Posted inଖେଳ

ଅଲିମ୍ପିକ୍‌ ବକ୍ସିଂ: ପ୍ରଶିକ୍ଷଣ ଦେବା ପାଇଁ ବିଦେଶୀ କୋଚ୍‌ ଭାରତ ଆସିବେ

ନୂଆଦିଲ୍ଲୀ,୨୯।୭(ପି.ଟି.)- ଅଲିମ୍ପିକ୍ସ ପାଇଁ ଭାରତୀୟ ବକ୍ସରମାନେ ପ୍ରଶିକ୍ଷଣ ନେବାକୁ ବିଦେଶ ଯିବା ଅତି ସାଧାରଣ କଥା। ଏବେ ଏହି ପ୍ରଥାରେ ପରିବର୍ତ୍ତନ ହେବ। ଆସନ୍ତାବର୍ଷ ଟୋକିଓରେ ଆୟୋଜନ ହେବାକୁ ଥିବା ୨୦୨୦ ଅଲିମ୍ପିକ୍ସ କ୍ୱାଲିଫାୟରରେ ଅଂଶଗ୍ରହଣ କରିବାକୁ ଥିବା ବକ୍ସରମାନେ ଏଥର ବିଦେଶ ନ ଯାଇ ଦେଶରେ ପ୍ରଶିକ୍ଷଣ ନେବେ। ଯାତ୍ରା ସମ୍ବନ୍ଧିତ ସମସ୍ୟା ଓ ସମୟ ଅପଚୟକୁ ରୋକିବା ପାଇଁ ବିଦେଶରୁ ପ୍ରଶିକ୍ଷକ ଆସି ବକ୍ସରମାନଙ୍କୁ ଟ୍ରେନିଂ ଦେବେ। ଭାରତୀୟ ବକ୍ସରମାନେ ଟ୍ରେନିଂ ପାଇଁ ସାଧାରଣତଃ ୟୁରୋପ କିମ୍ବା ଆମେରିକା ଯାଇଥାନ୍ତି। କିନ୍ତୁ ଏଥର ଆଗାମୀ ଡିସେମ୍ବରର ପ୍ରଥମାର୍ଦ୍ଧରେ ଏହି ଦେଶଗୁଡିକର ବକ୍ସରମାନେ ଭାରତ ଆସି ଟ୍ରେନିଂ ଦେବେ। ଅତ୍ୟଧିକ ଭ୍ରମଣ ଯୋଗୁ ବକ୍ସରମାନେ କ୍ଳାନ୍ତ ହେବା ସହ ପ୍ରସ୍ତୁତିରେ ସମସ୍ୟାର ସମ୍ମୁଖୀନ ହେଉଥିଲେ। ପୁଣି ଚଳିତ ସେସନରେ ଏକାଧିକ ଟୁର୍ନାମେଣ୍ଟ ମଧ୍ୟ ଆୟୋଜିତ ହୋଇସାରିଛି। ତେଣୁ ଏପରିସ୍ଥଳେ ଅଲିମ୍ପିକ୍ସ କ୍ୱାଲିଫାୟର ପୂର୍ବରୁ ବକ୍ସରମାନଙ୍କ ପାଇଁ ଦେଶରେ ପ୍ରଶିକ୍ଷଣ ନେବାର ବ୍ୟବସ୍ଥା କରିଛୁ ବୋଲି ଭାରତୀୟ ହାଇପରଫର୍ମାନ୍ସ ଡାଇରେକ୍ଟର ସାଣ୍ଟିଆଗୋ ନିଏଭା କହିଛନ୍ତି।
ୟୁରୋପରେ ପାଗ ଅତ୍ୟନ୍ତ ପ୍ରତିକୂଳ ପରିବେଶ ସୃଷ୍ଟି କରିଥାଏ। ସେଠାରେ ଅତ୍ୟଧିକ ଥଣ୍ଡା ହୋଇଥିବାରୁ ସେହି ସମୟରେ ବକ୍ସରଙ୍କ ପାଇଁ ପ୍ରଶିକ୍ଷଣରେ ସମସ୍ୟା ସୃଷ୍ଟି ହୋଇଥାଏ। ଫଳରେ ୟୁରୋପୀୟ ଦେଶଗୁଡିକ ସହ ଉତ୍ତର ଆଫ୍ରିକାରୁ ମଧ୍ୟ ଦଳଗୁଡିକୁ ଆମନ୍ତ୍ରଣ କରିବୁ ବୋଲି ନିଏଭା କହିଛନ୍ତି। ୨୦୧୯ରେ ଭାରତୀୟ ପୁରୁଷ ଓ ମହିଳା ବକ୍ସର ବ୍ୟସ୍ତବହୁଳ କାର୍ଯ୍ୟସୂଚୀରେ ଅଂଶଗ୍ରହଣ କରିଛନ୍ତି ଓ ଆଗକୁ ମଧ୍ୟ ବିଭିନ୍ନ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବେ। ପ୍ରଥମ ୩ ମାସରେ ବକ୍ସରମାନେ ବୁଲଗେରିଆ ଓ ଫିନ୍‌ଲାଣ୍ଡରେ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବେ। ଏହାପରେ ସେମାନେ ଏପ୍ରିଲ୍‌ରେ ଏସିଆନ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ ହୋଇଥିଲେ। ଏହାପରେ ଜୁଲାଇ- ଅଗଷ୍ଟରେ କାଜାଖସ୍ତାନ, ଫିଲିପାଇନ୍ସ ଓ ରୁଷିଆରେ ମଧ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ଥିଲା। ସେପ୍ଟେମ୍ବରରେ ରୁଷିଆରେ ବିଶ୍ୱ ଚାମ୍ପିୟନ୍‌ଶିପ୍‌ ଖେଳାଯିବ। ପୁଣି ଅକ୍ଟୋବରରେ ପୁରୁଷ ଓ ମହିଳା ବକ୍ସରମାନଙ୍କ ପାଇଁ ଜାତୀୟ ଚାମ୍ପିୟନଶିପ୍‌ ମଧ୍ୟ ଆୟୋଜନ ହେବ।
ଏହି ଟୁର୍ନାମେଣ୍ଟଗୁଡିକରେ ଅଂଶଗ୍ରହଣ କରିବାକୁ ହେଲେ ବକ୍ସରମାନଙ୍କୁ ବେଶ ଭ୍ରମଣ କରିବାକୁ ହେବ। ଅଲିମ୍ପିକ୍‌ କ୍ୱାଲିଫାୟର ପୂର୍ବରୁ ଏହା ଖେଳାଳିଙ୍କ ପାଇଁ କ୍ଳାନ୍ତି ଆଣିଦେବ। ତେଣୁ ବିଦେଶୀ କୋଚ୍‌ମାନେ ଏଠାକୁ ଆସିଲେ ଆମ ଖେଳାଳିମାନେ ପର୍ଯ୍ୟାପ୍ତ ବିଶ୍ରାମ ପାଇବେ ଓ ଶ୍ରେଷ୍ଠ ପ୍ରଦର୍ଶନ କରିବାର ସୁଯୋଗ ପାଇବେ ବୋଲି ନିଏଭା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶୋଇକି ଉଠିଲା ବେଳକୁ ବେଶୀ ଯନ୍ତ୍ରଣା ଦେଉଛି ବିଶ୍ୱକପ୍‌ ପରାଜୟ:କୋହଲି

ନୂଆଦିଲ୍ଲୀ, ୨୫।୭: ଆଇସିସି ବିଶ୍ୱକପ୍‌ ସରିବାର ପାଖାପାଖି ମାସେ ହୋଇଯାଇଥିଲେ ମଧ୍ୟ ସେମିଫାଇନାଲରେ ଭାରତୀୟ ଦଳର ପରାଜୟ ଦର୍ଶକଙ୍କ ମନରୁ ଲିଭିନାହିଁ। କେବଳ ଦର୍ଶକ ନୁହଁନ୍ତି,...

ମନୀଷ ପାଣ୍ଡେଙ୍କ ବିବାହ ଭୋଜିରେ ଧୂମ୍‌ ନାଚିଲେ ଯୁବରାଜ

ମୁମ୍ବାଇ,୫।୧୨: କ୍ରିକେଟର୍‌ ମନୀଷ ପାଣ୍ଡେ ନିଜ ପ୍ରେମିକା ତଥା ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଆଶ୍ରିତା ସେଟ୍ଟୀଙ୍କୁ ବିବାହ କରିଛନ୍ତି। ମୁମ୍ବାଇର ଏକ ଦ ଲୀଲା ରିସେପ୍ସନ୍‌...

ରାଜସ୍ଥାନ ରୟାଲ୍ସ ଫିଲ୍ଡିଂ କୋଚ୍‌ ଦିଶାନ୍ତ କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୧୩।୮(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଦଳ ରାଜସ୍ଥାନ ରୟାଲ୍ସ ଫିଲ୍ଡିଂ କୋଚ୍‌ ଦିଶାନ୍ତ ୟାଗନିକ୍‌ କୋଭିଡ୍‌-୧୯ ଟେଷ୍ଟରେ ପଜିଟିଭ୍‌ ବୋଲି ଜଣାପଡିଛି। ଏ ନେଇ...

ଟି୨୦: ଭାରତ ନ ଆସିଲେ ଆମେ ଯିବୁନି: ପିସିବି

କରାଚୀ, ୨୬ା୧ (ପି.ଟିି.)- ଚଳିତ ବର୍ଷ ସେପ୍ଟେମ୍ବରରେ ପାକିସ୍ତାନ ଟି୨୦ ଏସିଆ କପ୍‌ ଆୟୋଜନ କରୁଛି। ଏଥିରେ ଅଂଶଗ୍ରହଣ ଲାଗି ଭାରତ ଯଦି ରାଜି ନ...

ସୌରଭ ଗାଙ୍ଗୁଲି ନେଗେଟିଭ୍‌

କୋଲକାତା,୨୬ା୭ (ପି.ଟି.)-ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲିଙ୍କ କୋଭିଡ୍‌-୧୯ ଟେଷ୍ଟ ନେଗେଟିଭ୍‌ ଆସିଛି। ସତର୍କତାମୂଳକ ପଦକ୍ଷେପ ସ୍ବରୂପ ସେ ତାଙ୍କ ସାମ୍ପଲ...

ଆଶୋକ ମାଲହୋତ୍ରା ଆଇସିଏ ଅଧ୍ୟକ୍ଷ ହେବେ

ନୂଆଦିଲ୍ଲୀ,୬।୧୦(ପି.ଟି.)- ପୂର୍ବତନ ଟେଷ୍ଟ କ୍ରିକେଟର ଆଶୋକ ମାଲହୋତ୍ରା ନିର୍ଦ୍ୱନ୍ଦ୍ୱରେ ଇଣ୍ଡିଆନ କ୍ରିକେଟର୍ସ ଆସୋସିଏଶନ (ଆଇସଏ)ର ଅଧ୍ୟକ୍ଷ ହେବା ନିଶ୍ଚିତ ହୋଇଛି। ନୂଆକରି ସୃଷ୍ଟି ହୋଇଥିବା ଏହି...

ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌:୨୦୦ ମିଟର ଫାଇନାଲରେ ଦୂତୀ

ଭୁବନେଶ୍ୱର, ୨୪।୪(କ୍ରୀଡ଼ା ପ୍ରତିନିଧି)- ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଓଡ଼ିଶାର ଦୂତୀ ଚାନ୍ଦ ଦୋହାଠାରେ ଚାଲିଥିବା ୨୩ତମ ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ମହିଳା ୨୦୦ ମିଟର ରେସ୍‌...

ବକ୍ସିଂ ଡେ ଟେଷ୍ଟ: ପ୍ରଥମ ଦିନର ସମ୍ମାନ ନେଲା ଅଷ୍ଟ୍ରେଲିଆ

ମେଲବୋର୍ନ, ୨୬।୧୨- ସ୍ଥାନୀୟ ମେଲବୋର୍ନ କ୍ରିକେଟ୍‌ ଗ୍ରାଉଣ୍ଡ (ଏମ୍‌ସିଜି)ଠାରେ ଗୁରୁବାରଠାରୁ ଘରୋଇ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହୋଇଛି। ବକ୍ସିଂ...

Coronavirus Update

Archives

Model This Week

Why Dharitri