ଅସୁର କୁମାରୀ ପୀଠରେ ଚାରାରୋପଣ

ରଣପୁର,୮ା୭(ସ୍ବ.ପ୍ର.): ବନ ମହୋତ୍ସବ ସପ୍ତାହର ଶେଷ ଦିବସରେ ନୟାଗଡ ଜିଲା ରଣପୁର ବ୍ଲକ ଅନ୍ତର୍ଗତ ବଜ୍ରକୋଟ ପଞ୍ଚାୟତସ୍ଥ ମା’ ଅସୁର କୁମାରୀ ପୀଠରେ ଖୋର୍ଦ୍ଧା ବନଖଣ୍ଡ ପକ୍ଷରୁ ରବିବାର ଚାରାରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ସୂଚନା ଅଧିକାର କର୍ମୀ ଦିଲୀପ କୁମାର ସାମନ୍ତରାୟଙ୍କ ନେତ୍‌ୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ରଣପୁର ବନ ବିଭାଗ ତରଫରୁ ପ୍ରାୟ ୧୦୦ ଆକାଶିଆ, ପଟାସିଆ, ଅଁଳା, ଜାମୁ, ଶାଗୁଆନ ଭଳି ବିଭିନ୍ନ ଚାରା ଯୋଗାଇ ଦିଆଯାଇଥିଲା । ସ୍ଥାନୀୟ ଏକ କୋଚିଂ ସେଣ୍ଟର ଓ ବଜ୍ରକୋଟ ଗ୍ରାମର ଛାତ୍ରୀଛାତ୍ର ଏବଂ କେତେଜଣ ଯୁବକ ଏହି କାର୍ଯ୍ୟରେ ସାମିଲ ହୋଇଥିଲେ । ଆଇନଜୀବୀ ରାଜୀବ ଲୋଚନ ପ୍ରଧାନ, ସୂଚନା ଅଧିକାରୀ କର୍ମୀ ଶାନ୍ତନୁ ସାହୁ, ସ୍ନେକ ହେଲ୍ପ ଲାଇନ ସଦସ୍ୟ ଅଜୟ କୁମାର ଦାସ, ଶିକ୍ଷକ ସୁଶୀଲ କୁମାର ରଣା, ଜୟେନ୍ଦ୍ର ବେହେରା, ଶିକ୍ଷଜ ଅଜୟ କୁମାର ପ୍ରଧାନ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ । ଏହି ଅବସରରେ ‘ବୃକ୍ଷ ହିଁ ଜୀବନ’ ଶୀର୍ଷକ ଆଲୋଚନା କରାଯାଇଥିଲା । ସମସ୍ତେ ଗୋଟିଏ ଲେଖାଏ ଗଛ ଲଗାଇ ତାହାର ଉପଯୁକ୍ତ ଯତ୍ନ ନେବେ ବୋଲି  ଶପଥ ନେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବାଇକରେ ଆସିଲେ, ଚାଲି କି ଫେରିଲେ

ଖୋର୍ଦ୍ଧା ଅଫିସ,୫।୪ : କରୋନା ଭୁତାଣୁ ସଂକ୍ରମଣ ମୁକାବିଲା ଲାଗି ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଲକଡାଉନ ଓ କୋଭିଡ 19...

ସାନ ଭାଇ ଠେଙ୍ଗା ମାଡ଼ରେ ମଝିଆ ଭାଇର ଜୀବନଗଲା

ନିରାକାରପୁର,୩୦।୬(ଡି.ଏନ୍‌.ଏ): ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ସରପାରୀ ମଝିଆ ସାହିରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସାମାନ୍ୟ ବଚସାରୁ ସାନ ଭାଇର...

ତ୍ରିରଙ୍ଗା ତଳେ ପକାଇବାକୁ ନେଇ ଉତ୍ତେଜନା: ପିଏନ୍‌ କଲେଜରେ ଏବିଭିପିର ଧାରଣା

ଖୋର୍ଦ୍ଧା ଅଫିସ,୧୩।୮: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)ର ତ୍ରିରଙ୍ଗା ଯାତ୍ରାବେଳେ ତ୍ରିରଙ୍ଗାକୁ ତଳେ ପକାଇବାକୁ ନେଇ ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟରେ ମଙ୍ଗଳବାର ପୂର୍ବାହ୍ନରେ ଉତ୍ତେଜନା ଦେଖାଦେଇଛି।...

ମନ୍ଦାକିନୀ ବ୍ୟାରେଜର ୫ ନମ୍ବର ଗେଟ୍‌ ଭାଙ୍ଗିଲା

ନିରାକାରପୁର,୧୮ା୭(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ରାମେଶ୍ୱର ପଞ୍ଚାୟତ ସ୍ଥିତ ମନ୍ଦାକିନୀ ବ୍ୟାରେଜର ୫ ନମ୍ବର ଗେଟ୍‌ଟି ପାଣି ସୁଅରେ ଭାଙ୍ଗିଯାଇଛି। ଫଳରେ ତଳ ମୁଣ୍ଡରେ ଘାଇ ସୃଷ୍ଟି...

ନିରାକାରପୁରରେ ହାତୀ ଉପଦ୍ରବ, ଫସଲ ଗଛ ନଷ୍ଟ

ନିରାକାରପୁର,୧୩ା୧୨(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଟାଙ୍ଗୀ ବନାଞ୍ଚଳ ଅଧୀନସ୍ଥ ନିରାକାରପୁର ଚିତ୍ରକୂଟ ପାଦଦେଶରେ ଥିବା ପୂର୍ବତନ ସରପଞ୍ଚ ବିପିନ ଜୟସିଂହଙ୍କ ବଗିଚାରେ ଗତ ଶନିବାର ରାତିରେ ହାତୀପଲ...

ପଦଚାଳିତ ହାତସଫା ମେଶିନ୍‌ ରଖିବ ସ୍ବଚ୍ଛ

ଜଟଣୀ,୯ା୪(ଡି.ଏନ.ଏ): କୋଭିଡ-୧୯ ମୁକାବିଲା ଓ ରେଳ କର୍ମଚାରୀଙ୍କୁ ଏହି ଭୂତାଣୁ ସଂକ୍ରମଣରୁ ମୁକ୍ତ ରଖିବା ପାଇଁ ଖୋର୍ଦ୍ଧାରୋଡ଼ ରେଳ ଡିଭିଜନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି।...

ମଙ୍ଗୁଳି ଜେନା ହତ୍ୟା ଘଟଣା ଫାଇଲରେ ଡୋରି

ଖୋର୍ଦ୍ଧା ଅଫିସ, ୧୪।୩: ଖୋର୍ଦ୍ଧା ଜିଲା ସଦର ମହକୁମାରେ ଗତ ୨୦୧୯ ଏପ୍ରିଲ ୧୪ରେ ଭାଜପା ନେତା ମଙ୍ଗୁଳି ଜେନାଙ୍କୁ ଅତି ନିର୍ମମ ଭାବେ ହତ୍ୟା...

ଜଳ ଯୋଗାସନରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି

ଖୋର୍ଦ୍ଧା ଅଫିସ,୭ା୪: ଛତିଶଗଡ଼ର ବିଜାପୁର ଜିଲା ତଥା ମାଲକାନଗିରି ଜିଲା ସୀମାନ୍ତରେ ମାଓବାଦୀଙ୍କ ଆକ୍ରମଣରେ ୨୨ଜଣ ଯବାନ ଶହୀଦ ହୋଇଛନ୍ତି। ଶହୀଦ ଯବାନଙ୍କ ସ୍ମୃତିରେ ବିଭିନ୍ନ...

Advertisement
Archives

Model This Week