ଅଳସୁଆ ହାଟ କାନ୍ଥ ଭୁଶୁଡ଼ିବା ଘଟଣା : ଗୁରୁତର କିଣାଙ୍କ ଅବସ୍ଥା ବିଗୁଡୁଛି

ଢେଙ୍କାନାଳ ଅଫିସ, ୨୭।୬ – ଅଳସୁଆ ହାଟ ନିକଟରେ ପରିତ୍ୟକ୍ତ ରାଇସ୍‌ ମିଲ୍‌ କାନ୍ଥ ଭୁଶୁଡ଼ିବା ଘଟଣାକୁ ଇତିମଧ୍ୟରେ ବିତିଛି ୧୭ ଦିନ। ପ୍ରଚଣ୍ଡ ଖରାରୁ ରକ୍ଷା ପାଇବାକୁ କାନ୍ଥ ପାର୍ଶ୍ୱ ଛାଇରେ ପରିବା ଦୋକାନ ଖୋଲିଥିବା ୪ଜଣ ବ୍ୟବସାୟୀଙ୍କୁ ନିମିଷକ ମଧ୍ୟରେ ଟାଣିନେଲା ମୃତ୍ୟୁ। ଏଥିରେ ଗୁରୁତର ହୋଇଥିଲେ ଅନ୍ୟ ୩ ଜଣ। ଦୁର୍ଘଟଣା ଘଟିବା ପରେ ପ୍ରଶାସନିକସ୍ତରରେ ପ୍ରକାଶ ପାଇଥିଲା ତତ୍ପରତା। ମୃତାହତଙ୍କ ପରିବାରକୁ ଛୁଟିଥିଲା ସମବେଦନାର ସୁଅ। ଲାଗୁଥିଲା ଆହତଙ୍କୁ ନିଶ୍ଚୟ ମିଳିଯିବ ଚିକିତ୍ସା ସହାୟତା। ହେଲେ ଦିନ ଗଡ଼ିବା ସହିତ ସମସ୍ତେ ଯେମିତି ଭୁଲିଯାଇଛନ୍ତି ସେମାନଙ୍କୁ। ଗୁରୁତରମାନେ କେମିତି ଅଛନ୍ତି, ଚିକିତ୍ସା କିପରି ଚାଲିଛି, ସେ ନେଇ କାହାରି ପାଖରେ ଖବର ନାହିଁ। କଟକରେ ଚିକିତ୍ସାଧୀନ କିଣା ବେହେରା (୫୬)ଙ୍କୁ ଏଯାଏ ସରକାର କିମ୍ବା ପ୍ରଶାସନ ପକ୍ଷରୁ କୌଣସି ସହାୟତା ପ୍ରଦାନ କରାଯାଇନାହିଁ। ଅସ୍ତ୍ରୋପଚାର ହୋଇପାରୁ ନ ଥିବାରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଥିବା ପରିବାର ଲୋକେ କହିଛନ୍ତି।
ଜୁନ୍‌ ୯ରେ ଦୁର୍ଘଟଣା ଘଟିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ଅନୁକମ୍ପାମୂଳକ ସହାୟତା ଦେବାକୁ ଘୋଷଣା କରାଯାଇଥିଲା। ଗୁରୁତରଙ୍କୁ ଆବଶ୍ୟକ ଚିକିତ୍ସା ସହାୟତା ଯୋଗାଇଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ କିଣାଙ୍କ ଚିକିତ୍ସାକୁ ପ୍ରଶାସନ ସମ୍ପୂର୍ଣ୍ଣ ଅଣଦେଖା କରିଛି, ଯାହା ଅସନ୍ତୋଷର କାରଣ ପାଲଟିଛି। କିଣାଙ୍କ ମେରୁଦଣ୍ଡ, ପଞ୍ଜରା ହାଡ଼ ଭାଙ୍ଗିଯାଇଛି। ସେ ଉଠିବସି ପାରୁନାହାନ୍ତି। ଅସ୍ତ୍ରୋପଚାର ଦ୍ୱାରା ସେ ଆରୋଗ୍ୟ ଲାଭ କରିପାରିବେ ବୋଲି ଡାକ୍ତର କହିସାରିଛନ୍ତି। ଏଥିରେ ଅର୍ଥ ସାଜିଛି ପ୍ରତିବନ୍ଧକ। ଅନ୍ୟପଟେ ଦୀର୍ଘଦିନ ହେଲା ଏସ୍‌ସିବି ମେଡିକାଲରେ ଭର୍ତ୍ତି ହୋଇଥିବାରୁ ବିଭାଗୀୟ କର୍ତ୍ତୃପକ୍ଷ ତାଙ୍କୁ ଡିସ୍‌ଚାର୍ଜ କରିଦେବେ ବୋଲି କହିଲେଣି। ଏପରିସ୍ଥିତିରେ ବାପାଙ୍କ ଚିକିତ୍ସା ଲାଗି ସହାୟତାର ହାତ ବଢ଼ାଇବାକୁ ପୁଅ ମୁନା ବୁଧବାର ଜିଲାପାଳଙ୍କୁ ନେହୁରା ହୋଇଛନ୍ତି। ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଭାବେ ଅବଗତ କରାଯାଇଛି।
ଏ ନେଇ ଜିଲା ଜରୁରୀ ଓ ଆପତ୍‌କାଳୀନ ଅଧିକାରୀ ଶଶାଙ୍କ ଶେଖର ମିଶ୍ର କୁହନ୍ତି, ଘଟଣା ଜାଣିବା ପରେ ଏସ୍‌ସିବି ମେଡିକାଲର ପ୍ରଶାସନିକ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଛି। ଆହତ କିଣାଙ୍କୁ ଡିସ୍‌ଚାର୍ଜ ନ କରିବାକୁ କୁହାଯାଇଛି। ଜିଲାପାଳଙ୍କ ସହିତ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ। କିଣାଙ୍କ ଘର କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ଥାନା ପଣ୍ଡୁଆ ଫାଣ୍ଡି କଣପାଳ ଗ୍ରାମରେ।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବୁଲାନ୍ସ ଅଚଳ: ରୋଗୀ ହୀନସ୍ତା

ଢେଙ୍କାନାଳ ଅଫିସ, ୧୪।୮-ଅଧାରାସ୍ତାରେ ଅଚଳ ହୋଇପଡ଼ିଲା ଆମ୍ବୁଲାନ୍ସ। ଫଳରେ ଯନ୍ତ୍ରଣାରେ ଛଟପଟ ହୋଇଥିଲେ ପକ୍ଷାଘାତ ରୋଗୀ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ସଦରରେ।...

ବନ୍ଧାହେଲେ ନକଲି ତହସିଲଦାର

ଢେଙ୍କାନାଳ ଅଫିସ, ୭।୭ – ନିଜକୁ ତହସିଲଦାର ବୋଲି ପରିଚୟ ଦେଉଥିଲେ। ଡରାଇ, ଧମକାଇ ଲଘୁ ଖଣିଜ ବୋଝେଇ ଭାରିଯାନରୁ ଆଦାୟ କରୁଥିଲେ ବଟି। ଏଭଳି...

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ

ହିନ୍ଦୋଳ, ୩୧।୧୦(ଡି.ଏନ.ଏ.)  ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଫାଇନାଲ୍‌ ବିଲ୍‌ କରାଇଦେବା ପାଇଁ ୧୫୦୦ ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଢେଙ୍କାନାଳ ଜିଲା ହିନ୍ଦୋଳ ଏନ୍‌ଏସିର...

ଦୋଳ ପାଇଁ ଉତ୍ସବମୁଖର ଗୁନେଇବିଲି

ଢେଙ୍କାନାଳ ଅଫିସ, ୨୩।୩ – ଦୋଳ ମହୋତ୍ସବକୁ ନେଇ ଉତ୍ସବମୁଖର ହୋଇଉଠିଛି ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକର ଗୁନେଇବିଲି ପଞ୍ଚାୟତର ୧୦୦ ବର୍ଷ ପୁରୁଣା ଏହି...

ନାରୀକୁ ଲୋଡ଼ା ସୁରକ୍ଷା

ଢେଙ୍କାନାଳ ଅଫିସ, ୮।୩ – ଶିଳ୍ପରେ ସମୃଦ୍ଧ। ଶିକ୍ଷାରେ ଅଗ୍ରଣୀ। ସ୍ବେଚ୍ଛାସେବୀଙ୍କ ପ୍ରମୁଖ କର୍ମସ୍ଥଳ। ସଚେତନତାର ଅଭାବ ନାହିଁ। ଏସବୁ ସତ୍ତ୍ୱେ ଢେଙ୍କାନାଳ ଜିଲାରେ କମୁନି...

ନାକେଦମ କଲାଣି ଦନ୍ତା

ଢେଙ୍କାନାଳ ଅଫିସ, ୧୪।୧୨ ହାତୀ ମୁହଁରୁ ଫସଲ, ଧନଜୀବନ ସୁରକ୍ଷା ଲାଗି ସାଇରନ୍‌ ବଜାଇ ବୁଲୁଛି ‘ଐରାବତ’। ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ଗାଡ଼ି ଏବଂ...

କଙ୍କଡ଼ାହାଡ଼ ଥାନା ଆଇଆଇସି ସସ୍‌ପେଣ୍ଡ

ଢେଙ୍କାନାଳ ଅଫିସ,୩୦ା୧: ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା ଆଇଆଇସି ପ୍ରମୋଦ କୁମାର ଲେଙ୍କାଙ୍କୁ ଗୁରୁବାର ସସ୍‌ପେଣ୍ଡ କରାଯାଇଛି। ଜଣେ ଅସହାୟା ମହିଳାଙ୍କ ଅଭିଯୋଗ ନ ରଖିବାରୁ...

୨୦୦ରୁ ଊର୍ଦ୍ଧ୍ୱ ଶ୍ରମିକଙ୍କ ସ୍ବାସ୍ଥ୍ୟ ପରୀକ୍ଷା

କାମାକ୍ଷାନଗର, ୬।୪(ଡି.ଏନ.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ଅଞ୍ଚଳରୁ ଉଦ୍ଧାର କରାଯାଇଥିବା ୨୦୦ରୁ ଊର୍ଦ୍ଧ୍ୱ ଛତିଶଗଡ଼ ଶ୍ରମିକଙ୍କ ସୋମବାର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରର ଏକ...

Advertisement
Archives

Model This Week