Posted inଖେଳ

ଆଇସିସିକୁ ରୋହିତଙ୍କ ସମାଲୋଚନା

ନୂଆଦିଲ୍ଲୀ, ୨୩ା୩ (ପି.ଟି.)- ଭାରତର ଦ୍ରୁତ ରନ ସଂଗ୍ରହକାରୀ ଓପନିଂ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)କୁ ସମାଲୋଚନା କରିଛନ୍ତି। କାରଣ ଭଲ ରୂପେ ପୁଲ୍‌ ଶଟ୍‌ ଖେଳିପାରୁଥିବା ବିଶ୍ୱର ଶ୍ରେଷ୍ଠ ୪ ବ୍ୟାଟ୍ସମ୍ୟାନ ତାଲିକାରେ ତାଙ୍କ ନାମ ନାହିଁ। ତାଲିକାରେ ଓ୍ବେଷ୍ଟଇଣ୍ଡିଜ କିମ୍ବଦନ୍ତୀ ଭିଭିଆନ ରିଚାଡର୍‌ସ, ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ, ଦକ୍ଷିଣ ଆଫ୍ରିକାର ପୂର୍ବତନ ବ୍ୟାଟ୍ସମ୍ୟାନ ହର୍ଶେଲ ଗିବ୍ସ ଏବଂ ଭାରତୀୟ ଅଧିନାୟକ ବିରାଟ କୋହଲି ରହିଛନ୍ତି। ଏମାନଙ୍କ ମଧ୍ୟରୁ କେଉଁ ଖେଳାଳି ପୁଲ୍‌ ଶଟ୍‌ ଖେଳିବାରେ ଧୁରନ୍ଧର ସେନେଇ ଆଇସିସି ପକ୍ଷରୁ ଏକ ଭୋଟିଂର ବ୍ୟବସ୍ଥା କରାଯାଇଛି। ଅନ୍ତର୍ଜାତୀୟ ଦିନିକିଆରେ ତିନୋଟି ଦ୍ୱିଶତକ ହାସଲ କରିବାରେ ରୋହିତ ହେଉଛନ୍ତି ବିଶ୍ୱର ଏକମାତ୍ର ଖେଳାଳି। ଭାରତୀୟ ବ୍ୟାଟ୍ସମ୍ୟାନ ଟୁଇଟ କରି କହିଛନ୍ତି ଆଇସିସି ଜଣକୁ ଏହି ତାଲିକାରେ ସ୍ଥାନ ଦେଇ ନାହିଁ। ଏହାକୁ ହଜମ କରିବା କଷ୍ଟକର। ପରୋକ୍ଷରେ ସେ ନିଜକୁ ଇଙ୍ଗିତ କରି କହିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୀତ ଗାଇଲେ ପାଣ୍ଡ୍ୟା

ମୁମ୍ବାଇ, ୧୨।୮: ଭାରତୀୟ କ୍ରିକେଟଦଳ ଏବେ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ଏକ ଦିବସୀୟ ସିରିଜ୍‌ ଖେଳୁଛି। ଏହି ସିରିଜ୍‌ ପାଇଁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯାଇଛି।...

ସାନିଆ-ଶୋଏବଙ୍କୁ ନେଇ ପୁଣି କଳ୍ପନାଜଳ୍ପନା

ମୁମ୍ବାଇ, ୫ା୮: ସେଲିବ୍ରିଟି ଦମ୍ପତି ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜା ଓ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକଙ୍କୁ ନେଇ ପୁଣି କଳ୍ପନାଜଳ୍ପନା ପ୍ରକାଶ ପାଇଛି।...

୯୯ବର୍ଷୀୟ ପୂର୍ବତନ ରଣ୍‌ଜୀ ଖେଳାଳିଙ୍କୁ ଭେଟିଲେ ତେନ୍ଦୁଲକର, ଓ୍ବ

ମୁମ୍ବାଇ, ୧୪ା୧(ପି.ଟି.)- କ୍ରିକେଟ ଆଇକନ୍‌ ସଚିନ ତେନ୍ଦୁଲକର ଏବଂ ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ୍‌ ଓ୍ବ ସୋମବାର ବସନ୍ତ ରାଇଜୀଙ୍କୁ ଭେଟିଛନ୍ତି। ବର୍ତ୍ତମାନ ଜୀବିତ ଥିବା...

କେନ ୱିଲିୟମସନ ବିଶ୍ୱର ନମ୍ବର-୧ ବ୍ୟାଟ୍ସମ୍ୟାନ୍‌: ତାଲିକାରେ ମାତ୍ର ଜଣେ ଭାରତୀୟ

ନୂଆଦିଲ୍ଲୀ,୫।୭: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ବୁଧବାର ଟପ-୧୦ ଟେଷ୍ଟ ବ୍ୟାଟିଂ ର଼୍ୟାଙ୍କିଂ ପ୍ରକାଶ ପାଇଛି। ଏହି ତାଲିକାରେ କେନ ୱିଲିୟମସନ ପ୍ରଥମ ସ୍ଥାନରେ...

ବିଜୟ ହଜାରେ ଟ୍ରଫି: କ୍ୱାର୍ଟର ଫାଇନାଲରେ ପୁଡୁଚେରୀ

ଡେରାଡୁନ,୧୭।୧୦(ପି.ଟି.)-ବିଜୟ ହଜାରେ ଟ୍ରଫିରେ ପୁଡୁଚେରୀ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଗୁରୁବାର ପୁଡୁଚେରୀ ୫ ଉଇକେଟରେ ଆସାମକୁ ପରାସ୍ତ କରି କ୍ୱାର୍ଟରକୁ ଉଠିଛି। ଟସ୍‌ ଜିତି...

ଆଇସିସିର ଐତିହାସିକ ନିଷ୍ପତ୍ତି: ପୁରୁଷଙ୍କ ଭଳି ମହିଳାଙ୍କୁ ମିଳିବ ସମାନ ପୁରସ୍କାର

ନୂଆଦିଲ୍ଲୀ,୧୩।୭: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଡରବନରେ ଚାଲିଥିବା ଆଇସିସି ବାର୍ଷିକ ସମ୍ମିଳନୀରେ ମହିଳା ଏବଂ ପୁରୁଷ ଆଇସିସି ଇଭେଣ୍ଟକୁ ନେଇ ଏକ ବଡ଼ ନିଷ୍ପତ୍ତି...

କିଶନ, ଗିଲ୍‌ଙ୍କ ଶତକୀୟ ଭାଗୀଦାରି

ତ୍ରିନିଦାଦ,୨ା୮: ତ୍ରିନିଦାଦର ବ୍ରାଏନ୍‌ ଲାରା ଷ୍ଟାଡିୟମରେ ଅନୁଷ୍ଠିତ ଭାରତ ଓ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ମ୍ୟାଚରେ ଶତକୀୟ ଭାଗୀଦାରି କରିଛନ୍ତି ଇଶାନ କିଶନ ଓ ଶୁବମାନ ଗିଲ୍‌।...

ଟେଷ୍ଟରେ ପନ୍ତ ବିଶ୍ୱର ଶ୍ରେଷ୍ଠ ମାନ୍ୟତା ପ୍ରାପ୍ତ ଉଇକେଟକିପର

ଦୁବାଇ,୨୦।୧: ବ୍ରିସବେନଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ଯୁବ ଉଇକେଟକିପର ଋଷଭ ପନ୍ତ ୮୯ ରନ୍‌ର ସିରିଜ୍‌ ବିଜୟୀ ପାଳି ଖେଳିଥିଲେ। ଏଥି ଯୋଗୁ ଆଇସିସି ଟେଷ୍ଟ...

Advertisement
Archives

Model This Week