ଅସୁରକ୍ଷିତ ଶ୍ରେଣୀଗୃହ: ବାରଣ୍ଡାରେ ବସି ପାଠପଢୁଛନ୍ତି ପିଲା

ଖଣ୍ଡପଡା,୫।୧୨(ସ୍ବ.ପ୍ର.): ଦୀର୍ଘବର୍ଷରୁ ଅସୁରକ୍ଷିତ ଅବସ୍ଥାରେ ଥିବା ଶ୍ରେଣୀଗୃହ ଯୋଗୁ କୋସକା ଅଞ୍ଚଳର ଏକ ପ୍ରାଥମିକ ବିଦ୍ୟାଳୟର ପିଲାମାନେ ବାରଣ୍ଡାରେ ବସି ପାଠ ପଢୁଛନ୍ତି। ଏ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଉଥିଲେ ମଧ୍ୟ କୌଣସି ପ୍ରତିକାର ବ୍ୟବସ୍ଥା କରା ଯାଉନାହିଁ।
ପ୍ରକାଶ ଯେ, ୧୯୯୮ ମସିହାରେ ଖଣ୍ଡପଡା ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁ୍‌ଷିତ କୋସକା ପଞ୍ଚାୟତର ରାମଚନ୍ଦ୍ରପୁର ଗ୍ରାମକୁ ନୟାଗଡ ଜିଲାର ଫୋକସ ଭିଲେଜ ଭାବେ ମାନ୍ୟତା ମିଳିଥିଲା। ଏହି ଅବସରରେ ରାଜ୍ୟ ସରକାରଙ୍କ କଳାପଟା ଅଭିଯାନ ଯୋଜନାରେ ନିର୍ମାଣ କରାଯାଇଥିବା ରାମଚନ୍ଦ୍ରପୁର ପ୍ରାଥମିକ ବିଦ୍ୟାଳୟକୁ ତତ୍କାଳୀନ ବିଧାୟକ ଉଦ୍‌ଘାଟନ କରିଥିଲେ। ତେବେ ଉକ୍ତ ବିଦ୍ୟାଳୟ ପରିସରରେ ଥିବା ୫ ବଖରା ଶ୍ରେଣୀଗୃହ ମଧ୍ୟରୁ ୨ବଖରା ଅର୍ଦ୍ଧ ନିର୍ମିତ ଅବସ୍ଥାରେ ଥିବା ବେଳେ ଅନ୍ୟ ତିନୋଟି ଗୃହର କବାଟ, ଝରକା ନାହିଁ। ଅପରପକ୍ଷେ ଉକ୍ତ ଶ୍ରେଣୀଗୃହ ଦୁଇଟି ଅସୁରକ୍ଷିତ ଅବସ୍ଥାରେ ରହିଥିବାରୁ ବିଭଗୀୟ କର୍ତ୍ତୃପକ୍ଷ ବିଦ୍ୟାଳୟ ପରିଦର୍ଶନରେ ଆସି ଏହି ଅସୁରକ୍ଷିତ ଗୃହରେ ପିଲାମାନଙ୍କୁ ପାଠ ପଢାଇବାକୁ ବାରଣ କରିଯାଇଛନ୍ତି। ଫଳରେ ଦୀର୍ଘବର୍ଷରୁ ପିଲାମାନେ ବାରଣ୍ଡାରେ ବସି ପାଠ ପଢୁଥିବା ଜଣାପଡିଛି। ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ପଣ୍ଡାଙ୍କ ଅନୁରୋଧ କ୍ରମେ ସ୍ଥାନୀୟ ସରପଞ୍ଚ କୃଷ୍ଣଚନ୍ଦ୍ର ସାହୁ, ବିଦ୍ୟାଳୟକୁ ପରିଦର୍ଶନରେ ଆସି ଖୋଲାମେଲାରେ ରହିଥିବା ଶ୍ରେଣୀଗୃହରେ ଆବଶ୍ୟକ ଥିବା ଝରକା ଓ କବାଟଗୁଡିକୁ ଲଗାଇବାର ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣା ପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା: ଅଭିଯୁକ୍ତ ଅଟକ

ମାଲକାନଗିରି,୧୭।୨(ଡି.ଏନ୍‌.ଏ): ମାଲକାନଗିରି ଜିଲା ଆଦର୍ଶ ଥାନା ଅନ୍ତର୍ଗତ ନୂଆଗୁଡ଼ା ଗ୍ରାମରେ ଜଣେ ବୃଦ୍ଧଙ୍କୁ ଗୁଣିଗାରେଡି ସନ୍ଦେହରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ଉକ୍ତ ଗ୍ରାମର...

ଏସ୍‌ଏଚ୍‌ଜିଙ୍କ ଦ୍ୱାରା ଧାନକିଣାକୁ ବିରୋଧ କଲେ ଚାଷୀ

ଜୟପୁର,୨୨ା୮(ଡି.ଏନ୍‌.ଏ./ନି.ପ୍ର.): ଜୟପୁର ବ୍ଲକ କଙ୍ଗା ଓ ଜାମୁଣ୍ଡା ପଞ୍ଚାୟତର ଚାଷୀଙ୍କ ଖରିଫ ଧାନ ଅମଳ ପରେ ମଣ୍ଡିରେ ଏହାକୁ ସ୍ବୟଂ ସହାୟକ ଗୋଷ୍ଠୀ କିଣିବେ। ଜିଲା...

ନିର୍ଦ୍ୱନ୍ଦ୍ୱରେ ଜିତିଲେ ୩୬ ହଜାର ୫୨୩ ୱାର୍ଡ ମେମ୍ବର ପ୍ରାର୍ଥୀ

ଭୁବନେଶ୍ୱର,୨୬।୧(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି। ପ୍ରଚାର ମଧ୍ୟ ଆରମ୍ଭ କରିଦେଇଛନ୍ତି ପ୍ରାର୍ଥୀ । ଆଉ ରାଜ୍ୟର କିଛି ସ୍ଥାନରେ...

ଥୋଡ଼ ଧାନ ପାଇଁ ପବନ ଶତ୍ରୁ

କୁଜଙ୍ଗ,୨୪ା୧୦(ଡି.ଏନ.ଏ.):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇଥିଲେ ବି ଓଡ଼ିଶା ଉପକୂଳ ଜଗତ୍‌ସିଂହପୁର ଜିଲାକୁ ବାତ୍ୟା ଭୟ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଥିଲେ...

ପୁରୀରେ ସେବାୟତଙ୍କୁ ହତ୍ୟା

ପୁରୀ ଅଫିସ, ୧୬।୩ : ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ପୁରୀ ବାରବାଟୀ ନିକଟରେ ଗୁଳି...

ମୁଖ୍ୟ ରାସ୍ତାରୁ ଉଠିଲା ପିଚୁ

କେନ୍ଦୁଝର, ୧୭ା୩ (ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟାଳୟ ରାସ୍ତାର ମରାମତି ପାଇଁ ବହୁ ଅର୍ଥ ଖର୍ଚ୍ଚ କରାଯାଉଥିଲେ ହେଁ ଉପଯୁକ୍ତ ତଦାରଖ ଅଭାବରୁ ନିମ୍ନମାନର କାମ...

‘ଇମୋଶନାଲ ଟଚ୍‌’ ବଜାୟ ରଖୁ

ରିୟଲ୍‌ ଇଷ୍ଟେଟ୍‌ ହେଉଛି ତାଙ୍କ ପାରିବାରିକ ବ୍ୟବସାୟ। ହେଲେ ଅଳଙ୍କାର କ୍ଷେତ୍ରରେ କିଛି ନୂଆ କରିବା ଲକ୍ଷ୍ୟ ରଖି ବଡ଼ଭାଇ ଓମ୍‌ପ୍ରକାଶ ମିଶ୍ରଙ୍କ ସହଯୋଗରେ ଆରମ୍ଭ...

ଧ୍ୱଂସାଭିମୁଖୀ ମନ୍ଦିର କାରୁକାର୍ଯ୍ୟ

ଭୁବନେଶ୍ୱର,୧୬।୧୨(ବ୍ୟୁରୋ): ଓଡ଼ିଶାରେ ଐତିହ୍ୟର ସଂରକ୍ଷଣ ଏବେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ। ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା(ଏଏସ୍‌ଆଇ) ଅଧୀନରେ ରାଜ୍ୟର ୭୯ କୀର୍ତ୍ତିରାଜି ରହିଥିବାବେଳେ ଓଡ଼ିଶା ରାଜ୍ୟ...

Advertisement
Archives

Model This Week