ଆଇଏମ୍‌ଏମ୍‌ଟି ପରିସରରୁ ଜମି ଅଧିଗ୍ରହଣକୁ ବିରୋଧ:ବିଡିଏ ସ୍କ୍ବାଡ୍‌-ବୈଜ୍ଞାନିକ ମୁହାଁମୁହିଁ

ଭୁବନେଶ୍ୱର, ୧୬।୧୧(ବ୍ୟୁରୋ): ଆଚାର୍ଯ୍ୟବିହାରସ୍ଥ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମିନେରାଲ୍ସ ଆଣ୍ଡ ମ୍ୟାଟେରିଆଲ୍ସ ଟେକ୍ନୋଲୋଜି (ଆଇଏମ୍‌ଏମ୍‌ଟି) ପରିସରରୁ ଜମି ଅଧିଗ୍ରହଣ କରିବାକୁ ଆସି ବିଡିଏ ଏନଫୋର୍ସମେଣ୍ଟ ସ୍କ୍ବାଡ୍‌ ବିରୋଧର ସମ୍ମୁଖୀନ ହୋଇଛି। ଶୁକ୍ରବାର ପୂର୍ବାହ୍ନରେ ବିଡିଏ ଏନଫୋର୍ସମେଣ୍ଟ ସ୍କ୍ବାଡ୍‌ର ଅଧିକାରୀମାନେ ଏହି ଜମି ଅଧିଗ୍ରହଣ କରିବାକୁ ଯାଇଥିବାବେଳେ ଆଇଏମ୍‌ଏମ୍‌ଟିର କେତେଜଣ ବୈଜ୍ଞାନିକ ସେମାନଙ୍କୁ ବିରୋଧ କରିବା ସହ ଧାରଣା ଦେଇଥିଲେ। ଫଳରେ କିଛି ସମୟ ପାଇଁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା।
ସୂଚନା ମୁତାବକ, ୧୯୬୪ ମସିହାରେ ଆଇଏମ୍‌ଏମ୍‌ଟିକୁ ୨୦୦ ଏକର ଜମି ଯୋଗାଇବା ପାଇଁ ନିଷ୍ପତ୍ତି ହୋଇଥିଲା। ଓକାକ୍‌, ପ୍ଲାନେଟୋରିୟମ ନିର୍ମାଣ ପାଇଁ ଏଥିରୁ ୨୩ ଏକର ଜମି ବାଦ୍‌ ପଡ଼ିଥିଲା। ତେବେ ଅବଶିଷ୍ଟ ୧୭୭ ଏକର ଜମି ରେଜିଷ୍ଟ୍ରେଶନ ପାଇଁ ନିର୍ଦ୍ଧାରଣ କରାଯାଇଥିଲା। ହେଲେ ଭୁଲ୍‌ବଶତଃ ରେଜିଷ୍ଟ୍ରେଶନ ସମୟରେ ୧୪୪ ଏକର ଜମି ଆଇଏମ୍‌ଏମ୍‌ଟିକୁ ମିଳିଥିଲା। ରାଜ୍ୟ ସରକାର ବଳକା ୩୩ ଏକର ଜମିରୁ ୧୯ ଏକର ଜମି ଫେରାଇ ନେବା ଲାଗି ଅନୁଷ୍ଠାନ ସହ ଆଲୋଚନା କରିଥିଲେ। ୧୯ ଏକର ଜମି ନେବା ପରେ ବଳକା ୧୪ ଏକର ଜମି ଅନୁଷ୍ଠାନ ନାମରେ ସରକାର ରେଜିଷ୍ଟ୍ରେଶନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସାଧାରଣ ପ୍ରଶାସନ ବିଭାଗ ବିଡିଏକୁ ସମ୍ପୃକ୍ତ ୩୩ ଏକର ଜମି ଚିହ୍ନଟ କରିବାକୁ କହିଥିଲା। ଶୁକ୍ରବାର ବିଡିଏ ସ୍କ୍ବାଡ୍‌ ଏହି ଜମି ଦେଖିବାକୁ ଯାଇଥିବାବେଳେ ବୈଜ୍ଞାନିକମାନେ ବିରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାମ ମନ୍ଦିର କନଫରେନ୍ସ ହଲ୍ ସିଲ୍‌

ଭୁବନେଶ୍ୱର,୭।୪(ବ୍ୟୁରୋ): ଭୁବନେଶ୍ୱର ଜନପଥ ସ୍ଥିତ ରାମ ମନ୍ଦିର ପରିସରରେ ଥିବା କନଫରେନ୍ସ ହଲକୁ ବୁଧବାର ବିଏମ୍‌ସି ସିଲ୍‌ କରିଛି। କୋଭିଡ୍‌ କଟକଣା ଉଲ୍ଲଙ୍ଘନ ଅଭିଯୋଗରେ ସିଲ୍‌...

ଆଜିଠୁ ବର୍ଷା

ଭୁବନେଶ୍ୱର,୨୫।୨(ବ୍ୟୁରୋ): ପଶ୍ଚିମା ଝଡ ପ୍ରଭାବରେ ଆଜି ରାଜ୍ୟରେ କିଛି ସ୍ଥାନରେ ବିଜୁଳି, ଘଡଘଡି ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ସୁନ୍ଦରଗଡ଼,...

ଜିଏ ପ୍ଲଟ୍‌ ନଂ.୩୫୯ ଜବରଦଖଲ:ସରକାରୀ ଜମିରେ ୩ ମହଲା, ଭଡ଼ାରେ ଲାଗିଛି ୯୨ ବଖରା

ଭୁବନେଶ୍ୱର, ୧୫।୩(ବ୍ୟୁରୋ): ରାଜଧାନୀରେ ଯୋଜନାବଦ୍ଧ ଭାବେ ଚାଲିଛି ସରକାରୀ ଜମି ଜବରଦଖଲ। ଶହ ଶହ ଏକର ଅନାବାଦୀ, ଗୋଚର, ଜଙ୍ଗଲ ଜମିକୁ କବ୍‌ଜା କରି ସେଥିରେ...

୨୦୧୯-୨୦ର ନବମ ଶ୍ରେଣୀ ପିଲା ଦେବେ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର, ୯।୨(ବ୍ୟୁରୋ)- ଆସନ୍ତା ମେ’ ୩ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ୨୦୧୯-୨୦ଶିକ୍ଷାବର୍ଷରେ ନବମ ଶ୍ରେଣୀରେ ପଢ଼ୁଥିବା ସବୁ ଛାତ୍ରୀଛାତ୍ର ମେ’ ମାସରେ ମାଧ୍ୟମିକ ଶିକ୍ଷା...

ପୁରୀରେ ଏଫ୍‌ଏନ୍‌ପିର ଏକ୍ସକ୍ଳୁସିଭ ଆଉଟଲେଟ୍‌

ଭୁବନେଶ୍ୱର,୨।୯:ଦେଶର ପ୍ରମୁଖ ଷ୍ଟାର୍ଟଅପ୍‌ ୟୁନିଟ୍‌ ଫର୍ନସ ଏନ୍‌ ପେଟାଲ୍ସ (ଏଫ୍‌ଏନ୍‌ପି) ର ଏକ୍ସକ୍ଳୁସିଭ ଆଉଟଲେଟ୍‌ ନିକଟରେ ପୁରୀ ସହରରେ ଉଦ୍‌ଘାଟିତ ହୋଇଯାଇଛି। ୭୫୦ ବର୍ଗଫୁଟ ପରିମିତ...

ବିଦ୍ୟାଳୟ ମିଶ୍ରଣକୁ ୨ ମାସ ବିତିଲା: ଶିକ୍ଷକ ଅଭାବ, ନିଯୁକ୍ତି ନାହିଁ

ଛେଣ୍ଡିପଦା, ୯।୮(ସ୍ବ.ପ୍ର.)-ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ କୁଶକିଳା ଗ୍ରାମରେ ଥିବା ପାନ୍ଥେଶ୍ବରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ କୁଶକିଳା ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣକୁ ୨ ମାସ ବିତିଲାଣି।...

ସ୍ତ୍ରୀଙ୍କୁ ହତ୍ୟା କରି ପୋତି ଦେଇଥିଲେ: ୧୮ ଦିନ ପରେ ମୃତଦେହ ଉଦ୍ଧାର, ଅଭିଯୁକ୍ତ ସ୍ବାମୀଙ୍କ ସହ ୫ ଅଟକ

ସମ୍ବଲପୁର,୧୮।୧ (ବ୍ୟୁରୋ)- ସମ୍ବଲପୁର ଜିଲା ଧନୁପାଲି ଥାନା ବାହାଲପଡାରେ ଜଣେ ମହିଳାଙ୍କୁ ହତ୍ୟା କରିବା ପରେ ସ୍ବାମୀ ପୋତି ଦେଇଥିଲେ। ଶନିବାର ପୋଲିସ ମାଟି ତଳୁ...

୧୦ ଓଡ଼ିଆଙ୍କୁ ପଦ୍ମ ପୁରସ୍କାର: ମନୋଜ ଦାସଙ୍କୁ ପଦ୍ମଭୂଷଣ, ୯ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ

ଭୁବନେଶ୍ୱର, ୨୬।୧ (ବ୍ୟୁରୋ): ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ପାଇବା ଲାଗି ଚଳିତବର୍ଷ ସର୍ବାଧିକ ୧୦ଜଣ ଓଡ଼ିଆ ମନୋନୀତ ହୋଇଛନ୍ତି। ବିଶିଷ୍ଟ ସାହିତି୍ୟକ...

Advertisement
Archives

Model This Week