ଅଲ୍‌ ଓଡ଼ିଶା ବାର୍‌ ଆସୋସିଏଶନ ବୈଠକ: ଯୋଗଦେଲେ ୯୩ ବାର୍‌ ଆସୋସିଏଶନ କର୍ମକର୍ତ୍ତା

କଟକ ଅଫିସ, ୧୯ା୧୦: ରାଜ୍ୟର ବିଭିନ୍ନ ଅଦାଲତରେ ଖାଲି ପଡ଼ିଥିବା ବିଚାରପତି ପଦବୀ ପୂରଣ, ହାଇକୋର୍ଟ ପକ୍ଷରୁ ରୁଜୁ ଅଦାଲତ ଅବମାନନା ମାମଲାକୁ ନେଇ ଶୁକ୍ରବାର ହାଇକୋର୍ଟ ବାର୍‌ ଆସୋସିଏଶନ ସମ୍ମିଳନୀ କକ୍ଷରେ ଅଲ୍‌ ଓଡ଼ିଶା ବାର୍‌ ଆସୋସିଏଶନର ବୈଠକ ଅନୁଷ୍ଠିତ ହୋଇଯାଇଛି। ହାଇକୋର୍ଟ ବାର୍‌ ଆସୋସିଏଶନ ସଭାପତି ଗୋପାଳକୃଷ୍ଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ୧୪୬ ବାର୍‌ ଆସୋସିଏଶନ ମଧ୍ୟରୁ ୯୩ଟିର କର୍ମକର୍ତ୍ତା ଯୋଗଦେଇଥିଲେ। ବାର୍‌ ଆସୋସିଏଶନଗୁଡ଼ିକ ପକ୍ଷରୁ ବିଭିନ୍ନ ସମୟରେ କୋର୍ଟ ବର୍ଜନ ଆନ୍ଦୋଳନ କରାଯାଉଥିବାରୁ ହାଇକୋର୍ଟଙ୍କ ରେଜିଷ୍ଟ୍ରାର ଜେନେରାଲଙ୍କ ପକ୍ଷରୁ ଅଦାଲତ ଅବମାନନା ମାମଲା ରୁଜୁ ହୋଇଥିଲା। ଗତ ୧୫ତାରିଖରେ ହାଇକୋର୍ଟଙ୍କ ଫୁଲ୍‌ ବେଞ୍ଚ ବସି ଏହି ମାମଲାରେ ୬୮ ବାର୍‌ ଆସୋସିଏଶନ ସମେତ ୧୩୬ ପ୍ରତିପକ୍ଷଙ୍କୁ ନୋଟିସ କରିଥିଲେ। ଏହି ମାମଲାର ପରିଚାଳନା ପାଇଁ ହାଇକୋର୍ଟ ବାର୍‌ ଆସୋସିଏଶନର କେତେଜଣ ବରିଷ୍ଠ ଆଇନଜୀବୀଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ଆସନ୍ତା ୨୧ତାରିଖରେ ଉକ୍ତ ମାମଲାର ଜବାବ ରଖାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ସେହିପରି ବିଚାରପତି ପଦବୀଗୁଡ଼ିକ ପୂରଣ ପାଇଁ ସରକାରଙ୍କ ନିକଟରେ ଦାବି କରାଯିବ। ତୁରନ୍ତ ଏ ଦିଗରେ ପଦକ୍ଷେପ ନିଆ ନ ଗଲେ ରାଜ୍ୟବାପୀ ବଡ଼ ଆନ୍ଦୋଳନ କରାଯିବ। ଅନ୍ୟପକ୍ଷରେ ହାଇକୋର୍ଟ ବାର୍‌ ଆସୋସିଏଶନର କୋର୍ଟ ବର୍ଜନ ଆନ୍ଦୋଳନ ଆସନ୍ତା ୨୧ତାରିଖ ପର୍ଯ୍ୟନ୍ତ ଜାରି ରହିବ। ହାଇକୋର୍ଟ ସହ କଟକ ସହରର ବିଭିନ୍ନ ଅଦାଲତରେ ମଧ୍ୟ ଆଇନଜୀବୀମାନେ କାର୍ଯ୍ୟରେ ଯୋଗଦେବେ ନାହିଁ ବୋଲି ନିଷ୍ପତ୍ତି ହୋଇଛି। ବୈଠକରେ ହାଇକୋର୍ଟ ବାର୍‌ ଆସୋସିଏଶନ ସମ୍ପାଦକ ସଞ୍ଜୟ କୁମାର ଦାସ, ସହ ସମ୍ପାଦିକା ପଦ୍ମାଳୟା ମହାପାତ୍ର, ଆକ୍ସନ କମିଟି ସଦସ୍ୟ ଗଣେଶ୍ୱର ରଥ, ଗଙ୍ଗାଧର ତ୍ରିପାଠୀ, ଅଶୋକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜିମ୍ବାଓ୍ବେର ଏହି ଫାଷ୍ଟ ବୋଲର ୨ ବର୍ଷ ବାସନ୍ଦ

ନୂଆଦିଲ୍ଲୀ,୧୪ା୪: ଆଇପିଏଲ୍‌ରେ ଖେଳିବା ପାଇଁ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌) ଛାଡ଼ିଥିବା ଜିମ୍ବାଓ୍ବେ ଫାଷ୍ଟ ବୋଲର ବ୍ଲେସିଂ ମୁଜରାବାନୀଙ୍କୁ ମଙ୍ଗଳବାର ଦୁଇ ବର୍ଷ ଲାଗି ପାକିସ୍ତାନ କ୍ରିକେଟ…

୬୦୦ ବର୍ଷର ଐତିହାସିକ ପରମ୍ପରା: ଗ୍ରାମର ପ୍ରତ୍ୟେକ ଘରକୁ ଯାଇ ପଣା ଗ୍ରହଣ କରନ୍ତି…

ଗଞ୍ଜାମ,୧୪।୪(ବିଦ୍ୟାଧର ସାହୁ): ଓଡ଼ିଆ ନବ ବର୍ଷ ପଣା ସଂକ୍ରାନ୍ତି (ମହା ବିଷୁବ ସଂକ୍ରାନ୍ତି) ମେରୁରେ ଗଞ୍ଜାମ ବ୍ଲକର ଶତ୍ରୁଶୋଲ ଗ୍ରାମ ନିକଟରେ ଥିବା ବାବା ମୁକ୍ତେଶରଙ୍କ ବହୁ…

ବଲାଙ୍ଗୀର ମେନ ମାର୍କେଟ ଚଳଚଞ୍ଚଳ: ହନୁମାନ ଜୟନ୍ତୀରେ…

ବଲାଙ୍ଗୀର,୧୪।୪( ସୁନିଲ କୁମାର ମହାନ୍ତି): ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ । ଏହି ଅବସରରେ ବିଭିନ୍ନ ମନ୍ଦିରରେ ହନୁମାନ ଜୟନ୍ତୀ ପାଳନ କରାଯାଉଅଛି…

ବେଦାନ୍ତ ପାଓ଼୍ବାର ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୯ ମୃତ ୪୦ରୁ ଅଧିକ ଆହତ

ରାୟପୁର,୧୪।୪: ବେଦାନ୍ତ ଲିମିଟେଡର ପାଓ଼୍ବାର ପ୍ଲାଣ୍ଟରେ ବିସ୍ଫୋରଣ ଘଟି ୯ଜଣଙ୍କ ମୃତ୍ୟୁ। ଏପରି ଅଭାବନୀୟ ଘଟଣା ଘଟିଛି ଛତିଶଗଡ଼ର ସକ୍ତି ଜିଲାରେ ଏକ ପାଓ଼୍ବାର ପ୍ଲାଣ୍ଟରେ। ଯେଉଁଠି…

ମହାବିଷୁବ ସଂକ୍ରାନ୍ତି: ଚଳଚଞ୍ଚଳ ସୁଆମ ଛକ

ପାଟଣା,୧୪।୪(ବୀର କିଶୋର ଦାଶ): ହନୁମାନ ଜୟନ୍ତୀ, ମହାବିଷୁବ ସଂକ୍ରାନ୍ତିରେ ମଙ୍ଗଳବାର କେନ୍ଦୁଝର ଜିଲା ପାଟଣା ବ୍ଲକ ସୁଆମ ଛକ ହନୁମାନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ ଦେଖାଇବାକୁ ମିଳିଥିଲା।…

ଦେଶର ଏହି ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦ ପାଇନି ଭାଜପା; ସଂଖ୍ୟା ଜାଣିଲେ ତାଜୁବ ହେବେ…

୧୪ ଏପ୍ରିଲ ୨୦୨୬ ବିହାର ରାଜନୀତିରେ ଏକ ପ୍ରମୁଖ ପରିବର୍ତ୍ତନର କାରଣ ହୋଇଥିଲା। ବିଶେଷକରି, ସମ୍ରାଟ ଚୌଧୁରୀଙ୍କୁ ବିହାରରେ ଭାଜପା ବିଧାୟକ ଦଳର ନେତା ଭାବରେ ନିର୍ୱାଚିତ…

ବିଶ୍ୱକପ୍‌ ପୂର୍ବରୁ ଘାନାକୁ ମିଳିଲା ନୂଆ କୋଚ୍‌, ଜାଣନ୍ତୁ…

ଘାନା,୧୪ା୪: ଫିଫା ବିଶ୍ୱକପ୍‌କୁ ମାତ୍ର ଦୁଇ ମାସରୁ କମ୍‌ ସମୟ ଥିବା ବେଳେ ଘାନା କାର୍ଲୋସ କ୍ୟୁରୋଜଙ୍କୁ ଜାତୀୟ ପୁରୁଷ ଫୁଟ୍‌ବଲ ଦଳର ନୂଆ କୋଚ୍‌ ଭାବେ…

ଲୋକ ସଭାରେ ରହିବେ ୮୫୦ ଏମପି; କେନ୍ଦ୍ର ସରକାରଙ୍କ ବଡ଼ ପ୍ଲାନ…

ନୂଆଦିଲ୍ଲୀ,୧୪।୪: ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ (ମହିଳା ସଶକ୍ତିକରଣ ଆଇନ) କାର୍ଯ୍ୟକାରୀ କରିବା ପାଇଁ ସରକାର ଏପ୍ରିଲ ୧୬ ରୁ ଏପ୍ରିଲ ୧୮ ପର୍ଯ୍ୟନ୍ତ ସଂସଦର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri