Posted inଖେଳ

ଆଇପିଏଲ୍‌ ପାଇଁ ଅଯୋଗ୍ୟ ପ୍ରବୀଣ ତାମ୍ବେ

ମୁମ୍ବାଇ,୧୩।୧- ଭେଟେରାନ ସ୍ପିନର ପ୍ରବୀଣ ତାମ୍ବେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୩ତମ ସଂସ୍କରଣରେ ଖେଳିପାରିବେ ନାହିଁ। ସେ ଦେଶର କୌଣସି ଟୁର୍ନାମେଣ୍ଟରେ ଖେଳିବା ପାଇଁ ଅଯୋଗ୍ୟ। ସେ ବିଦେଶୀ ଲିଗ୍‌ରେ ଖେଳି ବିସିସିଆଇ ନିୟମ ଭଙ୍ଗ କରିଛନ୍ତି। ଅଫିସିଆଲ ଅବସର ଘୋଷଣା ନ କରି ସେ ଦୁବାଇ ଓ ଶାରଜାଠାରେ ଟି୧୦ ଲିଗ୍‌ରେ ଖେଳିଥିଲେ। ତାମ୍ବେ ଅଯୋଗ୍ୟ ନେଇ ଆଇପିଏଲ ଅଧ୍ୟକ୍ଷ ବ୍ରିଜେଶ ପଟେଲ ସ୍ପଷ୍ଟ କହିଛନ୍ତି। ୪୮ ବର୍ଷୀୟ ତାମ୍ବେ ଆଇପିଏଲ ନିଲାମ ପ୍ରକ୍ରିୟାରେ ସବୁଠୁ ବୟ୍ୟୋଜ୍ୟେଷ୍ଠ ଖେଳାଳି ଭାବେ ବିକ୍ରି ହୋଇଥିଲେ। ତାଙ୍କୁ ୨୦ ଲକ୍ଷ ଟଙ୍କାରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) କିଣିଥିଲା। ସେ ଏପର୍ଯ୍ୟନ୍ତ ୩୩ ଆଇପିଏଲ ମ୍ୟାଚ୍‌ ଖେଳିସାରିଛନ୍ତି। ସମସ୍ତ ମ୍ୟାଚ୍‌ ୨୦୧୩ରୁ ୨୦୧୬ ମଧ୍ୟରେ ରାଜସ୍ଥାନ ରୟାଲ୍ସ, ଗୁଜରାଟ ଲାୟନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳିଥିଲେ। ମୋଟ ୨୮ ଉଇକେଟ ନେଇଛନ୍ତି। ତନ୍ମଧ୍ୟରୁ ୧୪ ଉଇକେଟ ସେ କେବଳ ୨୦୧୪ ସିଜନରେ ନେଇଥିଲେ। ଏଭଳି ପରିସ୍ଥିତି ଯୋଗୁ କେକେଆର ଦଳକୁ ବର୍ତ୍ତମାନ ତାମ୍ବେଙ୍କ ବଦଳ ଖେଳାଳି ବାଛିବାକୁ ପଡ଼ିବ। ନିକଟରେ ହରଭଜନ ସିଂ ଏକମାତ୍ର ଭାରତୀୟ ଭାବେ ଇଂଲଣ୍ଡର ନୂଆ ଫର୍ମାଟର ଲିଗ୍‌ ‘ଦ ହଣ୍ଡ୍ରେଡ’ରେ ଖେଳାଳିଙ୍କ ତାଲିକାରେ ସ୍ଥାନ ପାଇଥିଲେ। ୨୦୧୬ଠାରୁ ଭାରତୀୟ ଦଳ ପାଇଁ ଖେଳି ନ ଥିଲେ ମଧ୍ୟ ଡ୍ରାଫ୍ଟ ପୂର୍ବରୁ ନାମ ପ୍ରତ୍ୟାହ୍ୟାର କରିନେଇଥିଲେ। ସେ ଏବେ ଆଇପିଏଲରେ ସିଏସ୍‌କେ ପାଇଁ ଖେଳୁଛନ୍ତି। ଅନ୍ୟପକ୍ଷରେ ଅବସର ଘୋଷଣା କରିବା ପରେ ଯୁବରାଜ ସିଂ ବିଭିନ୍ନ ଦେଶର ଲିଗ୍‌ରେ ଅଂଶଗ୍ରହଣ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୂର୍ବତନ କ୍ରିକେଟର ଆଣିଲେ ଯୌନ ଶୋଷଣ ଅଭିଯୋଗ

ମେଲବୋର୍ନ, ୪ା୧- ୧୯୮୫ରେ ଶ୍ରୀଲଙ୍କା ଟୁର୍‌ ସମୟରେ ଟିମ୍‌ ଅଫିସିଆଲଙ୍କ ଦ୍ୱାରା ଯୌନ ଶୋଷଣର ଶିକାର ହୋଇଥିଲେ ବୋଲି ଅଭିଯୋଗ ଆଣିଛନ୍ତି ଜଣେ ପୂର୍ବତନ କ୍ରିକେଟର।...

ଇତିହାସ ରଚିଲା ବାଂଲାଦେଶ

ଅକଲାଣ୍ଡ,୫।୧: ବାଂଲାଦେଶ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ବାଂଲାଦେଶ ୮ ଉଇକେଟରେ ଜିତିଛି। ଟେଷ୍ଟ କ୍ରିକେଟରେ...

ମାସିକ ୨୮ ଲକ୍ଷ ଟଙ୍କାର ନିଶା ସେବନ କରୁଥିଲେ ଏହି ଚାମ୍ପିୟନ ଆଥ୍‌ଲେଟ

ସାକ୍ରାମେଣ୍ଟୋ (କାଲିଫର୍ନିଆ/ଆମେରିକା),୧୫।୮: ପୂର୍ବତନ ବିଶ୍ୱ ଚାମ୍ପିୟନ ମାଇକ ଟାଇସନ ରିଙ୍ଗ ଭିତରରେ ଆକ୍ରମଣାତ୍ମକ ଖେଳ ଯୋଗୁ ବହୁ ପରିଚିତ ଥିଲେ। ‘ଦ ବ୍ୟାଡେଷ୍ଟ ମ୍ୟାନ ଅଫ୍‌...

ଟସ୍‌ ଜିତିଲା ରାଜସ୍ଥାନ ରୟାଲ୍ସ

ପୁଣେ,୧୫।୫: ଆଇପିଏଲ ୨୦୨୨ରେ ଆଉ ଅଳ୍ପ କିଛି ଲିଗ ମ୍ୟାଚ ବାକି ଅଛି। ପ୍ଲେ ଅଫ ପାଇଁ ରେସ୍‌ ମଧ୍ୟ ରୋଚକ ସ୍ଥିତିରେ ପହଞ୍ଚିଛି। ଏହି...

ଭାରତକୁ ହରାଇବାକୁ ସଜ ହେଲାଣି ଆଫଗାନିସ୍ତାନ

ଦୁବାଇ,୩।୧୧: ଆଫଗାନିସ୍ତାନର ନଜର ସେମିଫାଇନାଲରେ ଅଛି ବୋଲି କହିଛନ୍ତି ଦ୍ରୁତ ବୋଲର ହାମିଦ ହସନ। ଏହାଛଡ଼ା ଦଳ ବୁଧବାର ଟି୨୦ ବିଶ୍ୱକପ୍‌ର ଭାରତ ବିପକ୍ଷ ମ୍ୟାଚ୍‌ରେ...

ଭାରତ ବିପକ୍ଷ ଏକଦିବସୀୟ, ଟି-୨୦ ସିରିଜ୍‌ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା

ସିଡନୀ,୨୯।୧୦: ଆସନ୍ତା ଜାନୁୟାରୀରେ ଭାରତ କ୍ରିକେଟ୍‌ ଦଳ ଅଷ୍ଟ୍ରେଲିଆ ଗସ୍ତ କରିବ। ଏହି ଗସ୍ତରେ ଉଭୟ ଦଳ ଟି-୨୦, ଏକଦିବସୀୟ ଏବଂ ଟେଷ୍ଟ ସିରିଜ୍‌ ଖେଳାଯିବ।...

ଆଇପିଏଲ୍‌ ଲାଗି ଏସିଆ କପ୍‌ କାର୍ଯ୍ୟସୂଚୀ ପରିବର୍ତ୍ତନ ଗ୍ରହଣୀୟ ନୁହଁ: ପିସିବି

କରାଚି,୨୪।୪ (ପି.ଟି.): କୋଭିଡ୍‌-୧୯ ମହାମାରୀ କାରଣରୁ ସ୍ଥଗିତ ରହିଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଆୟୋଜନ ପାଇଁ ଏସିଆ କପ୍‌ କାର୍ଯ୍ୟସୂଚୀରେ ପରିବର୍ତ୍ତନକୁ ଗ୍ରହଣ କରିବୁ...

ଇଣ୍ଡିଆନ ସୁପର ଲିଗ୍‌: ବେଙ୍ଗାଲୁରୁକୁ ହରାଇଲା ମୁମ୍ବାଇ ସିଟି

ମାର୍ଗୋଆ,୬।୧(ପି.ଟି.): ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ମୁମ୍ବାଇ ସିଟି ୩-୧ ଗୋଲରେ ବେଙ୍ଗାଲୁରୁ ଏଫ୍‌ସିକୁ ପରାସ୍ତ କରିଛି। ସ୍ଥାନୀୟ ଫାଟୋର୍ଡ ଷ୍ଟାଡିୟମରେ...

Advertisement
Archives

Model This Week