ଅଷ୍ଟ୍ରେଲିଆ ଜଙ୍ଗଲରେ ନିଆଁ : ପକେଟ୍‌ ମନି ଦାନକଲେ ଜୁହି ଚାଓ୍ବଲାଙ୍କ ପୁଅ

ମୁମ୍ବାଇ: ଅଷ୍ଟ୍ରେଲିଆ ଜଙ୍ଗଲରେ ନିଆଁ ଲାଗିବା ଘଟଣାକୁ ନେଇ ସାରା ବିଶ୍ୱ ଚିନ୍ତା ପ୍ରକଟ କରିଛି। ଅଷ୍ଟ୍ରେଲିଆର ଏହି ବିପତ୍ତି ସମୟରେ ସମସ୍ତେ ସହାୟତାର ହାତ ବଢାଇଛନ୍ତି। ବଲିଉଡ୍‌ ବିୟୁଟି ଜୁହି ଚାଓ୍ବଲାଙ୍କ ପୁଅ ମଧ୍ୟ ଏ କ୍ଷେତ୍ରରେ ଦୁଇ ପାଦ ଆଗକୁ ଆସିଛନ୍ତି। ଜୁହିଙ୍କ ପୁଅ ଅର୍ଜୁନ ଅଷ୍ଟ୍ରେଲିଆ ଜଙ୍ଗଲ ନିଆଁରେ ପ୍ରଭାବିତ ଲୋକଙ୍କ ସହାୟତା ପାଇଁ ନିଜ ପକେଟ ମନି ଦାନ କରିଛନ୍ତି। ଅର୍ଜୁନ ପ୍ରାୟ ୩ଶହ ପାଉଣ୍ଡ ଅଷ୍ଟ୍ରେଲିଆ ସରକାରଙ୍କ ରିଲିଫ୍‌ ଫଣ୍ଡକୁ ଦାନ କରିଥିବା ସୂଚନା ମିଳିଛି। ଏ ସମ୍ପର୍କରେ ଜୁହି କୁହନ୍ତି ପୁଅ ଅର୍ଜୁନ ମୋତେ ଅଷ୍ଟ୍ରେଲିଆ ଜଙ୍ଗଲ ନିଆଁ ସମ୍ପର୍କରେ ପଚାରିଥିଲେ। ଆଉ ସେଥିପାଇଁ ମୁଁ କ’ଣ କରୁଛି ବୋଲି ସେ ପ୍ରଶ୍ନ କରିଥିଲେ। ଆଉ ଏହାପରେ ସେ ତାଙ୍କ ପକେଟ ମନି ଦାନ କରିଥିବା କହିବା ପରେ ମୋତେ ଖୁସି ଲାଗିଥିଲା। ଜୁହି କହିଥିଲେ ଅର୍ଜୁନଙ୍କ ଏଭଳି କାମ ପାଇଁ ମା’ ହିସାବରେ ମୁଁ ଗର୍ବ ଅନୁଭବ କରୁଛି। ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ନିଆଁରେ ଏପର୍ଯ୍ୟନ୍ତ ପ୍ରାୟ ୨୫ଜଣ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି। ଏହାସହ ଏହି ନିଆଁରେ ଶହଶହ ବନ୍ୟଜନ୍ତୁଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଏଥିରେ କୋଟିକୋଟି ଟଙ୍କାର ସମ୍ପତ୍ତି ମଧ୍ୟ ନଷ୍ଟ ହୋଇଯାଇଛି। ଅର୍ଜୁନ ଏବେ ବ୍ରିଟେନର ଏକ ବୋର୍ଡିଂ ସ୍କୁଲରେ ପାଠ ପଢୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଭାସଙ୍କ ଫୋନ୍‌ ଉଠାଉନାହାନ୍ତି ଅନୁଷ୍କା

ଫିଲ୍ମ ‘ବାହୁବଳୀ’ରେ ଦମ୍‌ଦାର ଅଭିନୟ କରି ଲୋକପ୍ରିୟତା ଅର୍ଜନ କରିଥିବା ପ୍ରଭାସଙ୍କ ଅଗାମୀ ଫିଲ୍ମ ‘ସାହୋ’ ରିଲିଜ୍‌ ଅପେକ୍ଷାରେ ଅଛି। ଫିଲ୍ମର ପ୍ରମୋଶନ ପାଇଁ ଜୋରସୋରରେ...

ତାମିଲ ଫିଲ୍ମର ହିନ୍ଦୀ ରିମେକ୍‌ରେ ଅଜୟ

ମୁମ୍ବାଇ: ବଲିଉଡ ଅଭିନେତା ଅଜୟ ଦେବଗନ୍‌ ତାନାଜୀର ସଫଳତାର ଭରପୁର ମଜା ନେଇଛନ୍ତି। ତାଙ୍କର ଏହି ଫିଲ୍ମଟି ୩୦୦ କୋଟିରୁ ଅଧିକ ଆୟ କରି ବ୍ଲକ୍‌ବଷ୍ଟର...

କଞ୍ଚା ଆମ୍ବ ଖାଇଲେ ଦୀପିକା: କ’ଣ ଖୁସି ଖବର ବୋଲି ପଚାରିଲେ ପ୍ରଶଂସକ

ବଲିଉଡ୍‌ର ଚର୍ଚ୍ଚିତ ଯୋଡି ମଧ୍ୟରୁ ଅନ୍ୟତମ ହେଉଛନ୍ତି ଦୀପିକା ପାଦୁକୋନ ଓ ରଣବୀର ସିଂହ। ପ୍ରଶଂସକମାନେ ଏହି ଯୋଡିକୁ ବେସ୍‌ ପସନ୍ଦ କରୁଛନ୍ତି। ଏହି ଯୋଡିଙ୍କ...

ଗଙ୍ଗା ଆଳତିରେ ସାମିଲ ହେଲେ ସାରା

ବାରାଣସୀ: ବଲିଉଡ୍‌ ନାୟିକା ସାରା ଅଲି ଖାଁ ତାଙ୍କ ଅପ୍‌କମିଂ ଫିଲ୍ମର ଶୁଟିଂ ପାଇଁ ସୋମବାର ବାରାଣସୀ ବହଞ୍ଚିଛନ୍ତି। ସେଠାରେ ସେ ସୋମବାର ସନ୍ଧ୍ୟାର ଗଙ୍ଗା...

ରିଲିଜ୍‌ ହେଲା ‘ୟାଦ ପିୟା କି ଆନେ ଲଗି’ର ରିକ୍ରିଏଟ୍‌ ଭର୍ସନ

ମୁମ୍ବାଇ: ବଲିଉଡ୍‌ ବିୟୁଟି ଦିବ୍ୟା ଖୋସଲାଙ୍କୁ କେତେ ଗୁଡିଏ ମ୍ୟୁଜିକ ଭିଡିଓରେ ଦେଖିବାକୁ ମିଳିଛି। ଏବେ ତାଙ୍କର ଆଉଏକ ଗୀତ ‘ୟାଦ ପିୟା କି ଆନେ...

ରାଜନୀତି ବିଜ୍ଞାନରେ ପାଠ ପଢୁଥିଲେ ଏହି ଅଭିନେତ୍ରୀ, ମାତ୍ର ୩ଟି ଫିଲ୍ମରେ ବଦଳିଗଲା କ୍ୟାରିୟର୍‌

ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ ବୁଧବାର ୨୫ ତମ ଜନ୍ମଦିନ ପାଳନ କରୁଛନ୍ତି। ସୈଫ ଅଲି ଖାନ ଏବଂ ଅମୃତା ସିଂଙ୍କ ଝିଅ ସାରା...

ଫିଟ୍‌ନେସ୍‌ ପାଇଁ ସିରିୟସ୍‌

ବାବୁସାନ ମହାନ୍ତି। ଓଡ଼ିଆ ସିନେ ଜଗତର ଜଣେ ଆଗଧାଡ଼ିର ଅଭିନେତା। କେବଳ ଜଣେ ଅଭିନେତା ନୁହେଁ ଜଣେ ଭଲ ଗାୟକ ମଧ୍ୟ। ନିଜର ଅଭିନୀତ ଅନେକ...

ଗୁଣି ଗାରେଡ଼ି ପୂଜାପାଠ ପାଇଁ ସୁଶାନ୍ତଙ୍କ ଆକାଉଣ୍ଟ୍‌ ଖାଲି କରିଦେଇଛନ୍ତି ଗର୍ଲ ଫ୍ରେଣ୍ଡ ରିୟା

ମୁମ୍ବାଇ, ୨।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଧୀରେଧୀରେ ଅଧିକ ରହସ୍ୟମୟ ହେବାରେ ଲାଗିଛି। ସୁଶାନ୍ତଙ୍କ ଆକାଉଣ୍ଟ ତାଙ୍କ ଗର୍ଲ ଫ୍ରେଣ୍ଡ୍‌ ରିୟା...

Coronavirus Update


Archives

Model This Week

Why Dharitri