Posted inଖେଳ

ଅଷ୍ଟ୍ରେଲିଆର ବିଜୟ ଅଭିଯାନ

ବ୍ରିଷ୍ଟଲ, ୨।୬- ଆଇସିସି ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଶନିବାର ଏଠାରେ ଅନୁଷ୍ଠିତ ୪ର୍ଥ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଏକପାଖିଆ ଭାବେ ୭ ଉଇକେଟ୍‌ରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୩୮.୨ ଓଭରରେ ୨୦୭ ରନ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ଆଫଗାନିସ୍ତାନର ଦୁଇ ଓପନର ମହମ୍ମଦ ଶେହଜାଦ ଓ ହଜରତ୍‌ଉଲ୍ଲା ଜାଜାଇ ଖାତା ଖୋଲି ନ ପାରି ଆଉଟ୍‌ ହୋଇଥିଲେ। ତେବେ ମଧ୍ୟକ୍ରମରେ ରହମତ୍‌ ଶାହ (୪୩), ଅଧିନାୟକ ଗୁଲାବଦିନ ନାଇବ (୩୧), ନଜିବୁଲ୍ଲା ଜର୍ଡାନ (୫୧) ଓ ରଶିଦ୍‌ ଖାଁ (୨୭ ରନ, ୧୧ ବଲ)ଙ୍କ ଦ୍ରୁତ ଇନିଂସ ଯୋଗୁ ଏକ ସମ୍ମାନଜନକ ସ୍କୋର ଠିଆ କରିପାରିଥିଲା। ସଫଳ ବୋଲରଭାବେ ଅଷ୍ଟ୍ରେଲିଆ ପକ୍ଷରୁ ପ୍ୟାଟ୍‌ କୁମିନ୍ସ ଓ ଆଡାମ ଜାମ୍ପା ୩ଟି ଲେଖାଏ, ମାର୍କସ ଷ୍ଟୋଇନିସ ୨ ଓ ମିଚେଲ ଷ୍ଟାର୍କ ଗୋଟିଏ ଉଇକେଟ୍‌ ନେଇଥିଲେ। ଜବାବରେ ଅଷ୍ଟ୍ରେଲିଆ ୩୪.୫ ଓଭରରେ ୩ଟି ଉଇକେଟ୍‌ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା। ଡେଭିଡ୍‌ ଓ୍ବାର୍ନର ୮୯ ରନ (୧୧୪ ବଲ୍‌, ୮ ଚୌକା) ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ଅଧିନାୟକ ଆରୋନ୍‌ ଫିଞ୍ଚ୍‌ ୬୬, ଉସମାନ ଖ୍ବାଜା ୧୫, ଷ୍ଟିଭ ସ୍ମିଥ୍‌ ୧୮ ଓ ଗ୍ଲେନ ମ୍ୟାକ୍ସଓ୍ବେଲ ୪* ରନ କରିଥିଲେ। ବିଜୟ ସହ ଅଷ୍ଟ୍ରେଲିଆ ୨ ପଏଣ୍ଟ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଓଡ଼ିଶାରେ ଦ୍ୱିତୀୟଥର ହେବ ଜାତୀୟ ସିନିୟର ଭଲିବଲ

ଭୁବନେଶ୍ୱର, ୪।୧(କ୍ରୀଡ଼ା ପ୍ରତିନିଧି): ଓଡ଼ିଶାରେ କ୍ରମାଗତ ଦ୍ୱିତୀୟଥରପାଇଁ ହେବ ଜାତୀୟ ସିନିୟର ଭଲିବଲ ଚାମ୍ପିୟନଶିପ୍‌। ଭଲିବଲ ଇତିହାସରେ ପ୍ରଥମଥରପାଇଁ ଗତବର୍ଷ ଏହି ପ୍ରତିଯୋଗିତା ଆୟୋଜନ କରି...

ଲିସା କେଟଲୀ ଇଂଲଣ୍ଡ ମହିଳା କୋଚ୍‌

ଲଣ୍ଡନ, ୩୧।୧୦(ଏଏଫ୍‌ପି)- ପୂର୍ବତନ ଅଷ୍ଟ୍ରେଲୀୟ ମହିଳା କ୍ରିକେଟର ଲିସା କେଟଲୀଇଂଲଣ୍ଡ ମହିଳା ଦଳର ଫୁଲ ଟାଇମ୍‌ କୋଚ୍‌ ହିସାବରେ ନିଯୁକ୍ତ ପାଇଛନ୍ତି। ସେ ପ୍ରଥମ ମହିଳା...

ମହିଳା ତ୍ରିରାଷ୍ଟ୍ରୀୟ ସିରିଜ୍‌: ହାରିଲା ଭାରତ

ମେଲବୋର୍ନ, ୭।୨- ଚଳିତ ତ୍ରିରାଷ୍ଟ୍ରୀୟ ମହିଳା ଟି୨୦ ସିରିଜ୍‌ରେ ଭାରତୀୟ ଦଳ ଶୁକ୍ରବାର ଦ୍ୱିତୀୟ ପରାଜୟବରଣ କରିଛି। ଇଂଲଣ୍ଡ ଦଳ ୪ ଉଇକେଟରେ ଭାରତକୁ ହରାଇ...

ପ୍ରି-ସିଜନ ଆରମ୍ଭ କରିବ ଅଷ୍ଟ୍ରେଲିଆ

ସିଡ୍‌ନୀ, ୮।୫-ଚଳିତ ମାସ ଶେଷ ଭାଗରେ କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ଏହାର ପ୍ରି-ସିଜନ ଆରମ୍ଭ କରିବ। କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ଖେଳାଳିଙ୍କ ସୁରକ୍ଷା ସ୍ଥିତିକୁ...

ବିଜୟ ସହ ତୃତୀୟରେ କୋଲକାତା

ଆବୁଧାବି, ୮।୧୦:  ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ୧୦ ରନରେ ଚେନ୍ନାଇ ସୁପରକିଙ୍ଗ୍ସକୁ ପରାସ୍ତ କରିଛି। କୋଲକାତା ପ୍ରଥମେ ବ୍ୟାଟିଂ...

ଆଇପିଏଲ୍‌ରେ ୫୦୦ ଚୌକା ମାରିଲେ ଏହି ଭାରତୀୟ ବ୍ୟାଟ୍ସମ୍ୟାନ

ଆବୁଧାବି, ୨୨।୧୦: ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣରେ ବୁଧବାର ଖେଳାଯାଇଥିବା ଏକ ମ୍ୟାଚ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୮ ଉଇକେଟ୍‌ରେ କୋଲକାତା ନାଇଟ୍‌ ରାଇଡର୍ସକୁ ପରାସ୍ତ କରିଛି।...

ହାମିଲଟନଙ୍କୁ ୭ମ ବ୍ରିଟିଶ ଗ୍ରାଁ ପ୍ରି ଟାଇଟଲ

ସିଲଭରଷ୍ଟୋନ୍‌, ୩ା୮: ଅନ୍ତିମ ଲାପ୍‌ରେ ଟାୟାର ପଙ୍କ୍‌ଚର ସତ୍ତ୍ୱେ ମର୍ସିଡିଜ୍‌ର ଲୁଇସ୍‌ ହାମିଲଟନ ରବିବାର ଅନୁଷ୍ଠିତ ବ୍ରିଟିଶ ଫର୍ମୁଲା ଓ୍ବାନ ଗ୍ରାଁ ପ୍ରି ଟାଇଟଲ ଜିତିିଛନ୍ତି।...

ମନୋଜଙ୍କୁ ସ୍ବର୍ଣ୍ଣିମ ସଫଳତା

ଭୁବନେଶ୍ୱର, ୨୮।୨(କ୍ରୀଡ଼ା ପ୍ରତିନିଧି)- ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ଓଡ଼ିଶା ପାଇଁ ଦ୍ୱିତୀୟ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଭାରୋତ୍ତୋଳକ ମନୋଜ କୁମାର ସାହୁ। ସେ ପୁରୁଷ...

Play 250+ Trending Games
Archives

Model This Week

Why Dharitri