ଆଇଆଇଏମ୍‌ସିରେ ଓଏସ୍‌ଓୟୁ ଶିକ୍ଷାର୍ଥୀଙ୍କ ପ୍ରଶିକ୍ଷଣ ଆରମ୍ଭ

ଢେଙ୍କାନାଳ ଅଫିସ, ୩୦।୪ଢେଙ୍କାନାଳସ୍ଥିତ ଭାରତୀୟ ଜନସଞ୍ଚାର ସଂସ୍ଥାନ (ଆଇଆଇଏମ୍‌ସି) ପରିସରରେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଓଏସ୍‌ଓୟୁ)ର ସାମ୍ବାଦିକତା ବିଭାଗ ଛାତ୍ରୀଛାତ୍ରଙ୍କୁ ନେଇ ସୋମବାରଠାରୁ ଆରମ୍ଭ ହୋଇଛି ପ୍ରଶିକ୍ଷଣ ଶିବିର। ଶୁକ୍ରବାରଯାଏ ଚାଲିବାକୁ ଥିବା ଏହି ତାଲିମ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବହୁ ଶିକ୍ଷାର୍ଥୀ ଅଂଶଗ୍ରହଣ କରିଛନ୍ତି।

ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଡ. ମୃଣାଳ ଚାଟ୍ଟାର୍ଜୀ ଏହାକୁ ଉଦ୍‌ଘାଟନ କରି କହିଲେ, ସାମ୍ବାଦିକତା ପାଠ ହେଉଛି ବ୍ୟାବହାରିକ ଶିକ୍ଷା। ଖବରକାଗଜ, ଦୂରଦର୍ଶନ, ରେଡ଼ିଓ ସାମ୍ବାଦିକତା ପାଇଁ ବୈଷୟିକ ଜ୍ଞାନ ସହ ସ୍ବତନ୍ତ୍ର ଲିଖନ ଶୈଳୀର ଆବଶ୍ୟକତା ରହିଛି। ଏଥିଲାଗି ସ୍ବତନ୍ତ୍ର ପ୍ରଶିକ୍ଷଣ ଲୋଡ଼ା। ଦୂରନିରନ୍ତର ଶିକ୍ଷା ମାଧ୍ୟମରେ ପଢୁଥିବା ଶିକ୍ଷାର୍ଥୀଙ୍କ ପାଇଁ ଶ୍ରେଣୀଗୃହ ଏବଂ ବ୍ୟାବହାରିକ ଶିକ୍ଷାର ସୁଯୋଗ ନ ଥାଏ। ଏହି ଅଭାବକୁ ଦୂର କରିବାକୁ ଓଏସ୍‌ଓୟୁରେ ସାମ୍ବାଦିକତା ପଢୁଥିବା ଶିକ୍ଷାର୍ଥୀଙ୍କୁ ପ୍ରଶିକ୍ଷଣ ଦିଆଯାଉଥିବା ସେ କହିଥିଲେ। ଡ. ଚାଟ୍ଟାର୍ଜୀ ଆହୁରି ମଧ୍ୟ କହିଲେ, ୮୦ ଏବଂ ୯୦ ଦଶକରେ ଦୂରଦର୍ଶନ ସାମ୍ବାଦିକତାରେ ବଡ଼ କ୍ୟାମେରା ବ୍ୟବହାର ହେଉଥିଲା। ଏଥିଲାଗି ଜଣେ କ୍ୟାମେରା ମ୍ୟାନ୍‌ ସହ ସାଉଣ୍ଡମ୍ୟାନ୍‌ ନିୟୋଜିତ ହେଉଥିଲେ। ପରେ କ୍ୟାମେରା ଆକାର ଛୋଟ ହେଲା। ସାଉଣ୍ଡମ୍ୟାନ ଆବଶ୍ୟକ ପଡ଼ିଲେନାହିଁ। ଏବେ ମୋବାଇଲ ମାଧ୍ୟମରେ ଭିଡ଼ିଓ ଏବଂ ଫଟୋ ଉତ୍ତୋଳନ କରି ତୁରନ୍ତ ଖବର ପ୍ରସାରଣ କରାଯାଇପାରୁଛି।  ଦିନକୁ ଦିନ ବୈଷୟିକ କୌଶଳରେ ଦ୍ରୁତ ପରିବର୍ତ୍ତନ ହେଉଛି। ଦର୍ଶକ ଏବଂ ପାଠକଙ୍କ ମାନସିକତା, ବୌଦ୍ଧିକତାକୁ ଦୃଷ୍ଟିରେ ରଖି ଖବର ପରିବେଷଣ ଶୈଳୀ ବଦଳୁଛି। ଏସବୁ ଦୃଷ୍ଟିରୁ ସାମ୍ବାଦିକତା ପାଠ୍ୟକ୍ରମରେ ଉପଯୁକ୍ତ ପ୍ରଶିକ୍ଷଣ ଜରୁରୀ ବୋଲି ସେ ମତବ୍ୟକ୍ତ କରିଥିଲେ।

ଉଦ୍‌ଘାଟନୀ ଦିବସରେ ପ୍ରଶିକ୍ଷାର୍ଥୀମାନେ ମିଡିଆ ସଂଗ୍ରହାଳୟ ବୁଲି ଦେଖିଥିଲେ। ଖବର, ନିବନ୍ଧ, ଲଳିତ ନିବନ୍ଧ, ସମୀକ୍ଷା ଲେଖିବାର ଶୈଳୀ ସମ୍ପର୍କରେ ସହାୟକ ପ୍ରଫେସର ସମ୍ବିତ ପାଲ ପ୍ରଶିକ୍ଷଣ ଦେଇଥିଲେ। ପର୍ଯ୍ୟାୟକ୍ରମେ ଦୂରଦର୍ଶନ, ରେଡ଼ିଓ ଏବଂ ମୋବାଇଲ ସାମ୍ବାଦିକତାର ବିଭିନ୍ନ ଦିଗ ଉପରେ ପ୍ରଶିକ୍ଷଣ ଦିଆଯିବ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାକୁ ଅବହେଳା: ଖୋର୍ଦ୍ଧା-ନୟାଗଡ଼ ୪ ଲେନ୍‌ ପ୍ରସ୍ତାବ ଖାରଜ କଲେ ସରକାର

ଖୋର୍ଦ୍ଧା,୨୧ା୫: ଓଡ଼ିଶା ପ୍ରତି କେନ୍ଦ୍ର ସରକାରଙ୍କ ଅବହେଳା। ଖୋର୍ଦ୍ଧା-ନୟାଗଡ଼ ୪ ଲେନ୍‌ ଜାତୀୟ ରାଜପଥ ପ୍ରକଳ୍ପ ପ୍ରସ୍ତାବକୁ ଖାରଜ କରିଦେଇଛନ୍ତି କେନ୍ଦ୍ର ସରକାର। ରାସ୍ତାକୁ ୨ରୁ ୪-ଲେନ୍‌…

ସ୍ୱାସ୍ଥ୍ୟକର୍ମଚାରୀ ଅଭାବକୁ ନେଇ ତାତିଲେ ଗ୍ରାମବାସୀ, ଦୋକାନ ବନ୍ଦ କରି ରାସ୍ତାରେ ବସିଲେ

ଗଜପତି,୨୧।୫(ଗିରିଧାରୀ ପରିଛା): ଡାକ୍ତର, ଫାର୍ମାସିଷ୍ଟ ଓ ସ୍ୱାସ୍ଥ୍ୟକର୍ମଚାରୀ ଅଭାବ ହେତୁ ଗୋଶାଣି ବ୍ଲକ ଗାରାବନ୍ଧ ଗ୍ରାମରେ ରାଜରାସ୍ତାକୁ ଓହ୍ଲାଇଲେ ଲୋକେ । ଦୋକାନ ବନ୍ଦ କରିବା ସହିତ…

ଘରୋଇ ହଷ୍ଟେଲର ୩ ମହଲା ଛାତରୁ ପଡି ସ୍କୁଲ ଛାତ୍ର ଗୁରୁତର, କଟକ ମେଡିକାଲରେ ଭର୍ତ୍ତିି

ନୀଳଗିରି, ୨୧।୫(ପ୍ରଶାନ୍ତ କୁମାର ବିଶ୍ବାଳ): ଘରୋଇ ମେସର ୩ ମହଲା ଛାତରୁ ଖସି ଛାତ୍ର ଗୁରୁତର ହୋଇ କଟକ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ଛାତତ୍ର ଜଣଙ୍କ ନୀଳଗିରି…

ବିଜ୍ଞାନରେ ଏତିକି ନମ୍ବର ରଖି ଦୁଇ ଜଣ ହେଲେ ବ୍ଲକ ଟପ୍ପର : ସଫଳତା ପାଇଁ ଅଧ୍ୟାପକ, ପରିବାରଙ୍କୁ ଦେଲେ ଶ୍ରେୟ

ଛତ୍ରପୁର,୨୧।୫(ଦିଲ୍ଲୀପ ସାମଲ): ପ୍ରକାଶ ପାଇଛି ଯୁକ୍ତ୨ ରେଜଲ୍ଟ । ଏହି ଅବସରରେ ବିଜ୍ଞାନ ବିଭାଗରେ ଦୁଇ ଛାତ୍ର ଛତ୍ରପୁର ବ୍ଲକ ଟପ୍ପର ହୋଇଛନ୍ତି । ଗୋବିନ୍ଦପୁର ସ୍ଥିତ…

ଯୁକ୍ତ ୨ ପରୀକ୍ଷାରେ ୯୯.୫% ନମ୍ବର ରଖି ସଫଳତା ପାଇଲେ କୁନ୍ତୀ, ଚାରିଆଡୁ ଆସୁଛି ଶୁଭେଚ୍ଛା

ବୀରମହାରାଜପୁର,୨୧।୫ (ଯୁଗଳ କିଶୋର ମିଶ୍ର ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦ୍ବାଦଶ ଶ୍ରେଣୀ (ଯୁକ୍ତ୨) ପରୀକ୍ଷା ବୁଧବାର ପ୍ରକାଶ ପାଇଛି । ସୁବର୍ଣ୍ଣପୁର…

ଦୁର୍ଗାମାଧବ ରାଜ୍ୟରେ ଦ୍ୱିତୀୟ: ଛୁଟୁଛି ଶୁଭେଚ୍ଛାର ସୁଅ

ଗଞ୍ଜାମ,୨୧।୫(ବିଦ୍ୟାଧର ସାହୁ): ଚଳିତବର୍ଷ ଯୁକ୍ତଦୁଇ ବିଜ୍ଞାନରେ ରାଜ୍ୟରେ ୨ୟ ସ୍ଥାନ ଅଧିକାର କରିଛନ୍ତି ଦୁର୍ଗାମାଧବ ବାରିକ l ଗଞ୍ଜାମ ସହର ଦୁର୍ଗାଦେବୀ ସାହି ବାସିନ୍ଦା ତଥା ଶିକ୍ଷକ…

ଗୋଡାଇ ଗୋଡାଇ ଅପରାଧୀଙ୍କୁ ଏନକାଉଣ୍ଟର କଲା ପୋଲିସ: ପୋଲିସ ଡିଜିଙ୍କ ଚରମବାଣୀ ପରେ…

ବ୍ରହ୍ମପୁର, ୨୧/୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଗିରିରୋଡ ଆକ୍ରମଣ ଘଟଣାରେ ଅଭିଯୁକ୍ତ ମୁକେଶ ସାହୁକୁ ଏନକାଉଣ୍ଟର କରାଯାଇଛି। ଡିଜିଙ୍କ ଚରମବାଣୀ ପରେ ଅପରାଧୀଙ୍କୁ କାଉଣ୍ଟର ପାଇଁ ଏନକାଉଣ୍ଟର…

ସକାଳୁ ସକାଳୁ ପାଇଖାନାରୁ ମିଳିଲା ଛାତ୍ରଙ୍କ ହାତବନ୍ଧା ମୃତଦେହ: ହତ୍ୟା ସନ୍ଦେହ

ଭଦ୍ରକ, ୨୧।୫(ସନାତନ ରାଉତ):ଭଦ୍ରକ ଟାଉନ ଥାନା ଚରମ୍ପାର ଏକ ପାଇଖାନାରୁ ଜଣେ ଛାତ୍ରଙ୍କ ହାତବନ୍ଧା ମୃତଦେହ ଉଦ୍ଧାର l ପରିବାର ପକ୍ଷରୁ ହତ୍ୟା ସନ୍ଦେହ କରାଯାଉଛି l…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri