Posted inଖେଳ

ଆଇସିସି ବିଶ୍ୱକପ୍‌: ଅସମ୍ଭବ ଫଳାଫଳ ଲକ୍ଷ୍ୟରେ ପାକିସ୍ତାନ

ଲଣ୍ଡନ,୫।୭(ପି.ଟି.)- ଚଳିତ ଆଇସିସି ବିଶ୍ୱକପ୍‌ରେ ପୂର୍ବତନ ଚାମ୍ପିୟନ ପାକିସ୍ତାନ ତା’ର ଶେଷ ଲିଗ୍‌ ମ୍ୟାଚ୍‌ରେ ଶୁକ୍ରବାର ବାଂଲାଦେଶକୁ ଭେଟିବାକୁ ଯାଉଛି। ସେମିଫାଇନାଲରେ ପହଞ୍ଚିବା ପାକିସ୍ତାନ ପାଇଁ ଏକପ୍ରକାର ଅସମ୍ଭବ ମନେହେଉଛି। ସେମିଫାଇନାଲକୁ ଉଠିବା ପାକିସ୍ତାନ ପାଇଁ ଏବେ କେବଳ ମାତ୍ର ଏକ ଗାଣିତିକ ସମ୍ଭାବନା ହୋଇ ରହିଛି। ତେବେ ଏହା ସତ୍ତ୍ୱେ ଅନ୍ତିମ ମ୍ୟାଚ୍‌ରେ ପାକିସ୍ତାନ ବୃହତ୍‌ ବ୍ୟବଧାନରେ ବାଂଲାଦେଶକୁ ହରାଇବା ଲକ୍ଷ୍ୟରେ ରହିଛି।
ଆୟୋଜକ ଇଂଲଣ୍ଡଠାରୁ ଭାରତ ପରାସ୍ତ ହେବା ପରେ ୧୯୯୨ରେ ବିଶ୍ୱକପ୍‌ ଚାମ୍ପିୟନ ହୋଇଥିବା ପାକିସ୍ତାନର ସେମିଫାଇନାଲ ଆଶା ମଉଳିଯାଇଥିଲା। ଏହାପରେ ନ୍ୟୁଜିଲାଣ୍ଡ ଇଂଲଣ୍ଡଠାରୁ ହାରିବା ପରେ ପାକିସ୍ତାନର ଏହି ଆଶା ଏକପ୍ରକାର ଶେଷ ହୋଇଥିଲା କହିଲେ ଭୁଲ୍‌ ହେବନାହିଁ। ସର୍ଫରାଜ ଅହମ୍ମଦଙ୍କ ନେତୃତ୍ୱାଧୀନ ପାକିସ୍ତାନ ପାଇଁ ଏବେ ଗାଣିତିକ ହିସାବ ନାମକୁ ମାତ୍ର ଆଶା ସୃଷ୍ଟି କରିଛି, ଯାହାର କିଛି ମୂଲ୍ୟନାହିଁ ବୋଲି ମନେହୁଏ। ପୁଣି ଏହି ମ୍ୟାଚ୍‌ରେ ଟସ୍‌ ଜିତି ପାକିସ୍ତାନକୁ ପ୍ରଥମେ ବ୍ୟାଟିଂ କରିବା ଅପରିହାର୍ଯ୍ୟ ହୋଇପଡିଛି। ଏହାହେଲେ ଏହି ଗାଣିତିକ ହିସାବକିତାବର ମୂଲ୍ୟ ରହିବ। କାରଣ ଯଦି ପାକିସ୍ତାନ ଟସ୍‌ ହାରେ ଓ ଫିଲ୍ଡିଂ କରିବା ପାଇଁ ଆମନ୍ତ୍ରଣ ପାଏ ତାହେଲେ ପ୍ରଥମ ବଲ୍‌ ପଡିବା ପୂର୍ବରୁ ପାକିସ୍ତାନ ଆଶାର ପରିସମାପ୍ତି ଘଟିବ। ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ଏକପ୍ରକାର ତା’ର ଆକର୍ଷଣ ହରାଇଛି।
ନ୍ୟୁଜିଲାଣ୍ଡ ୯ଟି ମ୍ୟାଚ୍‌ ଖେଳି ୫ ବିଜୟ, ୩ ପରାଜୟ ଓ ଗୋଟିଏ ବିନା ଫଳାଫଳ ସହ ୧୧ ପଏଣ୍ଟ ପାଇ ଚତୁର୍ଥ ସ୍ଥାନରେ ରହିଛି। ବୁଧବାର ଇଂଲଣ୍ଡଠାରୁ ବୃହତ୍‌ ୧୧୯ ରନରେ ପରାସ୍ତ ହୋଇଥିଲେ ମଧ୍ୟ ନେଟ୍‌ ରନ୍‌ରେଟ୍‌ରେ ପାକିସ୍ତାନଠାରୁ ବହୁ ଉଚ୍ଚରେ ରହିଛି। ନ୍ୟୁଜିଲାଣ୍ଡର ନେଟ୍‌ ରନ୍‌ଟେ୍‌ +୦.୧୭୫ ରହିଥିବା ବେଳେ ପାକିସ୍ତାନର -୦.୭୯୨ ରହିଛି। ଅନ୍ୟପଟେ ପାକିସ୍ତାନ ୮ଟି ମ୍ୟାଚ୍‌ ଖେଳି ୪ ବିଜୟ, ୩ ପରାଜୟ ଓ ଗୋଟିଏ ବିନା ଫଳାଫଳ ସହ୯ ପଏଣ୍ଟ ପାଇଁ ଟେବୁଲର ପଞ୍ଚମ ସ୍ଥାନରେ ରହିଛି। ଏହି ମ୍ୟାଚ୍‌ରେ ବାଂଲାଦେଶକୁ ଏବେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୩୫୦ ରନ ସ୍କୋର କରିବା ପରେ ୩୧୧ ରନରେ ହରାଇବାକୁ ପଡିବ କିମ୍ବା ୪୦୦ ରନ ସ୍କୋର କରି ୩୧୬ରେ ବିଜୟୀ ହେବାକୁ ପଡିବ। ବ୍ୟବହାରିକ ଭାବେ ଏହା ନିହାତି ଅସମ୍ଭବ ମନେ ହେଉଛି।
ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତଠାରୁ ହାରିବା ପରେ ପାକିସ୍ତାନ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନକୁ ହରାଇଥିଲା। ବାବର ଆଜମ ଓ ହାରିସ ସୋହେଲ ଦମ୍‌ଦାର ବ୍ୟାଟିଂକରି ପାକିସ୍ତାନ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ବାମହାତୀ ଦ୍ରୁତ ବୋଲର ଶାହିନ ଆଫ୍ରିଦୀ ନ୍ୟୁଜିଲାଣ୍ଡ ବିପକ୍ଷରେ ୫ ଉଇକେଟ ଅକ୍ତିଆର କରିଥିଲେ। ପୁଣି ଅଭିଜ୍ଞ ମହମ୍ମଦ ଆମୀର ମଧ୍ୟ ସାରା ଟୁର୍ନାମେଣ୍ଟରେ ବେଶ୍‌ ପ୍ରଭାବୀ ପ୍ରଦର୍ଶନ କରିଥିଲେ।
ଅପରପକ୍ଷରେ ବାଂଲାଦେଶ ପାକିସ୍ତାନକୁ ହରାଇ ବିଜୟ ସହ ସ୍ବଦେଶ ଫେରିବା ଲକ୍ଷ୍ୟ ରହିଛି। ୧୯୯୯ ବିଶ୍ୱକପ୍‌ରେ ବାଂଲାଦେଶ ପାକିସ୍ତାନକୁ ପରାସ୍ତ କରିଥିଲା ଓ ଏହି ସଫଳତା ଦୋହରାଇବା ଲକ୍ଷ୍ୟରେ ରହିଥିଲା। ବାଂଲାଦେଶ ଏପର୍ଯ୍ୟନ୍ତ ୮ଟି ମ୍ୟାଚ୍‌ ଖେଳି ୩ ବିଜୟ, ୪ ପରାଜୟ ଓ ଗୋଟିଏ ବିନା ଫଳାଫଳ ସହ ୭ ପଏଣ୍ଟ ପାଇ ଟେବୁଲର ସପ୍ତମ ସ୍ଥାନରେ ରହିଛି। ବାଂଲାଦେଶ ଦକ୍ଷିଣ ଆଫ୍ରିକା, ଆଫଗାନିସ୍ତାନ ଓ ଓ୍ବେଷ୍ଟଇଣ୍ଡିଜ ଭଳି ଦଳଗୁଡିକୁ ହରାଇଛି। ହାରିଥିବା ମ୍ୟାଚ୍‌ଗୁଡିକରେ ମଧ୍ୟ ବାଂଲାଦେଶ ଦମ୍‌ ଦେଖାଇଛି। ଅଲରାଉଣ୍ଡର ସାକିବ ଅଲ ହାସନଙ୍କ ଉପରେ ବାଂଲାଦେଶ ଅତ୍ୟଧିକ ନିର୍ଭରଶୀଳ ହୋଇପଡିଛି। ବିଶ୍ୱର ଏକମାତ୍ର କ୍ରିକେଟର ଭାବେ ସେ ୫୦୦ରୁ ଊର୍ଦ୍ଧ୍ୱ ରନ ସ୍କୋର କରିବା ସହ ସେ ବିଶ୍ୱକପ୍‌ରେ ୧୦ ଉଇକେଟ ହାସଲ କରିଛନ୍ତି। ଚଳିତ ବିଶ୍ୱକପ୍‌ରେ ସାକିବଙ୍କ ନେତୃତ୍ୱରେ ଦମ୍‌ଦାର ବ୍ୟାଟିଂ କରି ବାଂଲାଦେଶ ଏକାଧିକବାର ୩୦୦ରୁ ଊର୍ଦ୍ଧ୍ୱ ରନ ସ୍କୋର କରିଛି। କିନ୍ତୁ ବୋଲିଂରେ ବାଂଲାଦେଶ ଆଶାନୁରୂପ ପ୍ରଦର୍ଶନ କରିପାରି ନାହିଁ। ଖାସ୍‌ କରି ବୋଲିଂରେ ଅଧିନାୟକ ମଶ୍ରାଫି ମୋର୍ତ୍ତାଜା ଚମକ ଦେଖାଇପାରି ନାହାନ୍ତି। ଭାରତ ବିପକ୍ଷରେ ମୁସ୍ତାଫିଜୁର ରହମାନ ୫ ଉଇକେଟ ହାସଲ କରିଥିଲେ। ସେହିପରି ମହମ୍ମଦ ସୈଫୁଦ୍ଦିନ ଅର୍ଦ୍ଧଶତକ ହାସଲ କରି ଭାରତକୁ ଏହି ମ୍ୟାଚ୍‌ରେ ଚିନ୍ତାରେ ପକାଇଥିଲା। ପୁଣିଥରେ ପାକିସ୍ତାନ ବିପକ୍ଷରେ ଏହି ପ୍ରଦର୍ଶନ ବାଂଲାଦେଶ ଦୋହରାଇବା ଲକ୍ଷ୍ୟରେ ରହିଛି।
ପାକିସ୍ତାନ ଦଳ: ସର୍ଫରାଜ ଅହମ୍ମଦ (ଅଧିନାୟକ), ଫକର ଜାମାନ, ଇମାମ ଉଲ୍‌ ହକ୍‌, ବାବର ଆଜମ, ହାରିସ ସୋହେଲ, ହାସନ ଅଲି, ଶଦାବ ଖାଁ, ମହମ୍ମଦ ହାଫିଜ୍‌, ମହମ୍ମଦ ହାସନୈନ, ଶାହିନ ଶାହ ଆଫ୍ରିଦି, ଓ୍ବାହାବ ରିୟାଜ, ମହମ୍ମଦ ଆମୀର, ସୋଏବ ମଲିକ, ଇମାଦ ଓ୍ବାସିମ ଓ ଆସିଫ ଅଲି।
ବାଂଲାଦେଶ ଦଳ: ମଶ୍ରାଫି ମୋର୍ତ୍ତାଜା (ଅଧିନାୟକ), ତାମିମ ଇକବାଲ, ସୌମ୍ୟ ସରକାର, ସାକିବ ଅଲ ହାସନ, ମୁସ୍‌ଫିକର ରହିମ୍‌, ମହମୁଦୁଲ୍ଲା ରିୟାଦ, ସବର ରହମାନ, ମେହେଦି ହାସନ ମିରାଜ, ମୋସାଡେକ ହୋସେନ, ମହମ୍ମଦ ସୈଫୁଦ୍ଦିନ, ମୁସ୍ତାଫିଜୁର ରହମାନ, ରୁବେଲ ହୋସେନ, ଲିଟନ କୁମାର ଦାସ, ଅବୁ ଜାଏଦ ଓ ମହମ୍ମଦ ମିଥୁନ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଲିମ୍ପିକ୍‌ ମଶାଲ ରିଲେ ସ୍ଥଗିତ ରହିଲା

ଟୋକିଓ, ୨୫।୩ (ଏଏଫ୍‌ପି)- ଟୋକିଓରେ ଆୟୋଜନ ହେବାକୁ ଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣକୁ ଘୁଞ୍ଚାଇ ଦିଆଯାଇଥିବା ବେଳେ ଏହାର ମାଶାଲ ରିଲେକୁ ମଧ୍ୟ ସ୍ଥଗତି ରଖାଯାଇଛି।...

‘ଚେସ୍‌ର ମର୍ଯ୍ୟାଦା ବଢ଼ାଇବାରେ ସହାୟକ ହେବ’

ଭୁବନେଶ୍ୱର, ୩୦।୮(କ୍ରୀଡ଼ା ପ୍ରତିନିଧି)- ଜାତୀୟ କ୍ରୀଡ଼ା ଦିବସ ଅବସରରେ ଶନିବାର ଚେସ୍‌ ଗୁରୁ ତଥା ଏସଆର ଚେସ୍‌ ସେଣ୍ଟର ନିର୍ଦ୍ଦେଶକ ସତ୍ୟରଞ୍ଜନ ପଟ୍ଟନାୟକ ଶ୍ରେଷ୍ଠ କୋଚ୍‌...

ବାରବାଟୀ ମ୍ୟାଚ୍‌ ଖେଳିବେନି ରାହୁଲ

ନୂଆଦିଲ୍ଲୀ,୮ା୬: ଓଡ଼ିଶା କ୍ରିକେଟ ପ୍ରେମୀଙ୍କ ପାଇଁ ନୈରାଶଜନକ ଖବର। ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଦଳକୁ ଲାଗିଛି ଏକ ବଡ଼ ଝଟ୍‌କା।...

ଅପ୍‌ଗ୍ରେଡ୍‌ ହେବ ୮ ଖେଲୋ ଇଣ୍ଡିଆ ସ୍ପୋଟର୍‌ସ ସେଣ୍ଟର ଅଫ୍‌ ଏକ୍ସିଲେନ୍ସି

ନୂଆଦିଲ୍ଲୀ,୧୭।୯(ପି.ଟି.): ଦେଶରେ ୮ଟି ଖେଲୋ ଇଣ୍ଡିଆ ଷ୍ଟେଟ୍‌ ସେଣ୍ଟର ଅଫ୍‌ ଏକ୍ସିଲେନ୍ସି (କେଆଇଏସ୍‌ସିଇ)କୁ ଅପ୍‌ଗ୍ରେଡ୍‌ କରାଯିବ। ଏ ନେଇ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି...

ବିଶ୍ୱକପ ପାଇଁ ଭାରତୀୟ ଦଳ ଚୟନ କଲେ ପୂର୍ବତନ ମୁଖ୍ୟ ଚୟନକର୍ତ୍ତା

ନୂଆଦିଲ୍ଲୀ,୨୫।୮: ଏସିଆ କପ ୨୦୨୩ ପାଇଁ କେବଳ ଅଳ୍ପ ଦିନ ବାକି ଅଛି। ଭାରତୀୟ ଦଳ ବାଙ୍ଗାଲୋରରେ ଚାଲିଥିବା ଫିଟନେସ ପରୀକ୍ଷା କ୍ୟାମ୍ପରେ ଭାଗ ନେଇଛନ୍ତି।...

ଇଣ୍ଡିଆନ ସୁପର ଲିଗ୍‌: ମୁମ୍ବାଇ- ହାଇଦ୍ରାବାଦ ମ୍ୟାଚ୍‌ ଡ୍ର

ବାମ୍ବୋଲିମ,୧୭।୧: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଶନିବାର ମୁମ୍ବାଇ ସିଟି ଏଫ୍‌ସି ଓ ହାଇଦ୍ରାବାଦ ଏଫ୍‌ସି ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ଗୋଲ ଶୂନ୍ୟ ଭାବେ ଶେଷ...

ଅଲିମ୍ପିକ ପଦକ ଓ ଏହାର ବିବର୍ତ୍ତନ

ନୂଆଦିଲ୍ଲୀ,୧୫।୭(ପି.ଟି.): ବିଶ୍ୱର ସର୍ବବୃହତ୍‌ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍‌ ଭଳି ସମୟକ୍ରମେ ଏହାର ପଦକର ବିବର୍ତ୍ତନ ତଥା ସାମଗ୍ରିକ ବିକାଶ ହୋଇଛି। ଅଲିଭ ପତ୍ରର ହାରଠାରୁ ଆରମ୍ଭ...

୧୦୯ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଡେଭିସ କପ୍‌ ହାତେଇଲା କାନାଡା, ୨୮ ଥର ଚାମ୍ପିୟନ ହୋଇଥିବା ଅଷ୍ଟ୍ରେଲିଆ ହାରିଲା…

ଅଟଓ୍ବା,୨୮।୧୧ : ପ୍ରଥମ ଥର ପାଇଁ କାନାଡା ଡେଭିସ କପ ଟେନିସ ଟାଇଟଲ ଜିତିଛି। ୧୦୯ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ କାନାଡା ଡେଭିସ...

Advertisement
Archives

Model This Week