Posted inଜାତୀୟ

ଅହମଦାବାଦରୁ ଆଗ୍ରା ହୋଇ ଦିଲ୍ଲୀ ଯିବେ ଟ୍ରମ୍ପ ଦମ୍ପତି

ନୂଆଦିଲ୍ଲୀ,୨୦।୨: ବିଶ୍ୱର ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପଙ୍କ ଭାରତ ଗସ୍ତକୁ ନେଇ ବେଳକୁ ବେଳ ଉତ୍ସାହ ବଢିବାରେ ଲାଗିଛି। ଏମାନେ ପ୍ରଥମେ ଗୁଜରାଟର ଅହମଦାବାଦ ସହର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ୨୪ ଫେବୃୟାରୀ ସକାଳ ପ୍ରାୟ ୧୧ଟା ୫୫ରେ ଟ୍ରମ୍ପ ଦମ୍ପତି ଏକ ବିଶେଷ ବିମାନ ଯୋଗେ ଅହମଦାବାଦର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଅନ୍ତରାଷ୍ଟ୍ରୀୟ ଷ୍ଟାଡିୟମରେ ପହଞ୍ଚିବେ। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରୋଟୋକଲ ଭାଙ୍ଗି ଟ୍ରମ୍ପ ଦମ୍ପତିଙ୍କୁ ସ୍ବାଗତ କରିବେ ବୋଲି ଜଣାପଡିଛି। ଟ୍ରମ୍ପଙ୍କ ଭାରତ ଗସ୍ତର ୪୮ ଘଣ୍ଟା ମଧ୍ୟରେ ଅହମଦାବାଦ ବିମାନ ବନ୍ଦରରରୁ ମୋଟେରା ଷ୍ଟାଡିୟମ ପର୍ଯ୍ୟନ୍ତ ରୋଡ ଶୋ’ କରିବେ। ଏହାପରେ ଟ୍ରମ୍ପ ଦମ୍ପତି ଆଗ୍ରା ଗସ୍ତ କରିବେ। ଆଗ୍ରାରୁ ସେମାନେ ଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ରେ ଭାରତରୁ ଲଣ୍ଡନ ଯାତ୍ରା କରିବେ ୩ ମହିଳା

ସୁରଟ,୩୧।୫: ଗୁଜରାଟ ସୁରଟର ବାଇକ୍‌ ରାଇଡର୍ସ ଗ୍ରୁପର ୩ ମହିଳା ‘ବାଇକିଂ କୁଇନ୍‌’ ଭାରତରୁ ଲଣ୍ଡନ ଯାତ୍ରା କରିବାକୁ ବାହାରିଛନ୍ତି। ଏହି ଯାତ୍ରା ସମୟରେ ଏମାନେ...

ସରକାର ଗଠନ ପୂର୍ବରୁ ଅସୁସ୍ଥ ହେଲେ ସଞ୍ଜୟ: ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ,୧୧।୧୧: ମହାରାଷ୍ଟ୍ରରେ ସରକାର ଗଠନ ପୂର୍ବରୁ ଶିବସେନା ନେତା ଅସୁସ୍ଥ। ଶିବସେନାର ଟାଣୁଆ ନେତା ତଥା ଏମ୍‌ପି ସଞ୍ଜୟ ରାଉତ ସୋମବାର ମଧ୍ୟାହ୍ନରେ ଅସୁସ୍ଥ ହୋଇପଡ଼ିଛନ୍ତି।...

ରୋପ୍‌ ଓ୍ବେରେ ଲଟକିଛି ୪୮ ଜୀବନ, ବିତିଲାଣି ୨୦ ଘଣ୍ଟା…

ରାଞ୍ଚି, ୧୧।୪ : ଝାଡଖଣ୍ଡର ସର୍ବୋଚ୍ଚ ତ୍ରିକୁଟ ରୋପ୍‌ ୱେର ଟ୍ରଲି ପରସ୍ପର ସହ ମୁହାଁମୁହିଁ ହୋଇଥିଲେ। ଫଳରେ ପ୍ରାୟ ୧୮ ଟ୍ରଲି ରବିବାର ସନ୍ଧ୍ୟାରୁ...

‘୨୦୨୪ରେ ଭାଜପାକୁ ହରାଇବା ସମ୍ଭବ’

ନୂଆଦିଲ୍ଲୀ,୨୪।୧: “୨୦୨୪ରେ ଭାଜପାକୁ ହରାଇବା ସମ୍ଭବ। କିନ୍ତୁ ଭାଜପାକୁ ବର୍ତ୍ତମାନ ବିରୋଧୀ ହରାଇ ପାରିବେ କି? ସମ୍ଭବତଃ ନା। ୨୦୨୪ରେ ଭାଜପାକୁ କଡ଼ା ଟକ୍କର ଦେବା...

ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟିର ପ୍ରଥମ ବୈଠକ ୧୯ରେ

ନୂଆଦିଲ୍ଲୀ,୧୭।୧: କେନ୍ଦ୍ର ସରକାର ଓ ଚାଷୀଙ୍କ ମଧ୍ୟରେ ଜାରି ରହିଥିବା ଅଚଳାବସ୍ଥା ଦୂର କରିବା ଲାଗି ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟିର ପ୍ରଥମ ବୈଠକ ପୁସା...

କାଉଡିଆଙ୍କ ଉପରେ ଫୁଲ ବର୍ଷା କଲେ ପୋଲିସ କର୍ମୀ

ମୁଜାଫରପୁର,୨୭।୭: ଶ୍ରାବଣ ମାସରେ ଶିବଭକ୍ତମାନେ ଶିବଙ୍କୁ ଜଳଲାଗି କରିବାକୁ କାଉଡି ଯାତ୍ରାରେ ବାହାରିଥାଆନ୍ତି। ଚଳିତ ବର୍ଷ ମଧ୍ୟ ଗତବର୍ଷ ପରି ଏହି କାଉଡିଆଙ୍କ ପାଇଁ ସ୍ବତନ୍ତ୍ର...

ଚାଇନା ସହ ନା ରହିଛି ଯୁଦ୍ଧର ସ୍ଥିତି ନା ରହିଛି ଶାନ୍ତିର ସ୍ଥିତିି: ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ,୨୯ ।୯: ଚାଇନା ସହ ଲାଗି ରହିଥିବା ସୀମା ବିବାଦ ମଧ୍ୟରେ ଉତ୍ତର ସୀମାରେ ଲାଗି ରହିଥିବା ଉତ୍ତେଜନା କମିବାର ନାଁ ନେଉନି । ଏହାକୁ...

ଦଳ ଛାଡିଲେ ଆଉ ଜଣେ କଂଗ୍ରେସ ନେତା: ରାହୁଲଙ୍କୁ କଲେ ଟାର୍ଗେଟ

ଗୁଆହାଟୀ,୧୮।୬: କଂଗ୍ରେସରେ ଚାଲିଥିବା ବିବାଦ ଥମିବାର ନାଁ ନେଉନାହିଁ। ଯୁବ ନେତା ସବୁ ଦଳ ଛାଡିବା ପ୍ରକ୍ରିୟା ଜାରି ରହିଛି। ଏବେ ଆସାମ ବିଧାୟକ ରୂପଜ୍ୟୋତି...

Advertisement
Archives

Model This Week