Posted inଫୁରସତ

ଅଳ୍ପ ଖର୍ଚ୍ଚରେ ଭ୍ରମଣ କରନ୍ତୁ ଏହି ୫ ସ୍ଥାନ

ସ୍ବଳ୍ପ ଜୀବନକାଳ ମଧ୍ୟରେ ବିଭିନ୍ନ ଦର୍ଶନୀୟ ସ୍ଥାନ ଭ୍ରମଣ କରିବା ଲାଗି ପ୍ରାୟ ସମସ୍ତଙ୍କର ଇଚ୍ଛା ଥାଏ। ମାତ୍ର ଏଥିପାଇଁ କାର୍ଯ୍ୟବ୍ୟସ୍ତତା ହେଉ ଅଥବା ସମୟ ଅଭାବ, ବ୍ୟକ୍ତିଗତ ସମସ୍ୟା ଲାଗି ଯାତ୍ରା ସମ୍ଭବ ହୋଇପାରି ନ ଥାଏ। ମାତ୍ର ଏସବୁ ଛାଡ଼ିଦେଲେ ପ୍ରମୁଖ ସମସ୍ୟା ହେଉଛି ଟଙ୍କା, ଯାହା ଅଧିକାଂଶ ଲୋକଙ୍କ ଇଚ୍ଛା ପୂରଣ କରିବାରେ ବାଧକ ସାଜିଥାଏ। ତେବେ ଏଭଳି ସମସ୍ୟାକୁ ପଛରେ ପକାଇ ଅଳ୍ପ ଖର୍ଚ୍ଚରେ ବୁଲି ଯାଆନ୍ତୁ ଏହିସବୁ ଜାଗା।

ପଣ୍ଡିଚେରୀ:
ଭାରତର ଫ୍ରାନ୍ସ କୁହାଯାଉଥିବା ପଣ୍ଡିଚେରୀରେ ଆପଣଙ୍କୁ ମାଗଣା ରହିବାର ସୁବିଧା ମିଳିଯିବ। ସେଠାରେ ଥିବା ଅରବିନ୍ଦ ଆଶ୍ରମରେ ଆପଣ ମାଗଣା ରହିପାରିବେ ଏବଂ ଶାକାହାରୀ ଭୋଜନ କରିପାରିବେ। ଏହାସହିତ ଅନ୍ୟ ବିକଳ୍ପ ମଧ୍ୟ ରହିଛି। ୩ ଦିନ ଓ ୨ ରାତି ପାଇଁ ଏଠାରେ ୩୦୦ ଟଙ୍କାରେ ଆପଣ ଆରାମଦାୟକ କଟେଜ୍‌ରେ ମଧ୍ୟ ରହିପାରିବେ। ଏହା ବ୍ୟତିତ ମାତ୍ର ୪୦୦ ଟଙ୍କାରେ ଦୁଇଜଣଙ୍କ ପାଇଁ ଭଲ ଖାଦ୍ୟ ମଧ୍ୟ ମିଳିଯିବ।

କୋଡାଇ କେନାଲ:
ଏଠାକାର ରାସ୍ତାକଡ଼ର ଖାଦ୍ୟ ଅଧିକ ସ୍ବାଦିଷ୍ଟ ହୋଇଥାଏ। ୩୦୦ ଟଙ୍କା ମଧ୍ୟରେ ସବୁକିଛି ମିଳିଯାଇଥାଏ। ଏଠାରେ ଗୋଟିଏ ରାତି ରହିବା ପାଇଁ କଟେଜ୍‌ର ଭଡ଼ା ବାବଦକୁ ମାତ୍ର ୨୦୦ ଟଙ୍କା ଦେବାକୁ ପଡ଼ିଥାଏ।

ଆଲ୍ଲେପି: ଏଠାକାର ହାଉସ୍‌ବୋଟ୍‌ରେ ଆପଣ ଏକ ରୁମ୍‌ ଭଡ଼ା ନେଇପାରିବେ। ଖୁବ୍‌ କମ୍‌ ଟଙ୍କାରେ ଆମାଜନ ଜଙ୍ଗଲରେ ରହିବାର ସୁଯୋଗ ମିଳିବ। ଏକ ହଜାର ଟଙ୍କାରେ ଆପଣଙ୍କୁ ଏହି ସୁନ୍ଦର ଜାଗାରେ ରହିବାକୁ ସୁବିଧା ମିଳିଯିବ।

ଉଟ୍ଟି
ଏଠାରେ ପ୍ରତିବର୍ଷ ଚକୋଲେଟ୍‌ରେ ସେଲ୍‌ ମିଳିବ। ଏଠାରେ କମ୍‌ ମୂଲ୍ୟରେ ଘରଭଡ଼ା ମିଳିଥାଏ।
ପୁଷ୍କର : ଏଠାରେ ମଧ୍ୟ ରହିବା ପାଇଁ ବହୁତ କମ୍‌ ଖର୍ଚ୍ଚ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ହ୍ବାଇଟ୍‌ ହାଉସ୍‌ କିଚେନ୍‌: ରାଷ୍ଟ୍ରପତି ବଦଳିଲେ ବଦଳେ ମେନୁ

ଓ୍ବାଶିଂଟନ୍‌: ସରିଛି ଆମେରିକା ରାଷ୍ଟ୍ରପତି ନିର୍ବାଚନ। ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ହରାଇ ବାଜି ମାରିଛନ୍ତି ଡେମୋକ୍ରାଟିକ୍‌ ପାର୍ଟିର ନେତା ଜୋ ବାଇଡେନ୍‌। ନବନିଯୁକ୍ତ ରାଷ୍ଟ୍ରପତିଙ୍କ ସ୍ବାଗତ ପାଇଁ...

୧୦ ଷଣ୍ଢକୁ ଡରାଇଲା ଗୋଟିଏ ବତକ:ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ଆଜିକାଲି ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରାଲ ହେଉଛି, ଯାହା ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଏ। ନିକଟରେ ସେମିତି ଏକ ଭିଡିଓ ଭାଇରାଲ ହେଉଛି।...

୪ ମାସ ଲକ୍‌ଡାଉନ୍‌ ପରେ ଖୋଲିଲା ସ୍କୁଲ, ଛାତ୍ରଙ୍କୁ ହେଲାନାହିଁ ପୁରୁଣା ପୋଷାକ

ଚାଇନା‌ରେ ୪ ମାସର ଲକ୍‌ଡାଉନ୍‌ ପରେ ଏବେ ସ୍କୁଲ ଖୋଲିଛି। ଲକ୍‌ଡାଉନ୍‌ରେ ଘରେ ରହିବା ପରେ ଜଣେ ଛାତ୍ରଙ୍କ ଓଜନ ଏତେ ବଢ଼ିଯାଇଛି ଯେ ପରିବାରଲୋକଙ୍କୁ...

ପୃଥିବୀଠାରୁ ଦୂରେଇ ଯାଉଛି ଜହ୍ନମାମୁ: ପ୍ରତିବର୍ଷ ଦୂରତା ବଢୁଛି ୩.୮ ସେଣ୍ଟିିମିଟର…

ଓ୍ବାଶିଂଟନ,୧।୩ : ବୈଜ୍ଞାନିକମାନେ ଜହ୍ନମାମୁ ସହ ଜଡିତ ଏକ ଖବର ପ୍ରକାଶ କରିଛନ୍ତି। ଜହ୍ନମାମୁ ପୃଥିବୀଠାରୁ ଦୂରେଇ ଯାଉଥିବା ସମ୍ପର୍କରେ ସୂଚିତ କରିଛନ୍ତି। ଅଡି ୱେବସାଇଟ...

୧ କି.ଗ୍ରା. ଓଜନର ସୁନା କାନଫୁଲ

ଭାରତର ବହୁ ପୁରୁଣା ସୁନା ଗହଣା ନିର୍ମାତା ଜିଆର୍‌ଟି ଜୁଏଲର୍‌ ନିକଟରେ ଉନ୍ମୋଚନ କରିଛନ୍ତି ୧ କି.ଗ୍ରା. ଓଜନର ଏକ ଝୁମ୍‌କା ଇୟରିଂ। ଏହି ବିରାଟକାୟ...

ଦେଶର ଶେଷ ଗାଁ: ଶେଷ ଦୋକାନ-ଢାବା

ସୋସିଆଲ ମିଡିଆରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ପ୍ରାୟ ସମୟରେ ବିଭିନ୍ନ ପ୍ରକାରର ଆକର୍ଷଣୀୟ ଟୁଇଟ କରିଥାନ୍ତି। ନିକଟରେ ସେହିଭଳି କିଛି...

ସମ୍ପର୍କ ଯୋଡ଼ିବାର ମାଧ୍ୟମ

୧୯୧୫ ମସିହା ୯ ଜାନୁୟାରୀରେ ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକାରୁ ସ୍ବଦେଶ ଫେରିଥିଲେ। ଏହି ଦିବସକୁ ସ୍ମରଣ କରିବା ଲାଗି ଭାରତ ସରକାରଙ୍କ ଦ୍ୱାରା ପ୍ରତିବର୍ଷ...

ଖେଳରେ ଖେଳରେ ୨.୪୭ ଲକ୍ଷ ଟଙ୍କାର ଖେଳନା ଅର୍ଡର

ୱାଶିଂଟନ୍‌: ବର୍ତ୍ତମାନ ଅନ୍‌ଲାଇନର ଯୁଗ। କୌଣସି ଜିନିଷ କିଣିବାକୁ ହେଲେ ବାହାରକୁ ନ ଯାଇ ସହଜରେ ଘରେ ବସି ଡର କରିଦେଲେ ତାହା ଘରେ ଆସି...

Advertisement
Archives

Model This Week