‘ଆଇଏସ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉ ଭାରତ’

ଓ୍ବାଶିଂଟନ, ୨୩ା୮(ପି.ଟି.): ଆତଙ୍କବାଦ ବିରୋଧରେ ଲଢେଇ ଜାରି ରଖିଥିବା ଭାରତ ଆଫଗାନିସ୍ତାନରେ ଆଇଏସ୍‌ ଆତଙ୍କବାଦୀଙ୍କ ବିରୋଧରେ ଦୃଢ ପଦକ୍ଷେପ ଗ୍ରହଣ କରୁ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ଭାରତ ସହ ଇରାନ, ରୁଷିଆ, ତୁର୍କୀ ଭଳି ଦେଶ ଏଥିରେ ସହଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଆଫଗାନିସ୍ତାନରେ ଆତଙ୍କବାଦୀଙ୍କ ବିରୋଧରେ ମିଳିତ ଲଢେଇର ଆବଶ୍ୟକତା ରହିଥିବା ସେ ହ୍ବାଇଟ ହାଉସଠାରେ ଖବରଦାତାଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ପ୍ରକାଶ କରିଛନ୍ତି। ଆମେ ଏକା ସେଠାରେ ଲଢେଇ ଜାରି ରଖିଛୁ। ଆତଙ୍କବାଦ ଦମନ କ୍ଷେତ୍ରରେ ସମସ୍ତଙ୍କ ସହଯୋଗ ଜରୁରୀ ବୋଲି ଟ୍ରମ୍ପ କହିଛନ୍ତି। ଆଫଗାନିସ୍ତାନରୁ ଆମେରିକା ସେନା ସମ୍ପୂର୍ଣ୍ଣ ଫେରିବେ ନାହିଁ ବୋଲି କହିବାର ଦିନକ ପରେ ଟ୍ରମ୍ପ ଏଭଳି ମତ ଦେଇଛନ୍ତି। ତାଲିବାନ ହିଂସା ଜାରି ରହିବା ମାନବ ଜଗତ ପ୍ରତି ବିପଦ। ସେଠାରେ ଶାନ୍ତି ପ୍ରତିଷ୍ଠା କରାଯିବାର ଆବଶ୍ୟକତା ରହିଛି ଓ ଏଥିଲାଗି ଆମେରିକା ପ୍ରୟାସ ଜାରି ରଖିଥିବା ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ସଙ୍କଟ ପୁଣି ଘନେଇଲା

ବାଗଦାଦ୍‌,୧୬।୨: ଆମେରିକା ଇରାନ ମଧ୍ୟରେ ସଙ୍କଟ ପୁଣି ଘନେଇଛି। ଇରାକର ରାଜଧାନୀ ବାଗଦାଦ ଉପରେ ଇରାନ କ୍ଷେପଣାସ୍ତ୍ର ମାଡ଼ କରିଛି। ପ୍ରତିଶୋଧ ନେବା ପାଇଁ ଇରାନ...

ସିଗାରେଟ ବଦଳାଇଦେଲା ଫୁସ୍‌ଫୁସ୍‌ ରଙ୍ଗ

ବେଜିଂ: ଧୂମପାନ ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ। ଏପରି ଚେତାବନୀ ପ୍ରତି ସିଗାରେଟ ପ୍ୟାକେଟ୍‌ରେ ଅତି ସହଜରେ ଦେଖିବାକୁ ମିଳେ। ଏହା ସତ୍ତ୍ୱେ ଏହି ମାରାତ୍ମକ ନିଶାକୁ ଛାଡ଼ି...

କରୋନା: ୨୪ ଘଣ୍ଟାରେ ୭୫ ମୃତ

ବେଜିଂ/ନୂଆଦିଲ୍ଲୀ,୫-୨: ସାରା ବିଶ୍ୱକୁ ଘାରିଛି କରୋନା ଭାଇରସ୍‌ ଆତଙ୍କ। ଚାଇନାର ଉହାନ ସହରରୁ ଏହା ବ୍ୟାପି ୨୫ ଦେଶକୁ କବଳିତ କଲାଣି। ଏଥିସହ ଚାଇନାରେ କେବଳ...

ଇଟାଲିରେ ଯୁବବର୍ଗଙ୍କ ପାଇଁ ଆବଶ୍ୟକ ପଡୁଛି ଭେଣ୍ଟିଲେଟର: ମାସ୍କ୍‌-ଗ୍ଳୋଭସ୍ ପିନ୍ଧିଥିବା ଡାକ୍ତର ବି କରୋନା ପଜିଟିଭ୍‌

ରୋମ, ୪ ।୪: ଇଟାଲିରେ କରୋନା ମୃତ୍ୟୁର ତାଣ୍ଡବ ରଚିଛି । ଏଠାରେ ସଂକ୍ରମିତ ଯୁବବର୍ଗଙ୍କ ପାଇଁ ମଧ୍ୟ ଭେଣ୍ଟିଲେଟରର ଆବଶ୍ୟକତା ପଡୁଥିବାରୁ ସରକାରଙ୍କ ଚିନ୍ତା...

ଶେଷରେ ମାନୁଛି ପାକିସ୍ତାନ: ବିଶ୍ୱ ଆମ କଥା ନୁହେଁ ଭାରତ କଥା ଶୁଣୁଛି

ଇସ୍‌ଲାମାବାଦ,୧୨।୯: ଜମ୍ମୁ-କଶ୍ମୀର ମାମଲାରେ ଏବେ ପାକିସ୍ତାନ ଯେ ଏକୁଟିଆ ହୋଇଯାଇଛି ତାହା ସେ ଉବଲବ୍ଧି କରି ସାରିଲାଣି। ନିକଟରେ ପାକିସ୍ତାନ ବୈଦେଶିକମନ୍ତ୍ରୀ କଶ୍ମୀର ଭାରତର ରାଜ୍ୟ...

ଇରାନର ମିଶାଇଲ ଆକ୍ରମଣରେ ଆମେରିକାର ୧୧ସେନା ହୋଇଥିଲେ ଆହତ: ରିପୋର୍ଟ

ତେହେରାନ,୧୭।୧: ଆମେରିକା ଆକ୍ରମଣରେ ଇରାନର ସେନା କମାଣ୍ଡର କାସିମ ସୋଲମାନୀଙ୍କ ମୃତ୍ୟୁ ହେବା ପରେ ୨ଦେଶ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଛି। ସୋଲେମାନୀଙ୍କ ମୃତ୍ୟୁର ପ୍ରତିଶୋଧ...

ପ୍ରଶିକ୍ଷଣ ସମୟରେ ୩ ଆମେରିକା ସେନା ମୃତ

ଓ୍ବାଶିଂଟନ,୨୧।୧୦: ଆମେରିକାର ଜର୍ଜିଆରେ ଚାଲିଥିବା ସେନା ପ୍ରଶିକ୍ଷଣ ସମୟରେ ୩ ଯବାନଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିରେ ଅନ୍ୟ ୩ ଜଣ ଆହତ ମଧ୍ୟ...

୨୦୨୨ ଯାଏ ଜାରି ରହିପାରେ ସାମାଜିକ ଦୂରତ୍ୱ

ଓ୍ବାଶିଂଟନ,୧୭ା୪: କରୋନା ଭାଇରସ୍‌ ସଂକ୍ରମଣ ରୋକିବା ପାଇଁ ଅଦ୍ୟାବଧି ବିଶ୍ୱର କୌଣସି ରାଷ୍ଟ୍ର ଭାକ୍‌ସିନ ପ୍ରସ୍ତୁତ କରିପାରି ନାହାନ୍ତି। ସାମାଜିକ ଦୂରତ୍ୱ ବା ସୋସିଆଲ ଡିଷ୍ଟାନ୍ସିଂ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *