ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଗଲେ ହାଇଦ୍ରାବାଦରୁ ଆସିଥିବା ୪୦ ପ୍ରବାସୀ

ଭବାନୀପାଟଣା/କୋକସରା,୧୬।୫(ଡି.ଏନ୍‌.ଏ.)-ହାଇଦ୍ରାବାଦରେ ଫସି ରହିଥିବା କଳାହାଣ୍ଡି ଜିଲାର ୪୦ ଜଣ ପ୍ରବାସୀ ଓଡ଼ିଆ ଶୁକ୍ରବାର ଏକ୍‌ ବସ୍‌ରେ ଆସି କୋକସରା ବ୍ଲକ ଅଫିସ ସମ୍ମୁଖରେ ପହଞ୍ଚିଥିଲେ। ବିଡିଓ ମନୀଷା ଦାସ ସେମାନଙ୍କୁ ମାଝିଗୁଡାଠାରେ ଥିବା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ରଖିବାର ବ୍ୟବସ୍ଥା କରିଥିଲେ। ଏଥିରେ ବ୍ଲକ ଅନ୍ତର୍ଗତ ଥୁଟିବର ଗ୍ରାମର ୩୨ଜଣ ଥିବା ବେଳେ ବଡକେନ୍ଦୁଗୁଡାର ୨, ଟେମରାର ୨, ଫୁପଗାଁର ଜଣେ, ଧର୍ମଗଡ ବ୍ଲକ ତେଣ୍ଡାପାଳି ଗ୍ରାମର ଜଣେ, ବଗାଡ଼ରର ଜଣେ ଓ ଜୟପାଟଣା ବ୍ଲକର ଜଣେ ରହିଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯିବା ସମୟରେ ଡବ୍ଲ୍ୟୁଇଓ ଦାମୋଦର ବିଶ୍ୱାଳ, ସାମାଜିକ ସୁରକ୍ଷା କର୍ମୀ ଦୀପକ କୁମାର ବେହେରା, ମାଝିଗୁଡା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ଦାଶ, କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାଙ୍ଗ ହୋଇ ଆସିଥିଲେ, ସାଙ୍ଗ ହୋଇ ଚାଲିଗଲେ

ଧର୍ମଗଡ଼,୧୯ା୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଗୋଲମୁଣ୍ଡା ବ୍ଲକ ମହାଲିଙ୍ଗ ଗାଁରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଦୁଇ ଯାଆଁଳା ଭାଇ ଖେଳୁଥିବାବେଳେ ଘର ପାଖ ପୋଖରୀକୁ...

ଓ୍ବେସ୍କୋକୁ ଘରୋଇକରଣ ପ୍ରତିବାଦରେ ବିଦ୍ୟୁତ କର୍ମଚାରୀଙ୍କ ଧାରଣା

କର୍ଲାମୁଣ୍ଡା,୫ା୧୦(ଡି.ଏନ୍‌.ଏ.): ପଶ୍ଚିମ ଓଡ଼ିଶା ବିଦ୍ୟୁତ ଶ୍ରମିକ କର୍ମଚାରୀ ଇଞ୍ଜିନିୟରସ ଏକତା ମଞ୍ଚ ପକ୍ଷରୁ ଓ୍ବେସ୍କୋକୁ ଘରୋଇକରଣ ପାଇଁ ରାଜ୍ୟ ସରକାରଙ୍କ ନିର୍ଣ୍ଣୟକୁ ବିରୋଧ କରି କଳାହାଣ୍ଡି...

ଜଙ୍ଗଲରେ ନର୍ସିଂ ଛାତ୍ରୀଙ୍କୁ ଗଣବଳାତ୍କାର ଘଟଣା:ପୀଡ଼ିତାଙ୍କୁ ଭେଟିଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା

ଜୁନାଗଡ,୨୫-୯(ଡି.ଏନ.ଏ.):କଳାହାଣ୍ଡି ଜିଲାରେ ଜଣେ ନର୍ସିଂ ଛାତ୍ରୀଙ୍କୁ ଜଙ୍ଗଲକୁ ନେଇ ଗଣବଳାକତ୍ାର କରାଯିବା ଓ ଏହାର ଭିଡିଓ ଭାଇରାଲ କରାଯାଇଥିବା ନେଇ ଗତ ରବିବାର ବିଳମ୍ବିତ ରାତିରେ...

ପାନୀୟ ଜଳ ପାଇଁ ବାଲିଚୁଆ ଭରସା

କୋକସରା, ୨୨।୧୨ (ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ସଦର ମହକୁମା ପଞ୍ଚାୟତ ନୂଆପଡା ଗାଁର ନଳକୂପ ପାଣି ବ୍ୟବହାର ଉପଯୋଗୀ ହେଉ ନ ଥିବାରୁ...

ମୂଷା ଖାଇଦେଲା ରବର ଷ୍ଟାମ୍ପ, ବିନା ମୋହରରେ ଦିଆଯାଉଛି ରସିଦ

ଭବାନୀପାଟଣା/କେଗାଁ,୨୯।୫(ସ୍ବ.ପ୍ର/ଡି.ଏନ୍‌.ଏ.) – କଳାହାଣ୍ଡି ଜିଲା ଗୋଲାମୁଣ୍ଡା ସିଡିପିଓ କାର୍ଯ୍ୟାଳୟରେ ବିନା ମୋହର(ରବର ଷ୍ଟାମ୍ପ)ରେ ରସିଦ ଦିଆଯାଉଛି। ରବର ଷ୍ଟାମ୍ପକୁ ମୂଷା ଖାଇ ଦେଇଥିବାରୁ ଏପରି କରାଯାଉଥିବା...

ବିଭାଗର ଦୃଷ୍ଟି ପଡୁନି, ଯାତାୟାତରେ ଅସୁବିଧା

ଜୁନାଗଡ, ୨୪।୧୨ (ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ସହର ନିକଟ ହାତୀବ୍ରିଜ୍‌ ୨୬ ନଂ. ଜାତୀୟ ରାଜପଥ-ଆଟିଗାଁକୁ ସଂଯୋଗ କରୁଥିବା ପିଡବ୍ଲ୍ୟୁଡି ରାସ୍ତା ଏବେ ମରଣଯନ୍ତ୍ରା ପାଲଟିଛି।...

ଶିକ୍ଷକ ନିଯୁକ୍ତି ଦାବି: ବିଦ୍ୟାଳୟରେ ତାଲା ପକାଇବାକୁ ଗ୍ରାମବାସୀଙ୍କ ଚେତାବନୀ

ଭବାନୀପାଟଣା,୨୫।୧୦(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ସାନପୋଡ଼ାଗୋଡ଼ା ସର୍କଲର ଥୁଟିବର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବିରେ ଗ୍ରାମବାସୀ ଡିଇଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।...

ଟାଏକୋଣ୍ଡୋ ବେଲ୍ଟ ପରୀକ୍ଷା; ୧୨୦ ପ୍ରତିଯୋଗୀ ଭାଗ ନେଲେ

ଜୁନାଗଡ,୨୬।୮ (ସ୍ବ.ପ୍ର.) କଳାହାଣ୍ଡି ଜିଲା ଟାଏକୋଣ୍ଡୋ ସଂଘ ପକ୍ଷରୁ ବେଲ୍ଟ ପରୀକ୍ଷା ଜିଲା ଟାଏକୋଣ୍ଡୋ ତାଲିମ କେନ୍ଦ୍ର ଜୁନାଗଡଠାରେ ଅନୁଷ୍ଠିତ ହୋଇଯାଇଛି। ଭବାନୀପାଟଣା ଜେ.କେ. ଡ୍ୟାନ୍ସ...

Advertisement
Archives

Model This Week