ଆଇପିଏଲ ପୂର୍ବରୁ ଚମକିଲେ ଯଶସ୍ବୀ

ମୁମ୍ବାଇ,୨୪ା୨- ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ରେ ଜବରଦସ୍ତ ପ୍ରଦର୍ଶନ କରିବା ପରେ ଯଶସ୍ବୀ ଜୈସ୍ବାଲ ଭଲ ଫର୍ମ ଜାରି ରଖିଛନ୍ତି। ୨.୪ କୋଟି ଟଙ୍କାରେ ବିକ୍ରି ହୋଇଥିବା ଜସଶ୍ୱୀ ୧୯ ବର୍ଷରୁ କମ୍‌ ସି.କେ.ନାଇଡୁ ଟ୍ରଫିର କ୍ୱାର୍ଟର ଫାଇନାଲରେ ମାରାଥନ ଶତକୀୟ ଇନିଂସ ଖେଳିଛନ୍ତି। ଏଥିଯୋଗୁ ଓ୍ବାଙ୍ଖ୍‌ଡେ ଷ୍ଟାଡିୟମରେ ପୁଡୁଚେରୀ ବିପକ୍ଷ ମ୍ୟାଚ୍‌ରେ ମୁମ୍ବାଇ ବଡ଼ ସ୍କୋର ଛିଡ଼ା କରିଛି। ଜୁନିୟର ବିଶ୍ୱକପ୍‌ ଇଭେଣ୍ଟରେ ପ୍ଲେୟାର ଅଫ୍‌ ଦି ଇୟର ପୁରସ୍କାର ପାଇବା ପରେ ପ୍ରଥମ ମ୍ୟାଚ୍‌ ଖେଳୁଥିବା ଜଶସ୍ବୀ ଅଳ୍ପକେ ଦ୍ୱିଶତକରୁ ବଞ୍ଚତ୍ତ ହୋଇଛନ୍ତି। ସେ ୨୪୩ ବଲର ସମ୍ମୁଖୀନ ହୋଇ ୧୮୫ (୧୯ ଚୌକା ଓ ଗୋଟିଏ ଛକା) ରନ୍‌ କରିଥିଲେ। ଅଧିନାୟକ ହାର୍ଦ୍ଦିକ ତାମୋର ୮୬ ଓ ସର୍ଫାଜ ଖାଁ (୬୦)ଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ମୁମ୍ବାଇ ପ୍ରଥମ ଇନିଂସରେ ୨୪୦ ରନ୍‌ର ଅଗ୍ରଣୀ ହାସଲ କରିଛି। ମୁଁ ମୁମ୍ବାଇ ପାଇଁ ଖେଳୁଛି। ଭଲ ପ୍ରଦର୍ଶନ କରିବା ପାଇଁ ମୁଁ ଉତ୍ସାହିତ ଅଛି। ଶତକ କରିଥିବାରୁ ମୁଁ ବହୁତ ଖୁସି। ମ୍ୟାଚ୍‌ ପୂର୍ବରୁ ମୁମ୍ବାଇ ଦଳର ମୁଖ୍ୟ ଚୟନକର୍ତ୍ତା ମିଲିନ୍ଦ ରେଗେ ଓ ସଞ୍ଜୟ ପାଟିଲ କଥା ହୋଇଥିଲେ ବୋଲି ଜଶସ୍ବୀ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଜସଶ୍ୱୀ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ରେ ଏକ ଶତକ ସହ ୪ ଅର୍ଦ୍ଧଶତକ ହାସଲ କରିଥିଲେ। ତାଙ୍କୁ ରାଜସ୍ଥାନ ରୟାଲ୍ସ କିଣିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୱାରାଣ୍ଟାଇନ୍‌ରୁ ବାହାରିଲେ ବିରାଟ କୋହଲି

ସିଡନୀ,୪।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟି -୨୦ ସିରିଜ ଆଜିଠାରୁ ଆରମ୍ଭ ହେଉଛି। ଏକଦିବସୀୟ ସିରିଜ୍‌ ହାରିବା ପରେ ଦିନିକିଆ ଜିତିବା ପରେ ଟିମ...

କିଏ ସେ ‘ଶାହରୁଖ ଖାନ୍‌’; ୫ କୋଟି ୨୫ ଲକ୍ଷ ଟଙ୍କା ଦେଇ ଯାହାକୁ କିଣିଲେ ପ୍ରିତି ଜିଣ୍ଟା

ଚେନ୍ନାଇ,୧୯।୨: ଆଇପିଏଲ୍‌ ନିଲାମରେ ବହୁ ଖେଳାଳି ଅପ୍ରାତ୍ୟାଶିତ ମୂଲ୍ୟରେ ବିକ୍ରି ହୋଇଛନ୍ତି। ସେଥିମଧ୍ୟରୁ ବଲିଉଡ୍‌ ଷ୍ଟାରଙ୍କ ନାମଧାରୀ ସ୍ପିନ୍‌ ଅଲରାଉଣ୍ଡର ଶାହରୁଖ ଖାନ୍‌ ଅନ୍ୟତମ। ନିଲାମ...

ରଶ୍ମି, ଲଖି, ପ୍ରଶାନ୍ତ, ରୋଶନାରା ସମ୍ବର୍ଦ୍ଧିତ ହେବେ

ଭୁବନେଶ୍ୱର, ୨୪।୯(କ୍ରୀଡ଼ା ପ୍ରତିନିଧି)- ଜଗତଜ୍ଜନନୀ ମା’ ଦୁର୍ଗାଙ୍କର ଶାରଦୀୟ ଉତ୍ସବ ଅବସରରେ ଶହିନ ନଗର ଦୁର୍ଗାପୂଜା କମିଟି ପକ୍ଷରୁ ୪ କ୍ରୀଡ଼ାବିତ୍‌ଙ୍କୁ ସମ୍ବର୍ଦ୍ଧିତ କରାଯିବ। ୨୦୦୭ରୁ...

‘ମୋ ହୃଦୟ ଓ ଆତ୍ମା ଆରସିବି ସହ ଅଛି’

ନୂଆଦିଲ୍ଲୀ,୧।୧୨: ମୁଁ ମୋ ହୃଦୟ ଓ ଆତ୍ମ ସହ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ପାଇଁ ଖେଳିବି। ଏହି ଅଭିଯାନ ଜାରି ରହିଛି। ମୋତେ ଯେତେବେଳେ...

ଗୋଟିଏ ଦିନ ଘୁଞ୍ଚିଲା ବିସିସିଆଇ ନିର୍ବାଚନ: ବିନୋଦ

ନୂଆଦିଲ୍ଳୀ,୨୪।୯(ପି.ଟି.)- ବହୁ ପ୍ରତିକ୍ଷୀତ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନିର୍ବାଚନ ତାରିଖରେ ଗୋଟିଏ ଦିନ ଅଦଳବଦଳ ହୋଇଛି। ପୂର୍ବରୁ ଏହି ନିର୍ବାଚନ ଅକ୍ଟୋବର ୨୨...

ମହାନ ଖେଳାଳିଙ୍କ ରେକର୍ଡ ଭାଙ୍ଗିବେ ରୋହିତ

ଲିଡ୍ସ,୨୨।୮ : ଭାରତୀୟ ଓପନିଂ ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ନିକଟରେ ରହିଛି କିମ୍ବଦନ୍ତୀ ଅଲରାଉଣ୍ଡର କପିଳ ଦେବଙ୍କ ରେକର୍ଡ ଭାଙ୍ଗିବାର ସୁଯୋଗ। ଟେଷ୍ଟ କ୍ରିକେଟରେ ସର୍ବାଧିକ...

ଆଇପିଏଲ୍‌: ସାମ୍‌ସନ- ସାଙ୍ଗକାରାଙ୍କ ଉପରେ ରାଜସ୍ଥାନର ଭାଗ୍ୟ ନିର୍ଭର କରେ

ନୂଆଦିଲ୍ଲୀ,୮।୪(ପି.ଟି.): ଆଉ ଗୋଟିଏ ଦିନ ପରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୪ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଟୁର୍ନାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଉଇକେଟକିପର...

ମହିଳାଙ୍କ ଉପରେ ବାସନ୍ଦ ଲାଗିବା ପ୍ରସଙ୍ଗ:  ଇରାନ ଗସ୍ତ କରିବେ ଫିଫା ପ୍ରତିନିଧି

ଲୌସାନ୍ନେ,୧୨।୯(ଏଏଫ୍‌ପି): ଇରାନରେ ମହିଳା ପ୍ରଶଂସକଙ୍କୁ ଫୁଟ୍‌ବଲ ଷ୍ଟାଡିୟମ ମଧ୍ୟକୁ ପ୍ରବେଶକୁ ବାରଣ ରହିଛି। ଏହି ନିୟମରେ ପରିବର୍ତ୍ତନ କରିବା ପାଇଁ ଫିଫା ପକ୍ଷରୁ ପ୍ରତିନିଧି ମଣ୍ଡଳି...

Advertisement
Archives

Model This Week