Posted inଖେଳ

ଅଶ୍ୱିନଙ୍କୁ ସୀମିତ ଓଭର କ୍ରିକେଟ ଖେଳାଇବା ଉଚିତ୍‌: ସାକ୍‌ଲିନ୍‌

ନୂଆଦିଲ୍ଲୀ,୨୬।୪(ପି.ଟି.)- ରବିଚନ୍ଦ୍ରନ ଅଶ୍ୱିନ ଭାରତର ଶ୍ରେଷ୍ଠ ସ୍ପିନର ବୋଲି ପାକିସ୍ତାନ ପୂର୍ବତନ ସ୍ପିନର ସାକଲିନ୍‌ ମୁସ୍ତାକ କହିଛନ୍ତି। ଟେଷ୍ଟରେ ସେ ଆଶତୀତ ସଫଳତା ଅର୍ଜନ କରିଛନ୍ତି। ତେବେ ତାଙ୍କୁ ସୀମିତ ଓଭର କ୍ରିକେଟ ଅର୍ଥାତ୍‌ ଦିନିକିଆ ଓ ଟି୨୦ ଫର୍ମାଟରୁ କାହିଁକି ଦୂରେଇ ରଖାଯାଉଛି ତାହା ବୁଝି ହେଉନି ବୋଲି ସେ କହିଛନ୍ତି। ଅଶ୍ୱିନ ନିୟମିତ ଭାବେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଖେଳୁଥିଲେ ମଧ୍ୟ ୨୦୧୭ ପରଠାରୁ ତାଙ୍କୁ ସୀମିତ ଓଭର ଫର୍ମାଟରେ ଖେଳାଯାଉ ନାହିଁ। ରବୀନ୍ଦ୍ର ଜାଡେଜା ମଧ୍ୟ ସମାନ ସ୍ଥିତିର ସମ୍ମୁଖୀନ ହୋଇଥିଲେ। ତେବେ ଅଲରାଉଣ୍ଡର ହୋଇଥିବାରୁ ସେ ଏବେ ୩ଟି ଯାକ ଫର୍ମାଟରେ ଖେଳୁଛନ୍ତି।
ଫିଙ୍ଗର ସ୍ପିନର ହୁଅନ୍ତୁ ବା ଜଣେ ରିଷ୍ଟ ସ୍ପିନର ଜଣଙ୍କ ସଫଳତା ହେଉଛି ଚରସ୍ଥାୟୀ। ଜଣକର ପ୍ରତିଭା ଓ କ୍ରିକେଟକୁ ବୁଝିବାର କ୍ଷମତା ହିଁ ଜଣକୁ ମହାନ ଖେଳାଳି ଭାବେ ଗଢି ତୋଳିଥାଏ। ତେଣୁ ଅଶ୍ୱିନ୍‌ଙ୍କ ପାଖରେ ଏହି ସବୁ ଗୁଣ ଥିଲେ ମଧ୍ୟ ତାଙ୍କୁ ଦିନିକିଆ ଓ ଟି୨୦ରୁ ବାଦ ଦେବା ଆଶ୍ଚର୍ଯ୍ୟଜନକ ବୋଲି ସାକ୍‌ଲିନ୍‌ କହିଛନ୍ତି। ଟେଷ୍ଟ ଫର୍ମାଟରେ ସେ ଆଗଧାଡିର ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିଛନ୍ତି। ଏହା ଦିନିକିଆ କ୍ରିକେଟ ତୁଳନାରେ ଅଧିକ କଷ୍ଟକର। ତେଣୁ ଅଶ୍ୱିନଙ୍କୁ ଶ୍ରେଷ୍ଠ ସ୍ପିନର ବୋଲି କୁହାଯାଇପାରେ।
ତେବେ ବିବିଧତା କାରଣରୁ ଚୟନକର୍ତ୍ତାମାନେ ଦୁଇ ରିଷ୍ଟ ସ୍ପିନର କୁଲଦୀପ ଯାବ ଓ ୟୁଜବେନ୍ଦ୍ର ଚହଲଙ୍କୁ ଅଧିକ ପସନ୍ଦ କରୁଛନ୍ତି। ୨୦୧୭ ଚାମ୍ପିୟନ୍ସ ଟ୍ରଫି ପରେ ଏପରି ଲକ୍ଷ୍ୟ କରାଯାଉଛି। ଦିନିକିଆରେ ଏହି ଦୁଇ ବୋଲର ନିଜକୁ ପ୍ରତିଷ୍ଠିତ କରାଇଛନ୍ତି। କିନ୍ତୁ ୨୦୧୯ ବିଶ୍ୱକପ୍‌ରେ ଦୁଇଜଣଙ୍କୁ ଏକାଠି ଖେଳିବାର ଦେଖାଯାଇନାହିଁ। ଅବଶ୍ୟ ବିଦେଶ ଅପେକ୍ଷା ଘରୋଇ ପରିବେଶରେ ଅଶ୍ୱିନ ଅପେକ୍ଷାକୃତ ଅଧିକ ସଫଳ ରହିଛନ୍ତି। ଅନ୍ୟତମ ସ୍ପିନର ହରଭଜନ ସିଂଙ୍କୁ ମଧ୍ୟ ସମାନ ଢଙ୍ଗରେ ଅଣଦେଖା କରାଯାଇଥିଲା। ତେଣୁ ସୀମତ ଓଭରରେ ଅଶ୍ୱିନଙ୍କୁ ପୁଣି ଖେଳାଇବାର ଆବଶ୍ୟକତା ରହିଛି। ଭାରତ ଓ ପାକିସ୍ତାନ ମଧ୍ୟରେ ପୁଣି ଦ୍ୱିପାକ୍ଷିକ ସିରିଜ ଖେଳାଯିବାର ଆବଶ୍ୟକତା ରହିଛି ବୋଲି ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପରାଜୟର ପ୍ରକୃତ କାରଣ କହିଲେ ରୋହିତ ଶର୍ମା

ଦୁବାଇ,୫।୯: ଏସିଆ କପ ୨୦୨୨ର ସୁପର-୪ ରାଉଣ୍ଡ ମ୍ୟାଚରେ ପାକିସ୍ତାନ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି। ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ...

ଭାରତ ଫେରିବା ପରେ ବିଏମ୍‌ଡବ୍ଲୁ କିଣିଲେ ଏହି ଖେଳାଳି

ଟିମ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ସିରାଜ ଅଷ୍ଟ୍ରେଲିଆରୁ ଆସିବା ମାତ୍ରେ ବିଏମଡବ୍ଲୁ କାର କିଣଛନ୍ତି। ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟରେ ଡେବ୍ୟୁ କରିଥିବା ସିରାଜ...

ହୁକାର୍ଜଙ୍କୁ ମାୟାମି ଟାଇଟଲ

ମାୟାମି, ୬ା୪ (ଏପି)-ପୋଲାଣ୍ଡର ହୁବର୍ଟ ହୁର୍କାଜ ମାୟାମି ଓପନ୍‌ ଟେନିସ ପୁରୁଷ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି। ଫାଇନାଲରେରେ ଇଟାଲୀର ୧୯ ବର୍ଷୀୟ ଜାନିକ ସିନରଙ୍କୁ...

ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌: ଅମିତଙ୍କୁ ରୌପ୍ୟ ପଦକ

ଏକଟେରିନବର୍ଗ(ରୁଷିଆ), ୨୨।୯(ପି.ଟି.)- ପ୍ରଥମ ଭାରତୀୟ ବକ୍ସରଭାବେ ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌ର ଫାଇନାଲରେ ପ୍ରବେଶ କରିଥିବା ଅମିତ ପଙ୍ଘାଲ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। ସେ ୫୨...

୬ ଓଭରରେ ଫେରିଲେ ଦୁଇ ଓପନର

ଅକ୍‌ଲାଣ୍ଡ,୧୯।୩: ସ୍ଥାନୀୟ ଇଡେନ ପାର୍କଠାରେ ଶନିବାର ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଉଥିବା ଆଇସିସି ମହିଳା ଦିନିକିଆ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ପ୍ରାରମ୍ଭିକ ବିପର୍ଯ୍ୟୟର...

୧୫୦୦ କୋଟି ଟଙ୍କା ସଞ୍ଚିବ ବିସିସିଆଇ

ନୂଆଦିଲ୍ଲୀ,୧୭।୧୧: ଆଇସିସି ୨୦୨୪ ରୁ ୨୦୩୧ମଧ୍ୟରେ ୮ଟି ବଡ ଇଭେଣ୍ଟ୍‌ ଆୟୋଜନ କରିବାକୁ ଯାଉଛି। ଭାରତକୁ ୩ଟି ଆଇସିସି ଟୁର୍ନାମେଣ୍ଟର ଦାୟିତ୍ୱ ଦିଆଯାଇଛି। ଭାରତରେ ୨୦୨୬...

କୋଭିଡ୍‌- ୧୯ ଭ୍ୟାକ୍ସିନ୍‌: ଆଥଲେଟ୍‌ଙ୍କୁ ଅଗ୍ରାଧିକାର ଦେବାକୁ ସରକାରଙ୍କୁ ଅନୁରୋଧ

ନୂଆଦିଲ୍ଲୀ, ୧୭।୯(ପି.ଟି.): ଆଗମୀ ଦିନରେ କୋଭିଡ୍‌-୧୯ ଭ୍ୟାକ୍ସିନ୍‌ ଉପଲବ୍ଧ ହେବାର ସମ୍ଭାବନା ଦୃଢ ହେବାରେ ଲାଗିଛି। ଏପରିସ୍ଥଳେ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଯାଉଥିବାର ଆଥଲେଟ୍‌ଙ୍କୁ ଏ...

କୋଲକାତାର କ୍ରମାଗତ ଚତୁର୍ଥ ପରାଜୟ

ମୁମ୍ବାଇ,୨୪।୪: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ପୂର୍ବତନ ଚାମ୍ପିୟନ କୋଲକାତା ନାଇଟ ରାଇଡର୍ସ କ୍ରମାଗତ ଚତୁର୍ଥ ପରାଜୟ ବରଣ କରିଛି। ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ...

Advertisement
Archives

Model This Week