ଅବ୍ୟବସ୍ଥାକୁ ସଜାଡ଼ିଦେଉଥିବା ଶକ୍ତି ଦେବୀ ଇନ୍ଦ୍ରାଣୀ

ଶ୍ରୀମନ୍ଦିରରେ ଉପାସନାର ବିବିଧତା ଦେଖିବାକୁ ମିଳେ। ବିବିଧତା ମଧ୍ୟରେ ଏକତା ଏବଂ ଏକତା ମଧ୍ୟରେ ବିବିଧତା ରହିବା ସନାତନୀୟ ପରମ୍ପରା। ଆଗମ ଏବଂ ନିଗମ ଆମର ବିବିଧତାର ପ୍ରତୀକ ପୁଣି ଏକତାର। ଶ୍ରୀମନ୍ଦିର ନାଟ ମନ୍ଦିରର ଦକ୍ଷିଣ ପଟର ବାହାର ପଟକୁ ଲାଗିରହିଛି ଦେବୀ ମନ୍ଦିରଟିଏ। ଦେବୀ ଇନ୍ଦ୍ରାଣୀ ଭାବରେ ସେ ପରିଚିତା। ଭିତରବେଢା ଓ ବାହାର ବେଢାରେ ଅନେକ ଦେବୀ ପୂଜା ପାଉଛନ୍ତି, ମାତ୍ର ମୂଳ ମନ୍ଦିର ସଂଯୁକ୍ତ ନାଟ ମନ୍ଦିରର କାନ୍ଥକୁ ଲାଗି ରହିଥିବା ମନ୍ଦିରରେ ଇନ୍ଦ୍ରାଣୀ ବିରାଜିତା।

ଶ୍ରୀବକ୍ରେଶ୍ୱର ମହାଦେବ ମଧ୍ୟ ଏହି ମନ୍ଦିରରେ ପୂଜା ପାଉଛନ୍ତି। ଅନୁସନ୍ଧାନରୁ ଜଣାଯାଏ ଏହି ମନ୍ଦିରର ମୁହଁ ପ୍ରଥମେ ପୂର୍ବ ଦିଗକୁ ଥିଲା। କେବଳ ଶ୍ରୀବକ୍ରେଶ୍ୱର ପୂଜା ପାଉଥିଲେ। ମା’ ଇନ୍ଦ୍ରାଣୀ ହେଉଛନ୍ତି ରୋଷଆଡ଼ ଦେବୀ। ସେ ଦେବୀ ମହାବଜ୍ରେଶ୍ୱରୀ ରୂପରେ ପ୍ରାଚୀନ ରୋଷଶାଳାରେ ଥିଲେ। ସୂଚନାଯୋଗ୍ୟ, ମହାବଜ୍ରେଶ୍ୱର (ମହାକାଳ) ଓ ମହାବଜ୍ରେଶ୍ୱରୀଙ୍କର ଏକ ସ୍ବତନ୍ତ୍ର ପୂଜା ଓଡ଼ିଶାର ଘରେ ଘରେ ପ୍ରାଚୀନ କାଳରୁ ପ୍ରଚଳିତ। ଶାମ୍ବଦଶମୀ ଦିନ ରାତିରେ ଘଡ଼ଘଡ଼ିଆ ତରକାରି ଓ ଚକୁଳି ପିଠା ତାଙ୍କୁ ଅର୍ପଣ କରାଯାଏ। ଏହି ପରମ୍ପରା ବଜ୍ର-ମହାକାଳ ପୂଜା ଭାବରେ ପ୍ରସିଦ୍ଧ। ମହାବଜ୍ରେଶ୍ୱରୀ ମୁଖ୍ୟତଃ ମହାକାଳୀ ନୁହନ୍ତି, କିନ୍ତୁ ମହାକାଳଙ୍କ ସହିତ ସେ ଉପାସିତ ହୁଅନ୍ତି। ମହାକାଳ ହେଉଛନ୍ତି ଆମ ପରମ୍ପରାରେ ଶ୍ରୀଜଗନ୍ନାଥ। ଐତିହ୍ୟ ରହିଛି ଶ୍ରୀମନ୍ଦିରରେ ସବୁ ଅ-ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରାଇଥାନ୍ତି ମହାବଜ୍ରେଶ୍ୱରୀ। ମହାକାଳ ଦାରୁବ୍ରହ୍ମଙ୍କ ପୀଠରେ ସେ ହିଁ ରୋଷଆଡ଼େ ରହି ଉପାସନାକୁ ସୁବ୍ୟବସ୍ଥିତ କରୁଥିଲେ। ପ୍ରାଚୀନ ରୋଷଶାଳ ବର୍ତ୍ତମାନର ଶ୍ରୀସତ୍ୟନାରାୟଣଙ୍କ ମନ୍ଦିରକୁ ଲାଗି ରହିଥିଲା। ମେଘମାଳିଆ ସୁଆରଙ୍କ ପ୍ରସଙ୍ଗ ପରେ ଦେବୀ ବିଶେଷ ଭାବରେ ଚର୍ଚ୍ଚାକୁ ଆସିଥିଲେ। ପରେ ରୋଷଶାଳ ଘୁଞ୍ଚତ୍ୟାଇଛି। ଦେବୀ ସ୍ଥାନାନ୍ତରିତ ହୋଇ ଆସିଛନ୍ତି ଶ୍ରୀବକ୍ରେଶ୍ୱର ମହାଦେବଙ୍କ ମନ୍ଦିରକୁ। ୫ଫୁଟ ଉଚ୍ଚତାର ସିଂହାସନରେ ୨ଫୁଟ ୮ଇଞ୍ଚ ଉଚ୍ଚତା ବିଶିଷ୍ଟ ଦେବୀ ଦୁଇଭୁଜା। ବିସ୍ମୟକର କଥା ଦେବୀଙ୍କ ହାତରେ ଆୟୁଧ ନାହିଁ। ସମ୍ଭାବନା ହୁଏ, ମୋଗଲ ସୁବାଦାରମାନଙ୍କର ଶ୍ରୀମନ୍ଦିର ଆକ୍ରମଣ ବେଳେ କୌଣସି ମୂଲ୍ୟବାନ ଧାତୁର ଆୟୁଧ ଦେଖି ସେମାନେ ନେଇଯାଇଛନ୍ତି। ୩୬୫ ଦିନ ବଡ଼ା, ଲଡୁ ଓ ପଖାଳ ମହାପ୍ରସାଦ ଦେବୀଙ୍କୁ ସମର୍ପଣ ହେଉଅଛି। ଶାରଦୀୟ ଷୋଳପୂଜାବେଳେ ଦେବୀଙ୍କ ପାଇଁ ମାଣିକ ତେଲ (ରାଶି ତେଲ) ଖଞ୍ଜା ହୋଇଛି। ଚଣ୍ଡୀପାଠ ପାଇଁ ଦେବୀଙ୍କ ପାଖରେ ବ୍ରାହ୍ମଣ ପୂଜକ ଖଞ୍ଜା ନ ଥିବାବେଳେ ପ୍ରାଚୀନ କାଳରୁ ଶ୍ରୀଜୟକୃଷ୍ଣଙ୍କ ପୂଜାପଣ୍ଡାଙ୍କ ପରିବାର ଦେବୀଙ୍କ ଉପାସନା କଥା ବୁଝାଶୁଝା କରୁଛନ୍ତି। ଦେବୀଙ୍କୁ ନେଇ ରହିଛି ବହୁ ରୋଚକ ଐତିହ୍ୟ। ଓଡ଼ିଶାରେ ପ୍ରାୟ ସ୍ଥାନରେ ଇନ୍ଦ୍ରାଣୀଙ୍କ ପୂଜା ପ୍ରଚଳିତ ନ ଥିବାବେଳେ ଶ୍ରୀମନ୍ଦିରରେ ଏହାଙ୍କର ପୂଜା ରହସ୍ୟମୟ ମନେହୁଏ।

– ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ମାଡି ଚାଲିଛି କରୋନା: ରାଜ୍ୟରେ ଆଜି ୧୨,୨୩୮ ସଂକ୍ରମିତ ଚିହ୍ନଟ: ସୁନ୍ଦରଗଡରୁ ସର୍ବାଧିକ

ଭୁବନେଶ୍ୱର,୭।୫(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁଛି। ଶୁକ୍ରବାର ରାଜ୍ୟରେ ୧୨,୨୩୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୬,୯୧୪ ଜଣ...

ଶୁକ୍ରବାରଠାରୁ ଇ-ବସ୍‌ ‘ଡେମୋ ରନ୍‌’

ଭୁବନେଶ୍ୱର, ୨୦-୧୧(ବ୍ୟୁରୋ):କ୍ୟାପିଟାଲ ରିଜିଅନ୍‌ ଅର୍ବାନ ଟ୍ରାନ୍ସପୋର୍ଟ ଲିମିଟେଡ୍‌ (କ୍ରୁଟ) ଦ୍ୱାରା ପରିଚାଳିତ ‘ମୋ ବସ୍‌’ ସେବା ସାରା ଦେଶରେ ଆଦୃତ୍ତ ହୋଇଛି। ଦେଶର ଶ୍ରେଷ୍ଠ ସିଟି...

ଅଭୟାରଣ୍ୟ, ହାତୀ କରିଡର୍‌ ପାଇଁ ବିପଦ ପାଲଟିଛି ଖଣି ଖାଦାନ

ଭୁବନେଶ୍ୱର,୪ା୧୧୧(ବ୍ୟୁରୋ) : ରାଜ୍ୟରେ ଅଭୟାରଣ୍ୟ ଓ ହାତୀ କରିଡର୍‌ ପାଇଁ ବିପଦ ସୃଷ୍ଟି କରୁଛି ଖଣି ଖାଦାନ। ଏନେଇ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ଉଦ୍‌ବେଗ ପ୍ରକାଶ...

କମୁଛିି କରୋନା ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ ଗଲା ୩୯ ଜୀବନ

ଭୁବନେଶ୍ୱର,୧୭।୬(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ଦିନକୁ ଦିନ ବଢ଼ିବାରେ ଲାଗିଛି। ହେଲେ ଗତ ୨୪ ଘଣ୍ଟାରେ...

ଆଜି ଦେଶବ୍ୟାପୀ ଆନ୍ଦୋଳନ

ଭୁବନେଶ୍ୱର,୨୫ା୯(ବ୍ୟୁରୋ):କେନ୍ଦ୍ରର କୃଷି ବିଲ୍‌କୁ ବିରୋଧ କରି ଅଲ୍‌ ଇଣ୍ଡିଆ କିଷାନ ସଂଘର୍ଷ ସମନ୍ବୟ ସମିତି ପକ୍ଷରୁ ଶୁକ୍ରବାର ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦିଆଯାଇଛି। ଏଥିରେ ଦେଶର...

ମାନସିକ ବିକୃତ ବୃଦ୍ଧଙ୍କ ଉନ୍ମତ୍ତ କାଣ୍ଡ: ୨ ସ୍ତ୍ରୀଙ୍କୁ ହତ୍ୟା ପରେ କଲେ ଆତ୍ମହତ୍ୟା

ବାରିପଦା ଅଫିସ,୨୨।୫: ମୟୂରଭଞ୍ଜ ଜିଲା ବାରିପଦା ସଦର ଥାନା ଅଧୀନ ସଂଖାଭଙ୍ଗା ପଞ୍ଚାୟତ ତାଡ଼କିଶୋଲ ଗ୍ରାମର ଗୋଟିଏ ପରିବାରର ୨ ମହିଳା ଓ ଜଣେ ବୃଦ୍ଧଙ୍କ...

କୋଭିଡ୍‌ କିଟ୍‌ ବିବାଦ ପ୍ରସଙ୍ଗ: ସ୍ବାସ୍ଥ୍ୟମନ୍ତ୍ରୀ କହିଲେ କେନ୍ଦ୍ର ନିର୍ଦ୍ଦେଶରେ ବଦଳିଥିଲା ମାସ୍କ ଦାମ୍‌

ଭୁବନେଶ୍ୱର,୭।୬(ବ୍ୟୁରୋ):  ରାଜ୍ୟରେ କରୋନା ମୁକାବିଲା ପାଇଁ ପର୍ସନାଲ ପ୍ରୋଟେକ୍ଟିଭ୍‌ ଇକ୍ୟୁପ୍‌ମେଣ୍ଟ (ପିପିଇ), ଭେଣ୍ଟିଲେଟର, ମାସ୍କ ଆଦି ବିଭିନ୍ନ କୋଭିଡ୍‌ କିଟ୍‌ କିଣାକୁ ନେଇ ବିବାଦ ଉପୁଜିଥିବାବେଳେ...

ବରଗଡ଼ରେ ପୁଣି ୬ ନୂଆ କରୋନା ପଜିଟିଭ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଲା

ବରଗଡ଼ ଅଫିସ, ୩୦।୫: ବରଗଡ଼ ଜିଲାରେ ଶନିବାର ୬ ନୂଆଁ କରୋନା (କୋଭିଡ -୧୯) ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ଜଣ ଭେଡେନ ବ୍ଲକ...

Advertisement


Archives

Model This Week

Why Dharitri