନ ମନସ୍ତାତ୍ତ୍ୱିକ ଭାବେ ଆଗରେ ଥିବା ଭଳି ମନେହେଉଛି। ଆଫଗାନିସ୍ତାନ ଏପର୍ଯ୍ୟନ୍ତ ୮ଟି ମ୍ୟାଚ୍‌ ଖେଳି ସବୁଥିରେ ପରାସ୍ତ ହୋଇ ଖାତା ଖୋଲି ନ ପାରି ଟେବୁଲର ଦଶମ ତଥା ଅନ୍ତିମ ସ୍ଥାନରେ ରହିଛି। ସେହିପରି ଓ୍ବେଷ୍ଟଇଣ୍ଡିଜ ୮ଟି ମ୍ୟାଚ୍‌ ଖେଳି ଗୋଟିଏ ବିଜୟ, ୬ଟି ପରାଜୟ ଓ ଗୋଟିଏ ବିନା ଫଳାଫଳ ସହ ୩ ପଏଣ୍ଟ ପାଇ ଟେବୁଲର ନବମ ସ୍ଥାନରେ ରହିଛି।
ଏହି ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜକୁ ହରାଇ ଆଫଗାନିସ୍ତାନ ପ୍ରଥମ ବିଜୟ ହାସଲ କରି ସାନ୍ତ୍ୱନାମୂଳକ ବିଜୟ ସହ ସ୍ବଦେଶ ଫେରିବା ଲକ୍ଷ୍ୟରେ ରହିଛି। ଗତବର୍ଷ ହରାରେଠାରେ ଆଫଗାନିସ୍ତାନ ତାରକା ଖଚିତ ଓ୍ବେଷ୍ଟଇଣ୍ଡିଜକୁ ବିଶ୍ୱକପ୍‌ କ୍ୱାଲିଫାୟର୍ସରେ ଦୁଇଥର ପରାସ୍ତ କରିଛି। ସେତେବେଳେ ଓ୍ବେଷ୍ଟଇଣ୍ଡିଜ ଦଳରେ କ୍ରିସ୍‌ ଗେଲ୍‌, କାର୍ଲୋସ ବ୍ରାଥଓ୍ବେଟ୍‌ ଓ ସାଇ ହୋପଙ୍କ ଭଳି ତାରକା ଖେଳୁଥିଲେ। ଟୁର୍ନାମେଣ୍ଟରେ ସବୁ ମ୍ୟାଚ୍‌ରେ ପରାସ୍ତ ହୋଇଥିଲେ ମଧ୍ୟ ଆଫଗାନିସ୍ତାନ ଏକାଧିକ ଶକ୍ତିଶାଳୀ ଦଳକୁ ପାଣି ପିଆଇଛି। ତେଣୁ ଓ୍ବେଷ୍ଟଇଣ୍ଡିଜ ଶକ୍ତିଶାଳୀ ମନେହେଉଥିଲେ ମଧ୍ୟ ଆଫଗାନିସ୍ତାନ ବାଜି ମାରିବା ଲକ୍ଷ୍ୟରେ ରହିଛି। ଆଗଭଳି ଆଫଗାନିସ୍ତାନ ଏକ ଦୁର୍ବଳ ଦଳ ହୋଇ ରହିନାହିଁ। ଏହି ଦଳ ଭାରତ, ପାକିସ୍ତାନ ଓ ଶ୍ରୀଲଙ୍କା ଭଳି ହେଭିଓ୍ବେଟ୍‌ ଦଳଗୁଡିକୁ ସମସ୍ୟାରେ ପକାଇଛି। ଆଫଗାନିସ୍ତାନ ବିପକ୍ଷରେ ଏହି ୩ ଦଳ ବେଶ୍‌ ସଂଘର୍ଷ କରିବାର ଦେଖାଯାଇଛି। ମହମ୍ମଦ ନବୀ, ମୁଜିବ ଉର ରହମାନ ଓ ରସିଦ ଖଁାଙ୍କ ଭଳି ସ୍ପିନର ବେଶ୍‌ ପ୍ରଭାବୀ ସାବ୍ୟସ୍ତ ହୋଇଥିଲେ।
ତୃତୀୟଥର ପାଇଁ ଟୁର୍ନାମେଣ୍ଟରେ ସୋମବାର ଶ୍ରୀଲଙ୍କା ବିପକ୍ଷରେ ଓ୍ବେଷ୍ଟଇଣ୍ଡିଜ ବିଜୟର ନିକଟଥର ହୋଇଥିଲେ ମଧ୍ୟ ପରାସ୍ତ ହୋଇଥିଲା। ଏହାପୂର୍ବରୁ ଅଷ୍ଟେଲିଆ ଓ ନ୍ୟୁଜିଲାଣ୍ଡ ଭଳି ଦଳ ବିପକ୍ଷରେ ମଧ୍ୟ ଓ୍ବେଷ୍ଟଇଣ୍ଡିଜ ଅଳ୍ପକେ ବିଜୟ ହାତଛଡ଼ା କରିଥିଲା। ନ୍ୟୁଜିଲାଣ୍ଡ ବିପକ୍ଷରେ କାର୍ଲୋସ ବ୍ରାଥଓ୍ବେଟ୍‌ ଧୂଆଁଧାର ବ୍ୟାଟିଂ କରି ଶତକ ହାସଲ କରିବା ପରେ ବିଜୟସୂଚକ ଛକା ମାରିବାକୁ ଯାଇ ବାଉଣ୍ଡାରିରେ ଧରା ପଡିଥିଲେ। ବିଜୟର ନିକତର ହୋଇ କେତୋଟି ମ୍ୟାଚ୍‌ରେ ଆମେ ପରାସ୍ତ ହୋଇଛୁ ଓ ଏହା ନୈରାଶ୍ୟଜନକ ଥିଲା ବୋଲି ଓ୍ବେଷ୍ଟଇଣ୍ଡିଜ ଅଧିନାୟକ ଜାସନ ହୋଲ୍ଡର କହିଛନ୍ତି। ୧୯୭୫ ଓ ୧୯୭୯ରେ ବିଶ୍ୱକପ୍‌ ଟାଇଟଲ ଜିତିଥିତ୍ବା ଓ୍ବେଷ୍ଟଇଣ୍ଡିଜ୍‌ ପାକିସ୍ତାନକୁ ତା’ର ପ୍ରଥମ ମ୍ୟାଚ୍‌ରେ ୭ ଉଇକେଟରେ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଥିଲା। ତେବେ ଏହାପରେ ଓ୍ବେଷ୍ଟଇଣ୍ଡିଜ ଗୋଟିଏ ହେଲେ ବି ମ୍ୟାଚ୍‌ରେ ବିଜୟୀ ହୋଇ ପାରିନାହିଁ। ତେଣୁ ଅନ୍ତିମ ମ୍ୟାଚ୍‌ରେ ବିଜୟୀ ହୋଇ ଓ୍ବେଷ୍ଟଇଣ୍ଡିଜ ସାନ୍ତ୍ୱନାମୂଳକ ବିଜୟ ସହ ସ୍ବଦେଶ ଫେରିବାକୁ ଚାହିଁବ। ଆଫଗାନିସ୍ତାନ ଅଧିନାୟକ ଗୁଲବଦିନ ନାଇବ ମଧ୍ୟ ଦଳର ବିଜୟ ନେଇ ବେଶ୍‌ ଆଶାବାଦୀ ଥିତ୍ବା କଥା କହିଛନ୍ତି। ପୁଣିଥରେ ସ୍ପିନରମାନେ କମାଲ କରିବେ ଓ ଦଳକୁ ବିଜୟୀ କରାଇବେ ବୋଲି ସେ କହିଛନ୍ତି। ସେମି ଦୌଡ଼ରୁ ଦୁଇ ଦଳ ବାଦ୍‌ ପଡିସାରିଥିବାରୁ ଏହି ମ୍ୟାଚ୍‌ ଗୁରୁତ୍ୱ ହରାଇଛି। ତେବେ ବିଜୟ ସହ ଚଳିତ ବିଶ୍ୱକପ୍‌ରେ ଅଭିଯାନ ଶେଷ କରିବା ଲକ୍ଷ୍ୟରେ ଦୁଇ ଦଳ ରହିଥିବାରୁ ମ୍ୟାଚ୍‌ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି।
ଓ୍ବେଷ୍ଟଇଣ୍ଡିଜ ଦଳ: ଜାସନ ହୋଲ୍ଡର (ଅଧିନାୟକ), କ୍ରିସ୍‌ ଗେଲ୍‌, ସାଇ ହୋପ୍‌, ଶିମରନ ହେଟମେୟର, କାର୍ଲୋସ ବ୍ରାଥଓ୍ବେଟ୍‌, ଶେଲଡନ କଟ୍ରେଲ, ଓଶେନ ଥୋମାସ, କେମର ରୋଚ, ଆଶଲେ ନର୍ସ, ନିକୋଲାସ ପୁରନ, ସୁନୀଲ ଅମ୍ବରୀଶ, ଏଭିନ ଲୁଇସ୍‌, ଶାନନ ଗାବ୍ରିଏଲ, ଡାରେନ ବ୍ରାଭୋ ଓ ଫାବିଆନ ଆଲେନ।
ଆଫଗାନିସ୍ତାନ ଦଳ: ଗୁଲବଦିନ ନାଇବ (ଅଧିନାୟକ), ସୟଦ ଅହମଦ ଶିରଜାଦ, ହଜରତୁଲ୍ଲା ଜଜାଇ, ଅସଘର ଆଫଗାନ, ରସିଦ ଖାଁ, ମହମ୍ମଦ ନବୀ, ମୁଜିବ ଉର ରହମାନ, ଦଲତ ଜଡ୍ରାନ, ନାଜିବୁଲ୍ଲା ଜଡ୍ରାନ, ହସମାତୁଲ୍ଲା ଶାହିଦୀ, ସମିଉଲ୍ଲା ଶିନ୍‌ଓ୍ବାରି, ରହମତ ଶାହ, ନୁର ଅଲି ଜଡ୍ରାନ ଓ ଇକରାମ ଅଲିଖିଲ।


Enter your email to get our daily news in your inbox.

All Right Reserved By Dharitri.Com

ଟିମ୍‌ ଇଣ୍ଡିଆ ତ ଦୂରର କଥା, ଏବେ ମୁମ୍ବାଇ ଟିମ୍‌ରେ ବି ସୁଯୋଗ ମିଳି ନ ପାରେ…

ନୂଆଦିଲ୍ଲୀ,୨୭।୨: ସମୟ ଥିଲା ଯେତେବେଳେ ଅଜିଙ୍କ୍ୟ ରାହାନେ ଟିମ୍‌ ଇଣ୍ଡିଆ ବ୍ୟାଟିଂର ପ୍ରମୁଖ ଅଂଶ ଥିଲେ। ମଧ୍ୟକ୍ରମରେ ଉଲ୍ଲେଖନୀୟ ବ୍ୟାଟିଂ କରି ସେ ଅନେକ ମ୍ୟାଚ୍‌...

ସିରିଜ ହାରିଯିବା ସତ୍ତ୍ୱେ ନିଜର ପ୍ରଶଂସା କରି ଚର୍ଚ୍ଚାରେ ଷ୍ଟୋକ୍ସ

ନୂଆଦିଲ୍ଲୀ,୨୭।୨: ଭାରତ ବିପକ୍ଷରେ ଇଂଲଣ୍ଡର ଖେଳାଳିମାନେ ଜବରଦସ୍ତ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଥିଲା। ହେଲେ ରୋହିତଙ୍କ ଯୁବ ବିଗ୍ରେଡ୍‌ ଇଂଲଣ୍ଡ ଟିମ୍‌ର ଆଶା ଧୂଳିସାତ...

ଟିମ୍‌ ଇଣ୍ଡିଆର ଖେଳାଳିଙ୍କୁ ମିଳିଲା ବଡ଼ ଉପହାର

ନୂଆଦିଲ୍ଲୀ,୨୭।୨: ହାଇଦ୍ରାବାଦରେ ପରାଜୟ ପରେ ଟିମ୍‌ ଇଣ୍ଡିଆ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି। ଦଳ ବିଶାଖାପାଟଣା, ରାଜକୋଟ ଏବଂ ରାଞ୍ଚି ଟେଷ୍ଟରେ...

ଆଇପିଏଲ୍‌ ପୂର୍ବରୁ ନିଜ ପ୍ରଶଂସକଙ୍କୁ ଖୁସିଖବର ଦେଲେ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ,୨୭।୨: ଭାରତୀୟ ବ୍ୟାଟ୍ସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବ ଆଇପିଏଲ୍‌ ୨୦୨୪ ପୂର୍ବରୁ ନିଜର ଆଘାତକୁ ନେଇ ବଡ଼ ଅପ୍‌ଡେଟ୍‌ ଦେଇଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସର ଏହି ବ୍ୟାଟ୍ସମ୍ୟାନ୍‌ ଇନଷ୍ଟାଗ୍ରାମରେ...

ପୂର୍ବତନ ଖେଳାଳି ଦେଲେ ବଡ ବୟାନ, କହିଲେ ଟିମ ଇଣ୍ଡିଆର ପରବର୍ତ୍ତୀ ଧୋନୀ ହେଉଛନ୍ତି ରୋହିତ

ନୂଆଦିଲ୍ଲୀ,୨୭।୨: ନିକଟରେ ରାଞ୍ଚିରେ ଖେଳାଯାଇଥିବା ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚରେ ଟିମ ଇଣ୍ଡିଆ ଇଂଲଣ୍ଡକୁ ପରାସ୍ତ କରିଛି। ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୩-୧...

୭୮ ବର୍ଷରେ ପ୍ରଥମ ଥର ପାଇଁ ୨ ବ୍ୟାଟ୍ସମ୍ୟାନ ରଚିଲେ ଇତିହାସ: ବିଶ୍ୱ କ୍ରିକେଟ ଚକିତ

ନୂଆଦିଲ୍ଲୀ, ୨୭।୨: ରଣଜୀ ଟ୍ରଫିରେ ନମ୍ବର ୧୦ ଏବଂ ନମ୍ବର ୧୧ରେ ବ୍ୟାଟିଂ କରିବାକୁ ଆସିଥିବା ମୁମ୍ବାଇର ବ୍ୟାଟ୍ସମ୍ୟାନମାନେ ଐତିହାସିକ ପ୍ରଦର୍ଶନ କରିଛନ୍ତି। ତନୁଷ କୋଟିୟାନ...

ଆଇପିଏଲ ୨୦୨୪ ପୂର୍ବରୁ ବଡ଼ ଖବର: ଏବେ ଏହି ଗ୍ରାଉଣ୍ଡରେ ଖେଳିବ ଶିଖର ଧାଓ୍ବନଙ୍କ ପଞ୍ଜାବ କିଙ୍ଗ୍ସ

ନୂଆଦିଲ୍ଲୀ,୨୭।୨: ଆଇପିଏଲ ୨୦୨୪ର କାର୍ଯ୍ୟସୂଚୀ ପ୍ରକାଶ କରାଯାଇଛି। ଏହି ସିଜିନ୍‌ ୨୨ ମାର୍ଚ୍ଚରୁ ଆରମ୍ଭ ହେଉଛି । ତେବେ ପ୍ରଥମ ପର୍ଯ୍ୟାୟରେ ମାତ୍ର ୧୭ ଦିନର...

କାହିଁକି କାନ୍ଦି କାନ୍ଦି ବିଦାୟ ନେଲେ ନ୍ୟୁଜିଲ୍ୟାଣ୍ଡର ଏହି କ୍ରିକେଟର

ନୂଆଦିଲ୍ଲୀ,୨୭।୨: ନ୍ୟୁଜିଲ୍ୟାଣ୍ଡ କ୍ରିକେଟ ଦଳର ଅଭିଜ୍ଞ ଦ୍ରୁତ ବୋଲର ନିଲ ୱାଗନର୍‌ ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଇଛନ୍ତି। ଶେଷରେ ସେ ତାଙ୍କର ୧୨ ବର୍ଷର କ୍ୟାରିୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri