ଅସୁରକ୍ଷିତ ଶ୍ରେଣୀଗୃହରେ ଶିକ୍ଷାଦାନ

ଖଣ୍ଡପଡା,୧୯।୧୦(ସ୍ବ.ପ୍ର.)-ଶିକ୍ଷାର ଉନ୍ନତି ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି। ମାତ୍ର ଅନେକ ସ୍ଥାନରେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ବିପଦସଙ୍କୁଳ ଶ୍ରେଣୀ ଗୃହରେ ପାଠପଢା ହେଉଛି। ଯାହାର ଏକ ଉଦାହରଣ ସିଧାମୂଳା ପଞ୍ଚାୟତ ଅନ୍ତର୍ଗତ ବଳରାମ ପ୍ରସାଦ କୃଷ୍ଣ ଗୌରାଙ୍ଗ ମେମୋରିଆଲ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି। ଯେଉଁଠି ଛାତ୍ରୀଛାତ୍ରଙ୍କ ସହ ବିଦ୍ୟାଳୟର କର୍ତ୍ତୃପକ୍ଷ ମଧ୍ୟ ଆତଙ୍କିତ ଅବସ୍ଥାରେ ରହିଛନ୍ତି।

ପ୍ରକାଶ ଯେ, ଖଣ୍ଡପଡା ନିିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସିିଧାମୂଳା ପଞ୍ଚାୟତ ବଳରାମପ୍ରସାଦ ଗ୍ରାମରେ ରହିଛି କୃଷ୍ଣ ଗୌରାଙ୍ଗ ମେମୋରିଆଲ ଉଚ୍ଚ ବିଦ୍ୟାଳୟ । ୧୯୭୭ ମସିହାରୁ ପ୍ରତିଷ୍ଠିତ ଏହି ଶିକ୍ଷାନୁଷ୍ଠାନରେ ୫ଟି ଟିଣଛପର ଗୃହ ମଧ୍ୟରୁ ଶିକ୍ଷକଙ୍କ ପାଇଁ ଗୋଟିଏ କମନରୁମ୍‌, ଅଫିସ ରୁମ୍‌ ବ୍ୟତୀତ ୩ଟି ଶ୍ରେଣୀ ଗୃହ ରହିଛି। ସମସ୍ତ ଟାଇଲ ଛପର ଗୃହ ଅସୁରକ୍ଷିତ ଥିବା ବେଳେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବାରମ୍ବାର ଅଭିଯୋଗ ସତ୍ତ୍ୱେ ଏହାର ମରାମତି ପାଇଁ କେହି ନଜର ଦେଉ ନାହାନ୍ତି।

ସୂଚନାଯୋଗ୍ୟ ଯେ,ଗତ ୨୦୦୯ ଜୁଲାଇ ୧୧ ତାରିଖରୁ ବର୍ଷା ଲାଗି ରହିଥିବା ବେଳେ ସେହି ମାସ ୧୩ ତାରିଖରେ ୯ମ ଶ୍ରେଣୀ ପିଲାମାନଙ୍କ ଶିକ୍ଷାଦାନ ଚାଲିଥିବା ସମୟରେ ହଠାତ୍‌ ଅସୁରକ୍ଷିତ ଶ୍ରେଣୀ ଗୃହ ଉପରୁ ଟାଇଲ ଖସି ୭ ଜଣ ଛାତ୍ରୀଛାତ୍ର ସମେତ ଜଣେ ଶିକ୍ଷକ ଆହତ ହୋଇଥିଲେ। ପରବର୍ତ୍ତୀ ସମୟରେ ବର୍ଷା ବାତ୍ୟା ବେଳେ ଏବଂ ମାଙ୍କଡମାନଙ୍କ ପ୍ରାଦୁର୍ଭାବରେ ଖଣ୍ଡ ଖଣ୍ଡ ଟାଇଲ ଖସି ଶ୍ରେଣୀ ଗୃହଗୁଡିକ ଅଧିକ ବିପଦସଙ୍କୁଳ ହୋଇ ପଡିଥିଲା। ସ୍ଥାନୀୟ ଜନସାଧାରଣ ଓ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବହୁ ଦାବି ତଥା ଅଭିଯୋଗ ପରେ ୨୦୧୪ ମସିହାରେ ୨ଟି ଶ୍ରେଣୀ ଗୃହର ଟାଇଲ ଛପରକୁ ବଦଳାଇ ଟିଣ ପକାଯାଇଥିଲା। ଟିଣ ପକାଯାଇଥିଲେ ମଧ୍ୟ ବର୍ଷା ସମୟରେ ଛାତ ଉପର ଖୋଲା ରହିଥିବାରୁ ସେଠାରେ ପିଲା ପାଠ ପଢିବା ସମ୍ଭବ ହେଉ ନ ଥିଲା। ଗତ ୨୦୧୪ ଅକ୍ଟୋବର ମାସ ଫାଇଲିନ ବାତ୍ୟାରେ ବିଦ୍ୟାଳୟ ଶ୍ରେଣୀ ଗୃହର ଟାଇଲ ଛପର ଓ କଡି ସମ୍ପୂର୍ଣ୍ଣ ଭାଙ୍ଗି ପଡିିଥିଲା। ଏଥିସହ ବିଦ୍ୟାଳୟର ବାରଣ୍ଡା ଉପର ଟାଇଲ ଛପରର କାଠ କଡି ଖତରା ହୋଇ ଭାଙ୍ଗିିବା ଅବସ୍ଥାରେ ଥିବାରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବିଦ୍ୟାଳୟର ସମସ୍ତ ଟାଇଲକୁ ବଦଳାଯାଇଥିଲା। ହେଲେ ପୁରୁଣା ଓରା ଓ ଦଦରା ଅବସ୍ଥାରେ ଥିବା କଡିିକୁ ପରିବର୍ତ୍ତନ କରା ନ ଯାଇ ସେହି ପୁରୁଣା ସାମଗ୍ରୀ ଉପରେ ଟିଣ ଛପର କରାଯାଇଛି।ତେବେ କେତେବେଳେ ଯେ ସମସ୍ତ ଓରା, କଡି ସହ ଘର ଭୁଶୁୁଡି ପଡିବା ଆଶଙ୍କା ରହିଛି। ଗତ କିଛିଦିନ ତଳେ ଅସୁରକ୍ଷିତ ଶ୍ରେଣୀ ଗୃହରେ ୯ମ ଶ୍ରେଣୀ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବାବେଳେ ଦଦରା ଓରା ଓ କଡିରୁ କାଠଖଣ୍ଡ, ଲୁହା କଣ୍ଟା ପଡି ୨ ଜଣ ଛାତ୍ରୀଛାତ୍ର ଆହତ ହୋଇଥିଲେ। ସେମାନେ ହେଲେ ଜ୍ୟୋତିରାଣୀ ରାଉତ ଓ ବିଭୁଦତ୍ତ ରାଉତ। ସରକାରଙ୍କ ନୂତନ ଯୋଜନା କ୍ରମେ ଉକ୍ତ ବିଦ୍ୟାଳୟ ନିକଟରେ ଥିବା ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟକୁ ଏହି ହାଇସ୍କୁଲ ସହ ମିଶ୍ରଣ କରାଯାଇଛି। ଏହି ନୋଡାଲ ହାଇସ୍କୁଲରେ ବର୍ତ୍ତମାନ ୧ମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ୨୩୯ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ବେଳେ ସେମାନେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି ବୋଲି ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦୟାନିଧି ପ୍ରଧାନ ସୂଚନା ଦେଇଛନ୍ତି । ଅପରପକ୍ଷେ ଉକ୍ତ ହାଇସ୍କୁଲରେ ୧୩ ଜଣ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ଆବଶ୍ୟକ ଥିବା ବେଳେ ଏଠାରେ ମାତ୍ର ୫ଜଣ ଷ୍ଟାଫ ରହିଛନ୍ତି। ଜଣେ କଳା ଶିକ୍ଷକ, ଜଣେ କିରାଣି ଓ ପିଅନ ସହ ରାତ୍ର ଜଗୁଆଳି ପଦବୀ ଖାଲି ପଡିଛି। ଅପରପକ୍ଷେ ଉକ୍ତ ବିଦ୍ୟାଳୟର ସମ୍ମୁଖ ପ୍ରାଚୀର ଦୀର୍ଘ ବର୍ଷରୁ ଭାଙ୍ଗି ନଷ୍ଟ ହୋଇ ଯାଇଥିବାରୁ ୪୮ ନମ୍ବର ରାଜ୍ୟ ରାଜପଥ କଡରେ ଥିବା ଏହି ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ପାଇଁ ବିପଦ ସୃଷ୍ଟି କରିବାର ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଫସିିଛନ୍ତି ପଶ୍ଚିମ ଓଡ଼ିଶାର ୩୦ ଡାକ୍ତରୀ ଛାତ୍ରୀଛାତ୍ର

ସମ୍ବଲପୁର(ବ୍ୟୁରୋ)/ରାଉରକେଲା ଅଫିସ/ ଝାରସୁଗୁଡ଼ା ଅଫିସ/ଟିଟିଲାଗଡ଼, ୨୪ା୨(ଡି.ଏନ.ଏ.): ରୁଷିଆ ଓ ୟୁକ୍ରେନ ଭିତରେ ଆରମ୍ଭ ହୋଇଯାଇଛି ଯୁଦ୍ଧ। ୟୁକ୍ରେନରେ ଫସିରହିଥିବା ଭାରତୀୟଙ୍କ ପାଇଁ ବଢିଛି ଚିନ୍ତା। ଏହିକ୍ରମରେ...

ବିମୋହିତ କରୁଛି ‘କୁରୁସି’

କେନ୍ଦୁଝର, ୬।୬ କେନ୍ଦୁଝର ବଣ ପାହାଡ଼ରେ ବିଭିନ୍ନ ଜାତିର ଓ ରଙ୍ଗର ଫୁଲ ବିଭିନ୍ନ ଋତୁରେ ଶୋଭାବର୍ଦ୍ଧନ କରିଥାଏ। ସେଥିମଧ୍ୟରୁ କୁରୁସି ବା କୁରେଇ ଫୁଲ...

ରେଞ୍ଜରଙ୍କୁ କାରଣଦର୍ଶାଅ ନୋଟିସ୍‌

ସୋନପୁର,୨୮।୯(ନି.ପ୍ର.): ସୁବର୍ଣ୍ଣପୁର ବନଖଣ୍ଡ ଉଲୁଣ୍ଡା ବନାଞ୍ଚଳ ଅନ୍ତର୍ଗତ ବାଘପାଲି ଜଙ୍ଗଲରେ ବାଘ ଶିକାର ଘଟଣାରେ ଉଲୁଣ୍ଡା ବନାଞ୍ଚଳ ଅଧିକାରୀ ଦିଲୀପ ପ୍ରଧାନଙ୍କୁ କାରଣ ଦର୍ଶାଅ ନୋଟିସ୍‌...

ଶହୀଦନଗରରେ ଜଳିଗଲା ଅଟୋ

ଭୁବନେଶ୍ୱର, ୭ା୩(ବ୍ୟୁରୋ): ଶହୀଦନଗର ଅଞ୍ଚଳରେ ଶୁକ୍ରବାର ପୂର୍ବାହ୍ନରେ ଏକ ଅଟୋ ହଠାତ ଜଳିଯାଇଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନ ଥିଲେ ମଧ୍ୟ ଶର୍ଟସର୍କିଟ ଯୋଗୁ...

୩ ବର୍ଷର ଶିଶୁକନ୍ୟାଙ୍କୁ ଚାପିଦେଲା ଜେସିବି

ଛେଣ୍ଡିପଦା,୨୫।୧୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ନୂଆଗାଁ ଗ୍ରାମର ଜଣେ ୩ ବର୍ଷର ଶିଶୁକନ୍ୟାଙ୍କୁ ଜେସିବି ଚାପିଦେବାରୁ ତାଙ୍କର ଜୀବନ ଚାଲିଯାଇଛି। ସୂଚନାଯୋଗ୍ୟ, ଜିଲା ଖଣିଜ...

୫ ଶ୍ରେଣୀକୁ ୮୦ ଛାତ୍ରୀଛାତ୍ର, ୨ ଶିକ୍ଷକ

ଜଳେଶ୍ୱର,୨୩।୧(ସ୍ବ.ପ୍ର.)-ସରକାର ଶିକ୍ଷାର ମାନ ବଢ଼ାଇବା ପାଇଁ ବିଭିନ୍ନ ଯୋଜନା କରୁଥିବା ବେଳେ ବାସ୍ତବ କ୍ଷେତ୍ରରେ ତାହା ଦେଖିବାକୁ ମିଳୁନାହିଁ। ବାଲେଶ୍ୱର ଜିଲାର ଜଳେଶ୍ୱର ଗୋଷ୍ଠୀ ଶିକ୍ଷା...

ବ୍ରାହ୍ମଣୀ-ଗୋବରୀ ନଦୀ ସଂଯୋଗୀକରଣ କାମ ଅଧାରୁ ବନ୍ଦ

ପଟ୍ଟମୁଣ୍ଡାଇ,୧୨ା୫(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ପ୍ରବାହିତ ୧୬ କି.ମି.ବ୍ୟାପୀ ଗୋବରୀ ନଦୀ କ୍ରମଶଃ ପୋତି ହୋଇପଡୁଛି। ଫଳରେ ଏହି ନଦୀ ଉପରେ ନିର୍ଭର କରୁଥିବା...

ପ୍ରଦୀପଙ୍କୁ ମିଳିଲା ଜାମିନ୍‌

କଟକ ଅଫିସ,୨୪।୨: କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ହୋଇଥିବା ମାମଲାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଛି ସର୍ତ୍ତମୂଳକ ଜାମିନ୍‌। ୫ ଲକ୍ଷ ଟଙ୍କା ଲେଖାଏ ୨ ଜଣ...

Advertisement
Archives

Model This Week