Posted inଖେଳ

ଆଇସିସି ବିଶ୍ୱକପ୍‌: ଅଷ୍ଟ୍ରେଲିଆ- ବାଂଲାଦେଶ ମୁକାବିଲା

ନଟିଂହାମ,୨୦।୬(ପି.ଟି.)- ଚଳିତ ବିଶ୍ୱକପ୍‌ର ୨୬ତମ ମ୍ୟାଚ୍‌ରେ ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆ ଓ ଦମ୍‌ଦାର ପ୍ରଦର୍ଶନ କରୁଥିବା ବାଂଲାଦେଶ ପରସ୍ପରକୁ ଭେଟିବେ। ସ୍ଥାନୀୟ ଟ୍ରେଣ୍ଟ ବ୍ରିଜ୍‌ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌କୁ ଅଷ୍ଟ୍ରେଲିଆ ବେଶ୍‌ ଗୁରୁତ୍ୱ ଦେବ। ଆରୋନ ଫିଞ୍ଚ୍‌ଙ୍କ ନେତୃତ୍ୱାଧୀନ ଅଷ୍ଟ୍ରେଲିଆ ଟେବୁଲ ଟପ୍ପର ଇଂଲଣ୍ଡ ପଛକୁ ରହି ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। ଉଭୟ ଦଳ ୫ଟି ଲେଖାଏ ମ୍ୟାଚ୍‌ ଖେଳି ୪ଟି ବିଜୟ ଓ ଗୋଟିଏ ପରାଜୟ ସହ ପ୍ରତ୍ୟେକ ୮ ଲେଖାଏ ପଏଣ୍ଟ ହାସଲ କରିଛନ୍ତି। ତେବେ ନେଟ୍‌ ରନ୍‌ରେଟ୍‌ ଦୃଷ୍ଟିକୋଣରୁ ଇଂଲଣ୍ଡ ଆଗରେ ରହି ଶୀର୍ଷସ୍ଥାନ ଅଧିକାର କରିଛି।
ବାଂଲାଦେଶ ଇତିମଧ୍ୟରେ ଜବରଦସ୍ତ ପ୍ରଦର୍ଶନ କରିଛି। ଗତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ୍‌ରେ ବାଂଲାଦେଶ ନିଜ ଦକ୍ଷତାର ପ୍ରମାଣ ଦେଇଛି। ଅଲ୍‌ରାଉଣ୍ଡର ସାକିବ ଅଲ ହାସନ ୧୨୪ ରନ୍‌ର ଶତକୀୟ ପାଳି ଖେଳି ଦଳକୁ ଜିତାଇଥିଲେ। ସେ ମଧ୍ୟ କ୍ରମାଗତ ଦୁଇଟି ଶତକ ହାସଲ କରିଛନ୍ତି। ସାକିବଙ୍କ ୧୦ ଉଇକେଟ ସଫଳତା ବଳରେ ବାଂଲାଦେଶ ଅଷ୍ଟ୍ରେଲିଆକୁ ହରାଇ ଇତିହାସ ସୃଷ୍ଟି କରିଥିଲା ଏବଂ ଏ କଥା ଅଷ୍ଟ୍ରେଲିଆ ଟିମ୍‌ ମ୍ୟାନେଜ୍‌ମେଣ୍ଟ ଭୁଲି ନ ଥିବ। ସାକିବଙ୍କ ପ୍ରତି ଦଳ ସତର୍କ ରହିବ ବୋଲି ଅଷ୍ଟ୍ରେଲିଆ କୋଚ୍‌ ଜଷ୍ଟିନ ଲାଙ୍ଗର କହିଛନ୍ତି। ସାକିବ ଏବେ ବିଶ୍ୱର ଶ୍ରେଷ୍ଠ ଦିନିକିଆ ଅଲ୍‌ରାଉଣ୍ଡର ଓ ଶ୍ରେଷ୍ଠ ବାମହାତୀ ସ୍ପିନର ବୋଲି ସେ କହିଛନ୍ତି। ଦୁଇଟି ମ୍ୟାଚ୍‌ରୁ ବାଦ୍‌ ପଡିବା ପରେ ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ୍‌ ଫିଟ୍‌ ହୋଇ ଦଳକୁ ଫେରିବା ଅଷ୍ଟ୍ରେଲିଆ ପାଇଁ ଭଲ ସାବ୍ୟସ୍ତ ହୋଇଛି। ସାଇଡ୍‌ ଷ୍ଟ୍ରେନ୍‌ ଯୋଗୁ ସେ ଖେଳିପାରି ନ ଥିଲେ। ତେବେ ସେ ଏହି ମ୍ୟାଚ୍‌ ଖେଳିବେ ବୋଲି ସେତେଟା ନିଶ୍ଚିତ ନୁହଁ। ଟ୍ରେଣ୍ଟ ବ୍ରିଜ୍‌ର ଶୁଖିଲା ପିଚ୍‌କୁ ଦୃଷ୍ଟିରେ ରଖି ଅଷ୍ଟ୍ରେଲିଆ ଜଣେ ସ୍ପେଶାଲିଷ୍ଟ ସ୍ପିନରଙ୍କୁ ଖେଳାଇବ ବୋଲି ଲାଙ୍ଗର କହିଛନ୍ତି। ୪ ଜଣ ଦ୍ରୁତ ବୋଲରଙ୍କୁ ଖେଳାଇବାର ଯୋଜନାରେ ଅଷ୍ଟ୍ରେଲିଆ ପରିବର୍ତ୍ତନ ଆଣିବ। ଷ୍ଟୋଇନିସ ଆହତ ହୋଇଥିବାରୁ ଏପରି କରିବାର ଆବଶ୍ୟକତା ରହିଛି ବୋଲି ଲାଙ୍ଗର ସୂଚନା ଦେଇଛନ୍ତି। ଅଷ୍ଟ୍ରେଲିଆ ତା’ର ପ୍ରଥମ ୩ ମ୍ୟାଚ୍‌ରେ ଲେଗ୍‌ ସ୍ପିନର ଆଡାମ ଜାମ୍ପାଙ୍କୁ ଖେଳାଇଥିଲା ଓ ଏଥିରୁ ୨ଟି ବିଜୟ ହାସଲ କରିଥିଲା। କିନ୍ତୁ ଗତ ଦୁଇଟି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ କୌଣସି ସ୍ପେଶାଲିଷ୍ଟ ସ୍ପିନରଙ୍କୁ ଖେଳାଇ ନ ଥିଲା। ପାର୍ଟଟାଇମ୍‌ ସ୍ପିନର ଗ୍ଲେନ ମ୍ୟାକ୍ସଓ୍ବେଲଙ୍କୁ ମୁଖ୍ୟ ସ୍ପିନର ଭାବେ ଅଷ୍ଟ୍ରେଲିଆ ଖେଳାଇଥିଲା। ପାକିସ୍ତାନ ବିପକ୍ଷରେ ଅଧିନାୟକ ଆରୋନ ବୋଲିଂ କରିଥିଲେ। ଅଭିଜ୍ଞ ଅଫ୍‌ ସ୍ପିନର ନାଥନ ଲିୟନ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଖେଳିବାର ସୁଯୋଗ ହାସଲ କରିପାରିନାହାନ୍ତି।
ଅପରପକ୍ଷରେ ବାଂଲାଦେଶ ଶ୍ରେଷ୍ଠ ଦଳଗୁଡ଼ିକ ବିପକ୍ଷରେ ଜବରଦସ୍ତ ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଓ୍ବେଷ୍ଟଇଣ୍ଡିଜ ପୂର୍ବରୁ ବାଂଲାଦେଶ ଦକ୍ଷିଣ ଆଫ୍ରିକା ଭଳି ଶକ୍ତିଶାଳୀ ଦଳକୁ ମଧ୍ୟ ୨୧ ରନ୍‌ରେ ପରାସ୍ତ କରିଛି। ୫ଟି ମ୍ୟାଚ୍‌ ଖେଳି ବାଂଲାଦେଶ ୫ ପଏଣ୍ଟ ହାସଲ କରି ସେମିଫାଇନାଲ ଦୌଡ଼ରେ ସାମିଲ ରହିଛି। ମିଚେଲ ଷ୍ଟାର୍କ ଓ ପ୍ୟାଟ୍‌ କୁମିନ୍ସଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଦ୍ରୁତ ବୋଲିଂ ବେଶ୍‌ ଆକ୍ରମଣାତ୍ମକ ହୋଇଥିଲେ ମଧ୍ୟ ଏଥିରେ ବ୍ୟଥିତ ହେବାର କିଛି ନାହିଁ ବୋଲି ସାକିବ ପ୍ରମାଣ କରିଛନ୍ତି। ଗତ ୪ଟି ମ୍ୟାଚ୍‌ରେ ଆମେ ବିଶ୍ୱର ଶ୍ରେଷ୍ଠ ବୋଲରମାନଙ୍କୁ ସାମ୍‌ନା କରିଛୁ। ଇଂଲଣ୍ଡ ଏବଂ ଓ୍ବେଷ୍ଟଇଣ୍ଡିଜ ଭଳି ଦଳରେ ୧୪୦ ଓ ୧୫୦ରୁ ଊର୍ଦ୍ଧ୍ୱ ବେଗରେ ବଲ୍‌ ପକାଉଥିବା ବୋଲର ରହିଛନ୍ତି ବୋଲି ସାକିବ କହିଛନ୍ତି। ଅଷ୍ଟ୍ରେଲିଆ ଭଳି ଦଳକୁ ଆମେ ସଫଳତାର ସହ ଚ୍ୟାଲେଞ୍ଜ ଦେବୁ। ଓପ୍‌ନିଂ ବ୍ୟାଟ୍ସମ୍ୟାନ ତାମିମ୍‌ ଇକ୍‌ବାଲ, ଉଇକେଟକିପର ବ୍ୟାଟ୍ସମ୍ୟାନ ମୁସ୍‌ଫିକର ରହିମ ଓ ଲିଟନ ଦାସଙ୍କ ଭଳି ବ୍ୟାଟ୍ସମ୍ୟାନ ଜବରଦସ୍ତ ଫର୍ମରେ ରହିଛନ୍ତି। ତେବେ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆ ଭଳି ଦଳକୁ ପ୍ରଥମେ ପରାସ୍ତ କରିବାକୁ ହେଲେ ବୋଲିଂରେ ବାଂଲାଦେଶକୁ ସୁଧାର ଆଣିବାକୁ ହେବ।
ଅଷ୍ଟ୍ରେଲିଆ ଦଳ: ଆରୋନ ଫିଞ୍ଚ୍‌ (ଅଧିନାୟକ), ଡେଭିଡ୍‌ ଓ୍ବାର୍ନର, ଷ୍ଟିଭ୍‌ ସ୍ମିଥ୍‌, ଜାସନ ବେହେରନଡର୍ଫ, ଆଲେକ୍ସ କାରେ, ନାଥନ କଲ୍ଟର ନାଇଲ, ପ୍ୟାଟ୍‌ କୁମିନ୍ସ, ଉସ୍‌ମାନ ଖ୍ବାଜା, ନାଥନ ଲିୟନ, ଶନ୍‌ ମାର୍ଶ, ଗ୍ଲେନ୍‌ ମ୍ୟାକ୍ସଓ୍ବେଲ, କେନ୍‌ ରିଚାର୍ଡସନ, ମିଚେଲ ସାଣ୍ଟନର, ମାର୍କସ ଷ୍ଟୋଇନିସ୍‌ ଓ ଆଡାମ ଜାମ୍ପା।
ବାଂଲାଦେଶ ଦଳ: ମାଶ୍ରାଫି ମୋର୍ତ୍ତାଜା (ଅଧିନାୟକ), ସାକିବ ଅଲ ହାସନ, ସୌମ୍ୟ ସରକାର, ତାମିମ ଇକ୍‌ବାଲ, ମହମ୍ମଦ ସୈଫୁଦ୍ଦିନ, ମୋସାଡେକ ହୋସେନ, ମୁସ୍‌ଫିକର ରହିମ, ମୁସ୍ତାଫିଜୁର ରହମାନ, ରୁବେଲ ହୋସେନ, ସବୀର ରହମାନ, ଆବୁ ଜାଏଦ, ଲିଟନ ଦାସ, ମହମ୍ମୁଦୁଲା, ମେହିଦି ହାସନ ଓ ମହମ୍ମଦ ମିଥୁନ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଓଡ଼ିଶାକୁ ଆସିଲା ଆଉ ଏକ ବଡ଼ ଟୁର୍ଣ୍ଣାମେଣ୍ଟ, ଜାନୁୟାରୀ ୯ରୁ କଳିଙ୍ଗ ସୁପର୍‌ କପ୍‌

ନୂଆଦିଲ୍ଲୀ,୨୮ା୧୧: ସର୍ବଭାରତୀୟ ଫୁଟବଲ ମହାସଂଘ(ଏଆଇଏଫ୍‌ଏଫ୍‌) ପକ୍ଷରୁ ସୁପର କପ୍‌ର ନାମ ପରିବର୍ତ୍ତନ କରାଯାଇଛି। ଓଡ଼ିଶାର ଦୁଇଟି ଭେନ୍ୟୁରେ ଆସନ୍ତା ଜାନୁୟାରୀ ୯ ତାରିଖରେ ଏହି ଟୁର୍ନାମେଣ୍ଟ...

ଫାଇନାଲରେ ଅଷ୍ଟ୍ରେଲିଆଠାରୁ ପରାଜୟ ଦୁର୍ଭାଗ୍ୟଜନକ: ପିଟରସେନ

ଜମ୍ମୁ,୨୯।୧୧: ବିଶ୍ୱକପ୍‌ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ଭାରତର ପରାଜୟକୁ ଦୁର୍ଭାଗ୍ୟର କଥା ବୋଲି କହିଛନ୍ତି ଇଂଲଣ୍ଡର ପୂର୍ବତନ ଅଧିନାୟକ କେଭିନ ପିଟରସେନ। ସେହିଭଳି ନିଜ ଟିମ୍‌ର ପ୍ରଦର୍ଶନକୁ...

ବିଜୟ ହଜାରେ ଟ୍ରଫିରେ ଓଡ଼ିଶାର କ୍ରମାଗତ ତୃତୀୟ ପରାଜୟ, ସୌରାଷ୍ଟ୍ର ବିପକ୍ଷରେ ୯୯ ରନରେ ଅଲ୍‌ଆଉଟ

ଭୁବନେଶ୍ୱର,୨୯।୧୧: ବ୍ୟାଟିଂ ବିଫଳତା କାରଣରୁ ଚଳିତ ବିଜୟ ହଜାରେ ଟ୍ରଫି ଘରୋଇ ଦିନିକିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ବୁଧବାର ସୌରାଷ୍ଟ୍ରଠାରୁ ୪ ଉଇକେଟରେ ହାରି ଯାଇଛି।...

ଅଶ୍ୱିନଙ୍କ ଭବିଷ୍ୟବାଣୀ: ୧୨-୧୩ କୋଟି ଟଙ୍କାରେ ବିକ୍ରି ହୋଇପାରନ୍ତି ଏହି ଖେଳାଳି

ନୂଆଦିଲ୍ଲୀ,୨୯।୧୧: ଆଇପିଏଲ୍‌ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଇପିଏଲ ୨୦୨୩ରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିଥିବା ରବିଚନ୍ଦ୍ରନ ଅଶ୍ୱିନ ତାଙ୍କର ଏକ ନୂତନ ଭିଡିଓରେ...

ବିଶ୍ୱକପ ଆଉ ନୁହେଁ, ରାହୁଲ କୋଚ ହେବା ନେଇ ପ୍ରଶଂସକଙ୍କ ମନ୍ତବ୍ୟ ପରେ ଗମ୍ଭୀରଙ୍କ ପ୍ରତିକ୍ରିୟା, ସୋସିଆଲ ମିଡିଆରେ ଭାଇରାଲ…

କୋଲକାତା,୨୯।୧୧ : ଇଣ୍ଡିଆନ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପୁନର୍ବାର ରାହୁଲ ଦ୍ରାବିଡଙ୍କୁ ଟିମ ଇଣ୍ଡିଆର କୋଚ ଭାବରେ ନିଯୁକ୍ତ କରିଛି। ବିଶ୍ୱକପ ୨୦୨୩ ପରେ...

ଆସିଲା ଟିମ୍‌ ଇଣ୍ଡିଆର ନୂଆ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ,୨୯।୧୧:ଭାରତୀୟ ଦଳ ୨୦୨୪ରେ ଶ୍ରୀଲଙ୍କା ଗସ୍ତ କରିବ। ସେଠାରେ ଦଳକୁ ୬ଟି ହ୍ବାଇଟ୍‌ ବଲ ମ୍ୟାଚ ଖେଳିବାକୁ ପଡିବ। ଏଥିରେ ୩ଟି ଦିନିକିଆଏବଂ ୩ ଟି-୨୦...

ରାହୁଲ ଦ୍ରାବିଡ ହିଁ ରହିବେ ଟିମ ଇଣ୍ଡିଆର କୋଚ୍‌, ଘୋଷଣା କଲା ବିସିସିଆଇ

ନୂଆଦିଲ୍ଲୀ,୨୯।୧୧: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ରାହୁଲ ଦ୍ରାବିଡ ଟିମ ଇଣ୍ଡିଆର କୋଚ୍‌ ରହିବେ ବୋଲି ଘୋଷଣା କରିଛି।...

ବିରାଟ ଅବସର ନେବା ଉଚିତ କି ? ଉତ୍ତର ଦେଲେ ସଚିନ,ଭିଡିଓ ଭାଇରାଲ…

ମୁମ୍ବାଇ,୨୯।୧୧ : ଆଇସିସି ବିଶ୍ୱକପ ୨୦୨୩ ଶେଷ ହେବା ପରଠାରୁ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଭବିଷ୍ୟତ କ୍ୟାରିୟର ଉପରେ ସସପେନ୍ସ ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri