ଅସୁସ୍ଥ ହାତୀର ସ୍ବାସ୍ଥ୍ୟରେ ଉନ୍ନତି

ନରାଜ,୨୮।୯(ଡି.ଏନ୍‌.ଏ.): ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ବାଅଁ।ରାଠାରେ ଗୁରୁବାରଠାରୁ ଏକ ମାଈ ହାତୀ ଅସୁସ୍ଥ ହୋଇପଡ଼ିଥିଲା। ଚିକିତ୍ସକ ଓ ବନ ବିଭାଗ ରାତିତମାମ ଜଗରହି ଚିକିତ୍ସା କରିବାରୁ ଶୁକ୍ରବାର ତା’ ସ୍ବାସ୍ଥ୍ୟରେ ଉନ୍ନତି ହୋଇଛି ବୋଲି ଚିକିତ୍ସା କରୁଥିବା ଓୟୁଏଟିର ପ୍ରଫେସର ଡ. ନିରଞ୍ଜନ ସାହୁ ପ୍ରକାଶ କରିଛନ୍ତି। ଡମପଡ଼ା ବନ ବିଭାଗ, ଓୟୁଏଟିର ବିଶେଷଜ୍ଞ ଦଳ ଏବଂ ହର୍ପିସ ବିଶେଷଜ୍ଞ ଦଳ ହାତୀଟିର ଚିକିତ୍ସା ଜାରି ରଖିଛନ୍ତି। ହାତୀଟିକୁ ଜେସିବି ମେଶିନ ସାହାଯ୍ୟରେ କଡ଼ ଲେଉଟାଇବା ସହ ଉଠାଇବା ପାଇଁ ଚେଷ୍ଟା କରାଯାଇଥିଲା। ଅପରପକ୍ଷେ ହାତୀଟି ମଧ୍ୟରାତ୍ରରୁ ଶୁଣ୍ଢ ଓ ଗୋଡ ହଲାଇ ପାରୁଛି। ହାତୀକୁ ପ୍ରଥମ କରି କଦଳୀ, କାକୁଡି, କଖାରୁ ଓ ଆଖୁ ଖାଇବା ପାଇଁ ଦିଆଯାଇଥିଲା। ହାତୀଟି ବର୍ତ୍ତମାନ ତା’ର ଶୁଣ୍ଢ ସାହାଯ୍ୟରେ ଖାଦ୍ୟ ନେଇପାରୁଥିଲେ ମଧ୍ୟ ଚୋବାଇବାରେ ସକ୍ଷମ ହୋଇପାରୁ ନାହିଁ। ଅତ୍ୟନ୍ତ ଦୁର୍ବଳ ହୋଇପଡିଥିବାରୁ ଧୀରେଧୀରେ ସେ ଖାଦ୍ୟ ଗ୍ରହଣ କରିବ ବୋଲି ପ୍ରଫେସର ସାହୁ କହିଛନ୍ତି। ଶୁକ୍ରବାର ହାତୀର ଚିକିତ୍ସା ଅନୁଧ୍ୟାନ କରିବା ପାଇଁ ବନ ବିଭାଗର ଆରସିସିଏଫ ଦିବାକର ମିଶ୍ର ଆସିଥିଲେ। ଏସିଏଫ ରମାକାନ୍ତ ନାୟକ, ଶରତ ଚନ୍ଦ୍ର ବେହେରା, ଡମପଡା ରେଞ୍ଜର ସଂଗ୍ରାମ କେଶରୀ ମହାନ୍ତି,ଡେପୁଟି ରେଞ୍ଜର ନିରଞ୍ଜନ ମହାପାତ୍ର, ଫରେଷ୍ଟର ରାକେଶ ପରିଡାଙ୍କ ସହ ବନ ବିଭାଗର ବହୁ କର୍ମଚାରୀ ସେଠାରେ ଉପସ୍ଥିତ ଅଛନ୍ତି। ସୂଚନାଯୋଗ୍ୟ, ୧୦ବର୍ଷର ଏହି ହାତୀଟି ଗୁରୁବାର ଦଳସହିତ ବିଳମ୍ବିତ ରାତ୍ରିରେ ଖାଦ୍ୟ ଅନ୍ବେଷଣରେ ଆସି ବୁଲାବୁଲି କରୁଥିଲା। ଅଚାନକ ସେ ଅସୁସ୍ଥ ହୋଇପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାଧୀନ ପ୍ରାର୍ଥୀଙ୍କ ହାତକୁ ଗଲା ବ୍ଲକ ଅଧ୍ୟକ୍ଷା ପଦବୀ

କୁତ୍ରା,୧୨ା୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ କାର୍ଯ୍ୟାଳୟ ପରିସରରେ ଶନିବାର ପଞ୍ଚାୟତ ସମିତି ଅଧ୍ୟକ୍ଷା ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ...

ଆଜି ଅନୁଗୋଳ ବ୍ଲକସ୍ତରୀୟ ମହୋତ୍ସବ

ଅନୁଗୋଳ ଅଫିସ୍‌, ୨୯।୧ – ଆସନ୍ତା ଫେବୃୟାରୀରେ ଜିଲା ମହୋତ୍ସବ ଆୟୋଜନ କରାଯିବ। ଏନେଇ ପ୍ରତି ବ୍ଲକ ସ୍ତରରେ ସଜବାଜ ଆରମ୍ଭ ହୋଇଛି। ଅନୁଗୋଳ ବ୍ଲକରେ...

ଫିରିଙ୍ଗିଆ ପୋଲିସ ନାଁରେ ଅତ୍ୟାଚାର ଅଭିଯୋଗ

ଫୁଲବାଣୀ ଅଫିସ,୧୮।୪: କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ପୋଲିସ ନାଁରେ ଅତ୍ୟାଚାର ଏବଂ ଚୋରି ଅଭିଯୋଗ ହୋଇଛି ା ପାଙ୍ଗାଉପରସାହି ପଞ୍ଚାୟତବାସୀ ସୋମବାର ଏସ୍‌ପିଙ୍କୁ ଏ...

ରାମକୃଷ୍ଣ ବାଳାଶ୍ରମ ଶିଶୁଗୃହରେ ଶୁଖିଲା ଖାଦ୍ୟ ବଣ୍ଟନ

ବୌଦ୍ଧ,୩୦ା୪(ସ୍ବପ୍ର)-ଗୁରୁବାର ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ବୀରନରସିଂହପୁରଠାରେ ଥିବା ରାମକୃଷ୍ଣ ବାଳାଶ୍ରମ ଶିଶୁଯତ୍ନ ଅନୁଷ୍ଠାନକୁ ଅଚାନକ ପରିଦର୍ଶନ କରିଥିଲେ। ଏହି ଅବସରରେ ସେ ଶିଶୁମାନଙ୍କୁ...

ଉଦ୍ଧାର ପାଇଁ ପ୍ରବାସୀ ଓଡ଼ିଆଙ୍କ ନିବେଦନ

ବରଗଡ଼ ଅଫିସ୍‌,୧୦।୫: ଲକ୍‌ ଡାଉନ୍‌ ଯୋଗୁ ବରଗଡ଼ ଜିଲାର ପ୍ରାୟ ୩୦ଜଣ ଯୁବତୀଯୁବକ ତାମିଲନାଡ଼ୁର ତିରପୁରରେ ଫସି ରହିଛନ୍ତି । ଘରକୁ ଫେରିବାକୁ ଚାହୁଁଥିଲେ ମଧ୍ୟ...

ଦିଲ୍ଲୀରେ ପୁରସ୍କାର, ବଲଣ୍ଡାରେ ତିରସ୍କାର

ତାଳଚେର, ୪।୯: ୬୨ ବର୍ଷ ତଳେ ୪୧୧ ପରିବାରର ପୈତୃକ ଜମି ନିଆଗଲା। ପରେ ବାସଗୃହ ଅଧିଗ୍ରହଣ କରି ପ୍ରଥମ ଖଣି ଖୋଳାଗଲା। କୋଇଲା ଶେଷ...

ପୁରୀ ଅଭିମୁଖେ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି ଅଭୟ; ଅନୁଧ୍ୟାନ କରିବେ ଆଇନ ଶୃଙ୍ଖଳା ପରିସ୍ଥିତି

ଭୁବନେଶ୍ୱର,୨୨ା୬(ବ୍ୟୁରୋ): ଚଳିତବର୍ଷ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ହେବ କି ନ ହେବ ସେ ନେଇ ନାନା ଆଶା ଆଶଙ୍କା ଲାଗିରହିଛି। ଅନ୍ୟପକ୍ଷରେ ରଥଯାତ୍ରା ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟରେ...

ଗୁରୁବାର ରଥଯାତ୍ରା: ବାଲୁକାକଳାରେ ଭକ୍ତ ଦାସିଆଙ୍କୁ ମନେପକାଇଲେ ଶିଳ୍ପୀ ସୁଦର୍ଶନ

ଭୁବନେଶ୍ୱର,୩।୭(ବ୍ୟୁରୋ): ଗୁରୁବାର ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏହି ଉପଲକ୍ଷେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଭକ୍ତ ଦାସିଆ ବାଉରୀଙ୍କ କଥାକୁ...

Advertisement
Archives

Model This Week