Posted inଖେଳ

ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ୍‌ ଆଜିଠାରୁ : ପଦକ ଲକ୍ଷ୍ୟରେ ଅପୂର୍ବୀ, ଅଞ୍ଜୁମ

ନୂଆଦିଲ୍ଲୀ, ୨୫।୫(ପି.ଟି.)- ଅନ୍ତର୍ଜାତୀୟ ଶୁଟିଂ ସ୍ପୋଟର୍‌ସ ଫେଡେରେଶନ (ଆଇଏସ୍‌ଏସ୍‌ଏଫ୍‌) ରାଇଫଲ୍‌/ପିସ୍ତଲ ବିଶ୍ୱକପ୍‌ ରବିବାରଠାରୁ ଜର୍ମାନୀର ମ୍ୟୁନିକ ସହରରେ ଆରମ୍ଭ ହେବାକୁ ଯାଉଛି। ଏହାହେବ ବର୍ଷର ୩ୟ ଶୁଟିଂ ବିଶ୍ୱକପ୍‌। ଏହି ବିଶ୍ୱକପ୍‌ରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଷ୍ଟାର୍‌ ଶୁଟର୍‌ ଅପୂର୍ବୀ ଚାଣ୍ଡେଲା, ଅଞ୍ଜୁମ ମୌଦଗିଲ ଓ ଏଲାଭେନିଲ ଭଲାରିଭାନ ପ୍ରମୁଖ ପଦକ ଜିତି ୨୦୨୦ ଟୋକିଓ ଅଲିମ୍ପିକକୁ ଯୋଗ୍ୟତା ହାସଲ କରିବା ଲକ୍ଷ୍ୟରେ ରହିଛନ୍ତି। ମୋଟ୍‌ ୯୮ଟି ଦେଶରୁ ୯୧୯ ଜଣ ଶୁଟର୍‌ ଏହି ବିଶ୍ୱକପ୍‌ରେ ଅଂଶଗ୍ରହଣ କରୁଛନ୍ତି। ଯେଉଁଥିରୁ ଟୋକିଓ ଅଲିମ୍ପିକ ପାଇଁ ୧୭ଟି କୋଟା ରହିଛି। ପ୍ରଥମ ଦିବସରେ ମହିଳା ୧୦ ମିଟର ଏୟାର ରାଇଫଲ୍‌ ଫାଇନାଲ ଅନୁଷ୍ଠିତ ହେବ।
ପ୍ରତିଯୋଗିତାରେ ଭାରତରୁ ୩୫ ଜଣ ପ୍ରତିନିଧିତ୍ୱ କରୁଛନ୍ତି। ଆସନ୍ତା ୫ ଦିନ ଧରି ଚାଲିବାକୁ ଥିବା ଏହି ବିଶ୍ୱକପ୍‌ରେ ଭାରତୀୟ ଶୁଟର୍‌ଙ୍କ ପ୍ରଦର୍ଶନ ଉପରେ ଏବେ ସମସ୍ତଙ୍କ ନଜର ରହିଛି। ଭାରତୀୟ ଶୁଟର୍‌ମାନେ ବର୍ତ୍ତମାନ ସୁଦ୍ଧା ଅଲିମ୍ପିକ ଲାଗି ୫ଟି କୋଟା ସ୍ଥାନ ହାସଲ କରିସାରିଛନ୍ତି। ଅପୂର୍ବୀ ଓ ଅଞ୍ଜୁମଙ୍କ ବ୍ୟତୀତ ପୁରୁଷ ବର୍ଗରେ ସୌରଭ ଚୌଧାରୀ, ଅଭିଷେକ ବର୍ମା ଓ ଦିବ୍ୟାଂଶ ସିଂ ପନଓ୍ବର ମଧ୍ୟ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଅଂଶଗ୍ରହଣ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରେସିଡେଣ୍ଟ କପ୍‌ ବକ୍ସିଂ: ମେରୀକମ୍‌, ସିମରନଜିତଙ୍କୁ ସ୍ବର୍ଣ୍ଣ ପଦକ; ୭ ସ୍ବର୍ଣ୍ଣ ସହ ଭାରତକୁ ମୋଟ ୯ ପଦକ

ନୂଆଦିଲ୍ଲୀ,୨୯।୭(ପି.ଟି.)- ୬ ଥର ବିଶ୍ୱଚାମ୍ପିୟନଶିପ୍‌ ଟାଇଟଲ ହାସଲ କରିଥିବା ଅଭିଜ୍ଞ ଭାରତୀୟ ମହିଳା ବକ୍ସର ମେରୀକମ ଓ ବିଶ୍ୱ ଚାମ୍ପିୟନଶିପ୍‌ ବ୍ରୋଞ୍ଜ୍‌ ପଦକ ବିଜେତା ସିମରନଜିତ...

ଫ୍ରେଞ୍ଚ୍‌ ଓପନରୁ ଓହରିଲେ ଫେଡରର

ପ୍ୟାରିସ, ୭।୬-ତୃତୀୟ ରାଉଣ୍ଡରେ ସଂଘର୍ଷପୂର୍ଣ୍ଣ ବିଜୟ ପରେ ସୁଇଜରଲାଣ୍ଡର ରୋଜର ଫେଡରର ଚଳିତ ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ନାମେଣ୍ଟରୁ ଓହରି ଯାଇଛନ୍ତି। ଆଣ୍ଠୁରେ ୨...

ଦୁର୍ଘଟଣା ପରେ କୋମାରେ ଏହି କ୍ରିକେଟର୍‌

କାବୁଲ, ୩।୧୦: ଏକ ମର୍ମନ୍ତୁଦ ଦୁର୍ଘଟଣାର ସମ୍ମୁଖୀନ ହେବା ପରେ ଆଫଗାନିସ୍ତାନ କ୍ରିକେଟ୍‌ ଦଳର ବ୍ୟାଟ୍ସମ୍ୟାନ ନାଜିବ ତର୍କାଇ କୋମାକୁ ଚାଲିଯାଇଛନ୍ତି। ଏହି ଦୁର୍ଘଟଣା ପରେ...

ତୃତୀୟ ଟେଷ୍ଟ ପୂର୍ବରୁ ଭାରତକୁ ଲାଗିଲା ଡବଲ୍‌ ଝଟ୍‌କା

ସିଡନୀ,୧୨।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫିରେ ଭାରତୀୟ ଖେଳାଳି ଆହତ ହେବା ଜାରି ରହିଛିି। ଏହା ସତ୍ତ୍ୱେ ଟିମ ଇଣ୍ଡିଆ ମେଲବୋର୍ନରେ...

ଅନ୍ତିମ ୨୦: ଏସ୍‌ସିଜି ଷ୍ଟାଡିୟମରେ ପୂରା ଦର୍ଶକ ରହିବେ

ସିଡ୍‌ନୀ,୩।୧୨(ପି.ଟି.): ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡ (ଏସ୍‌ସିଜି)ରେ ଆୟୋଜନ ହେବାକୁ ଥିବା ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଷ୍ଟାଡିୟମ ସମ୍ପୂର୍ଣ୍ଣ ରୂପେ ଭର୍ତ୍ତି ହେବ। ଖଚାଖଚ୍‌...

କାହିଁକି ଅଧିକ ୭ ଦିନ କ୍ୱାରାଣ୍ଟାଇନରେ ରହିବେ ରୋହିତ୍‌ ଶର୍ମା

ଦୁବାଇ, ୨୭।୮: ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ ଟୁର୍ନାମେଣ୍ଟ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣ ସେପ୍ଟେମ୍ବର ୧୯ରୁ ୟୁଏଇରୁ ଆରମ୍ଭ ହେବ। ଚଳିତ...

ତୃତୀୟ ଟେଷ୍ଟ ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୧।୨: ଭାରତ ବିପକ୍ଷରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ସିରିଜ ମଧ୍ୟରେ ଅଷ୍ଟ୍ରେଲିଆ ଦଳକୁ ଏକ ବଡ଼ ଝଟ୍‌କା ଦେଇଛି। ଅଷ୍ଟ୍ରେଲିଆର ତାରକା ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନର ସିରିଜର...

ଏଏଏର ସଦସ୍ୟା ହେଲେ ପିଟି ଉଷା

ନୂଆଦିଲ୍ଲୀ, ୧୪।୮(ପି.ଟି.)- କିମ୍ବଦନ୍ତୀ ଭାରତୀୟ ମହିଳା ସ୍ପ୍ରିଣ୍ଟର ପି.ଟି. ଉଷା ଏସିଆନ ଆଥ୍‌ଲେଟିକ୍‌ ଆସୋସିଏଶନ (ଏଏଏ)ର ଆଥ୍‌ଲେଟିକ କମିଶନ ସଦସ୍ୟ ହୋଇଛନ୍ତି। ଉପମହାଦେଶୀୟ ଷ୍ଟେଜ୍‌ରେ ଚମତ୍କାର...

Advertisement
Archives

Model This Week