Posted inଖେଳ

ଆଇଓସି ସଦସ୍ୟ ଭାବେ ବାତ୍ରା ନିର୍ବାଚିତ

ଲାଉସାନେ, ୨୭ା୬ (ପି.ଟି.)- ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ସଭାପତି ନରିନ୍ଦର ବାତ୍ରା ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି)ର ଜଣେ ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ଏଠାରେ ଆଇଓସି ସେସନ ବେଳେ ସେ ସମ୍ମାନଜନକ ଆସନ ପାଇଁ ନିର୍ବାଚିତ ହୋଇଛନ୍ତି। ମୋଟ ୬୨ଟି ଭୋଟ୍‌ରୁ ସେ ୫୮ଟି ଭୋଟ ପାଇଥିବାବେଳେ ୪ଟି ତାଙ୍କ ବିପକ୍ଷରେ ଯାଇଥିଲା। ଏକ ଜାତୀୟ ଅଲିମ୍ପିକ କମିଟି ଆଇଓଏର ମୁଖ୍ୟ ହେବା ସହ ଆଇଓସି ସଦସ୍ୟ ହୋଇଛନ୍ତି। ଏଥିସହିତ ଏକ ଅଲିମ୍ପିକ କ୍ରୀଡ଼ାର ଅନ୍ତର୍ଜାତୀୟ ମହାସଂଘ ଏଫ୍‌ଆଇଚ୍‌(ଅନ୍ତର୍ଜାତୀୟ ହକି ମହାସଂଘ)ର ସେ ମୁଖ୍ୟ ଅଛନ୍ତି।
ଏହା ଦ୍ୱାରା ବାତ୍ରା ଏକ ବିରଳ ପ୍ରତିଷ୍ଠା ଲାଭ କରିଛନ୍ତି। ଏଭଳି ଗୌରବ ଅର୍ଜନ କରିବାରେ ସେ ପ୍ରଥମ ଭାରତୀୟ। ବାତ୍ରା ନିର୍ବାଚିତ ହେବା ଦ୍ୱାରା ଆଇଓସିରେ ସକ୍ରିୟ ଭାରତୀୟ ସଦସ୍ୟଙ୍କ ସଂଖ୍ୟା ଦୁଇକୁ ବୃଦ୍ଧି ପାଇଛି। ରିଲାଏନ୍ସ ଫାଉଣ୍ଡେଶନ ଅଧ୍ୟକ୍ଷା ନୀତା ଅମ୍ବାନୀ ୨୦୧୬ରେ ଆଇଓସିର ଜଣେ ବ୍ୟକ୍ତିଗତ ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ। ଏହି ସମ୍ମାନଜନକ ଆସନ ହାସଲ କରିବାରେ ସେ ପ୍ରଥମ ଭାରତୀୟ ମହିଳା ହୋଇଥିଲେ। ପୂର୍ବତନ ଆଇଓଏ ସାଧାରଣ ସମ୍ପାଦକ ରଣଧୀର ସିଂ ଆଇଓସିର ଜଣେ ସଦସ୍ୟ ଭାବେ କାର୍ଯ୍ୟ କରିଛନ୍ତି। ପରେ ତାଙ୍କୁ ଜଣେ ଅବୈତିନକ ସଦସ୍ୟ ଭାବେ ଗ୍ରହଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିବାହ କରିବାକୁ ଯାଉଛନ୍ତି ଏହି ଭାରତୀୟ କ୍ରିକେଟର୍‌

ଭାରତୀୟ ଦ୍ରୁତ ବୋଲର ଜସପ୍ରୀତ ବୁମ୍‌ରା ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଏହି କାରଣରୁ ସେ ଇଂଲଣ୍ଡ ବିପକ୍ଷ ଶେଷ ଟେଷ୍ଟ ନ...

ନଭେମ୍ବରରେ ଦକ୍ଷିଣ ଆଫ୍ରିକା ଯିବ ଇଂଲଣ୍ଡ

କେପ୍‌ଟାଉନ୍‌,୨୩।୧୦(ଏପି): ୬ଟି ସୀମିତ ଓଭର ମ୍ୟାଚ୍‌ ଖେଳିବାକୁ ଇଂଲଣ୍ଡ ଆସନ୍ତାମାସରେ ଦକ୍ଷିଣ ଆଫ୍ରିକା ଗସ୍ତ କରିବ। ଦକ୍ଷିଣ ଆଫ୍ରିକା ସରକାର ଭ୍ରମଣକାରୀ ଦଳଗୁଡିକ ପାଇଁ କରୋନା...

ଭାରତ-ଦକ୍ଷିଣ ଆଫ୍ରିକାର ପ୍ରଥମ ମ୍ୟାଚ୍ ବାତିଲ

ଧର୍ମଶାଳା,୧୨୩- ସ୍ଥାନୀୟ ହିମାଚଳ ପ୍ରଦେଶ ଷ୍ଟାଡିୟମରେ ଗୁରୁବାର ଖେଳାଯିବାକୁ ଥିବା ଭାରତ ଓ ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ବାତିଲ ହୋଇଯାଇଛି। ଲଗାଣ...

ବିଶ୍ୱକପ୍‌ ‘ସବୁଠୁ ଚ୍ୟାଲେଞ୍ଜିଂ’ ରହିବ: କୋହଲି

ମୁମ୍ବାଇ, ୨୨।୫(ପି.ଟି.)- ଆଇସିସି ବିଶ୍ୱକପ୍‌ର ଦ୍ୱାଦଶ ସଂସ୍କରଣ ଚଳିତ ମାସ ଶେଷ ଭାଗରେ ଗ୍ରେଟ୍‌ ବ୍ରିଟେନରେ ଆରମ୍ଭ ହେବାକୁ ଯାଉଛି। ରାଉଣ୍ଡ ରବିନ ଫର୍ମାଟ୍‌ ଭିତ୍ତିକ...

ଡବ୍ଲ୍ୟୁଟିସି ଫାଇନାଲ: ସ୍ପଷ୍ଟ କଲେ ଗାଙ୍ଗୁଲି

ନୂଆଦିଲ୍ଲୀ, ୮।୩ : ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲ ମ୍ୟାଚ୍‌ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଜୁନ ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ସାଉଥାମ୍ପଟନର...

ଜାଡେଜାଙ୍କ ନୂଆ ନାଁ ଦେଲେ ଧୋନୀଙ୍କ ସ୍ତ୍ରୀ

ମୁମ୍ବାଇ,୨୭।୪: ଆଇପିଏଲ ୨୦୨୧ର ୧୯ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର (ଆରସିବି) ବିପକ୍ଷରେ ଚମତ୍କାର ପ୍ରଦର୍ଶନ...

ମୋ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଛି ଧୋନୀଙ୍କ ଟିପ୍ସ : ନଟରାଜନ

ମୁମ୍ବାଇ,୭ା୪ : ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଟିପ୍ସ ଯୋଗୁ ମୋ ବୋଲିଂ ଆହୁରି ଘାତକ ହୋଇପାରିଛି ବୋଲି କହିଛନ୍ତି ବାମହାତୀ ୟର୍କର ସ୍ପେଶାଲିଷ୍ଟ...

ରେକର୍ଡ ବୁକ୍ ରେ ଭାଇଜାଗ ଟେଷ୍ଟ

ବିଶାଖାପାଟଣା,୬।୧୦- ଏଠାରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ରେକର୍ଡ ବୁକ୍‌ରେ ସ୍ଥାନ ପାଇଛି। ଏହି ଟେଷ୍ଟରେ ଉଭୟ ଦଳ ମୋଟ...

Advertisement
Ten Cric Info


Archives

Model This Week