Posted inଖେଳ

ଅଲୋଡ଼ା କ୍ଲବରେ ରୋହିତ

ଭାଇଜାଗ,୮।୧୦(ପି.ଟି.): ନିକଟରେ ଶେଷ ହୋଇଥିବା ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟରେ ଭାରତୀୟ ଓପନର ରୋହିତ ଶର୍ମା ଉଭୟ ଇନିଂସରେ ଓପନର ଭାବେ ଶତକ ଲଗାଇ ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି। କିନ୍ତୁ ଏହି ମ୍ୟାଚ୍‌ରେ ସେ ଏକ ଅଲୋଡ଼ା ତାଲିକାରେ ସ୍ଥାନ ପାଇଛନ୍ତି, ଯାହା ତାଙ୍କ ସଫଳତା ଯୋଗୁ ଜଣାପଡ଼ି ନ ଥିଲା। ସେ ଉଭୟ ଇନିଂସରେ ଷ୍ଟମ୍ପିଂ ହୋଇଥିଲେ। ଦୁଇ ଥର କେଶବ ମହାରାଜଙ୍କ ବଲରେ ରୋହିତଙ୍କୁ ଉଇକେଟକିପର କ୍ୱିଣ୍ଟିନ ଡିକକ୍‌ ଷ୍ଟମ୍ପ ଆଉଟ୍‌ କରିଥିଲେ। ଟେଷ୍ଟ କ୍ରିକେଟ ଇତିହାସରେ ୨୨ତମ ଥର ପାଇଁ ଏଭଳି ଘଟିଛି। ପୂର୍ବତନ ଇଂଲଣ୍ଡ କ୍ରିକେଟର ଓ୍ବାଲି ହାମଣ୍ଡ ଅନ୍ତିମ ବ୍ୟାଟ୍ସମ୍ୟାନ ଭାବେ ୧୯୩୯ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟର ଉଭୟ ଇନିଂସରେ ସମାନ ବୋଲର ଦ୍ୱାରା ଦୁଇ ଥର ଷ୍ଟମ୍ପ ଆଉଟ୍‌ ହୋଇଥିଲେ। ଏଣୁ ୮୦ ବର୍ଷ ପରେ ରୋହିତ ଏହି କ୍ଲବରେ ସାମିଲ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି ଖେଳାଳିଙ୍କୁ ‘ମିଷ୍ଟର ଚୁହା’ ଆଖ୍ୟା ଦେଲେ ଯୁବରାଜ ସିଂ

ଭାରତୀୟ କ୍ରିକେଟ ଦଳର ସ୍ପିନର ୟୁଜବେନ୍ଦ୍ର ଚହଲ ଆଜି ୩୦ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କୁ ସାଥୀ ଖେଳାଳି ଶୁଭେଚ୍ଛା ଜଣାଉଛନ୍ତି। ପୂର୍ବତନ...

ଆଜି ଓସିଏ ନିର୍ବାଚନ

କଟକ ଅଫିସ,୨୭ା୯- ଅନେକ ବାଦ, ବିବାଦ, ଅଭିଯୋଗର ପୂର୍ଣ୍ଣଚ୍ଛେଦ ପଡ଼ି ଶେଷରେ ଶୁକ୍ରବାର ହେବାକୁ ଯାଉଛି ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର ବହୁ ପ୍ରତୀକ୍ଷିତ କର୍ମକର୍ତ୍ତା ନିର୍ବାଚନ।...

ଇଣ୍ଡିଆନ୍‌ ସୁପର ଲିଗ୍‌: ବେଙ୍ଗାଲୁରୁଠାରୁ ହାରିଲା ଇଷ୍ଟ ବେଙ୍ଗଲ

ଭାସ୍କୋ,୩।୨(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ସୁନୀଲ ଛେତ୍ରୀଙ୍କ ବେଙ୍ଗାଲୁରୁ ଏଫ୍‌ସି ୨-୦ ଗୋଲରେ ଇଷ୍ଟ ବେଙ୍ଗଲକୁ ପରାସ୍ତ କରିଛି। କ୍ୱାଲିଟି...

ଅଭିମନ୍ୟୁ ବିଶ୍ୱର ସର୍ବକନିଷ୍ଠ ଗ୍ରାଣ୍ଡମାଷ୍ଟର

ନୂଆଦିଲ୍ଲୀ, ୨।୭-ଭାରତୀୟ ବଂଶୋଦ୍ଭବ ଆମେରିକାର ଅଭିମନ୍ୟୁ ମିଶ୍ର ବିଶ୍ୱର ସର୍ବକନିଷ୍ଠ ଚେସ୍‌ ଗ୍ରାଣ୍ଡମାଷ୍ଟର ହେବାର ସୌଭାଗ୍ୟ ଲାଭ କରିଛନ୍ତି। ହଙ୍ଗେରୀର ବୁଦାପେଷ୍ଟଠାରେ ଅନୁଷ୍ଠିତ ଟୁର୍ନାମେଣ୍ଟରେ ତୃତୀୟ...

କୋହଲିଙ୍କୁ ହରାଇଲେ ଚହଲ

ଦୁବାଇ, ୧୭।୯: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୩ତମ ସଂସ୍କରଣ ଆରମ୍ଭ ହେବାକୁ ଆଉ ଗୋଟିଏ ଦିନ ବାକି ରହିଛି। ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ...

ଅଭ୍ୟାସ ପାଇଁ ସମୟ ନ ଥିବାରୁ ଚିନ୍ତିତ ନୁହେଁ : କୋହଲି

ମୁମ୍ବାଇ,୨।୬ : ଆସନ୍ତା ୧୮ ତାରିଖରେ ସାଉଥାମ୍ପଟନଠାରେ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଖେଳାଯିବ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲ। ଏଥି ପୂର୍ବରୁ ଅଭ୍ୟାସ...

ଧୋନୀଙ୍କ କ୍ଲବରେ ସାମିଲ ହେଲେ ସାମି

ତ୍ରିନିଦାଦ୍‌, ୨୪।୮: ଏଠାରେ ଚାଲିଥିବା କାରବୀୟନ ପ୍ରିମିୟର ଲିଗ୍‌ (ସିପିଏଲ୍‌)ର ୧୦ମ ମ୍ୟାଚରେ ଡାରେନ ସାମିଙ୍କ ନେତୃତ୍ୱାଧୀନ ସେଣ୍ଟ ଲୁସିଆ ଜୌକ୍ସ ୧୦ ରନରେ ଗୁୟାନା...

ମୋ ହିରୋ ଚାଲିଗଲେ

କିମ୍ବଦନ୍ତୀ ଫୁଟବଲର୍‌ ଡିଏଗୋ ମାରାଡୋନାଙ୍କର ବୁଧବାର ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା ଏବଂ ସେ ହୃଦଘାତରେ ପୀଡିତ ଥିଲେ। ମାରାଡୋନାଙ୍କ...

Advertisement
Archives

Model This Week