ଅସୁରକ୍ଷିତ ଶ୍ରେଣୀଗୃହରେ ଶିକ୍ଷାଦାନ

ଖଣ୍ଡପଡା,୧୯।୧୦(ସ୍ବ.ପ୍ର.)-ଶିକ୍ଷାର ଉନ୍ନତି ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି। ମାତ୍ର ଅନେକ ସ୍ଥାନରେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ବିପଦସଙ୍କୁଳ ଶ୍ରେଣୀ ଗୃହରେ ପାଠପଢା ହେଉଛି। ଯାହାର ଏକ ଉଦାହରଣ ସିଧାମୂଳା ପଞ୍ଚାୟତ ଅନ୍ତର୍ଗତ ବଳରାମ ପ୍ରସାଦ କୃଷ୍ଣ ଗୌରାଙ୍ଗ ମେମୋରିଆଲ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି। ଯେଉଁଠି ଛାତ୍ରୀଛାତ୍ରଙ୍କ ସହ ବିଦ୍ୟାଳୟର କର୍ତ୍ତୃପକ୍ଷ ମଧ୍ୟ ଆତଙ୍କିତ ଅବସ୍ଥାରେ ରହିଛନ୍ତି।

ପ୍ରକାଶ ଯେ, ଖଣ୍ଡପଡା ନିିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସିିଧାମୂଳା ପଞ୍ଚାୟତ ବଳରାମପ୍ରସାଦ ଗ୍ରାମରେ ରହିଛି କୃଷ୍ଣ ଗୌରାଙ୍ଗ ମେମୋରିଆଲ ଉଚ୍ଚ ବିଦ୍ୟାଳୟ । ୧୯୭୭ ମସିହାରୁ ପ୍ରତିଷ୍ଠିତ ଏହି ଶିକ୍ଷାନୁଷ୍ଠାନରେ ୫ଟି ଟିଣଛପର ଗୃହ ମଧ୍ୟରୁ ଶିକ୍ଷକଙ୍କ ପାଇଁ ଗୋଟିଏ କମନରୁମ୍‌, ଅଫିସ ରୁମ୍‌ ବ୍ୟତୀତ ୩ଟି ଶ୍ରେଣୀ ଗୃହ ରହିଛି। ସମସ୍ତ ଟାଇଲ ଛପର ଗୃହ ଅସୁରକ୍ଷିତ ଥିବା ବେଳେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବାରମ୍ବାର ଅଭିଯୋଗ ସତ୍ତ୍ୱେ ଏହାର ମରାମତି ପାଇଁ କେହି ନଜର ଦେଉ ନାହାନ୍ତି।

ସୂଚନାଯୋଗ୍ୟ ଯେ,ଗତ ୨୦୦୯ ଜୁଲାଇ ୧୧ ତାରିଖରୁ ବର୍ଷା ଲାଗି ରହିଥିବା ବେଳେ ସେହି ମାସ ୧୩ ତାରିଖରେ ୯ମ ଶ୍ରେଣୀ ପିଲାମାନଙ୍କ ଶିକ୍ଷାଦାନ ଚାଲିଥିବା ସମୟରେ ହଠାତ୍‌ ଅସୁରକ୍ଷିତ ଶ୍ରେଣୀ ଗୃହ ଉପରୁ ଟାଇଲ ଖସି ୭ ଜଣ ଛାତ୍ରୀଛାତ୍ର ସମେତ ଜଣେ ଶିକ୍ଷକ ଆହତ ହୋଇଥିଲେ। ପରବର୍ତ୍ତୀ ସମୟରେ ବର୍ଷା ବାତ୍ୟା ବେଳେ ଏବଂ ମାଙ୍କଡମାନଙ୍କ ପ୍ରାଦୁର୍ଭାବରେ ଖଣ୍ଡ ଖଣ୍ଡ ଟାଇଲ ଖସି ଶ୍ରେଣୀ ଗୃହଗୁଡିକ ଅଧିକ ବିପଦସଙ୍କୁଳ ହୋଇ ପଡିଥିଲା। ସ୍ଥାନୀୟ ଜନସାଧାରଣ ଓ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବହୁ ଦାବି ତଥା ଅଭିଯୋଗ ପରେ ୨୦୧୪ ମସିହାରେ ୨ଟି ଶ୍ରେଣୀ ଗୃହର ଟାଇଲ ଛପରକୁ ବଦଳାଇ ଟିଣ ପକାଯାଇଥିଲା। ଟିଣ ପକାଯାଇଥିଲେ ମଧ୍ୟ ବର୍ଷା ସମୟରେ ଛାତ ଉପର ଖୋଲା ରହିଥିବାରୁ ସେଠାରେ ପିଲା ପାଠ ପଢିବା ସମ୍ଭବ ହେଉ ନ ଥିଲା। ଗତ ୨୦୧୪ ଅକ୍ଟୋବର ମାସ ଫାଇଲିନ ବାତ୍ୟାରେ ବିଦ୍ୟାଳୟ ଶ୍ରେଣୀ ଗୃହର ଟାଇଲ ଛପର ଓ କଡି ସମ୍ପୂର୍ଣ୍ଣ ଭାଙ୍ଗି ପଡିିଥିଲା। ଏଥିସହ ବିଦ୍ୟାଳୟର ବାରଣ୍ଡା ଉପର ଟାଇଲ ଛପରର କାଠ କଡି ଖତରା ହୋଇ ଭାଙ୍ଗିିବା ଅବସ୍ଥାରେ ଥିବାରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବିଦ୍ୟାଳୟର ସମସ୍ତ ଟାଇଲକୁ ବଦଳାଯାଇଥିଲା। ହେଲେ ପୁରୁଣା ଓରା ଓ ଦଦରା ଅବସ୍ଥାରେ ଥିବା କଡିିକୁ ପରିବର୍ତ୍ତନ କରା ନ ଯାଇ ସେହି ପୁରୁଣା ସାମଗ୍ରୀ ଉପରେ ଟିଣ ଛପର କରାଯାଇଛି।ତେବେ କେତେବେଳେ ଯେ ସମସ୍ତ ଓରା, କଡି ସହ ଘର ଭୁଶୁୁଡି ପଡିବା ଆଶଙ୍କା ରହିଛି। ଗତ କିଛିଦିନ ତଳେ ଅସୁରକ୍ଷିତ ଶ୍ରେଣୀ ଗୃହରେ ୯ମ ଶ୍ରେଣୀ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବାବେଳେ ଦଦରା ଓରା ଓ କଡିରୁ କାଠଖଣ୍ଡ, ଲୁହା କଣ୍ଟା ପଡି ୨ ଜଣ ଛାତ୍ରୀଛାତ୍ର ଆହତ ହୋଇଥିଲେ। ସେମାନେ ହେଲେ ଜ୍ୟୋତିରାଣୀ ରାଉତ ଓ ବିଭୁଦତ୍ତ ରାଉତ। ସରକାରଙ୍କ ନୂତନ ଯୋଜନା କ୍ରମେ ଉକ୍ତ ବିଦ୍ୟାଳୟ ନିକଟରେ ଥିବା ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟକୁ ଏହି ହାଇସ୍କୁଲ ସହ ମିଶ୍ରଣ କରାଯାଇଛି। ଏହି ନୋଡାଲ ହାଇସ୍କୁଲରେ ବର୍ତ୍ତମାନ ୧ମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ୨୩୯ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ବେଳେ ସେମାନେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି ବୋଲି ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦୟାନିଧି ପ୍ରଧାନ ସୂଚନା ଦେଇଛନ୍ତି । ଅପରପକ୍ଷେ ଉକ୍ତ ହାଇସ୍କୁଲରେ ୧୩ ଜଣ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ଆବଶ୍ୟକ ଥିବା ବେଳେ ଏଠାରେ ମାତ୍ର ୫ଜଣ ଷ୍ଟାଫ ରହିଛନ୍ତି। ଜଣେ କଳା ଶିକ୍ଷକ, ଜଣେ କିରାଣି ଓ ପିଅନ ସହ ରାତ୍ର ଜଗୁଆଳି ପଦବୀ ଖାଲି ପଡିଛି। ଅପରପକ୍ଷେ ଉକ୍ତ ବିଦ୍ୟାଳୟର ସମ୍ମୁଖ ପ୍ରାଚୀର ଦୀର୍ଘ ବର୍ଷରୁ ଭାଙ୍ଗି ନଷ୍ଟ ହୋଇ ଯାଇଥିବାରୁ ୪୮ ନମ୍ବର ରାଜ୍ୟ ରାଜପଥ କଡରେ ଥିବା ଏହି ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ପାଇଁ ବିପଦ ସୃଷ୍ଟି କରିବାର ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଟ୍ରମ୍ପଙ୍କ କଥା ଶୁଣିଲେନି ନେତାନ୍ୟାହୁ! ଆମେରିକା-ଇରାନ ଚୁକ୍ତିକୁ ଫୁ’ କରି ଲେବାନନ୍ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ

ଓ୍ବାଶିଂଟନ,୧୫।୬: ଇରାନ-ଆମେରିକା ଚୁକ୍ତିନାମା ସମ୍ପର୍କରେ ଉତ୍ସବ ପାଳନ କରୁଥିବା ବେଳେ ଇସ୍ରାଏଲ ଦକ୍ଷିଣ ଲେବାନନରେ ଡ୍ରୋନ ଆକ୍ରମଣ କରିଛି । ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନରେ…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri