ଅସହାୟ ବୃଦ୍ଧଙ୍କ ମୃତଦେହ ସତ୍କାର କଲେ ସ୍ବେଚ୍ଛାସେବୀ

ବରଗଡ଼ ଅଫିସ,୨୧।୨: ବରଗଡ଼ ଜୀରାନଦୀ କୂଳେ ରହିଥିବା ସ୍ବର୍ଗଦ୍ୱାରରେ ଶୁକ୍ରବାର ସ୍ଥାନୀୟ ସ୍ବେଚ୍ଛାସେବୀମାନେ ଜଣେ ଅସହାୟ ବୃଦ୍ଧଙ୍କ ମୃତଦେହ ସତ୍କାର କରିଛନ୍ତି । ଗତ ୧୮ତାରିଖ ବରଗଡ଼ ଭଟଲି ରୋଡ ଛକରୁ ଜଣେ ବୃଦ୍ଧ ରିକ୍ସା ଚାଳକଙ୍କୁ ସ୍ଥାନୀୟ ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ। ମୃତ ବୃଦ୍ଧଙ୍କ ପରିଚୟ ମିଳି ନ ଥିବା ଯୋଗୁ ଡାକ୍ତରଖାନା ମୃତଦେହ ସଂରକ୍ଷଣ ଗୃହରେ ରଖାଯାଇଥିଲା। ଉଦ୍ଧାର ହେବାର ୭୨ ଘଣ୍ଟା ପରେ ମଧ୍ୟ ପରିଚୟ ନ ମିଳି ନଥିଲା। ଏ ନେଇ ସୂଚନା ପାଇବା ପରେ ସ୍ଥାନୀୟ ନିଷ୍ଠା ପରିବାରର ସ୍ବେଚ୍ଛାସେବୀ ବିକାଶ ଅଗ୍ରୱାଲ ଓ ଅନ୍ୟ ସହକର୍ମୀମାନେ ପୁରୁଣା ଡାକ୍ତରଖାନାରୁ ମୃତଦେହ ନେଇ ଦାହ କରିଥିଲେ। ସ୍ବେଚ୍ଛାସେବୀଙ୍କ ଏଭଳି ସେବାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଭିନ୍ନ ସ୍ଥାନରେ ଫୁଟିଲା ପାରିଜାତ

ବାଲେଶ୍ୱର ଅଫିସ,୩୦।୪- ବାଲେଶ୍ୱର ଜିଲା ଟାଉନ ଥାନା ଅଧୀନ ଗୋପାଳଗାଁସ୍ଥିତ ଲକ୍ଷ୍ମୀ ନାରାୟଣ ମହାନ୍ତିଙ୍କ ପୁଷ୍ପ ଉଦ୍ୟାନରେ ପାରିଜାତ ଫୁଲ ଫୁଟିଛି। ସହଦେବଖୁଣ୍ଟା ମଡ଼େଲ ଥାନା...

ଡକାୟତି ଯୋଜନା ଘଟଣା: ୩ ମାସ ପରେ ଜଣେ ଫେରାର ଅଭିଯୁକ୍ତ ଗିରଫ, ଏବେ ବି ଫେରାର ଅଛନ୍ତି ୬ ଜଣ

ବଡ଼ବିଲ,୧୮ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ପୋଲିସ ଡକାୟତି ଯୋଜନାରେ ସଂପୃକ୍ତ ଥାଇ ଫେରାର ଥିବା ଜଣେ ଅଭିଯୁକ୍ତଙ୍କୁ ବୁଧବାର ଗିରଫ କରି କୋର୍ଟ ଚାଲାଣ...

ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କଲେ ୫ଟି ସଚିବ

ଅନୁଗୋଳ ଅଫିସ,୨୯।୧୦: ୫ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିୟାନ ମଙ୍ଗଳବାର ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି। ସେ ମେଡିକାଲରେ ରୋଗୀ ଓ ତାଙ୍କ...

ଦୁର୍ଦ୍ଦଶା ବଢ଼ାଇଲା ବନ୍ୟା ସ୍ଥିତି

କେନ୍ଦ୍ରାପଡ଼ା ଅଫିସ, ୨୮। ୮: କେନ୍ଦ୍ରାପଡ଼ା ଜିଲାରେ ଗତ ତିନିଦିନ ମଧ୍ୟରେ ୧୮୮୦ ମିଲିମିଟର ବର୍ଷା ହୋଇଛି। ଏଥିସହିତ ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମରେ...

ପାଇପ ବିଛାରେ ଦୁର୍ନୀତି, ଭିଜିଲାନ୍ସ ଡିଏସ୍‌ପିଙ୍କୁ ଭାଜପାର ଦାବିପତ୍ର

କେନ୍ଦୁଝର, ୧୯।୫(ସ୍ବ.ପ୍ର.): କେନ୍ଦୁଝର ସହରରେ ପାଇପ ଦ୍ୱାରା ପାନୀୟ ଜଳ ଯୋଗାଣରେ ବ୍ୟାପକ ଦୁର୍ନୀତି ହୋଇଥିବାରୁ ତଦନ୍ତ ପାଇଁ ଭାଜପା ପକ୍ଷରୁ ଭିଜିଲାନ୍ସ ୟୁନିଟରେ ଦାବିପତ୍ର...

ରାସ୍ତା ମଝିରେ ଶିଶୁଙ୍କୁ ପାଠ ପଢ଼ାଇଲେ,ଖାଦ୍ୟ ଦେଲେ

ଭୋଗରାଇ,୧୬।୧୧(ଡି.ଏନ.ଏ.): ଅଙ୍ଗନୱାଡିି କର୍ମୀ ଶିଶୁମାନଙ୍କୁ ନେଇ ସ୍କୁଲ ସମ୍ମୁଖ ରାସ୍ତା ମଝିରେ ପାଠ ପଢ଼ାଇବା ଏବଂ ସେଠାରେ ସେମାନଙ୍କୁ ମଧ୍ୟାହ୍ନଭୋଜନ ଖାଇବାକୁ ଦେବା ଚର୍ଚ୍ଚାର ବିଷୟ...

ଆଜିଠୁ ସହଜ ଦର୍ଶନ

ପୁରୀ ଅଫିସ,୨୧।୧:ଶ୍ରୀମନ୍ଦିରରେ ଗୁରୁବାରଠାରୁ ବିନା କୋଭିଡ୍‌ ନେଗେଟିଭ୍‌ ରିପୋର୍ଟରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। ସକାଳ ୭ଟାରୁ ଶ୍ରଦ୍ଧାଳୁମାନେ କୋଭିଡ୍‌ ଗାଇଡ୍‌ଲାଇନ୍‌ ଓ ସ୍ବତନ୍ତ୍ର ଏସ୍‌ଓପି...

ରୂପ୍‌ସାରେ ରନ୍ଧାଖାଦ୍ୟ ବଣ୍ଟନ

ରୂପ୍‌ସା,୮।୪(ଡି.ଏନ.ଏ.)-ସାରା ଦେଶ ଲକଡାଉନ୍‌ ହେବା ପରେ ସାଧାରଣ ଜନଜୀବନ ଏକପ୍ରକାର ଠପ୍‌ ହୋଇଯାଇଛି। ଦିନମଜୁରିଆ, ଅସହାୟ ବୃଦ୍ଧାବୃଦ୍ଧ, ରୂପ୍‌ସା ରେଳ ଷ୍ଟେଶନରେ ଅଟକି ରହିଥିବା ଯାତ୍ରୀ,...

Advertisement
Archives

Model This Week