Posted inଖେଳ

ଅଷ୍ଟ୍ରେଲିଆ ବ୍ୟାଟ୍‌ କମ୍ପାନୀ ବିରୋଧରେ ମକଦ୍ଦମା ଦାୟକ କଲେ ସଚିନ

ନୂଆଦିଲ୍ଲୀ,୧୪।୬: ଭାରତୀୟ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଅଷ୍ଟ୍ରେଲିଆର ଏକ ବ୍ୟାଟ ପ୍ରସ୍ତୁତକାରୀ କମ୍ପାନୀ ବିରୋଧରେ ଦଓ୍ବୋନୀ ମକଦ୍ଦମା ଦାୟର କରିଛନ୍ତି। ଉକ୍ତ କମ୍ପାନୀ ବ୍ୟାଟ୍‌ ବିକ୍ରି କରିବା ପାଇଁ ସଚିନଙ୍କ ନାମ ଓ ଫଟୋ ବ୍ୟବହାର କରିଛି। କିନ୍ତୁ ପରେ ଚୁକ୍ତି ଅନୁଯାୟୀ ୨ ନିୟୁତ ଡଲାର ଦେବାରେ ବିଫଳ ହେବାରୁ ସଚିନ ଚଳିତ ମାସ ଏକ ଫେଡେରାଲ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସିଡ୍‌ନୀସ୍ଥିତ କମ୍ପାନୀ ସ୍ପାର୍ଟନ ସ୍ପୋଟର୍‌ସ ଇଣ୍ଟରନ୍ୟାଶନାଲ ୨୦୧୬ରେ ସଚିନଙ୍କ ଫଟୋ ବ୍ୟବହାର କରିବା ଲାଗି ବର୍ଷକୁ ଅତିକମ୍‌ରେ ଏକ ନିୟୁତ ଡଲାର ଦେବାକୁ ରାଜି ହୋଇଥିଲା। ଏହାପରେ ଅବସରପ୍ରାପ୍ତ ବ୍ୟାଟ୍ସମ୍ୟାନ ଉକ୍ତ କମ୍ପାନୀ ଲାଗି ଲଣ୍ଡନ ଓ ମୁମ୍ବାଇ ଭଳି ସ୍ଥାନରେ ପ୍ରଚାର କାର୍ଯ୍ୟକ୍ରମରେ ଯୋଗଦେଇଥିଲେ, ଯାହାର ଡକୁମେଣ୍ଟ ସେ କୋର୍ଟରେ ଦାଖଲ କରିଛନ୍ତି। ୨୦୧୮ ପର୍ଯ୍ୟନ୍ତ କମ୍ପାନୀ ପକ୍ଷରୁ କୌଣସି ଅର୍ଥ ପୈଠ କରାଯାଇ ନ ଥିଲା। ଫଳରେ ସଚିନ ଚୁକ୍ତି ରଦ୍ଦ କରିବା ସହ କମ୍ପାନୀକୁ ତାଙ୍କ ନାମ ଆଉ ବ୍ୟବହାର ନ କରିବାକୁ କହିଥିଲେ। ଏହି ମାମଲା ସମ୍ପର୍କରେ ସ୍ପାର୍ଟନ କମ୍ପାନୀ ପକ୍ଷରୁ କୌଣସି ଉତ୍ତର ମିଳିନାହିଁ। ସଚିନ ପୈଠ କରିଥିବା ତଥ୍ୟରେ କମ୍ପାନୀର କାର୍ଯ୍ୟକାରୀ ମୁଖ୍ୟ ଲେସ୍‌ ଗାଲବ୍ରେଥଙ୍କ ସହ ମଧ୍ୟ ଯୋଗାଯୋଗ କରାଯାଇପାରି ନାହିଁ। ତେବେ ସଚିନ ଗତ ୫ ତାରିଖରେ ଏହି ମାମଲା ରୁଜୁ କରିଥିଲେ। ଏହାର ପ୍ରଥମ ଶୁଣାଣି ଆସନ୍ତା ୨୬ ତାରିଖରେ ହେବ ବୋଲି କୋର୍ଟର ଓ୍ବେବସାଇଟ୍‌ରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୨୦୨୦ ଅଲିମ୍ପିକ୍ସରୁ ୩ ଅଷ୍ଟ୍ରେଲୀୟ ଫୁଟବଲର ବାଦ୍‌ ପଡିଲେ

ସିଡ୍‌ନୀ, ୨୦।୧୧(ଏଏଫ୍‌ପି)- ଅଷ୍ଟ୍ରେଲିଆର ୩ଜଣ ୨୩ ବର୍ଷରୁ କମ୍‌ ଫୁଟବଲର ଆସନ୍ତାବର୍ଷ ଆୟୋଜନ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସରୁ ବାଦ୍‌ ପଡିଛନ୍ତି। କାମ୍ବୋଡିଆରେ ଜଣେ ମହିଳା...

ଅମିତାଭ ବଚ୍ଚନଙ୍କ ପାଇଁ ପ୍ରାର୍ଥନା କଲେ ଏହି ପାକିସ୍ତାନ କ୍ରିକେଟର

ବଲିଉଡ୍‌ ମେଗାଷ୍ଟାର ଅମିତାଭ ବଚ୍ଚନ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତାଙ୍କ ଆରୋଗ୍ୟ କାମନା କରି ଦେଶର ବିଭିନ୍ନ ଯାଗାରେ ପୂଜାର୍ଚ୍ଚନା ଚାଲିଥିବା ଦେଖାଯାଇଛି। ଅମିତାଭ...

ମାତା-ପିତାଙ୍କ ପାଇଁ ଭାବପ୍ରବଣ ଚିଠି ଲେଖିଲେ ସଚିନ ତେନ୍ଦୁଲକର

ଦେଶରେ କରୋନା ମହାମାରୀ ଧିରେ ଧିରେ ଜଟିଳ ରୂପ ଧାରଣ କରିଛି। ଏହି ସମୟରେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ମାତାପିତାଙ୍କ ଯତ୍ନ ନେବାକୁ ନିବେଦନ କରିଛନ୍ତି।...

ଦକ୍ଷିଣ ଆଫ୍ରିକାର ଇନିଂସ ବିଜୟ

ସେଞ୍ଚୁରିଅନ, ୩୦ା୧୨- ସ୍ଥାନୀୟ ସୁପର ସ୍ପୋର୍ଟ ପାର୍କଠାରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ୧ ଇନିଂସ ଓ ୪୫ ରନରେ...

ଇତିହାସ ରଚିବା ଲକ୍ଷ୍ୟରେ ଓହ୍ଲାଇବ ଭାରତ: ଜାଣନ୍ତୁ କେବେ, କେଉଁଠି ଦେଖିବେ ୩ୟ ଟି୨୦

ନୂଆଦିଲ୍ଲୀ,୧୦।୭: ଭାରତ ଓ ଇଂଲଣ୍ଡ ମଧ୍ୟରେ ୩ୟ ତଥା ଶେଷ ଟି-୨୦ ମ୍ୟାଚ ରବିବାର ଟ୍ରେଣ୍ଟ ବ୍ରିଜ୍‌ରେ ଖେଳାଯିବ। ଏହି ମ୍ୟାଚ୍‌ରେ ବିଜୟ ସହ ସିରିଜ...

ଧୋନୀଙ୍କୁ ହାତଯୋଡି ନମସ୍କାର କଲେ ଏହି କ୍ରିକେଟର୍‌

ଶାରଜା,୨୩।୯: ଚଳିତବର୍ଷ ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୦ରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଯୁବ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲ ଡେବ୍ୟୁ କରିଛନ୍ତି। ସେ ଚେନ୍ନାଇ ସୁପର କିଙ୍ଗ୍ସ...

ଆଇଓଏ ସାଧାରଣ ସମ୍ପାଦକ ରାଜୀବ ମେହେଟା କରୋନା ପଜିଟିଭ

ନୂଆଦିଲ୍ଲୀ,୫।୧୧(ପି.ଟି.): ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନ (ଆଇଓଏ) ସାଧାରଣ ସମ୍ପାଦକ ରାଜୀବ ମେହେଟା କୋଭିଡ୍‌-୧୯ ଟେଷ୍ଟରେ ପଜିଟିଭ ବୋଲି ଜଣାପଡିଛି। ଗତ ସପ୍ତାହରେ ଜ୍ୱର ଅନୁଭବ କରିବାରୁ...

ଭିଣେଇ ଭାଇଙ୍କ ରେକର୍ଡ

ଆବୁଧାବି,୭।୧୧: ଭାରତରେ ଭିଣେଇ ଭାଇ ଭାବେ ଜଣାଶୁଣା ପାକିସ୍ତାନ ଅଲରାଉଣ୍ଡର ଶୋଏବ ମଲିକ ରବିବାର ସ୍କଟଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଖେଳିଛନ୍ତି ବିସ୍ଫୋରକ ଅର୍ଦ୍ଧଶତକୀୟ ପାଳି। ମାତ୍ର...

Advertisement
Archives

Model This Week